Calcutta High Court - The Sakala

୩୦ ହଜାର ଲାଞ୍ଚ ନେଇ ଧରାପଡିଲେ ଖଣି ଉପନିର୍ଦ୍ଦେଶକ: ଘରୁ ମିଳିଲା ୪ କୋଟି ଟଙ୍କା, ଟ୍ରଲି ବ୍ୟାଗ୍ ଓ ଆଲମିରାରେ ଥାକ ଥାକ ନୋଟ୍
ଓଡ଼ିଶା ଭିଜିଲାନ୍ସ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ମାତ୍ର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିବା ଜଣେ ଖଣି ଅଧିକାରୀଙ୍କ ଘରୁ ନଗଦ ୪ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି। କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ତାଙ୍କ ଭୁବନେଶ୍ୱରସ୍ଥିତ ଫ୍ଲାଟରୁ ଏହି ବିପୁଳ ପରିମାଣର ଅର୍ଥ ଉଦ୍ଧାର କରାଯାଇଛି।

ଟ୍ରଲି ବ୍ୟାଗ୍ ଓ ଆଲମିରାରୁ ମିଳିଲା କୋଟି କୋଟି ଟଙ୍କା

ସୂଚନା ଅନୁଯାୟୀ, ଦେବବ୍ରତ ମହାନ୍ତି ଜଣେ କୋଇଲା ବ୍ୟବସାୟୀଙ୍କ ଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହାପରେ ଭୁବନେଶ୍ୱରର ପଟିଆ ସ୍ଥିତ ଶ୍ରୀବିହାରରେ ଥିବା ତାଙ୍କ ଫ୍ଲାଟରେ (ନେଚର୍ସ କ୍ରେଷ୍ଟ ଆପାର୍ଟମେଣ୍ଟ) ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଘରର ଆଲମିରା ଏବଂ ବିଭିନ୍ନ ଟ୍ରଲି ବ୍ୟାଗରେ ଥାକ ଥାକ ହୋଇ ରଖାଯାଇଥିବା ପ୍ରାୟ ୪ କୋଟି ଟଙ୍କା ମିଳିଥିଲା। ଭିଜିଲାନ୍ସ ଇତିହାସରେ କୌଣସି 'ଟ୍ରାପ୍ କେସ୍' ବା ଲାଞ୍ଚ ମାମଲାରେ ଏହା ସବୁଠାରୁ ବଡ଼ ନଗଦ ଜବତ ବୋଲି କୁହାଯାଉଛି।

କାହିଁକି ନେଉଥିଲେ ଲାଞ୍ଚ?

ଅଭିଯୋଗ ଅନୁଯାୟୀ, କୋଇଲା ଡିପୋର ସୁରୁଖୁରୁରେ ପରିଚାଳନା ଏବଂ କୋଇଲା ପରିବହନ ପାଇଁ ଅନୁମତି ପ୍ରଦାନ କରିବା ବାବଦକୁ ଦେବବ୍ରତ ବ୍ୟବସାୟୀଙ୍କ ଠାରୁ ଏହି ଲାଞ୍ଚ ଦାବି କରିଥିଲେ। ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ କାବୁ କରିଥିଲେ।

ଆହୁରି ମିଳିଲା ସମ୍ପତ୍ତିର ତାଲିକା

କେବଳ ନଗଦ ଟଙ୍କା ନୁହେଁ, ଚଢ଼ଉ ବେଳେ ଅନ୍ୟାନ୍ୟ ସମ୍ପତ୍ତିର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି:

* ଭୁବନେଶ୍ୱରର ପାହାଳ ଠାରେ ୨୪୦୦ ବର୍ଗଫୁଟର ଏକ ବିଶାଳ ଦୁଇ ମହଲା କୋଠା।

* ପ୍ରାୟ ୧୩୦ ଗ୍ରାମର ସୁନା ଅଳଙ୍କାର।

* କାର୍ଯ୍ୟାଳୟ ଡ୍ରୟରରୁ ୧.୨୦ ଲକ୍ଷ ଟଙ୍କା।

* ଭଦ୍ରକ ଜିଲ୍ଲା ମଠସାହିରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ଉ ଜାରି ରହିଛି।

ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱା ଏହାକୁ ଏକ ରେକର୍ଡ ଜବତ ବୋଲି ଅଭିହିତ କରିଛନ୍ତି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ପଶ୍ଚିମବଙ୍ଗ ଯିବେ ଓଡ଼ିଶା ଓ ଝାଡ଼ଖଣ୍ଡର ବିଚାରପତି: ଭୋଟର ତାଲିକା ସଂଶୋଧନ ପାଇଁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ
ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି ଚାହିଁଲେ ପଡୋଶୀ ରାଜ୍ୟ ଓଡ଼ିଶା ଏବଂ ଝାଡ଼ଖଣ୍ଡର ବିଚାରପତିମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ପ୍ରଦାନ କରିଛନ୍ତି।

କାହିଁକି ପଡ଼ିଲା ବାହାର ରାଜ୍ୟ ବିଚାରପତିଙ୍କ ଆବଶ୍ୟକତା?

ପଶ୍ଚିମବଙ୍ଗରେ ଭୋଟର ତାଲିକାର 'ସ୍ୱତନ୍ତ୍ର ଇଣ୍ଟେନସିଭ୍ ରିଭିଜନ୍' (SIR) ଚାଲିଛି। ଏଥିରେ ପ୍ରାୟ ୫୦ ଲକ୍ଷ ଆବେଦନ ଏବଂ ଅଭିଯୋଗର ଶୁଣାଣି ବାକି ଅଛି। ବର୍ତ୍ତମାନ ପଶ୍ଚିମବଙ୍ଗରେ ଥିବା ବିଚାରପତିଙ୍କ ସଂଖ୍ୟା ଏତେ ବିପୁଳ ପରିମାଣର ମାମଲା ସମାଧାନ ପାଇଁ ଯଥେଷ୍ଟ ନୁହେଁ। ଯଦି ଜଣେ ବିଚାରପତି ଦିନକୁ ୨୫୦ଟି ମାମଲା ଶୁଣାଣି କରନ୍ତି, ତେବେ ମଧ୍ୟ ଏହି ପ୍ରକ୍ରିୟା ଶେଷ ହେବାକୁ ୮୦ ଦିନ ଲାଗିବ। ଏହି ବିଳମ୍ବକୁ ଏଡ଼ାଇବା ପାଇଁ ସୁପ୍ରିମକୋର୍ଟ ଅନ୍ୟ ରାଜ୍ୟରୁ ବିଚାରପତି ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନିୟମ ଓ ସର୍ତ୍ତ

ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଓଡ଼ିଶା ଏବଂ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ଯୋଗାଯୋଗ କରି ସେଠାକାର ସିଭିଲ୍ ଜଜ୍ (କନିଷ୍ଠ କିମ୍ବା ବରିଷ୍ଠ ବିଭାଗ)ଙ୍କୁ ଡେପୁଟେସନରେ ଆଣିପାରିବେ। ଏଥିପାଇଁ ସମ୍ପୃକ୍ତ ବିଚାରପତିଙ୍କର ଅତିକମରେ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ଏହାବ୍ୟତୀତ ଅବସରପ୍ରାପ୍ତ ବିଚାରପତିମାନଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯାଇପାରିବ।

ଖର୍ଚ୍ଚ ବହନ କରିବେ ନିର୍ବାଚନ ଆୟୋଗ

ଅନ୍ୟ ରାଜ୍ୟରୁ ଆସୁଥିବା ବିଚାରପତିମାନଙ୍କ ଯାତାୟାତ, ରହଣି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଭାରତୀୟ ନିର୍ବାଚନ ଆୟୋଗ (ECI) ବହନ କରିବେ। ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ଅନ୍ୟ ରାଜ୍ୟର ବିଚାରପତିମାନେ ବଙ୍ଗଳା ଭାଷା ବୁଝିବାରେ ଅସୁବିଧା ହେବ ବୋଲି ଯୁକ୍ତି ବାଢ଼ିଥିଲେ ହେଁ ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରିନଥିଲେ।

ଓଡ଼ିଶାରେ ୩୦୦୦ ବଙ୍ଗଳାଭାଷୀ ଅଟକ, ଜବାବ ଲୋଡ଼ିଲେ କୋଲକାତା ହାଇକୋର୍ଟ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଛି ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା। ବେଆଇନ ଅନୁପ୍ରବେଶ ଅଭିଯୋଗରେ ଏଯାଏ ୩୦୦୦ ଲୋକଙ୍କୁ ଅଟକ ରଖାଯାଇଛି। ସେମାନେ ଭାରତର ନାଗରିକ କି ନୁହନ୍ତି, ତାହାର କଡ଼ାକଡ଼ି ଯାଞ୍ଚ କରାଯାଉଛି। ତେବେ ଅଧିକାଂଶ ବଙ୍ଗଳା ଭାଷୀଙ୍କ ନିକଟରେ ଆଧାର କାର୍ଡ, ଭୋଟର ପରିଚୟ ପତ୍ର. ରାସନକାର୍ଡ ରହିଥିବାରୁ ସେମାନଙ୍କୁ ଚିହ୍ନଟରେ ସରକାର ଅକଳରେ ପଡ଼ିଛନ୍ତି। ସେମାନେ ଭାରତୀୟ ବୋଲି ପ୍ରମାଣିତ କରିବା ନିମନ୍ତେ ଅଧିକ ପ୍ରମାଣ ଲୋଡ଼ିଛି ପୁଲିସ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଯେଉଁ ୩ ହଜାର ବଙ୍ଗଳା ଭାଷୀଙ୍କୁ ସନ୍ଦେହରେ ଅଟକାଯାଇଛି, ସେମାନଙ୍କ ମଧ୍ୟରେ କେବଳ ଝାରସୁଗୁଡ଼ାରେ ୪୪୪ ଜଣ ରହିଛନ୍ତି। ଏମାନେ ପଶ୍ଚିମବଙ୍ଗ ବାସିନ୍ଦା ଓ ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ପଶ୍ଚିମବଙ୍ଗର ସାଂସଦ ଓ ବିଧାୟକ ଦାବି କରିଛନ୍ତି। କଲିକତା ହାଇକୋର୍ଟ ମଧ୍ୟ ଏହି ମାମଲାରେ ହସ୍ତକ୍ଷେପ କରି ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି। ବଙ୍ଗଳା ଭାଷୀ ଏହି ଶ୍ରମିକମାନଙ୍କୁ କାହିଁକି ଓ କେଉଁ ଆଧାରରେ ଅଟକ ରଖାଯାଇଛି, ସେସଂପର୍କରେ ସୋମବାର ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏହି ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ଓଡ଼ିଶା ସରକାର ସହିତ ପଶ୍ଚିମବଙ୍ଗ ସରକାର କଥାବାର୍ତ୍ତା କରନ୍ତୁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅପରପକ୍ଷରେ ଚିହ୍ନଟ ପ୍ରକ୍ରିୟାକୁ ନେଇ ପୁଲିସ ମଧ୍ୟ ଅଡ଼ୁଆରେ ପଡ଼ିଛି। ପୁଲିସ ଉଠାଇ ନେଇଥିବା ଅଧିକାଂଶ ଲୋକଙ୍କ ପାଖରେ ଆଧାରକାର୍ଡ ଓ ଭୋଟରକାର୍ଡ ରହିଛି। ତେଣୁ ସେମାନେ ବାଂଲାଦେଶୀ ବୋଲି ପ୍ରମାଣ କରିବା ପୁଲିସ ପାଇଁ କଷ୍ଟସାଧ୍ୟ ହେଉଛି। ଯେଉଁମାନଙ୍କ ପାଖରେ ଭାରତର କୌଣସି ପରିଚୟପତ୍ର ନାହିଁଁ ସେମାନେ ବାଂଲାଦେଶୀ ବୋଲି ଚିହ୍ନଟ କରିପାରୁଛି। ମାତ୍ର ଓଡ଼ିଶା ଓ ପଶ୍ଚିମବଙ୍ଗରେ ଦୀର୍ଘଦିନ ହେଲା ରହି ଆଧାରକାର୍ଡ ଓ ଭୋଟରକାର୍ଡ ହାତେଇଥିବା ଲୋକଙ୍କୁ କିପରି ବାଂଲାଦେଶୀ ପ୍ରମାଣିତ କରିବ ତାହା ସମସ୍ୟା ପାଲଟିଛି। ପୁଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବଙ୍ଗଳା ଭାଷା କହୁ୍‌ଥିବା ଲୋକଙ୍କୁ ଉଠାଇ ନେଇ ପଚରାଉଚରା କରାଯାଉଛି। ସେମାନଙ୍କର ଆଧାରକାର୍ଡ ଏବଂ ଭୋଟରକାର୍ଡ ଅସଲି କି ନକଲି ତାହାର ଯାଞ୍ଚ କରାଯାଉଛି। ଯାଞ୍ଚ କରାଯିବା ପରେ ଅସଲ ହୋଇଥିବା ସ୍ପଷ୍ଟ ହେବା ପରେ ଜନ୍ମ ସାର୍ଟିଫିକେଟ ଏବଂ ଜମି ପଟ୍ଟା ମଗାଯାଉଛି। ବିଶେଷ କରି ଅଟକ ଥିବା ଅଧିକାଂଶ ଲୋକଙ୍କ ଘର ପଶ୍ଚିମବଙ୍ଗ ହୋଇଥିବା କହୁଛନ୍ତି। ତେଣୁ ତାଙ୍କ ଠାରୁ ଘରର ଠିକଣା ବୁଝାଯିବା ପରେ ପଶ୍ଚିମବଙ୍ଗର ପୁଲିସ ସହ ଯୋଗାଯୋଗ କରାଯାଉଛି। ଉକ୍ତ ବ୍ୟକ୍ତିଙ୍କ ଘର ପଶ୍ଚିମବଙ୍ଗ ନା ବାଂଲାଦେଶ, ତାହାର ଯାଞ୍ଚ କରାଯାଉଛି। ଏହାପରେ ଆଇନ୍‌ ଅନୁସାରେ ପଦେକ୍ଷପ ଗ୍ରହଣ କରାଯାଉଛି।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଏହି ୬ ଜିଲ୍ଲାରେ ଅଧିକାଂଶ ବାଂଲାଦେଶୀ ରହିଥିବା ମନେକରି ପୁଲିସ ଏହି ଜିଲ୍ଲାଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟା ଜୋରଦାର କରିଛି। ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ ସମସ୍ତ୍‌ ଜିଲ୍ଲା ଅଧିକାରୀ, ତଟ ସୁରକ୍ଷା ବାହିନୀ ସହ ସବୁ ଏଜେନ୍ସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ବିଧାନସଭାରେ ରଖିଥିବା ତଥ୍ୟ ଅନୁସାରେ ୧ଲକ୍ଷ ୫୭ ହଜାର ୪୩୨ଜଣ ବଂଲାଦେଶୀ ଶରଣାର୍ଥୀ ଓଡ଼ିଶାରେ ରହିଛନ୍ତି। ମାଲକାନଗିରିରେ ସର୍ବାଧିକ ୧ଲକ୍ଷ ୪ହଜାର ୨୩୩ ଜଣ, ନବରଙ୍ଗପୁରରେ ୪୬ ହଜାର, କେନ୍ଦ୍ରାପଡ଼ାରେ ୪୪୧, ଖୋର୍ଦ୍ଧାରେ ୪୬୫୩, ଯାଜପୁରରେ ୩୭୯, କଳାହାଣ୍ଡିରେ ୯୦, ବାଲେଶ୍ୱରରେ ୭୫, ଅନୁଗୁଳରେ ୧୫, କୋରାପୁଟରେ ୧୯୪, ରାୟଗଡ଼ାରେ ୩୦୪ଜଣ ଅଛନ୍ତି। ଏହାବ୍ୟତୀତ ୩୭୪୦ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ଆସିଛନ୍ତି। କେନ୍ଦ୍ରାପଡ଼ାରେ ସର୍ବାଧିକ ୧୬୪୯ ଜଣ ଓ ଜଗତସିଂହପୁରରେ ୧୧୧୨ଜଣ ରହିଛନ୍ତି। ନବରଙ୍ଗପୁରରେ ୧୦୬, ମାଲକାନଗିରିରେ ୬୫୫, ଖୋର୍ଦ୍ଧାରେ ୧୭, ଭଦ୍ରକରେ ୧୯୯, ବରଗଡ଼ରେ ୨ଜଣ ଅନୁପ୍ରବେଶକାରୀ ଅଛନ୍ତି।

ପଶ୍ଚିମବଙ୍ଗ ସରକାରଙ୍କୁ ବଡ ଝଟକା: ୨୦୧୦ ଠାରୁ ମିଳିଥିବା ସବୁ ଓବିସି ପ୍ରମାଣପତ୍ରକୁ ରଦ୍ଦ କଲେ ହାଇକୋର୍ଟ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା । ୨୦୧0ରୁ ଏଯାବତ୍ ଜାରି କରାଯାଇଥିବା ପ୍ରାୟ ୫ ଲକ୍ଷ ଓବିସି ସାର୍ଟିଫିକେଟ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ । ବର୍ତ୍ତମାନ ଓବିସି ପ୍ରମାଣପତ୍ର ଚାକିରି ଆବେଦନରେ ମଧ୍ୟ ଗ୍ରହଣ କରାଯିବ ନାହିଁ।ଏକ ଆବେଦନର ଶୁଣାଣି ବେଳେ କୋଲକାତା ହାଇକୋର୍ଟ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ, ୨୦୧0ରୁ ଜାରି କରାଯାଇଥିବା ଅନ୍ୟ ସମସ୍ତ ପଛୁଆ ଶ୍ରେଣୀ (ଓବିସି) ପ୍ରମାଣପତ୍ର ବାତିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋଲକାତା ହାଇକୋର୍ଟ ଜଷ୍ଟିସ ତପବ୍ରତ ଚକ୍ରବର୍ତ୍ତୀ ଏବଂ ରାଜଶେଖର ମନ୍ଥାଙ୍କ ଡିଭିଜନ ବେଞ୍ଚ ଆଜି ଏକ ଆବେଦନର ଶୁଣାଣି ବେଳେ ଏହି ନିଷ୍ପତ୍ତି ଦେଇଛନ୍ତି। ଏହି ଆବେଦନରେ ଓବିସି ସାର୍ଟିଫିକେଟ ପ୍ରଦାନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଥିଲା।

ଏହି ମାମଲାରେ କୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ୧୯୯୩ ଅଧିନିୟମ ଅନୁଯାୟୀ ଗଠିତ ପଶ୍ଚିମବଙ୍ଗ ପଛୁଆ ଆୟୋଗ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ପ୍ରକ୍ରିୟା ଅନୁଯାୟୀ ଓବିସି ସାର୍ଟିଫିକେଟ ପ୍ରସ୍ତୁତ କରାଯିବା ଉଚିତ। ପଶ୍ଚିମବଙ୍ଗ ପଛୁଆ ବର୍ଗ କମିଶନ ଆଇନ ଅନୁସାରେ ତାଲିକା ପ୍ରସ୍ତୁତ କରିବେ। ୨୦୧୦ ଠାରୁ ପ୍ରସ୍ତୁତ ହୋଇଥିବା ଓବିସି ତାଲିକା ବେଆଇନ ବୋଲି କୋର୍ଟ ରୁଲିଂ ଦେଇଛନ୍ତି। ପଶ୍ଚିମବଙ୍ଗ ପଛୁଆ ବର୍ଗ ଆଇନ ୨୦୧ର ସେକସନ ୨ଏଚ, ୫,୬ ଓ ସେକସନ ୧୬ ଏବଂ ଅନୁଚ୍ଛେଦ ୧ ଓ ୩କୁ ହାଇକୋର୍ଟ ଅସାମ୍ବିଧାନିକ କହି ରଦ୍ଦ କରି ଦେଇଛନ୍ତି।

୨୦୧୧ରେ ଦାଖଲ ହୋଇଥିବା ପିଆଇଏଲରେ ଦାବି କରାଯାଇଥିଲା ଯେ ୧୯୯୩ ମସିହା ପଶ୍ଚିମବଙ୍ଗ ପଛୁଆ ବର୍ଗ କମିଶନ ଆଇନକୁ ବାଇପାସ କରି ୨୦୧୦ ପରଠାରୁ ଓବିସି ପ୍ରମାଣପତ୍ର ଜାରି କରାଯାଇଥିଲା। ଯେଉଁମାନେ ପ୍ରକୃତରେ ପଛୁଆ ବର୍ଗର ସେମାନଙ୍କୁ ପ୍ରମାଣପତ୍ର ମିଳି ନଥିଲା। ଡିଭିଜନ ବେଞ୍ଚଙ୍କ ରାୟ ପରେ ୨୦୧୦ ପରଠାରୁ ଜାରି ହୋଇଥିବା ସମସ୍ତ ଓବିସି ପ୍ରମାଣପତ୍ର ଅସିଦ୍ଧ ହୋଇଯାଇଛି। ୨୦୧୦ ପୂର୍ବରୁ ଜାରି ହୋଇଥିବା ଓବିସି ପ୍ରମାଣପତ୍ର ଉପରେ ହାଇକୋର୍ଟଙ୍କ ରାୟର କୌଣସି ପ୍ରଭାବ ପଡ଼ିବ ନାହିଁ।

ମମତା ସରକାରଙ୍କୁ ବଡ଼ ଝଟକା, ୨୦୧୬ ସ୍କୁଲ ନିଯୁକ୍ତିକୁ ବାତିଲ କଲେ କୋଲକାତା ହାଇକୋର୍ଟ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଆଜି କିଛି ସମୟ ପୁର୍ବରୁ କୋଲକାତା ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ସରକାରୀ ପ୍ରାୟୋଜିତ ତଥା ସହାୟକ ବିଦ୍ୟାଳୟରେ ୨୦୧୬ ରାଜ୍ୟ ସ୍ତରୀୟ ପରୀକ୍ଷା ମାଧ୍ୟମରେ ନିଯୁକ୍ତ ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀଙ୍କ ସମସ୍ତ ନିଯୁକ୍ତିକୁ କୋର୍ଟ ବାତିଲ କରିଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ଯୋଗୁଁ ୨୫ ହଜାରରୁ ଅଧିକ ଶିକ୍ଷକ ରାଜ୍ୟରେ ଚାକିରି ହରାଇଛନ୍ତି ।

୨୦୧୬ ରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ସ୍କୁଲ ନିଯୁକ୍ତିରେ ଅନିୟମିତତା ଦେଖିବାକୁ ମିଳିଥିଲା । ଏହା ପରେ ପିଟିସନ ଏବଂ ଆବେଦନ କରାଯାଇଥିଲା ଏବଂ ଏହି ମାମଲା କୋଲକାତା ହାଇ କୋର୍ଟଙ୍କ ନିକଟକୁ ଆସିଥିଲା । ସ୍କୁଲ ନିଯୁକ୍ତି ଦୁର୍ନୀତିର ଯାଞ୍ଚ କରୁଥିବା ସିବିଆଇ ପୂର୍ବତନ ରାଜ୍ୟ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ପଶ୍ଚିମବଙ୍ଗ ରାଜ୍ୟ ର ସ୍କୁଲ ସେବା ଆୟୋଗ (ଏସଏସସି) ରେ ପଦବୀରେ ଥିବା କିଛି ଅଧିକାରୀଙ୍କୁ ମଧ୍ୟ ଗିରଫ କରିଥିଲା । ଏଥିସହିତ ସ୍କୁଲ ନିଯୁକ୍ତି ସ୍କାମର ଯାଞ୍ଚ ପାଇଁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ଦେବଙ୍ଗସୁ ବାସାକ ଏବଂ ଜଷ୍ଟିସ ମହମ୍ମଦ ଶବର ରଶିଦିଙ୍କୁ ନେଇ କୋଲକାତା ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଏହି ବିଦ୍ୟାଳୟରେ ଚାକିରି ପାଇଁ ନିଯୁକ୍ତି ପ୍ରକ୍ରିୟା ବାତିଲ କରିବାକୁ ନେଇଛନ୍ତି ନିଷ୍ପତ୍ତି । କୋର୍ଟର ଏହି ନିଷ୍ପତ୍ତି କାରଣରୁ ୨୫,୭୫୩ ଶିକ୍ଷକ ରାଜ୍ୟରେ ଚାକିରି ହରାଇଛନ୍ତି । ତେବେ ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଦରମାକୁ ସପ୍ତାହ ମଧ୍ୟରେ ଫେରସ୍ତ କରିବାକୁ କୋର୍ଟ ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ୨୦୧୬ ରେ ବିଦ୍ୟାଳୟରେ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତ କରିଥିଲେ । ଏହି ନିଯୁକ୍ତି ମାଧ୍ୟମରେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ଶିକ୍ଷକ ଚୟନ କରାଯାଉଥିଲା । ବିଦ୍ୟାଳୟରେ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଗ୍ରୁପ୍ ସି ଏବଂ ଗ୍ରୁପ୍ ଡି ବର୍ଗ ଅଧୀନରେ ଯୁବକମାନଙ୍କୁ ନିଯୁକ୍ତି ଦିଆଯାଉଥିଲା । ତେବେ ନିଯୁକ୍ତି ପରୀକ୍ଷା ପାଇଁ ପ୍ରାର୍ଥୀଙ୍କ ଦ୍ୱାରା ଦାଖଲ ହୋଇଥିବା ଓଏମଆର ସିଟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା ।

ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ମାମଲା ପୁଣି କଲିକତା ହାଇକୋର୍ଟରେ ପହଞ୍ଚିଥିଲା । ଏହି ପରିପ୍ରେକ୍ଷୀରେ କୋର୍ଟରେ ଅନେକ ପିଟିସନ ଦାଖଲ କରାଯାଇଥିଲା ଯେଉଁଥିରେ ନିଯୁକ୍ତି ପ୍ରକ୍ରିୟାର ଅନୁସନ୍ଧାନ ପାଇଁ ଦାବି ଉଠିଥିଲା । ଏହି ସମସ୍ତ ଆବେଦନକୁ କୋର୍ଟ ଏକତ୍ର ଶୁଣାଣି କରିଛନ୍ତି । ଏହି ନିଯୁକ୍ତି ସ୍କାମର ତଦନ୍ତ ପାଇଁ ହାଇକୋର୍ଟ ମଧ୍ୟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଅନୁସନ୍ଧାନକାରୀ ସଂସ୍ଥା ଏହାର ତଦନ୍ତ ରିପୋର୍ଟକୁ ଦୁଇ ମାସ ମଧ୍ୟରେ କୋର୍ଟରେ ଦାଖଲ କରିଥିଲେ । ରିପୋର୍ଟ ପାଇବା ପରେ ମାର୍ଚ୍ଚ ୨୦ ରେ ଶୁଣାଣି ଶେଷ ହୋଇଥିଲା ଏବଂ ଆଜି ଏହି ନିଷ୍ପତ୍ତି ନିଆଯାଇଛି ।