Kakatpur - The Sakala
ମାମୁଁ ଘରେ ପଶି ମାଇଁଙ୍କ ଭଉଣୀକୁ ବୀଭତ୍ସ ହତ୍ୟା କଲା ନିଶାସକ୍ତ ଭଣଜା
କାକଟପୁର: କୋଣାର୍କ କାକଟପୁରର ଚାଞ୍ଚଲ୍ୟ । ମାମୁଁ ଘରେ ପଶି ମାଇଁଙ୍କ ଭଉଣୀକୁ ବୀଭତ୍ସ ହତ୍ୟା କଲା ନିଶାସକ୍ତ ଭଣଜା । କାକଟପୁର ଥାନା ଅଧୀନ ରେଶଙ୍କରେଶ୍ବରରେ ଘଟିଛି ଏପରି ହତ୍ୟାକାଣ୍ଡ । ଗତକାଲି  ବିଳମ୍ବିତରେ ଏକ ଧାରୁଆ ଛୁରୀରେ ମାଇଁଙ୍କ ଭଉଣୀ ମିଲିପ୍ରିୟା ବେହେରାଙ୍କ ତଣ୍ଟି କାଟି ହତ୍ୟା କରିବା ସହ ତାଙ୍କ ଦେହସାରା ଛୁରୀରେ ଆଘାତ କରିଥିଲେ ଭଣଜା ସ୍ମୃତି ରଞ୍ଜନ ସ୍ୱାଇଁ । ହତ୍ୟାକାଣ୍ଡ ସ୍ଥାନଠୁ ୫୦ ମି. ଦୂରରେ କେନାଲ ତଳୁ ଅଚେତ୍ ଅବସ୍ଥାରେ ଅଭିଯୁକ୍ତ ପଡି ରହିଥିବା ଦେଖିବାକୁ ମିଳିଥିଲା । ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ବାଙ୍ଗୁରୀଗାଁ ମେଡିକାଲକୁ ସ୍ଥାନାନ୍ତର କରିଛି । ଅଭିଯୁକ୍ତର ଘର ଅସ୍ତରଙ୍ଗ ବେଗୁଆନିଆବସ୍ତ ବୋଲି ଜଣାପଡିଛି ଜଣାପଡିଛି।
ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ମାମୁଁ ଘରେ ରହି କାମ କରୁଥିଲା ଭଣଜା ସ୍ମୃତି ରଞ୍ଜନ ସ୍ୱାଇଁ ଓରଫ ରାହୁଲ । ତେବେ କାମ କରି ନପାରିବାରୁ ମାମୁ ତାଙ୍କୁ ଘରୁ ବାହାର କରି ଦେଇଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଭଣଜା ହତ୍ୟା କରିଥିବା କୁହାଯାଉଛି। ତେବେ ହତ୍ୟାର ପ୍ରକୃତ କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ
କାକଟପୁର: ପରଲୋକରେ କାକଟପୁରର ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେନ୍ଦ୍ର ନାଥ ନାୟକ। ୯୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ସୁରେନ୍ଦ୍ର। କାକଟପୁର ରାଜନୀତିରେ ଜଣେ ଲୋକପ୍ରିୟ ରାଜନେତା ଭାବେ ବେଶ୍‌ ପରିଚିତ ଥିଲେ ସୁରେନ୍ଦ୍ର। ତେବେ କାକଟପୁରରୁ ସେ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ଅସ୍ତରଙ୍ଗ ପଂଚାୟତର ଚେୟାରମ୍ୟାନ ଭାବେ ନିଜର ରାଜନୈତିକ କ୍ୟାରିଆର ଆରମ୍ଭ କରିଥିଲେ ସୁରେନ୍ଦ୍ର ନାୟକ। ୧୯୭୧ ମସିହାରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୧୯୭୭ ଏବଂ ୧୯୮୫ ମସିହାରେ ଜନତା ପାର୍ଟିରୁ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପରେ ୧୯୯୦ ଜନତା ଦଳରେ , ୧୯୯୫ ଉପନିର୍ବାଚନରେ ଜନତା ଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୦୦ ଏବଂ ୨୦୦୪ ମସିହାରେ ବିଜେଡି ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ି କାକଟପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥିସହ ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ସୁରେନ୍ଦ୍ର ନାୟକ।
କାକଟପୁର ରାଜନୀତିରେ ସେ ଥିଲେ ଜଣେ ଟାଣୁଆ ରାଜନେତା। ସରପଞ୍ଚ ଭାବେ ରାଜନୀତି ମୈଦାନକୁ ଓହ୍ଲାଇଥିବା ସୁରେନ୍ଦ୍ର ଶିକ୍ଷା, ସ୍ୱାସ୍ଥ୍ୟ, ରାଜସ୍ୱ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସୁଚାରୂରୂପେ ତୁଲାଇଥିଲେ। ୧୯୭୭ ମସିହାରେ ସେ ବିଧାନସଭାରେ ଉପବାଚସ୍ପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ପରେ ସେ ୨୦୦୦ ମସିହାରେ ପଂଚାୟତିରାଜ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିବା ବେଳେ ୨୦୦୨ରେ ସେ ଗଣଶିକ୍ଷା ଓ ୨୦୦୪ରେ କୃଷି ବିଭାଗର ମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଥିଲେ। ବିଭିନ୍ନ ସମୟରେ ପଦବୀରେ ଥାଇ ସେ ଜନସ୍ୱାର୍ଥ କାମ କରି ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଆଜି ୯୩ ବର୍ଷ ବୟସରେ ରାଜଧାନୀସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ଏଭଳି ଜଣେ ଧୂରୀଣ ରାଜନେତାଙ୍କୁ ହରାଇ ରାଜ୍ୟ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି।
ଓଲଟିଲା ପାନ ପତ୍ର ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌; ୨ ମୃତ, ୧୪ ଆହତ
କାକଟପୁର: ରଜରେ ସକାଳୁ ସକାଳୁ ଅଘଟଣ । ପାନ ପତ୍ର ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳର ୨୦ରୁ ଅଧିକ ପାନ ବ୍ୟବସାୟୀ ପାନ ବିକ୍ରି କରିବାକୁ ନୟାହାଟ ଓ ପିପିଲି ପାନ ମାର୍କେଟକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦ୍ରୁତଗତିରେ ଥିବା ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ କାକଟପୁର ଥାନା ନିକଟସ୍ଥ ଜଗନ୍ନାଥପୁର ଛକ ନିକଟ ମୁଖ୍ୟରାସ୍ତା ଉପରେ ଓଲଟି ପଡିଥିଲା। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୧୪ରୁ ଅଧିକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୮ ଜଣଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। କାକଟପୁର ପୁଲିସ ଦୁର୍ଘଟଣାଗ୍ରସ୍ତ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।
କାକଟପୁର: ଆଜି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଶେଷ ପାଳି ଯାତ୍ରାରେ ମା’ଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା। ଏହି ଅବସରରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରିବା ସହ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି। ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ ମାଆ ମଙ୍ଗଳାଙ୍କ ନେତ୍ରୋତ୍ସବ ଠାରୁ ଆରମ୍ଭ ହୋଇ ଥିବା ମା’ଙ୍କ ପାଳିଯାତ୍ରା ଆଜି ପଞ୍ଚମ ପାଳି ମଙ୍ଗଳବାରରେ ଝାମୁ ଯାତ୍ରା ପରେ ଏହି ପାଳିଯାତ୍ରା ଶେଷ ହୋଇଛି।
ଚୈତ୍ର ମାସର ପ୍ରଥମ ମଙ୍ଗଳବାରରୁ ମା’ଙ୍କ ପାଳି ଯାତ୍ରା ଆରମ୍ଭ ହୋଇ ବୈଶାଖ ମାସ ପ୍ରଥମ ମଙ୍ଗଳବାର ପର୍ଯ୍ୟନ୍ତ ପଞ୍ଚମ ପାଳିରେ  ମା’ଙ୍କ ପାଳିଯାତ୍ରା ଶେଷ ହେବା ସହ ମାଙ୍କ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଜି ଭୋର ୩ଟାରୁ  ସ୍ନାନ ମାର୍ଜଣା, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ପରେ ରାଜ ରାଜେଶ୍ଵରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା । ଭୋର ୫ଟାରେ ସାହାଣମେଳା ପରେ ସାଧାରଣ ଦର୍ଶନ ପାଇଁ ପହଡ ଖୋଲିଥିଲା । ମାଙ୍କ ଦର୍ଶନ ପାଇଁ ଆଜି ପୀଠରେ ଲକ୍ଷାଧିକ ଭକ୍ତ ଭିଡ଼ ଦେଖିବାକୁ ମିଳିଛି  ।