Heavy Heatwave - The Sakala

ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ଓଡିଶା, ୨୪ ତାରିଖ ଯାଏଁ ଜାରି ରହିବ ଏପରି ସ୍ଥିତି
ଭୁବନେଶ୍ୱର: ଆକାଶରୁ ବର୍ଷୁଛି ନିଆଁ। ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡିଶା। ରାଜ୍ୟରେ ୪୬ ଡିଗ୍ରୀ ଛୁଇଲାଣି ପାରଦ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ୨୪ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ। ଗତକାଲି ଝାରସୁଗୁଡ଼ା ଓ ସମ୍ବଲପୁରରେ ସର୍ବାଧିକ ୪୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଥିଲା । ଆଜି ମଧ୍ୟ ସ୍ଥିତି ସମାନ ରହିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦୁଇ ସହରରେ ଆଜି ମଧ୍ୟ ତାପମାତ୍ରା ୪୬ ଡିଗ୍ରୀ ଉପରେ ରହିବ। ବୌଦ୍ଧ, ସୋନପୁର, ଅନୁଗୁଳ ଏବଂ ଟିଟିଲାଗଡ଼ରେ ୪୫ ଡିଗ୍ରୀ ଟପିବା ସମ୍ଭାବନା ରହିଛି । ଆଜି ୨୭ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିପାରେ। ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ପୂରା ରାଜ୍ୟ ଅସହ୍ୟ ତାତିରେ ଆଉଟୁପାଉଟୁ ।

ସାରା ରାଜ୍ୟରେ ପ୍ରଚଣ୍ଡ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଗରମ ଓ ଗୁଳୁଗୁଳି ପାଇଁ ଅଧିକାଂଶ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୧୯ ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଥିବା ବେଳେ ସମ୍ବଲପୁର ଓ ବଲାଙ୍ଗିରକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଅସମ୍ଭାଳ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ, ୨୪ ପର୍ଯ୍ୟନ୍ତ ପ୍ରଚଣ୍ଡ ଖରାରୁ ନିସ୍ତାର ନାହିଁ
ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ତାତି ଓ ଗୁଳୁଗୁଳି ଆରମ୍ଭ ହୋଇଛି। ୪୦ ଡିଗ୍ରୀର ତାପମାତ୍ରା ସାଙ୍ଗକୁ ୬୦-୮୦ ପ୍ରତିଶତ ଆର୍ଦ୍ରତା ମିଶିଯିବା ଦ୍ୱାରା ୫୦ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଛି। ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାରେ ଏହି ସ୍ଥିତି ଅସମ୍ଭାଳ ହୋଇଛି। ସୋମବାର ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ଉପକୂଳବର୍ତ୍ତୀ ଜିଲ୍ଲାରେ ଲୋକେ ପ୍ରବଳ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଛନ୍ତି। ଦିନ ତମାମ ଗୁଳୁଗୁଳି ଯୋଗୁଁ ଦେହରୁ ଝାଳ ବାହାରିବା ସହ ଅନେକ ଲୋକ ଜଳୀୟ ଅଂଶ ଅଭାବର ଶିକାର ହୋଇଛନ୍ତି। ପୂର୍ବରୁ ତାତି ଓ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲେ ମଧ୍ୟ ରବିବାର ତୁଳନାରେ ସୋମବାର ହଠାତ ଗୁଳୁଗୁଳି ଦୃଷ୍ଟାନ୍ତମୂଳକ ଭାବେ ବଢ଼ିବା ଯୋଗୁଁ ଲୋକଙ୍କ ପାଇଁ ଅସହଯ ସ୍ଥିତି ସୃଷ୍ଟି କରିଛି।

ପାଣିପାଗ କେନ୍ଦ୍ରର ସୂଚନା ସୋମବାର ରାଜ୍ୟର ୧୭ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ ହୋଇଛି। ଏଥିରେ ୪୩.୪ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଥିବା ବେଳେ ବୌଦ୍ଧରେ ୪୨.୮, ସମ୍ବଲପୁର ୪୨.୩, ହୀରାକୁଦ ୪୨ ଓ ବାକି ସବୁ ସ୍ଥାନରେ ତାମପାତ୍ରା ୪୦-୪୧ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ୱରରେ ଆଜି ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ ହୋଇଛି। ସାଧାରଣତଃ ତାପମାତ୍ରା ଅଧିକ ରହିଲେ ବାହାରେ ତାତି ଅଧିକ ଅନୁଭୂତ ହୋଇଥାଏ। ହେଲେ ଏବେ ସକାଳ ୮ଟାରୁ ଆର୍ଦ୍ରତା ପ୍ରାୟ ୮୦ ପ୍ରତିଶତ ରହୁଛି। ଦିନ ବଢ଼ିଲେ ଆର୍ଦ୍ରତା କମୁଥିଲେ ମଧ୍ୟ ଏହା ପ୍ରାୟ ୬୦ ପ୍ରତିଶତ ପର୍ଯ୍ୟନ୍ତ ରହୁଛି। ତାପମାତ୍ରା ସହ ଏହା ମିଶି ପ୍ରବଳ ଗୁଳୁଗୁଳି କରୁଛି। ଏହି କ୍ରମରେ ଆଜି ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ରହିଥିଲେ ମଧ୍ୟ ୫୦ ଡିଗ୍ରୀ ଭଳି ଲୋକଙ୍କୁ ଅନୁଭୂତ ହୋଇଛି। ଗୁଳୁଗୁଳି ଯୋଗୁଁ ଲୋକେ ଘରେ ରହିବାକୁ ମଧ୍ୟ କଷ୍ଟ ଅନୁଭବ କରିଛନ୍ତି।

ଏଭଳି ସ୍ଥିତି ୨୪ ତାରିଖ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ୨୦-୨୪ ସ୍ଥିତି ସବୁଠୁ ଉଦ୍‌ବେଗ ଜନିକ ରହିବ ବୋଲି ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ର କହିଛି, ଏହି ସମୟ ମଧ୍ୟରେ ରାଜ୍ୟରେ ଆହୁରି ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଏହାଦ୍ୱାରା ବର୍ତ୍ତମାନ ତୁଳନାରେ ତାତି ଓ ଗୁଳୁଗୁଳିର ପରିମାଣ ଆହୁରି ବୃଦ୍ଧି ହେବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗେ କେନ୍ଦ୍ର ପକ୍ଷରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଉଷ୍ମ ଓ ଆର୍ଦ୍ର ପାଣିପାଗ ସ୍ଥିତି ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିବା ସହ ଆଲର୍ଟ ଜାରି କରିଛି। ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରିଛି।

ଅନ୍ୟପଟେ ବଙ୍ଗୋପସାଗରେ ଧୀରେ ଧୀରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି। ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଞ୍ଚଳ, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗରର ବହୁ ଅଞ୍ଚଳ, ସମଗ୍ର ନିକୋବାର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟ ପୁରମ ସହ ଆଣ୍ଡାମାନ ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହୋଇଥିବାବେଳେ କେରଳରେ ଆସନ୍ତା ୨୬ ତାରିଖ ବେଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ତେବେ ଓଡ଼ିଶାରେ କେବେ ମୌସୁମୀ ବାୟୁ ଛୁଇଁବ ତାହା ଜୁନ୍‌ ୧ ତାରିଖ ବେଳକୁ ସ୍ପଷ୍ଟ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଆକାଶରୁ ବର୍ଷୁଛି ନିଆଁ, ଅସହ୍ୟ ତାତିରୁ ନିସ୍ତାର ନାହିଁ: ଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ଆଜି ବି ଟ୍ଵିନସିଟିକୁ ରେଡ୍ ଆଲର୍ଟ
ଭୁବନେଶ୍ୱର: ଆକାଶରୁ ବର୍ଷୁଛି ନିଆଁ, ଅସହ୍ୟ ତାତିରୁ ନିସ୍ତାର ନାହିଁ । ମୁଣ୍ଡଫଟା ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ସମଗ୍ର ଓଡ଼ିଶା ଭୀଷଣ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଥିବା ବେଳେ ଏଭଳି ସ୍ଥିତି ଆହୁରି ୪-୫ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏ ନେଇ ଟୁଇନ ସିଟି ଭୁବନେଶ୍ୱର ଓ କଟକ ପାଇଁ ଆଜି ପୁଣି ରେଡ୍ ଆଲର୍ଟ ଜାରି କରାଯାଇଛି। ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଲଗାତର ଦ୍ୱିତୀୟ ଦିନ ଲାଗି ଦୁଇ ସହରକୁ ରେଡ୍ ଆଲର୍ଟ ଜାରି କରାଯାଇଛି।

ଆଜି ବି ରାଜଧାନୀ ଭୁବନେଶ୍ୱରରେ ଦିନ ୧୧ଟା ୩୦ ସୁଦ୍ଧା ୪୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱର, ଚାନ୍ଦବାଲି ଓ କେନ୍ଦୁଝରରେ ୪୦ ଡିଗ୍ରୀ ତଥା ତା’ଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ଭୁବନେଶ୍ବରର ତାପମାତ୍ରା ୪୪ ଦଶମିକ ୬ ଡିଗ୍ରୀ ସେଲସିୟସ ଥିଲା । ଅନୁଗୁଳ ପରେ ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ଥିଲା ଭୁବନେଶ୍ୱର। କଟକରେ ଗତକାଲି ସର୍ବାଧିକ ତାପମାତ୍ରା ୪୩.୪ ଡିଗ୍ରୀ ସେଲସିୟସ ଥିଲା ।