nota - The Sakala

ନୋଟା ଭୋଟ ସର୍ବାଧିକ ହେଲେ ପୁନଃନିର୍ବାଚନ ଦାବି, ନିର୍ବାଚନ କମିସନଙ୍କ ମତ ଲୋଡ଼ିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଯଦି କୌଣସି ନିର୍ବାଚନମଣ୍ଡଳୀରେ ନନ୍ ଅଫ୍ ଦି ଏବୋଭ ବା ନୋଟା ଭୋଟ ସର୍ବାଧିକ ହୁଏ ତେବେ ସେହି ନିର୍ବାଚନମଣ୍ଡଳୀରେ ପୁନଃନିର୍ବାଚନ କରାଯିବା ନିମନ୍ତେ ଆଦେଶ ଦେବାକୁ ସୁପ୍ରିମକୋର୍ଟରେ ପ୍ରେରଣା ପ୍ରବଚକ ଓ ଲେଖକ ଶିବ ଖେରାଙ୍କ ତରଫରୁ ବରିଷ୍ଠ ଆଡଭୋକେଟ୍ ଗୋପାଲ ଶଙ୍କରନାରାୟଣନ୍ ଏକ ଜନ ସ୍ବାର୍ଥ ଯାଚିକା ଫାଇଲ କରିଛନ୍ତି। ଆଜି ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜେବି ପର୍ଦ୍ଦିୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଏହି ପିଟିସନର ଶୁଣାଣି କରି କହିଛନ୍ତି, ମାମଲା ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧିତ ହୋଇଥିବାରୁ ନିର୍ବାଚନ କମିସନ(ଇସିଆଇ)ଙ୍କ ମତାମତ ଲୋଡ଼ାଯିବ। ଏ ନେଇ ଇସିଆଇକୁ ନୋଟିସ୍ ଇସ୍ୟୁ ହୋଇଛି ଓ ପରବର୍ତ୍ତୀ ଶୁଣାଣି କେବେ ହେବ ତାହା ଖଣ୍ଡପୀଠ କହିନାହାନ୍ତି।

ଖେରାଙ୍କ ଓକିଲ ଖଣ୍ଡପୀଠଙ୍କୁ କହିଥିଲେ, ପ୍ରସଙ୍ଗଟି ବିଶେଷ ଗୁରୁତ୍ବ ବହନ କରୁଛି। ସୁରାଟରେ ଜଣେମାତ୍ର ପ୍ରାର୍ଥୀ ଥିବାରୁ ତାଙ୍କୁ ନିର୍ବିରୋଧରେ ନିର୍ବାଚିତ ଘୋଷଣା କରାଯାଇଛି। ପିଟିସନରେ ପ୍ରାର୍ଥନା କରାଯାଇଛି ଯେ ନୋଟା’କୁ କାଳ୍ପନିକ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ଆଦେଶ ଦିଅନ୍ତୁ। ଯଦି ନୋଟାରେ ସର୍ବାଧିକ ସଂଖ୍ୟକ ପଡ଼େ ତେବେ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଇ ସେଠାରେ ପୁନଃନିର୍ବାଚନ କରାଯାଉ। ୨୦୧୩ରେ ନୋଟା’କୁ ସଂସଦ, ବିଧାନସଭା ଓ ପୌର ତଥା ପଞ୍ଚୟତ ନିର୍ବାଚନରେ ବିକଳ୍ପ ଭାବେ ରଖାଯାଇଛି। ଯଦି କେହି ବି ପ୍ରାର୍ଥୀ ପସନ୍ଦର ନୁହଁନ୍ତି ବୋଲି ଭୋଟର ବିଚାରନ୍ତି ତେବେ ସେ ନୋଟା ବଟନ୍ ଦବାଇ ତାହା ବ୍ୟକ୍ତ କରିପାରିବେ। ନୋଟାକୁ ଜାତୀୟ ସ୍ତରରେ କାଳ୍ପନିକ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ପିଟିସନର୍ ନିର୍ବାଚନ କମିସନଙ୍କୁ ଦୁଇଥର ନିବେଦନ କଲେଣି। ମହାରାଷ୍ଟ୍ର, ହରିୟାଣା, ଦିଲ୍ଲୀ ଓ ପୁଡୁଚେରୀରେ ସେଠାକାର ଆଞ୍ଚଳିକ ନିର୍ବାଚନ କମିସନ୍ ପୌର ଓ ପଞ୍ଚାୟତ ନିର୍ବାଚନରେ ନୋଟା’କୁ କାଳ୍ପନିକ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଯଦି ସମସ୍ତ ପ୍ରାର୍ଥୀ ନୋଟାକୁ ମିଳିଥିବା ଭୋଟଠାରୁ କମ୍ ଭୋଟ ପାଆନ୍ତି ତେବେ କାହାକୁ ବି ବିଜେତା ଘୋଷଣା କରାନ ଯାଇ ପୁନଃନିର୍ବାଚନ କରାଯିବାର ବ୍ୟବସ୍ଥା ରହିଛି। ଜାତୀୟ ନିର୍ବାଚନ କମିସନ୍ ଏପରି ନିୟମ ଲାଗୁ କରାଇବେ ଯେ କୌଣସି ନିର୍ବାଚନରେ ଯଦି ସମସ୍ତ ପ୍ରାର୍ଥୀ ନୋଟାରେ ପଡ଼ିଥିବା ଭୋଟଠାରୁ କମ୍ ଭୋଟ ପାଇଥାନ୍ତି ତେବେ ସେହି ଆସନରେ ପୁନଃନିର୍ବାଚନ କରାଯିବ। ନୋଟା’କୁ ‘କାଳ୍ପନିକ ପ୍ରାର୍ଥୀ’ ଘୋଷଣା କରାଯାଇଥିବା ସମ୍ପର୍କରେ ନିର୍ବାଚନ କମିସନ୍ ବ୍ୟାପକ ପ୍ରଚାରପ୍ରସାର କରିବେ। ନୋଟାଠାରୁ କମ୍ ଭୋଟ ପାଇଥିବା ପ୍ରାର୍ଥୀ ୫ବର୍ଷ ଯାଏଁ କୌଣସି ନିର୍ବାଚନ ଲଢ଼ିପାରିବେ ନାହିଁ ଏପରି ନିୟମ ରହିବାକୁ ପିଟିସନର ପ୍ରାର୍ଥନା କରିଛନ୍ତି।

ଉତ୍ତମ ପ୍ରାର୍ଥୀ ଚୟନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ ନୋଟା ଭୋଟ୍‌
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୨୦୧୩ର ନିର୍ଦ୍ଦେଶ ପରେ ନିର୍ବାଚନରେ ନୋଟା (ଉପରୋକ୍ତ ମଧ୍ୟରୁ କେହିନୁହେଁ) ଭୋଟ୍‌ର ବ୍ୟବହାର ଆରମ୍ଭ ହୋଇଥିଲା। ଯଦି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା କୌଣସି ପ୍ରାର୍ଥୀ ଭୋଟରଙ୍କୁ ଯୋଗ୍ୟ ନ ଲାଗନ୍ତି ତେବେ ସେ ନୋଟାକୁ ନିଜର ଭୋଟ ଦେଇପାରିବେ। ନାଗରିକଙ୍କୁ ଅସନ୍ତୋଷ ପ୍ରକାଶ କରିବାର ସୁଯୋଗ ଦେବା ପାଇଁ ନୋଟାର ଆରମ୍ଭ ହୋଇଥିଲା। ସର୍ବପ୍ରଥମେ ୨୦୧୩ରେ ଏହାକୁ ବ୍ୟବହାର କରାଯାଇଥିଲା। ପ୍ରଥମେ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ନାଗରିକଙ୍କୁ ଏହାର ବ୍ୟବହାର କରିବା ପାଇଁ ସୁଯୋଗ ଦିଆଯାଇଥିଲା। ପରେ ସମସ୍ତ ବିଧାନସଭା ଏବଂ ଲୋକସଭା କ୍ଷେତ୍ରର ଭୋଟରଙ୍କୁ ଏହି ବିକଳ୍ପ ମିଳିଥିଲା।

ସୁପ୍ରିମକୋର୍ଟ ୨୦୦୪ର ଏକ ଆବେଦନର ଶୁଣାଣି କରି ୨୦୧୩ ସେପ୍ଟେମ୍ବର ୨୭ରେ ନୋଟା ବିକଳ୍ପ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭୋଟ ଦେବାର ଅଧିକାରରେ ଭୋଟ ନ ଦେବାର ଅଧିକାର ମଧ୍ୟ ସାମିଲ ରହିଛି ବୋଲି କୋର୍ଟ କହିଥିଲେ। ସୂଚନାଯୋଗ୍ୟ ଯେ ବିଶ୍ବର ୧୪ ତମ ଦେଶ ଭାବେ ଭାରତ ଏହି ବିକଳ୍ପ ପ୍ରଦାନ କରୁଛି। ନୋଟା ରାଜନୈତିକ ଦଳଙ୍କୁ ଉତ୍ତରଦାୟୀ ବନାଉଛି। ଏହା ଉତ୍ତମ ପ୍ରାର୍ଥୀ ଚୟନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଯଦି ଦଳଗୁଡିକ କ୍ରମାଗତ ଭାବେ ଅଯୋଗ୍ୟ ପ୍ରାର୍ଥୀଙ୍କୁ ମୈଦାନଙ୍କୁ ଓହ୍ଲାନ୍ତି ତେବେ ନୋଟା ବିକଳ୍ପ ଚୟନ କରି ଭୋଟର ଏହାକୁ ବିରୋଧ କରିପାରିବେ। ଭାରତୀୟ ନିର୍ବାଚନ କମିଶନ ୨୦୧୩ ଅକ୍ଟୋବର ୧୧ରେ ଏଭିଏମ ଏବଂ ବାଲାଟ ପେପରରେ ନୋଟା ବିକଳ୍ପ ଉପଲବ୍ଧ କରାଇ ଥିଲେ। ଏହା ପ୍ରାର୍ଥୀଙ୍କ ତାଲିକାର ଶେଷ ଧାଡ଼ିରେ ଥାଏ। ୨୦୧୩ରେ ପ୍ରଥମ ଥର ପାଇଁ ଛତିଶଗଡ଼, ମିଜୋରାମ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏହାକୁ ବ୍ୟବହାର କରାଯାଇଥିଲା।

ନୋଟାକୁ ଅଧିକ ଭୋଟ ମିଳିଲେ କ’ଣ ହେବ

ଅନ୍ୟ ଭୋଟ ପରି ନୋଟା ଭୋଟକୁ ମଧ୍ୟ ଗଣା ଯାଇଥାଏ। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ନୋଟା ଭୋଟକୁ ନାକଟ ଭୋଟ୍‌ ଶ୍ରେଣୀରେ ରଖାଯାଇଥାଏ। ଯଦି ନୋଟାକୁ ଶହେ ପ୍ରତିଶତ ଭୋଟ ଯାଏ ତେବେ ସେଠାରେ ପୁଣିଥରେ ନିର୍ବାଚନ କରାଯାଇଥାଏ। କିନ୍ତୁ ଯଦି ଜଣେ ପ୍ରାର୍ଥୀ ଗୋଟିଏ ଭୋଟ ପାଆନ୍ତି ଏବଂ ଅନ୍ୟ ସବୁ ଭୋଟ ନୋଟାକୁ ଯାଇଥାଏ ତେବେ ସେହି ପ୍ରାର୍ଥୀଙ୍କୁ ବିଜୟୀ ଧରା ଯାଇଥାଏ। ୨୦୧୯ ଲୋକସଭା ନିର୍ବାଚନରେ ନୋଟାର ଭୋଟ ଶେୟାର ୧.୦୬ ପ୍ରତିଶତ ଥିଲା। ମାତ୍ର ବିହାରରେ ସର୍ବାଧିକ ୨.୦ ପ୍ରତିଶତ ଭୋଟ ନୋଟାକୁ ମିଳିଥିଲା। ନାଗାଲାଣ୍ଡରେ ଏହି ବିକଳ୍ପକୁ ସବୁଠାରୁ କମ୍‌ ବ୍ୟବହାର କରାଯାଇଥିଲା। ଏଠାରେ ନୋଟାର ଭୋଟ ସେୟାର ୦.୨୦ ପ୍ରତିଶତ ଥିଲା। ୨୦୧୯ରେ ୬୫, ୨୨, ୭୭୨ ଭୋଟ ନୋଟାକୁ ମିଳିଥିଲା।