Heat Stroke - The Sakala

ପିଲାମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ ପ୍ରବଳ ଗ୍ରୀଷ୍ମପ୍ରବାହ: NDMA ପକ୍ଷରୁ ସତର୍କ ସୂଚନା
ଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଏହା ଛୋଟ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ପିଲାମାନଙ୍କ ଠାରେ ଦେଖାଯାଉଥିବା ଗ୍ରୀଷ୍ମ ଜନିତ ରୋଗ ଏବଂ ହିଟ୍ ଷ୍ଟ୍ରୋକ୍ (Heat Stroke) ସମ୍ପର୍କରେ ସତର୍କ ସୂଚନା ଜାରି କରିଛନ୍ତି। ଏହି ପରିସ୍ଥିତିରୁ ପିଲାଙ୍କୁ ରକ୍ଷା କରିବା ପାଇଁ ଅଭିଭାବକମାନେ ବିଶେଷ ଧ୍ୟାନ ଦେବା ଆବଶ୍ୟକ।

ଗ୍ରୀଷ୍ମ ଜନିତ ରୋଗର ବିଭିନ୍ନ ପର୍ଯ୍ୟାୟ

NDMA ପକ୍ଷରୁ ଗ୍ରୀଷ୍ମ ଜନିତ ରୋଗର ଲକ୍ଷଣଗୁଡ଼ିକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ପ୍ରାରମ୍ଭିକ ଲକ୍ଷଣ, ଚେତାବନୀ ଲକ୍ଷଣ ଏବଂ ଜରୁରୀକାଳୀନ ଲକ୍ଷଣ। ପିଲାଙ୍କ ଶରୀରରେ ଏହିସବୁ ଲକ୍ଷଣ ପ୍ରତି ଧ୍ୟାନ ଦେଲେ ବଡ଼ ବିପଦରୁ ବର୍ତ୍ତି ହେବ।

ପ୍ରାରମ୍ଭିକ ଓ ଚେତାବନୀ ଲକ୍ଷଣ

ପ୍ରାଥମିକ ପର୍ଯ୍ୟାୟରେ ପିଲାମାନଙ୍କୁ ଅତ୍ୟଧିକ ଶୋଷ ଲାଗିବା, କ୍ଳାନ୍ତ ଅନୁଭବ କରିବା ଏବଂ ଅଧିକ ଝାଳ ବୋହିବା ଭଳି ଲକ୍ଷଣ ଦେଖାଦିଏ। ଏହାଛଡ଼ା ମୁଣ୍ଡବିନ୍ଧା, ବିରକ୍ତିଭାବ, ମାଂସପେଶୀରେ ଯନ୍ତ୍ରଣା କିମ୍ବା ବାନ୍ତି ଲାଗିବା ଆଦି ଚେତାବନୀ ଲକ୍ଷଣ ଭାବରେ ବିବେଚନା କରାଯାଏ। ଏହି ସମୟରେ ତୁରନ୍ତ ସତର୍କ ହେବା ଜରୁରୀ ଅଟେ।

ଜରୁରୀକାଳୀନ ଲକ୍ଷଣ ଏବଂ ପଦକ୍ଷେପ

ଯଦି ପିଲାର ଶରୀରର ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଏ, ଝାଳ ବୋହିବା ବନ୍ଦ ହୋଇଯାଏ, ଚେତା ହରାଇବା ଭଳି ସ୍ଥିତି ଉପୁଜେ କିମ୍ବା ଶ୍ୱାସକ୍ରିୟାରେ ଅସୁବିଧା ହୁଏ, ତେବେ ଏହା ଏକ ଜରୁରୀକାଳୀନ ପରିସ୍ଥିତି। ଏଭଳି ସ୍ଥିତିରେ ବିଳମ୍ବ ନକରି ତୁରନ୍ତ ଡାକ୍ତରୀ ସହାୟତା ନେବା ଆବଶ୍ୟକ।

ଗ୍ରୀଷ୍ମରୁ ବର୍ତ୍ତିବା ପାଇଁ ସୁରକ୍ଷା ଉପାୟ

ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ପାଇଁ ପିଲାମାନଙ୍କୁ ବାରମ୍ବାର ପାଣି ପିଆଇବା ନିହାତି ଜରୁରୀ ବୋଲି NDMA ପରାମର୍ଶ ଦେଇଛି। ଏହାବ୍ୟତୀତ ପିଲାଙ୍କୁ ହାଲୁକା ଏବଂ ସୂତା ପୋଷାକ ପିନ୍ଧାଇବା, ଖରା ସମୟରେ ବାହାରକୁ ନଛାଡ଼ିବା ଏବଂ ତାଜା ଫଳରସ ବା ଲେମ୍ବୁ ପାଣି ଦେବା ଦ୍ୱାରା ସେମାନଙ୍କୁ ସୁସ୍ଥ ରଖାଯାଇପାରିବ।

ସାଉଦିରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି: ମୃତ୍ୟୁସଂଖ୍ୟା ହଜାରେକୁ ବୃଦ୍ଧି, ୧୪୦୦ ନିଖୋଜ
ମକ୍କା: ସାଉଦି ଆରବରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏଥିଯୋଗୁଁ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅସହ୍ୟ ଗୁଳୁଗୁଳିରେ ହଜ୍‌ ଯାତ୍ରା ପାଇଁ ମକ୍କା ଯାଇଥିବା ହଜାରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହେଲାଣି। ସାଉଦି ଆରବର ଜଣେ କୂଟନୀତିଜ୍ଞ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଇଜିପ୍ଟର ସର୍ବାଧିକ ୬୫୮ ଜଣ ସାମିଲ ଅଛନ୍ତି। ଆହୁରି ୧୪୦୦ ଜଣ ନିଖୋଜ ଅଛନ୍ତି। ରିପୋର୍ଟ ଅନୁଯାୟୀ ଗତ ୧୨ରୁ ୧୯ ତାରିଖ ମଧ୍ୟରେ ୭୦ ଭାରତୀୟ ହଜ୍‌ଯାତ୍ରୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଭାରତର ହଜ୍‌ କମିଟି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ସର୍ବାଧିକ ଲକ୍ଷେ ୭୫ ହଜାର ଲୋକ ହଜ୍‌ ଯାତ୍ରାରେ ମକ୍କା ଯାଇଛନ୍ତି। ଅନ୍ୟପକ୍ଷରେ କେରଳର ହଜ୍‌ମନ୍ତ୍ରୀ ଅବଦୁରରେହମାନ ଭାରତୀୟଙ୍କ ସୁରକ୍ଷା ପାଇଁ ଜରୁରୀ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

ହିଟ୍ ଷ୍ଟ୍ରୋକ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍‌ସ ଭୁବନେଶ୍ୱରରେ ସ୍ୱତନ୍ତ୍ର ୟୁନିଟ୍
ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ହିଟ୍‌ ଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍‌ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍‌ କାର୍ଯ୍ୟକାରୀ ହୋଇଛି। ଅସହ୍ୟ ଗ୍ରୀଷ୍ମ କାରଣରୁ ଦେଖାଯାଉଥିବା ସନ୍‌ ଷ୍ଟ୍ରୋକ୍‌ ତଥା ଅନ୍ୟାନ୍ୟ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ଏମ୍‌ସରେ ଏହି ଉତ୍ସର୍ଗୀକୃତ ୟୁନିଟ୍‌ କାର୍ଯ୍ୟ କରିବ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ତଥା ଏନେଇ ସୃଷ୍ଟି ହେଉଥିବା ସମ୍ଭାବ୍ୟ ଆପତକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଏମ୍‌ସ ଭୁବନେଶ୍ୱର ସ୍ବତନ୍ତ୍ର ହିଟ୍‌ ଷ୍ଟ୍ରୋକ୍‌ ୟୁନିଟ୍‌ ବିଶେଷ ସହାୟକ ହେବାନେଇ ଆଶାବ୍ୟକ୍ତ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ଆବଶ୍ୟକୀୟ ଚିକିତ୍ସା ସୁବିଧା ସହିତ ବିଭିନ୍ନ ବିଭାଗର ଡାକ୍ତରଙ୍କ ପକ୍ଷରୁ ଏହି ୟୁନିଟ୍‌ରେ ସେବା ପ୍ରଦାନ କରାଯିବ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି। ସେହିପରି ପ୍ରଖର ଖରାରେ ନିହାତି ଆବଶ୍ୟକ ନଥିଲେ ବାହାରକୁ ନବାହାରିବାକୁ ସେ ପରାମର୍ଶ ଦେଇଛନ୍ତି। ଜରୁରୀ ପରିସ୍ଥିତିରେ ଦିନବେଳା ବାହାରକୁ ଯିବା ସମୟରେ ସମସ୍ତ ସତର୍କତାମୂଳକ ପଦକ୍ଷେପ ଯେପରିକି ସାଙ୍ଗରେ ଛତା, ଓଦା ଗାମୁଛା କିମ୍ବା ଟାୱେଲ୍‌ ଏବଂ ପାଣି ବୋତଲ ଭଳି ସାମଗ୍ରୀ ନେବାକୁ ଡ. ବିଶ୍ବାସ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

ଆୟୁଷ ବିଭାଗରେ କାର୍ଯ୍ୟକ୍ଷମ ଛଅ ଶଯ୍ୟା ବିଶିଷ୍ଟ ଏହି ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ ୟୁନିଟ୍ ଗତ ସପ୍ତାହରୁ କାର୍ଯ୍ୟକ୍ଷମ ହୋଇଥିବା ଏମ୍‌ସ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ସୂଚନା ଦେଇଛନ୍ତି। ଏଯାବତ ଏମ୍‌ସ ଭୁବନେଶ୍ବର ପକ୍ଷରୁ ପ୍ରାୟ ୧୫ରୁ ଊର୍ଧ୍ବ ସନ୍‌ ଷ୍ଟ୍ରୋକ୍‌ ପିଡ଼ୀତ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଗଲାଣି। ଜେନେରାଲ୍ ମେଡିସିନ୍, ଟ୍ରମା ଏବଂ ଜରୁରୀକାଳୀନ ପରିସ୍ଥିତି ଏବଂ ଆୟୁଷ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକରେ ଏହି ୟୁନିଟ୍‌ର ସଫଳ ପରିଚାଳନା କାର୍ଯ୍ୟଶୈଳୀ ପ୍ରସ୍ତୁତି ସୁନିଶ୍ଚିତ କରାଯାଇଥିଲା।

ମେଡିସିନ୍ ବିଭାଗ ସହକାରୀ ପ୍ରଫେସର ଡ. ଶ୍ରୀକାନ୍ତ ବେହେରାଙ୍କୁ ହିଟ୍ ଷ୍ଟ୍ରୋକ ୟୁନିଟ୍ ର ନୋଡାଲ୍ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି। ଏହି ୟୁନିଟ୍‌ରେ ଆବଶ୍ୟକୀୟ ପର୍ଯ୍ୟାପ୍ତ ପରିମାଣର ଔଷଧ, ଓଆର୍‌ଏସ ଆଦି ଗଚ୍ଛିତ ରଖାଯାଇଛି। ସେହିପରି ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଡାକ୍ତରୀ କର୍ମଚାରୀମାନେ ସଜାଗ ଅଛନ୍ତି। ଜନସାଧାରଣଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଏମ୍‌ସ ଭୁବନେଶ୍ୱର ସର୍ବଦା ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି। ଏଥିସହିତ ଏହି ଗ୍ରୀଷ୍ମ ପ୍ରବାହ ଏବଂ ପ୍ରଚଣ୍ଡ ତାତିର ଅବଧି ମଧ୍ୟରେ ଲୋକମାନେ ସେମାନଙ୍କ ସୁସ୍ଥତାକୁ ପ୍ରାଥମିକତା ଦେବା ଆବଶ୍ୟକ।