Election Campaigning - The Sakala

ଆଜି କେନ୍ଦୁଝର ଓ ଭଦ୍ରକ ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଆଜି କେନ୍ଦୁଝର ଓ ଭଦ୍ରକ ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୁଇଟି ଲୋକସଭା କ୍ଷେତ୍ରର ତିନିଟି ନିର୍ବାଚନମଣ୍ଡଳିରେ ନବୀନ କରିବେ ହାଇଭୋଲଟେଜ କ୍ଯାମ୍ପେନ । ପ୍ରଥମେ ସକାଳ ୧୦ଟା ୫୫ରେ କେନ୍ଦୁଝର ନିର୍ବାଚନମଣ୍ଡଳିରେ ମୁଖ୍ଯମନ୍ତ୍ରୀ ପହଞ୍ଚି ପ୍ରଚାର କରିବେ। ବିଶାଳ ଜନସଭାକୁ ଉଦବୋଧନ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ।

ଏହାପରେ ଆନନ୍ଦପୁର ନିର୍ବାଚନମଣ୍ଡଳିକୁ ଯାଇ ଶଙ୍ଖ ଚିହ୍ନରେ ଆଶୀର୍ବାଦ ଭିକ୍ଷା କରିବେ। ପରେ ଭଦ୍ରକ ଜିଲ୍ଲା ଲୋକସଭା କ୍ଷେତ୍ରର ଭଣ୍ଡାରିପୋଖରୀକୁ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ମୁଖ୍ଯମନ୍ତ୍ରୀ। ନବୀନଙ୍କ ପ୍ରଚାର ସଭାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ଲୋକସଭା ପ୍ରାର୍ଥୀଙ୍କ ସହ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ରହିବେ।

ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ବିରୋଧୀ, ସୂର୍ଯ୍ୟଙ୍କୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛି ବିଜେପି: କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ବର: ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ବିରୋଧୀ। ସୂର୍ଯ୍ୟଙ୍କୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛି ବିଜେପି। କିଛି ଏଭଳି କହି ଆଜି କଂଟାବାଞ୍ଜି ସଭାରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଆଜି ଟିଟିଲାଗଡ, କଂଟାବାଞ୍ଜି ଓ ପାଟଣାଗଡରେ ନିର୍ବାଚନ ପ୍ରଚାର କରିଥିଲେ ପାଣ୍ଡିଆନ। ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମଧ୍ୟ ମାଗିଥିଲେ। ଆଉ ଓଡିଶା ଗସ୍ତରେ ଆସି ପଶ୍ଟିମଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପଶ୍ଟିମ ଓଡିଶାରୁ ହିଁ କଡା ଜବାବ ଦେଇଛନ୍ତି ପାଣ୍ଡିଆନ୍‌ । ସେ କହିଛନ୍ତି, ଯଦି ବିରୋଧୀ ନବୀନଙ୍କୁ ସ୍ୱଚ୍ଛ କହୁନାହାନ୍ତି ତେବେ ଏମାନେ ସ୍ୱଚ୍ଛତାର ପ୍ରକୃତ ଅର୍ଥ ଜାଣିନାହାନ୍ତି ।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ କହୁଛନ୍ତି ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ଦେବେ, ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ନାହିଁ । ଯଦି ନବୀନ ସ୍ୱଚ୍ଛ ନୁହଁନ୍ତି ତେବେ ବିରୋଧୀ ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ବୋଲି କହି ନଡ୍ଡାଙ୍କୁ କଡା ସମାଲୋଚନା କରିଛନ୍ତି ପାଣ୍ଡିଆନ। ଏହାସହ ସେ କହିଛନ୍ତି, ସୂର୍ଯ୍ୟକୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛନ୍ତି ବିରୋଧୀ। ନବୀନ ସୂର୍ଯ୍ୟଙ୍କ ଭଳି ସ୍ୱଚ୍ଛ ହେଲେ ବିରୋଧୀଙ୍କ ସ୍ୱଚ୍ଛତା ନାହିଁ । ବିଜେପି ଟିକେଟ ଦେଇଥିବା ଏକାଧିକ ପ୍ରାର୍ଥୀମାନଙ୍କ ନାଁରେ ଅପରାଧୀକ ମାମଲା ରହିଛି । ଏଭଳି ଲୋକଙ୍କୁ ପ୍ରାର୍ଥୀ କରି ଏମାନେ ନବୀନଙ୍କୁ ସ୍ୱଚ୍ଛତା ଶିଖାଇବେ ବୋଲି ପ୍ରଶ୍ନ କରି ସଭାମଂଚରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି କାର୍ତ୍ତିକ।

ନିର୍ବାଚନ ଥିବାରୁ ବାହାରୁ ଆସି ବଡ ବଡ କଥା କହୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ଏମାନଙ୍କୁ ଆପଣ ୨୦ ତାରିଖରେ ଉଚିତ ଜବାବ ଦେବେ ବୋଲି ଜନସାଧାରଣଙ୍କୁ ନିବେଦନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ନିର୍ବାଚନ ସମୟରେ ବିରୋଧୀ ଦଳର ନେତା ଓ ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସୁଛନ୍ତି । ହେଲେ ସେମାନେ ଓଡିଶା କେଉଁଠି ଜାଣନ୍ତି ନାହିଁ କି ଓଡିଶାବାସୀଙ୍କୁ ଜାଣନ୍ତିନି । ପର୍ଯ୍ୟଟକ ଭଳି ଆସି ମିଛ କଥା କହି ପଳାଇବେ । ସେମାନଙ୍କ ପ୍ରତିଶ୍ରୁତିକୁ ବିଶ୍ବାସ କରନ୍ତୁନି ବୋଲି ପାଟଣାଗଡରେ କହିଛନ୍ତି ପାଣ୍ଡିଆନ। ହରିଶଙ୍କର ମନ୍ଦିରର ରୂପାନ୍ତରଣ ପାଇଁ ୨୮ କୋଟି, ବାଇପାସ ଲାଗି ୧୫୦ କୋଟି ଟଙ୍କା ଦିଆଯାଇଛି ବୋଲି ସେ କହିଛନ୍ତି ।

ଆଜି ବରଗଡ଼ ଓ ବଲାଙ୍ଗୀରରେ ମାରାଥନ ପ୍ରଚାର କରିବେ ନବୀନ
ଭୁବନେଶ୍ବର: ଆଜି ପଶ୍ଚିମ ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ ନବୀନ ପଟ୍ଟନାୟକ । ବଲାଙ୍ଗୀର ଓ ବରଗଡ଼ ଗସ୍ତରେ ମାରାଥନ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ । ପଶ୍ଚିମ ଓଡ଼ିଶାର ଦୁଇଟି ଲୋକସଭା କ୍ଷେତ୍ରର ୪ଟି ସ୍ଥାନରେ ନନଷ୍ଟର ପ୍ରଚାର କରିବେ ବିଜେଡି ସୁପ୍ରିମୋ । ନିଜେ ଲଢୁଥିବା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ଦୁଇଟି ସ୍ଥାନରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ ନବୀନ ।

ମୁଖ୍ୟମନ୍ତ୍ରୀ ସକାଳ ୧୦ଟା ୪୫ରେ ଉତକେଲା ଏୟାରପୋର୍ଟରେ ପହଞ୍ଚିବେ। ସେଠାରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡାରେ ସେ ଜନସଭାକୁ ସମ୍ବୋଧନ କରିବେ । ପରେ ମୁରିବାହାଲରେ ଜନସଭାରେ ଯୋଗଦେବେ । ସେଠାରୁ ବଲାଙ୍ଗୀର ଯାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ଆଶୀର୍ବାଦ ମାଗିବେ । ପରେ ଅପରାହ୍ନରେ ବରଗଡ଼ ଯାଇ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।

ତଳସରାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର, ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଭୋଟରଙ୍କୁ କଲେ ଅପିଲ
ତଳସରା: ସୁନ୍ଦରଗଡ ତଳସରା ବିଧାନସଭା କ୍ଷେତ୍ରରୁ ଭୋଟରଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ନିର୍ବାଚନୀ ସଭାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ୫ଜଣ ଭୋଟରଙ୍କୁ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିବାକୁ ସେ ଅପିଲ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ, ସୁନ୍ଦରଗଡରେ ହକିର ବିକାଶ ହେଉ କି ଅନ୍ୟାନ୍ୟ ବିକାଶମୂଳକ ଯୋଜନା, ମୁଖ୍ୟମନ୍ତ୍ରୀ କେଉଁଥିରେ ବି ଅବହେଳା କରିନାହାଁନ୍ତି । କିନ୍ତୁ ତଳସରାବାସୀ ଉଭୟ ସାଂସଦ ଓ ବିଧାୟକ ବାଛିବାରେ ନବୀନଙ୍କୁ କମ ଆଶୀର୍ବାଦ କରୁଛନ୍ତି। କିନ୍ତୁ ବିଧାୟକ ହୁଅନ୍ତୁ ବା ସାଂସଦ ସେମାନେ ଅଞ୍ଚଳ ପାଇଁ କଣ କରୁଛନ୍ତି ତଳସରାବାସୀ ତାର ସମୀକ୍ଷା କରନ୍ତୁ।

ମିଶନ ଶକ୍ତି ମହିଳାଙ୍କ ପାଇଁ ପେନସନ ଠାରୁ ଆରମ୍ଭ କରି କାଳିଆ ଛାତ୍ରବୃତ୍ତି, ଚାଷୀ ପରିବାର ପାଇଁ ବାହାଘର ସହାୟତା ଭଳି ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ। ତଳସରାର ବିଭିନ୍ନ ଷ୍ଟାଡିୟମରେ ହକି ଖେଳିବାକୁ ସିନଥେଟିକ ଆଷ୍ଟ୍ରୋଟର୍ଫ ବାବଦରେ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତଳସରାର ୬୦ ହଜାର ୫୦୦ କେନ୍ଦୁପତ୍ର ତୋଳାଳିଙ୍କୁ ମିଳୁଥିବା ବୋନସ ପରିମାଣ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି। ଆଜି ଯାହାବି ଆବେଦନ ମିଳିଛି ନିର୍ବାଚନ ପରେ ସେସବୁକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ବିଚାର କରି ପୂରଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

ଓଡ଼ିଶାରେ ପହଞ୍ଚି ସତ୍ୟଭାମାପୁର ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ରାହୁଲ ଗାନ୍ଧି
ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଓଡ଼ିଶାରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି । ମଧୁବାବୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ରାହୁଲ । ସେଠାରେ କିଛି ସମୟ ସ୍ମୃତିଚାରଣ କରିବା ପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାପରେ କସ୍ତୁରବା ଆଶ୍ରମ ଯାଇ ସେଠାରେ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ରାହୁଲ ଗାନ୍ଧି ।

ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସାଲେପୁର ଗସ୍ତ କରିଛନ୍ତି ରାହୁଲ । ସାଲେପୁରରେ ସାଧାରଣ ଜନସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ରାହୁଲ । ସାଲେପୁର ସଭାରେ କଂଗ୍ରେସ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ସଭାରେ ୪ଟି ଲୋକସଭା ଆସନ- କଟକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଏବଂ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗ ଦେଇଛନ୍ତି। ରାହୁଲଙ୍କ ପାଇଁ ଦଳୀୟ କର୍ମୀ ଉତ୍ସାହିତ ଅଛନ୍ତି। ଏହାପରେ ୨ଟା ୧୫ରେ ଭୁବନେଶ୍ୱର ଫେରିଆସିବେ ।

ଆଜି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସୁଛନ୍ତି ଜେ ପି ନଡ୍ଡା ଓ ରାହୁଲ ଗାନ୍ଧି
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ତାରିଖ ପାଖେଇ ଆସୁଥିବା ବେଳେ ନିର୍ବାଚନୀ ପାଣିପାଗ ସରଗରମ ହେବାରେ ଲାଗିଛି। ବିଶେଷକରି ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନିର୍ବାଚନ ପ୍ରଚାରର ଶୁଭ ଶଙ୍ଖ ଫୁଙ୍କିବା ପରେ ବିରୋଧୀ ଶିବିର ଚଳଚଞ୍ଚଳ ହୋଇଉଠିଛି। ଗତ ୨୫ ତାରିଖରେ ବିଜେପିର ବରିଷ୍ଠ ନେତା ଅମିତ୍‌‌ ଶାହା ସୋନପୁରରୁ ନିର୍ବାଚନ ପ୍ରଚାର କରି ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ୍‌‌ ହୋଇ ଉଠିଥିବା ବେଳେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ପ୍ରଚାର ପାଇଁ ଓଡ଼ିଶା ଆସୁଛନ୍ତି। ଏହି ଦୁଇ ହେଭିୱେଟ୍‌‌ଙ୍କ ପ୍ରଚାର ରାଜ୍ୟ ରାଜନୀତି ପାଣିପାଗକୁ ଆହୁରି ଉଷ୍ମ କରିବ ବୋଲି ଆକଳନ କରୁଛନ୍ତି ରାଜନୀତିକ ସମୀକ୍ଷକ।

ସୂଚନା ଅନୁଯାୟୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଭୁବନେଶ୍ୱର ବିମାନବନ୍ଦରରେ ଅପରାହ୍ଣ ୪ଟା ୩୦ରେ ପହଞ୍ଚିବେ। ବିମାନବନ୍ଦରରୁ ସେ ସିଧାସଳଖ ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଯିବେ। ଅପରାହ୍ଣ ସାଢ଼େ ୫ଟାରେ ନଡ୍ଡା ମୟୂରଭଞ୍ଜର ଆମ୍ୱପୁଆ ଠାରେ ଏକ ସାଧାରଣସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସନ୍ଧ୍ୟା ୬ଟା ୪୫ରେ ସେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେବେ। ଏହି ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେବେ। ବ୍ରହ୍ମପୁରରେ ରାତ୍ରି ରହଣି କରି ଆସନ୍ତାକାଲି ସକାଳେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଆଜି ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଦିନ ୧୧ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କଟକର ସତ୍ୟଭାମାପୁର ଯିବେ। ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସତ୍ୟଭାମାପୁରରୁ ହେଲିକପ୍ଟର ଯୋଗେ ସାଲେପୁର ଯିବେ। ସେଠାରେ ସେ ଦଳ ପକ୍ଷରୁ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହାପରେ ରାହୁଲ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

ଗୋଟିଏ ଦିନରେ ଜାତୀୟ ରାଜନୀତିର ଦୁଇ ହେଭିୱେଟ ନେତା ଓଡ଼ିଶା ଆସୁଥିବାରୁ ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ୍‌‌ ଉଷ୍ମତା ଭରିଯାଇଛି। ବିଶେଷକରି ବିଜେପି ଓ କଂଗ୍ରେସର ସମର୍ଥକମାନେ ଦଳୀୟ ନେତାଙ୍କ ଓଡ଼ିଶା ଆଗମନକୁ ନେଇ ବେଶ୍‌‌ ଉତ୍ସାହିତ ଅଛନ୍ତି।