Barter System - The Sakala
ମାଲକାନଗିରି(ଅଶୋକ ମିଶ୍ର): ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଧିବାସୀ ଆଦିବାସୀ ସମ୍ପ୍ରଦାୟର ଅଟନ୍ତି। ଏଠାରେ ଏକାଧିକ ଜନଜାତି ବସବାସ କରନ୍ତି। ଏହି ଆଦିବାସୀ ଜନଜାତିଙ୍କ ଚାଲିଚଳଣ ବେଶ ନିଆରା। ସାରା ବିଶ୍ୱ ଆଧୁନିକତାକୁ ଆଦରି ନେଇଥିବା ବେଳେ ଏମାନେ ନିଜର ସଂସ୍କୃତି ଓ ପରମ୍ପରାକୁ କେବେ ଭୁଲି ନାହାନ୍ତି। ପୂର୍ବ କାଳରେ ଲୋକେ ନିଜର ପ୍ରତିପୋଷଣ ପାଇଁ ଦେଣ ନେଣ ତଥା ଅଦଳବଦଳ ପ୍ରଥା ପ୍ରଚଳନ କରିଥିବା ବେଳେ ଏହି ପ୍ରଥାକୁ ଅନେକ ମାତ୍ରାରେ ଆଜି ମଧ୍ୟ ମାଲକାନଗିରି ଜିଲ୍ଲାର ଆଦିବାସୀ ଲୋକେ ବଞ୍ଚାଇ ରଖିଛନ୍ତି।
ପ୍ରକୃତିର ଅବଦାନ ଅନନ୍ୟ ଓ ଏହାର ସୃଷ୍ଟି ମଧ୍ୟ ବେଶ ନିଆରା। କୁହାଯାଏ ପ୍ରକୃତିମୟ ପରିବେଶ ମଣିଷ ଜୀବନରେ ଅନେକ ପରିବର୍ତ୍ତନ ଆଣେ, ଥକା ମନକୁ ଶାନ୍ତ କରିଦିଏ ଏବଂ ମନୁଷ୍ୟର ଚରିତ୍ରକୁ ମଧ୍ୟ ବଦଳାଇ ଦିଏ। ତେବେ ଏପରି ପ୍ରକୃତି କୋଳ ମଧ୍ୟରେ ରହିଥିବା ସ୍ଥାନ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି ମାଲକାନଗିରି ଜିଲ୍ଲା। ଯାହାର ଭୌଗଳିକ ସ୍ଥିତି ଜଙ୍ଗଲ ପାହାଡ଼ ଘେରା ଅଟେ। ଜିଲ୍ଲାକୁ ଦେଖିଲେ ସତେ ଯେମିତି ପ୍ରକୃତିର କୋଳରେ କଅଁଳ ଛୁଆଟେ ଶୋଇ ରହିଛି ପରି ମନେହୁଏ।
ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଧିବାସୀ ଆଦିବାସୀ ସମ୍ପ୍ରଦାୟର ଅଟନ୍ତି। ଏଠାରେ ଏକାଧିକ ଜନଜାତି ବସବାସ କରନ୍ତି। ଏହି ଆଦିବାସୀ ଜନଜାତିଙ୍କ ଚାଲି ଚଳନି ବେଶ ନିଆରା, ଏମାନେ ପ୍ରକୃତି ସହ ତାଳ ଦେଇ ତାହାରି କୋଳରେ ବଢ଼ି ଆସିଛନ୍ତି। ପ୍ରାକୃତିକ ପରିବେଶ ଏମାନଙ୍କୁ ସରଳ, ନିରାଡମ୍ୱର ଏବଂ ନିଷ୍କପଟ କରିଥିବା ବେଳେ ଏମାନେ ଆଜି ମଧ୍ୟ ବେଶ ସରଳ ଜୀବନ ଯାପନ କରନ୍ତି। ସାରା ବିଶ୍ୱ ଆଧୁନିକତାକୁ ଆଦରି ନେଇଥିବା ବେଳେ ଏମାନେ ପ୍ରକୃତି କୋଳରେ ରହି ମଧ୍ୟ ଆଧୁନିକତା ସହ ତାଳ ଦେଉଥିବା ସହ ନିଜର ସଂସ୍କୃତି ଓ ପରମ୍ପରାକୁ କେବେ ଭୁଲି ନାହାନ୍ତି। ଖାସ ଏଇଥିପାଇଁ ଆଜି ମଧ୍ୟ ମାଲକାନଗିରି ଜିଲ୍ଲାରେ ଏହି ଆଦିବାସୀ ସମ୍ପ୍ରଦାୟର ଲୋକେ ନିଜର ପୁରାତନ ପରମ୍ପରାକୁ ଅନେକ ମାତ୍ରାରେ ବଞ୍ଚାଇ ରଖିଛନ୍ତି।
ତେବେ ପୂର୍ବ କାଳରେ ଲୋକେ ନିଜର ପ୍ରତିପୋଷଣ ପାଇଁ ଦେଣ ନେଣ ତଥା ଅଦଳ ବଦଳ ପ୍ରଥା ପ୍ରଚଳନ କରିଥିବା ବେଳେ ଏହି ପ୍ରଥାକୁ ଅନେକ ମାତ୍ରାରେ ଆଜି ମଧ୍ୟ ମାଲକାନଗିରି ଜିଲ୍ଲାର ଆଦିବାସୀ ଲୋକେ ବଞ୍ଚାଇ ରଖିଛନ୍ତି। ଯୁଗ ବଦଳିଛି ଆଉ ବଦଳିଛି ସଭ୍ୟତା, ହେଲେ ମାଲକାନଗିରି ଜିଲ୍ଲାର ଆଦିବାସୀ ଲୋକେ ଆଜି ମଧ୍ୟ ସେହି ପୁରୁଣା ପରମ୍ପରାକୁ ଭୁଲି ପାରି ନାହାନ୍ତି। ପ୍ରକୃତି ଉପରେ ପ୍ରାୟ ନିର୍ଭରଶୀଳ ଏହି ଲୋକମାନେ ଆଜି ମଧ୍ୟ ଜଙ୍ଗଲ ଜାତ ଦ୍ରବ୍ୟରୁ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ତେବେ ପରମ୍ପରାକୁ ଗୁରୁତ୍ୱ ଦେଉଥିବା ଏହି ଆଦିବାସୀ ଲୋକେ ନିଜର ଆବଶ୍ୟକ ସାମଗ୍ରୀ ଲାଗି ଜଙ୍ଗଲରୁ ସଂଗ୍ରହ କରୁଥିବା ମହୁଲ, ଟୋଲା, କରଞ୍ଜ ଭଳି ଅନେକ ସାମଗ୍ରୀକୁ ପରସ୍ପର ମଧ୍ୟରେ ଅଦଳ ବଦଳ କରିଥାନ୍ତି। ଖରାଦିନ ହେଲେ ମାଲକାନଗିରି ଜିଲ୍ଲାରେ ଆଦିବାସୀଙ୍କ ଜୀବନ ଓ ଜୀବିକା କହିଲେ ବିଶେଷ କରି ମହୁଲ ଫୁଲକୁ ବୁଝାଯାଏ। ଏହି ସମୟରେ ଜିଲ୍ଲାର କୋୟା, ପରଜା ଓ ଡିଡାଇ ଭଳି ଅନେକ ଆଦିବାସୀ ସମ୍ପ୍ରଦାୟର ଲୋକେ ପାହାଡ ଜଙ୍ଗଲକୁ ବାହାରି ଯାଆନ୍ତି ମହୁଲ ଫୁଲ ସଂଗ୍ରହ କରିବା ଲାଗି। ପାହାନ୍ତିଆ ସକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଆଦିବାସୀମାନେ ଜଙ୍ଗଲରୁ ଏପରି ଭାବେ ଗୋଟିଏ ଗୋଟିଏ ମହୁଲ ଫୁଲ ଗୋଟେଇ ଥାଆନ୍ତି। ପରେ ଏହାକୁ ଭାରରେ ବୋହି ନିଜ ନିଜ ଘରକୁ ନେଇ ଖରାରେ ଶୁଖେଇ ଥାଆନ୍ତି ସେମାନେ। ମହୁଲ ଫୁଲ ଦୁଇ ତିନିଦିନ ଖରାରେ ଶୁଖିବା ପରେ ଏହାର ରଙ୍ଗ ସବୁଜରୁ ନାଲି ହେବା ପରେ ଏହା ବିକ୍ରି ଉପଯୋଗି ହୋଇଯାଏ। ହାଟ ବଜାରରେ କିଲୋ ପିଛା ୧୫ରୁ ୨୫ଟଙ୍କା ଦରରେ ମହୁଲ ବିକ୍ରି କରି ଆଦିବାସୀ ଲୋକେ ନିଜର ଜୀବିକା ଅର୍ଜନ କରନ୍ତି।
ତେବେ ଏସବୁ ଭିତରେ ମାଲକାନଗିରି ଜିଲ୍ଲାର କୋୟା ଆଦିବାସୀ ଲୋକେ ଆଜି ମଧ୍ୟ ପୁରୁଣା ପରମ୍ପରାକୁ ବଞ୍ଚାଇ ରଖି ଏହି ମହୁଲକୁ ଅଦଳ ବଦଳ କରନ୍ତି। ନିଜର ଆବଶ୍ୟକୀୟ ସାମଗ୍ରୀ ଲାଗି ଆଦିବାସୀ ଲୋକେ ଏଯାଏଁ ଅନେକ ସ୍ଥାନରେ ଅଦଳ ବଦଳ ପ୍ରଥା ଉପରେ ହିଁ ବିଶ୍ୱାସ କରୁଥିବା ବେଳେ ବିଶେଷ କରି ମହିଳାମାନେ ବର୍ତ୍ତମାନ ହାତରେ ମହୁଲ ଭରା ଟୋକେଇ ନେଇ ପରିବା ବିକାଳିଙ୍କ ଠାରୁ ଟମାଟୋ ନେବା ଲାଗି ଅଦଳ ବଦଳ କରୁଥିବା ଦେଖିବାକୁ ମିଳୁଛି। ମହୁଲ ବଦଳରେ ଟମାଟୋ ମିଳିଗଲା ବାସ୍‌‌, ଏତିକିରେ ସେମାନେ ଖୁସି। କାରଣ ସେମାନେ ଜାଣନ୍ତି ନାହି ବଜାରରେ କାହାର ଦାମ କେତେ। କେବଳ ଯେ ମହୁଲକୁ ଏପରି ଅଦଳ ବଦଳ କରାଯାଏ ତାହା ନୁହେ ଅନେକ ସ୍ଥାନରେ ପନିପରିବା, ଖାଦ୍ୟ ସାମଗ୍ରୀ ଏପରି ଅନେକ କିଛି ଏମାନେ ଅଦଳ ବଦଳ କରନ୍ତି। ଏହି ପ୍ରଥା ଅନେକ ସ୍ଥାନରେ ବନ୍ଦ ହୋଇ ଯାଇଥିବା ବେଳେ ଅନେକ ସ୍ଥାନରେ ଲୋକେ ଏହାକୁ ଭୁଲି ମଧ୍ୟ ଗଲେଣି। ତେବେ ମାଲକାନଗିରି ଜିଲ୍ଲାରେ କିନ୍ତୁ ଏହି ପ୍ରଥା ଆଜି ମଧ୍ୟ ବଞ୍ଚି ରହିଥିବା ବେଳେ ଏହା ଆଦିବାସୀଙ୍କ ନିଆରା ପରମ୍ପରାର ଏକ ଝଲକ ଅଟେ। ଯେଉଁଠି ଲୋକେ ଏହିପରି ଅନେକ ପୁରାତନ ପ୍ରଥା ତଥା ପଦ୍ଧତିକୁ ଆଜି ମଧ୍ୟ ଆପଣେଇ ରଖିଛନ୍ତି। ଏହି ପ୍ରଥା ହୁଏତ ପୁରୁଣା ହୋଇଗଲାଣି, ବିଂଶ ଶତାବ୍ଦିରେ ଲୋକେ ଢେର ଆଗକୁ ମଧ୍ୟ ଗଲେଣି। କିନ୍ତୁ ଏହି ଲୋକଙ୍କ ପାଇଁ ଏହା ସେମାନଙ୍କ ଭିତରେ ଥିବା ସମ୍ପର୍କକୁ ସୁଦୃଢ କରି ରଖିବାର ଏକ ମାଧ୍ୟମ ବୋଲି ସେମାନେ ପ୍ରକାଶ କରିଛନ୍ତି।