IPL2021 - The Sakala

ଆଇପିଏଲ୍‌ ବେଟିଂ ଗ୍ୟାଙ୍ଗର ବିଦେଶ ଲିଙ୍କ୍‍ , ଡାକ୍ତରଙ୍କ ପୁଅ ସହ ୨ ଗିରଫ
ସମ୍ବଲପୁର : ଆଇପିଏଲ୍‌ରେ ବିଦେଶୀ ଲିଙ୍କ୍ ଠାବ କରିଛି ସମ୍ବଲପୁର ପୁଲିସ। ସହରର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ ମଧ୍ୟ କରିଛି। ଗିରଫ ୨ଜଣଙ୍କ ମଧ୍ୟରୁ ଜଣେ ଅଇଁଠାପାଲି ଥାନା ଟାଟା ନଗର ଅଞ୍ଚଳର ଜନୈକ ଡାକ୍ତରଙ୍କ ପୁଅ ଶୁଭମ କୁମାର ସାହୁ ଅନ୍ୟ ଜଣେ ଝାରସୁଗୁଡ଼ା ଅଞ୍ଚଳର ହରିଶ ସାହୁ। ତେବେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅଙ୍କୁ ଏ ମାମଲାରେ ଉଠାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କୁ ଛାଡ଼ିଦିଆଯାଇଥିବା ଚର୍ଚ୍ଚା ହେଉଛି। ଗିରଫ ଅଭିଯୁକ୍ତ ମାନଙ୍କଠାରୁ ୨ଟି ମୋବାଇଲ ଫୋନ, ୧ ଲକ୍ଷ ୯୨ ହଜାର ଟଙ୍କା, ଗୋଟିଏ ବ୍ରେସଲେଟ, ଏକ ବାଇକ ଜବତ ହୋଇଛି। ଏଥିସହ ଅଭିଯୁକ୍ତଙ୍କ ୭ଟି ଆକାଉଣ୍ଟରେ ଥିବା ୪୦ ଲକ୍ଷ ୧୦ ହଜାର ୭୪୬ ଟଙ୍କାକୁ ବ୍ଲକ୍‍ କରାଯାଇଛି। ଏନେଇ ଟାଉନ ଥାନାରେ ୧୯୮/୨୧ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଦଫା ୪୨୦/୪୬୫/୪୬୮/୪୭୧/୧୨୦(ବି) ଆଇପିସି୪/୫ ଅର୍ଥ କାରବାର ମାମଲା ସହ ଆଇଟି ଆକ୍ଟ ଲାଗୁ କରାଯାଇଛି। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ କରୁଥିବା ଏସ୍‍ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି।

ତଦନ୍ତ ବେଳେ ସମ୍ବଲପୁର ପୁଲିସକୁ ବେଟିଂ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଏଥିରେ ଆଉ କିଛି ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସମ୍ବଲପୁର ଜିଲ୍ଲାରେ ଦୀର୍ଘ ବର୍ଷ ହେବ ଏହି କାରବାର ଚାଲୁଥିଲା। ହାଇଟେକ ପଦ୍ଧତିରେ ଏମାନେ ଅର୍ଥ କାରବାର କରୁଥିବା ବେଳେ ପୁଲିସ ସେମାନଙ୍କ ଆକାଉଣ୍ଟ ସିଜ୍‍ କରିବାକୁ ସମ୍ପୃକ୍ତ ବ୍ୟାଙ୍କ ଗୁଡ଼ିକ ସହ ଆଲୋଚନା କରିଥିବା ଜଣାପଡ଼ିଛି।

ରେକର୍ଡ ୭ମଥର ଲାଗି ରୋହିତ୍‍ଙ୍କୁ ଆଉଟ୍‍ କଲେ ମିଶ୍ରା
ଚେନ୍ନଇ : ଦିଲ୍ଲୀ କ୍ୟାପିଟାଲ୍ସ ଭେଟେରାନ ସ୍ପିନର ଅମିତ୍‍ ମିଶ୍ରା ଆଇପିଏଲ୍‍ରେ ଏକ ନୂଆ କିର୍ତ୍ତୀମାନ କରିଛନ୍ତି। ମଙ୍ଗଳବାର ମୁମ୍ବଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‍ରେ ମିଶ୍ରା ୨୪ ରନ ବ୍ୟୟ କରି ୪ଟି ୱିକେଟ୍‍ ନେଇଥିଲେ। ଯେଉଁଥିରେ ଅଧିନାୟକ ରୋହିତ୍‍ ଶର୍ମା, ଇଶାନ କିସାନ, କାଇରନ୍‍ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୱିକେଟ୍‍ ଅନ୍ତର୍ଭୁକ୍ତ। ଏଥିସହ ଆଇପିଏଲ୍‍ରେ ରୋହିତ୍‍ଙ୍କୁ ସର୍ବାଧିକ ଥର ଆଉଟ୍‍ କରିବା ବୋଲର୍‍ ହୋଇଛନ୍ତି ମିଶ୍ରା। ଏହାକୁ ମିଶାଇ ସେ ୭ମଥର ଲାଗି ରୋହିତ୍‍ଙ୍କ ସର୍‍ପ୍ରାଇଜ ୱିକେଟ୍‍ ନେଇଛନ୍ତି। ଏହି ତାଲିକାରେ ପ୍ରାକ୍ତନ ଭାରତୀୟ ଦ୍ରୁତ ବୋଲର ବିନୟ କୁମାର (୬ଥର) ରହିଛନ୍ତି। କୋଲକାନା ନାଇଟ୍‍ ରାଇଡର୍ସ ସ୍ପିନର ସୁନିଲ ନାରିନ୍‍ ମଧ୍ୟ ୬ଥର ରୋହିତ୍‍ଙ୍କୁ ନିଜ ଶିକାର ବନାଇଛନ୍ତି। ଅପରପକ୍ଷରେ ଆଇପିଏଲ୍‍ରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ସର୍ବାଧିକଥର ଆଉଟ୍‍ କରିବାରେ ମିଶ୍ରା ପ୍ରାକ୍ତନ ଦ୍ରୁତ ବୋଲର ଜାହିର ଖାନ୍‍ ଓ ସନ୍ଦୀପ ଶର୍ମାଙ୍କ ସହ ସମକକ୍ଷ ହୋଇଛନ୍ତି। ଉଭୟ ଜାହିର ଓ ସନ୍ଦୀପ ଯଥାକ୍ରମେ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କୁ ୭ଥର ଲେଖାଏ ପ୍ୟାଭିଲିୟନ ପଠାଇଛନ୍ତି।