Bengal teacher recruitment - The Sakala

ମମତା ସରକାରଙ୍କୁ ବଡ଼ ଝଟକା, ୨୦୧୬ ସ୍କୁଲ ନିଯୁକ୍ତିକୁ ବାତିଲ କଲେ କୋଲକାତା ହାଇକୋର୍ଟ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଆଜି କିଛି ସମୟ ପୁର୍ବରୁ କୋଲକାତା ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ସରକାରୀ ପ୍ରାୟୋଜିତ ତଥା ସହାୟକ ବିଦ୍ୟାଳୟରେ ୨୦୧୬ ରାଜ୍ୟ ସ୍ତରୀୟ ପରୀକ୍ଷା ମାଧ୍ୟମରେ ନିଯୁକ୍ତ ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀଙ୍କ ସମସ୍ତ ନିଯୁକ୍ତିକୁ କୋର୍ଟ ବାତିଲ କରିଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ଯୋଗୁଁ ୨୫ ହଜାରରୁ ଅଧିକ ଶିକ୍ଷକ ରାଜ୍ୟରେ ଚାକିରି ହରାଇଛନ୍ତି ।

୨୦୧୬ ରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ସ୍କୁଲ ନିଯୁକ୍ତିରେ ଅନିୟମିତତା ଦେଖିବାକୁ ମିଳିଥିଲା । ଏହା ପରେ ପିଟିସନ ଏବଂ ଆବେଦନ କରାଯାଇଥିଲା ଏବଂ ଏହି ମାମଲା କୋଲକାତା ହାଇ କୋର୍ଟଙ୍କ ନିକଟକୁ ଆସିଥିଲା । ସ୍କୁଲ ନିଯୁକ୍ତି ଦୁର୍ନୀତିର ଯାଞ୍ଚ କରୁଥିବା ସିବିଆଇ ପୂର୍ବତନ ରାଜ୍ୟ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ପଶ୍ଚିମବଙ୍ଗ ରାଜ୍ୟ ର ସ୍କୁଲ ସେବା ଆୟୋଗ (ଏସଏସସି) ରେ ପଦବୀରେ ଥିବା କିଛି ଅଧିକାରୀଙ୍କୁ ମଧ୍ୟ ଗିରଫ କରିଥିଲା । ଏଥିସହିତ ସ୍କୁଲ ନିଯୁକ୍ତି ସ୍କାମର ଯାଞ୍ଚ ପାଇଁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ଦେବଙ୍ଗସୁ ବାସାକ ଏବଂ ଜଷ୍ଟିସ ମହମ୍ମଦ ଶବର ରଶିଦିଙ୍କୁ ନେଇ କୋଲକାତା ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଏହି ବିଦ୍ୟାଳୟରେ ଚାକିରି ପାଇଁ ନିଯୁକ୍ତି ପ୍ରକ୍ରିୟା ବାତିଲ କରିବାକୁ ନେଇଛନ୍ତି ନିଷ୍ପତ୍ତି । କୋର୍ଟର ଏହି ନିଷ୍ପତ୍ତି କାରଣରୁ ୨୫,୭୫୩ ଶିକ୍ଷକ ରାଜ୍ୟରେ ଚାକିରି ହରାଇଛନ୍ତି । ତେବେ ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଦରମାକୁ ସପ୍ତାହ ମଧ୍ୟରେ ଫେରସ୍ତ କରିବାକୁ କୋର୍ଟ ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ୨୦୧୬ ରେ ବିଦ୍ୟାଳୟରେ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତ କରିଥିଲେ । ଏହି ନିଯୁକ୍ତି ମାଧ୍ୟମରେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ଶିକ୍ଷକ ଚୟନ କରାଯାଉଥିଲା । ବିଦ୍ୟାଳୟରେ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଗ୍ରୁପ୍ ସି ଏବଂ ଗ୍ରୁପ୍ ଡି ବର୍ଗ ଅଧୀନରେ ଯୁବକମାନଙ୍କୁ ନିଯୁକ୍ତି ଦିଆଯାଉଥିଲା । ତେବେ ନିଯୁକ୍ତି ପରୀକ୍ଷା ପାଇଁ ପ୍ରାର୍ଥୀଙ୍କ ଦ୍ୱାରା ଦାଖଲ ହୋଇଥିବା ଓଏମଆର ସିଟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା ।

ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ମାମଲା ପୁଣି କଲିକତା ହାଇକୋର୍ଟରେ ପହଞ୍ଚିଥିଲା । ଏହି ପରିପ୍ରେକ୍ଷୀରେ କୋର୍ଟରେ ଅନେକ ପିଟିସନ ଦାଖଲ କରାଯାଇଥିଲା ଯେଉଁଥିରେ ନିଯୁକ୍ତି ପ୍ରକ୍ରିୟାର ଅନୁସନ୍ଧାନ ପାଇଁ ଦାବି ଉଠିଥିଲା । ଏହି ସମସ୍ତ ଆବେଦନକୁ କୋର୍ଟ ଏକତ୍ର ଶୁଣାଣି କରିଛନ୍ତି । ଏହି ନିଯୁକ୍ତି ସ୍କାମର ତଦନ୍ତ ପାଇଁ ହାଇକୋର୍ଟ ମଧ୍ୟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଅନୁସନ୍ଧାନକାରୀ ସଂସ୍ଥା ଏହାର ତଦନ୍ତ ରିପୋର୍ଟକୁ ଦୁଇ ମାସ ମଧ୍ୟରେ କୋର୍ଟରେ ଦାଖଲ କରିଥିଲେ । ରିପୋର୍ଟ ପାଇବା ପରେ ମାର୍ଚ୍ଚ ୨୦ ରେ ଶୁଣାଣି ଶେଷ ହୋଇଥିଲା ଏବଂ ଆଜି ଏହି ନିଷ୍ପତ୍ତି ନିଆଯାଇଛି ।