Padma shri Binod kumar pasayat - The Sakala

ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଭେଟିଲେ ପ୍ରଣବ ଓ ରୋହିତ
ସମ୍ବଲପୁର: ବିଶିଷ୍ଟ ସଙ୍ଗୀତ ସାଧକ, ଗୀତିକାର, କବି ତଥା ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଭେଟିଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ ।

ଆଜି ସକାଳେ ଉଭୟେ ଶ୍ରୀ ଦାସ ଓ ଶ୍ରୀ ପୂଜାରୀ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହିତ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ପ୍ରଣବ ପ୍ରକାଶ। ତାଙ୍କର ଜୀବନବ୍ୟାପୀ ସାଧନାକୁ ପ୍ରଣାମ କରିବା ସହିତ ଭାଷା ସାହିତ୍ୟ ପାଇଁ ତାଙ୍କର ଅବଦାନ ଚୀରସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ।

ପଦ୍ମଶ୍ରୀ ବିନୋଦ ପଶାୟତ ବୃତ୍ତିରେ ଜଣେ ବାରିକ ଅଟନ୍ତି। ସମ୍ବଲପୁରୀ ସାହିତ୍ୟ ରଚନା କରିବାର ନିଶା ଆଜି ତାଙ୍କୁ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଆଣିଦେଇଛି। ପ୍ରକାଶ ଥାଉକି ପଦ୍ମଶ୍ରୀ ବିନୋଦ ପଶାୟତ ତାଙ୍କର ସେଲୁନ ଦୋକାନରେ ହିଁ ସାହିତ୍ୟ ସାଧନା କରୁଥିଲେ। ବିଶିଷ୍ଟ ସମ୍ବଲପୁରୀ ନାଟକ ମୁଇଁ ନାଇଁ ମରେଁ ତାଙ୍କୁ ଖ୍ୟାତି ଆଣିଦେଇଥିଲା।

ତାଙ୍କ ରଚିତ ୧୨ ଗୋଟି ସମ୍ବଲପୁରୀ ନାଟକ ମଧ୍ୟରୁ ଉଖି, ଲିତା, ଚିହ୍ନା, ଭରନା ଆଦି ନାଟକରେ ଉଚ୍ଚକୋଟିର ସାହିତ୍ୟ ସୃଷ୍ଟି ସର୍ଜନା ପରିଲକ୍ଷିତ ହୁଏ। ସମର୍ପଣ, ଆଦିବାସୀ ଓ ପରସ୍ତ୍ରୀ ଭଳି ଓଡିଆ ସିନେମାରେ ସେ ମଧ୍ୟ ଗୀତ ଲେଖିଛନ୍ତି। ତାଙ୍କର ଅନେକ କାବ୍ୟ କବିତା ଓ ଗୀତ ଆଜି ବି ଜନମାନସରେ ଚୀରସବୁଜ ହୋଇ ରହିଛି। ତାଙ୍କ ଭଳି ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ସାକ୍ଷାତ କରି ଗର୍ବ ଅନୁଭବ କରୁଥିବା ପ୍ରଣବ ପ୍ରକାଶ ଦାସ କହିଥିଲେ।