WhatsApp Service - The Sakala

ଘରେ ବସି ହ୍ୱାଟ୍‌ସଆପ୍‌ରେ ପାଇବେ ରାଜସ୍ୱ ସେବା, ସମସ୍ୟା ନ ଶୁଣିଲେ ସିଧାସଳଖ ମନ୍ତ୍ରୀଙ୍କୁ କରିବେ ଅଭିଯୋଗ
ଓଡ଼ିଶାବାସୀଙ୍କ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ଜମିଜମା ସମ୍ପର୍କିତ କାମ ପାଇଁ ବାରମ୍ବାର ତହସିଲ ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ। ଖୁବଶୀଘ୍ର ହ୍ୱାଟ୍‌ସଆପ୍‌ (WhatsApp) ଜରିଆରେ ଉପଲବ୍ଧ ହେବ ରାଜସ୍ୱ ସେବା। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

୨୪ ଘଣ୍ଟିଆ ସେବା ଓ ଦୁର୍ନୀତି ନିବାରଣ

ରାଜସ୍ୱ ବିଭାଗ ପକ୍ଷରୁ ଏଣିକି ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯିବ। ଜମିଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ହ୍ୱାଟ୍‌ସଆପ୍‌ ମାଧ୍ୟମରେ ଗ୍ରହଣ କରାଯିବ। କେବଳ ଅଭିଯୋଗ ଗ୍ରହଣ କରାଯିବ ନାହିଁ, ବରଂ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ ମଧ୍ୟ କରାଯିବ। ଏହାଦ୍ୱାରା ବିଭାଗୀୟ ଦୁର୍ନୀତି ବନ୍ଦ ହେବା ସହ ସାଧାରଣ ଲୋକଙ୍କୁ ଅଯଥା ହଇରାଣ ହେବାକୁ ପଡ଼ିବ ନାହିଁ।

ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଯଦି ନିର୍ଦ୍ଧାରିତ ସମୟ ଭିତରେ ସମସ୍ୟାର ସମାଧାନ କରା ନ ଯାଏ କିମ୍ବା କୌଣସି ଦୁର୍ନୀତି ଅଭିଯୋଗ ଆସେ, ତେବେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ତଳ ସ୍ତରରେ କାମ ନହେଲେ ଅଭିଯୋଗକାରୀ ସିଧାସଳଖ ରାଜସ୍ୱ ମନ୍ତ୍ରୀଙ୍କୁ ହ୍ୱାଟ୍‌ସଆପ୍‌ରେ ଅଭିଯୋଗ କରିପାରିବେ।

ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ଏହି ନୂତନ ହ୍ୱାଟ୍‌ସଆପ୍‌ ସେବାକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ରାଜ୍ୟର ୫୫ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସୁପ୍ରିମକୋର୍ଟର ହ୍ବାଟ୍‌ସଆପ୍‌ ସେବା ଆରମ୍ଭ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ହ୍ବାଟ୍‌ସଆପ୍‌ ସେବା ଆରମ୍ଭ ହୋଇଛି। ଏହା ମାଧ୍ୟମରେ ଓକିଲଙ୍କୁ କଜ୍‌ ଲିଷ୍ଟ (ଶୁଣାଣି ତାରିଖ), ମାମଲା ଦାଖଲ ଏବଂ ଏହା ତାଲିକାଭୂକ୍ତ ହେବା ସମ୍ବନ୍ଧିତ ତଥ୍ୟ ପ୍ରଦାନ କରାଯିବ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ ଗୁରୁବାର ଏହି ଘୋଷଣା କରିଛନ୍ତି। ହ୍ବାଟ୍‌ସଆପ୍‌କୁ ସୁପ୍ରିମକୋର୍ଟର ଆଇଟି ସର୍ଭିସ ସହ ଯୋଡ଼ି ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ବୋଲି ସିଜେଆଇ କହିଛନ୍ତି। ସେ ହ୍ବାଟ୍‌ସଆପ୍‌ ନଂ ମଧ୍ୟ ଜାରି କରିଛନ୍ତି। ତେବେ ଏଥିରେ କୌଣସି ମେସେଜ କିମ୍ବା କଲ୍‌ ଆସିବ ନାହିଁ। ଏହି ପଦକ୍ଷେପ ଦ୍ବାରା କାର୍ୟ୍ୟଶୈଳୀ ବଦଳିବ ଏବଂ କାଗଜ ବଞ୍ଚିବ ବୋଲି ଉଲ୍ଲେଖ କରିଛନ୍ତି।