Passport services closed - The Sakala

ଓଡ଼ିଶାରେ ମିଳୁନି ପାସପୋର୍ଟ ସେବା, ରାଜ୍ୟ ବାହାରକୁ ଯାଉଛନ୍ତି ଆବେଦନକାରୀ
ଭୁବନେଶ୍ୱର: ଓଡ଼ିଶାରେ ରହିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ। ହେଲେ ଏଠାରେ ପାସ୍‌‌ପୋର୍ଟ ସେବା ଠପ୍‌‌ ହୋଇଯାଇଛି। ଫଳରେ ଲୋକେ ପାସପୋର୍ଟ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ପାସ୍‌‌ପୋର୍ଟ ସେବା ପାଇବାକୁ ହେଲେ ଓଡ଼ିଶାବାସୀଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡ଼ୁଛି।

ଏପ୍ରିଲ ମାସରୁ ସଫ୍ଟ୍‌‌ୱେର ସମସ୍ୟା ଯୋଗୁଁ ରାଜ୍ୟର ପାସ୍‌‌ପୋର୍ଟ ଆବେଦନକାରୀ ଏଭଳି ସମସ୍ୟା ଭୋଗୁଛନ୍ତି। ବାରମ୍ବାର ଧାରଣା, ପ୍ରତିବାଦ କରୁଛନ୍ତି। ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଆଗରେ ପାଟିତୁଣ୍ଡ କରୁଛନ୍ତି। ଏଠାରେ ତାଲା ପକାଇବାକୁ ମଧ୍ୟ ବହୁବାର ଉଦ୍ୟମ ହେଲାଣି। ହେଲେ ପାସପୋର୍ଟ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ନ କରିପାରି ଏକପ୍ରକାର ହାତଟେକି ଦେଇଛନ୍ତି।

ମେ’ ୧୪ରେ ଭୁବନେଶ୍ୱରରେ ପାସ୍‌‌ପୋର୍ଟ ପାଇଁ ଆବେଦନ କଲେ ତାସା। ଭେରିଫିକେସନ ପାଇଁ ଜୁନ୍‌‌ ୨୬କୁ ସ୍ଲଟ୍‌‌ ବୁକିଂ ହୋଇଥିଲା। ଟେକ୍ନିକାଲ ସମସ୍ୟା ଯୋଗୁଁ ଏହା ବାତିଲ୍‌‌ ହୋଇଗଲା। ପୁନଃ ଆବେଦନ କରିବାରୁ ସେପ୍ଟେମ୍ବର ୬କୁ ସ୍ଲଟ୍‌‌ ବୁକିଂ ତାରିଖ ଦର୍ଶାଇଲା। ସେ ଏଠାରେ ବାରମ୍ବାର ହଇରାଣ ହେବା ଅପେକ୍ଷା ଗତ ୧୦ରେ ଆନ୍ଧ୍ରପ୍ରଦେଶର ଭାଇଜାଗରେ ପାସ୍‌‌ପୋର୍ଟ ପାଇଁ ଆବେଦନ କରିଥିଲେ। ସେଠୁ ଭେରିଫିକେସନ୍‌‌ ସାରି ଘରକୁ ଫେରିଛନ୍ତି। କେବେଳ ତାସା ନୁହେଁ ଏଭଳି ଅନେକ ଲୋକ ପାସପୋର୍ଟ ସମ୍ପର୍କିତ କାମ ପାଇଁ ରାଜ୍ୟ ବାହାରେ ଥିବା କାର୍ଯ୍ୟାଳୟ ଉପରେ ନିର୍ଭର କରୁଛନ୍ତି। ପାସପୋର୍ଟ ପାଇଁ ଅଧିକାଂଶ ଆବେଦନକାରୀ ଏବେ ପଡ଼ୋଶୀ ରାଜ୍ୟ ପାସ୍‌‌ପୋର୍ଟ ଅଫିସ୍‌‌ ଭରସାରେ ତତ୍କାଳ ଆବେଦନ ପାଇଁ ରାଞ୍ଚି, କୋଲକାତା ଓ ଭାଇଜାଗ୍‌‌ ଚାଲି ଯାଉଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ କାହାକୁ ଆବେଦନ ପାଇଁ ସ୍ଲଟ୍‌‌ ମିଳୁନି। ଆଉ କିଏ ଆବେଦନ ପ୍ରକ୍ରିୟା ଶେଷ କଲା ପରେ ବି ପାସପୋର୍ଟ ପାଉନି। ଏପରିକି ୱେବ୍‌‌ସାଇଟ୍‌‌ରୁ ଅଚାନକ ଭାବେ ଆବେଦନକାରୀଙ୍କ ନାଁ, ଗାଁ, ଠିକଣା ଗାଏବ୍‌‌ ହୋଇଯାଉଛି। ସେମାନଙ୍କ ଟଙ୍କା ବି ଫସିଯାଉଛି। ଗତ ଏପ୍ରିଲରୁ ବର୍ତ୍ତମାନ ସୁଧା ଲକ୍ଷାଧିକ ଲୋକ ଆବେଦନ କରି ଏଭଳି ହିନସ୍ତା ଭୋଗୁଛନ୍ତି। ପ୍ରତିଦିନ ସାଧାରଣ ଭାବେ ରାଜ୍ୟରେ ୧ ହଜାରରୁ ଅଧିକ ସ୍ଲଟ୍‌‌ ଏବଂ ତତ୍କାଳ ୮୦ଟି ସ୍ଲଟ୍‌‌ ବୁକିଂ ହୋଇଥାଏ। ହେଲେ ଏବେ ୧୩୦ ଛୁଇଁବା କଷ୍ଟ ହୋଇପଡ଼ୁଛି। ଗତ ଏପ୍ରିଲରୁ ପ୍ରାୟ ଲକ୍ଷାଧିକ ଲୋକେ ପାସପୋର୍ଟ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ସ୍ଲଟ୍‌‌ ମିଳୁନି। ସେମାନେ ୩ ଥର ସ୍ଲଟ୍‌‌ ବୁକ୍‌‌ ତାରିଖ ବଦଳାଇ ସାରିଛନ୍ତି ଏହାସତ୍ତ୍ବେ ବି ସ୍ଲଟ୍‌‌ ମିଳୁନାହିଁ। ସ୍ଲଟ୍‌‌ ମିଳିଲେ ବି ପରବର୍ତ୍ତୀ ସମୟରେ ଏହା ବାତିଲ ହୋଇଯାଇଛି। ପାସ୍‌‌ପୋର୍ଟ ଅଫିସ୍‌‌କୁ ଦୌଡ଼ି ଦୌଡ଼ି ସେମାନେ ନୟାନ୍ତ ହୋଇପଡ଼ିଲେଣି। ତତ୍କାଳ ଆବେଦନ ପାଇଁ ୩ ହଜାର ୫ ଶହ ଟଙ୍କା ଆବଦେନକାରୀଙ୍କ ଆକାଉଣ୍ଟରୁ କଟୁଥିବାବେଳେ ସାଧାରଣ ଆବେଦନ ପାଇଁ ୧୫୦୦ ଟଙ୍କା ଦେବାକୁ ପଡୁଛି। ଅଧିକାଂଶ ସମୟରେ ଏହି ଟଙ୍କା ଫସିଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଲଲାଟେନ୍ଦୁ ମହାପାତ୍ର ନାମକ ଜଣେ ବ୍ୟକ୍ତି ମେ’ ୨୨ରେ ପାସ୍‌‌ପୋର୍ଟ ସ୍ଲଟ୍‌‌ ବୁକିଂ କରିଥିଲେ। ତାଙ୍କର ଭେରିଫିକେସନ୍‌‌ ହୋଇପାରିଲାନି। ଆସନ୍ତା ୨୪ ତାରିଖର ବୁକିଂ ଏବେ ବାତିଲ୍‌‌ ଦର୍ଶାଉଛି। ଆଞ୍ଚଳିକ ପାସ୍‌‌ପୋର୍ଟ ଅଧିକାରୀ(ଆର୍‌‌ପିଓ) ବି ନିରୁତ୍ତର। ସଫ୍ଟୱେର୍‌‌ ଉପରେ ଦୋଷ ଲଦୁଛନ୍ତି। କ’ଣ କରିବି? ଲଲାତେନ୍ଦୁ ମହାପାତ୍ର ନାମକ ବ୍ୟକ୍ତି ଏନେଇ ‘ଏକ୍ସ’ରେ କ୍ଷୋଭ ପ୍ରକାଶ କରିଛନ୍ତି।

ନୂଆ ପାସ୍‌‌ପୋର୍ଟ ସଫ୍ଟୱେର (ପାସ୍‌‌ପୋର୍ଟ ସେବା ପୋଗ୍ରାମ ୨.୦) କାର୍ଯ୍ୟାକାରୀ ହେବା ଦିନ ଠାରୁ ଏଭଳି ହୋଇଛି। ଅନ୍‌‌ଲାଇନ୍‌‌ ଆବେଦନରେ ଘଣ୍ଟା ଘଣ୍ଟା ବିତିଯାଉଛି। ଯଦିଓ, କୌଣସିମତେ ଆବେଦନ ସରିଗଲା। ତଥାପି ଦୁଃଖ ସରୁନି। ମାସ ମାସ ଧରି ସ୍ଲଟ୍‌‌ ବୁକିଂ ଝିନ୍‌‌ଝଟ୍‌‌ ଲାଗି ରହୁଛି। ଯାଞ୍ଚ ପାଇଁ ଧାର୍ଯ୍ୟ ତାରିଖ ଏକାଧିକ ଥର ବାତିଲ୍‌‌ ହେଉଛି। ପୁଲିସ ଯାଞ୍ଚ ପ୍ରକ୍ରିୟା, ଅଫିସିଆଲ୍‌‌ କାମରେ ବି ଅହେତୁକ ବିଳମ୍ବ ହେଉଛି। ପାସ୍‌‌ପୋର୍ଟ ଅଫିସ୍‌‌ ଚକ୍କର କାଟି କାଟି ନୟାନ୍ତ ହେଉଛନ୍ତି ଆବେଦନକାରୀ। ଏପରିସ୍ଥଳେ ବିଦେଶ ଯାତ୍ରା କରିବାକୁ ଆଶାବନ୍ଧି ବସିଥିବା ଛାତ୍ରଛାତ୍ରୀ, ଶ୍ରମିକ, ମହିଳା, ଉଚ୍ଚ ଶିକ୍ଷିତ ବିଦେଶ ଚାକିରି ଆଶାୟୀଙ୍କ ବିଦେଶ ଯିବା ସ୍ୱପ୍ନ ମଉଳି ଗଲାଣି। ନିଜ ଭାଗ୍ୟ ଭବିଷ୍ୟତକୁ ନେଇ ସେମାନେ ଏବେ ଅନ୍ଧାରରେ ରହିଛନ୍ତି। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ କେନ୍ଦ୍ର ସରକାର, ପାସପୋର୍ଟ କାର୍ଯ୍ୟାଳୟ, ବିଦେଶ ମନ୍ତ୍ରଣାଳୟକୁ ନିଜ ସମସ୍ୟା ନେଇ ବାରମ୍ବାର ଅବଗତ କଲେ ମଧ୍ୟ କେହି ଏହାର ଉତ୍ତର ଦେଉ ନାହାନ୍ତି। ଯାହାକୁ ନେଇ ଆବେଦନକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼଼ିବାରେ ଲାଗିଛି।

ଏ ସମ୍ପର୍କରେ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ପୁରୁଣା ସଫ୍ଟୱେର (ପାସ୍‌‌ପୋର୍ଟ ସେବା ପୋଗ୍ରାମ ୧.୦) ଜରିଆରେ ୨୦୧୪ ମସିହାରୁ ସବୁ କାମ ଠିକ୍‌‌ଠାକ୍‌‌ ଚାଲିଥିଲା। ଏପ୍ରିଲରେ ନୂଆ ସଫ୍ଟୱେର କାର୍ଯ୍ୟକାରୀ ହୋଇଥିଲା। ଭୁବନେଶ୍ୱର ସହ ନାଗପୁର ପାସ୍‌‌ପୋର୍ଟ ଅଫିସ୍‌‌ରେ ପରୀକ୍ଷାମୂଳକ ଭାବେ ଏହାକୁ ଲାଗୁ ହୋଇଥିଲା। ଆଗକୁ ଦେଶ ସାରା ଏହି ସଫ୍ଟୱେର ସଂଯୋଗ କରାଯାଇଥାନ୍ତା। ହେଲେ, ପ୍ରାରମ୍ଭରୁ ସଫ୍ଟୱେର ପୋଗ୍ରାମିଂ ଫେଲ୍‌‌ ମାରିଛି। ପୂର୍ବରୁ କେବଳ ଭୁବନେଶ୍ୱର ପାଇଁ ଦୈନିକ ୫୭୦ ସ୍ଲଟ୍‌‌ ବୁକିଂ ହେଉଥିଲା। ଅନ୍ୟ ଜିଲ୍ଲାର ପୋଷ୍ଟ ଅଫିସ୍‌‌ରେ ବୁକିଂ ସଂଖ୍ୟା ପାଖାପାଖି ୫୦୦ ଛୁଉଁଥିଲା। ଏବେ ଭୁବନେଶ୍ୱର ପାଇଁ କଷ୍ଟେମଷ୍ଟେ ମାତ୍ର ୧୨୦ ସ୍ଲଟ୍‌‌ ବୁକିଂ ସମ୍ଭବ ହେଉଛି। ଅନ୍ୟ ଜିଲ୍ଲା ପୋଷ୍ଟ ଅଫିସ୍‌‌କୁ ମାତ୍ର ୫ଟି ବୁକିଂ ଦିଆଯାଉଛି।

ତିନି ସପ୍ତାହ ହେଲା ପାସ୍‌‌ପୋର୍ଟ ସେବା ବନ୍ଦ: ନୂଆ ଓ ନବୀକରଣ ଅପେକ୍ଷାରେ ୮୦ ହଜାର ଆବେଦନକାରୀ
ଭୁବନେଶ୍ୱର: ଓଡ଼ିଶାରେ ପାସ୍‌‌ପୋର୍ଟ ସେବା ଆଜକୁ ୨୫ଦିନ ହେବ ଠପ୍‌‌ ହୋଇଯାଇଛି। ଟେକ୍ନିକାଲ ସମସ୍ୟା ପାଇଁ ଆବେଦନକାରୀ ପାସ୍‌‌ପୋର୍ଟ ପାଇପାରୁ ନାହାନ୍ତି। ପୁରୁଣା ପୋର୍ଟାଲ ବଦଳିବା ପରେ ଏଭଳି ସମସ୍ୟା ହୋଇଥିବା ଅଭିଯୋଗ ହୋଇଛି। ଆବେଦନ କାରୀ ନୂଆପଲ୍ଲୀ ଅଫିସ୍‌‌ରୁ ରସୁଲଗଡ଼ ଅଫିସ୍‌‌କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଲେଣି। ନା ସେମାନଙ୍କୁ ମିଳୁଛି ସ୍ଲଟ୍‌‌, ନା ଫେରିପାଉଛନ୍ତି ଆକାଉଣ୍ଟରୁ କଟିଥିବା ଟଙ୍କା। ପ୍ରତିଦିନ ପାସ୍‌‌ପୋର୍ଟ ଅଫିସ୍‌‌ ଆଗରେ ଆବେଦନକାରୀ ହୋ ହାଲ୍ଲା କରୁଛନ୍ତି। ପାର୍ସପୋର୍ଟ ଅଫିସ୍‌‌ କର୍ମଚାରୀ ସ୍ଥାନୀୟ ପିସିଆର ଭ୍ୟାନ୍‌‌କୁ ଡାକିଲେ ମଧ୍ୟ ସେମାନେ ହାତ ଟେକି ଚାଲି ଯାଉଛନ୍ତି। ଏଭଳି ସମସ୍ୟା ପାଇଁ ବିଦେଶରେ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ଭବିଷ୍ୟତ ଏବେ ଅନିଶ୍ଚିତା ଭିତରେ ରହିଛି। ବଡ଼ କଥା ହେଲା ବିଦେଶରେ ଚାକିରି ଏବଂ ପାଠ ପଢ଼ୁଥିବା ଛାତ୍ରମାନେ ବିଶେଷ କରି ଏହି ସମସ୍ୟାରେ ପିଡୀତ ହୋଇଛନ୍ତି। ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଏକାଧିକ ବ୍ୟକ୍ତି କେନ୍ଦ୍ର ସରକାରଙ୍କୁ ସୋସିଆଲ୍‌‌ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ରେ ମେସେଜ୍‌‌ କରିଛନ୍ତି।

ଖବର ନେବାରେ ଜଣାଯାଇଛି ଯେ ପାସ୍‌‌ପୋର୍ଟ ଅଫିସ୍‌‌ର ଯେଉଁ ପୁରୁଣା ୱେବ୍‌‌ସାଇଟ୍‌‌ ଥିଲା, ତାହାକୁ ଗତ ମାସରେ ପରିବର୍ତ୍ତନ କରାଯାଇ ନୂଆ ପୋର୍ଟାଲ ଖୋଲାଯାଇଛିା। ଯାହାଫଳରେ ଗତ ମାର୍ଚ୍ଚ ୧ରୁ ଏହି ପର୍ଯ୍ୟନ୍ତ ଏହି ଟେକ୍ନିକାଲ ସମସ୍ୟା ଦେଖା ଦେଇଛି। ନୂଆ ପୋର୍ଟାଲରେ ଆବେଦନକାରୀ ଆବେଦନ କରି ସଫଳ ପାଉନାହାନ୍ତି। ଆକାଉଣ୍ଟରୁ ଟଙ୍କା କଟୁଥିଲେ ମଧ୍ୟ କେତେବେଳେ ଡ୍ରପ୍‌‌ ଆଉଟ୍‌‌ ହୋଇଯାଉଛି, ତ ଆଉ କେତେବେଳେ ଆବେଦନ ପରେ ଆବେଦନକାରୀଙ୍କ ନାଁ ଉଡ଼ି ଯାଉଛି। ଆହୁରି ମଧ୍ୟ ନୂଆ ପୋର୍ଟାଲ ସମ୍ପର୍କରେ ଲୋକେ ଅବଗତ ନ ଥିବାରୁ ପାସ୍‌‌ପୋର୍ଟ ପାଇଁ ଆବେଦନ କରିବାରୁ ବଞ୍ଚିତ ହେଉଛନ୍ତି। ଗତ ୧ତାରିଖରୁ ବର୍ତ୍ତମାନ ସୁଧା ୮୦ ହଜାର ଲୋକ ଆବେଦନ କରି ଏଭହି ହିନସ୍ତା ଭୋଗୁଛନ୍ତି। ସେମାନଙ୍କ ଆକାଉଣ୍ଟରୁ ଟଙ୍କା କଟିଥିଲେ ମଧ୍ୟ ପାସ୍‌‌ପୋର୍ଟ ପାଇପାରିନାହାନ୍ତି। ତେଣୁ ପ୍ରତିଦିନ ରାଜ୍ୟର ବିଭନ୍ନ ଜିଲ୍ଲାରୁ ହଜାର ହଜାର ଲୋକ ୪୦ ଡିଗ୍ରୀ ଖରାରେ ଭୁବନେଶ୍ୱରକୁ ଆସି ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।

ଏଭଳି ସମସ୍ୟା ସମ୍ପର୍କରେ ପାସ୍‌‌ପୋର୍ଟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ସେମାନେ ହାତ ଟେକି ଦେଇଛନ୍ତି। ଆମେ କିଛି କରିପାରିବୁନି; ଦିଲ୍ଲୀରୁ ଏଭଳି ସମସ୍ୟା ହୋଇଛି ବୋଲି କହି କଥା ଏଡ଼ାଇ ଯାଉଛନ୍ତି। ପ୍ରତିଦିନ ସାଧାରଣ ଭାବେ ୪ଶହ ସ୍ଲଟ୍‌‌ ଏବଂ ତତ୍କାଳ ୮୦ଟି ସ୍ଲଟ୍‌‌ ବୁକିଂ ହୋଇଥାଏ। ଗତ ୧ତାରିଖରୁ ୮୦ହଜାର ଲୋକେ ଆବେଦନ କରିଥିଲେ ମଧ୍ୟ ସ୍ଲଟ୍‌‌ ମିଳୁନି। ସେମାନେ ୩ଥର ସ୍ଲଟ୍‌‌ ବୁକ୍‌‌ ତାରିଖ ବଦଳାଇ ସାରିଛନ୍ତି; କିନ୍ତୁ ସ୍ଲଟ୍‌‌ ମିଳୁନାହିଁ। ପାସ୍‌‌ପୋର୍ଟ ଅଫିସ୍‌‌କୁ ଦୌଡ଼ି ଦୌଡ଼ି ସେମାନେ ହତାଶ ହୋଇପଡ଼ିଲେଣି। ତକାôଳ ଆବେଦନ ପାଇଁ ୩ହଜାର ୫ଶହ ଟଙ୍କା ଆବଦେନକାରୀଙ୍କ ଆକାଉଣ୍ଟରୁ କଟୁଥିବାବେଳେ ସାଧାରଣ ଆବେଦନ ପାଇଁ ୧୫୦୦ ଟଙ୍କା ଦେବାକୁ ପଡୁଛି। ତକାôଳ ପାଇଁ ପୂର୍ବରୁ ୩ଟି ସ୍ଲଟ୍‌‌ ମିଳୁଥିବା ବେଳେ ବର୍ତ୍ତମାନ ୨ଟି ସ୍ଲଟ୍‌‌ ମିଳୁଛି; କିନ୍ତୁ ସାଧାରଣ ଆବେଦନ ପାଇଁ ସେହି ୩ଟି ସ୍ଳଟ୍‌‌ ରହିଛି। ଯଦି ୩ଟି ତାରିଖରେ ଆବେଦନକାରୀ ପାସ୍‌‌ପୋର୍ଟ ଅଫିସ୍‌‌ ନ ଆସେ, ତା’ହେଲେ ତାଙ୍କୁ ମଧ୍ୟ ଟଙ୍କା ଫେରସ୍ତ ମିଳୁନାହିଁ। ଆହୁରି ମଧ୍ୟ ୩ଥର ସ୍ଲଟ୍‌‌ ନମିଳିଲେ ଆଉ ପାସ୍‌‌ପୋର୍ଟ ଆବେଦନକାରୀ ପାଇପାରୁନାହାନ୍ତି। ସେମାନେ ପାଇବା ପାଇଁ ଏକାଧିକବାର ଅଫିସ୍‌‌ ଦୌଡ଼ିବାକୁ ପଡୁଛି। ପୁରୁଣା ଫାଇଲ୍‌‌କୁ ବନ୍ଦ କରିବା ପାଇଁ ଦୌଡ଼ିବାକୁ ପଡୁଛି। ଏପରିକି ଲୋକଙ୍କ ଆକାଉଣ୍ଟରୁ କଟିଥିବା ଟଙ୍କା ଫେରି ଆସିବା ପାଇଁ ସେଭଳି କିଛି ବ୍ୟବସ୍ଥା ନାହିଁ। ଯେଉଁଥିପାଇଁ ପରୋକ୍ଷରେ ଲୋକଙ୍କ ଠାରୁ ଅର୍ଥ ଲୁଟ୍‌‌ କରାଯାଉଥିବା ଅଭିଯୋଗ ହୋଇଛି। ଅନେକ ସମୟରେ ଜାଣିଶୁଣି ଦିନ ୧୧ଟା ପର୍ଯ୍ୟନ୍ତ ଅଧିକାରୀମାନେ ଲୋକଙ୍କୁ ପାସ୍‌‌ପୋର୍ଟ ଦେଉଛନ୍ତି; କିନ୍ତୁ ଏହାପରେ ସର୍ଭର କାମ କରୁନି କହି ଖେଳୁଛନ୍ତି। ଏହି ଟେକ୍ନିକାଲ ବା ବୈଷୟିକ ସମସ୍ୟା ସୁଧାରିବାକୁ ଗତ ଶୁକ୍ରବାର ଦିଲ୍ଲୀରୁ ଟିମ୍‌‌ ଆସିଥିଲେ ମଧ୍ୟ ସେମାନେ ଏହାର ଟେର୍‌‌ ପାଇନାହାନ୍ତି। କେବେ ଏହି ସମସ୍ୟାର ସମାଧାନ ହେବ, ତାହା ମଧ୍ୟ ଜଣାନାହିଁ। ଓଡ଼ିଶାରେ ପାସ୍‌‌ପୋର୍ଟ ସେବା ଠପ୍‌‌ ହୋଇଯାଇଥିବାରୁ ଲୋକେ ବିଦେଶ ଯାଇପାରୁନାହାନ୍ତି।

ଏ ସମ୍ପର୍କରେ ପାସ୍‌‌ପୋର୍ଟ ଅଧିକାରୀ ଶୁଧାଂଶୁ ଶେଖର ମିଶ୍ର କହିଛନ୍ତି ଯେ, ନୂଆ ସଫ୍ଟୱେୟାର ଜରୁରୀ ଥିଲା। ତେଣୁ ନୂଆ ସଫ୍ଟୱେୟାରରେ କାମ ଚାଲୁଛି। ଖୁବ୍‌‌ଶୀଘ୍ର ଏହି ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି।