Satkosia Sanctuary - The Sakala
ସାତକୋଶିଆ କର୍ତ୍ତୃପକ୍ଷଙ୍କ ଅପାରଗତା: ପର୍ଯ୍ୟଟନ ମାନଚିତ୍ରରୁ ଲିଭିଯିବ ଟିକରପଡ଼ା !
ଅନୁଗୋଳ: ଅନୁଗୋଳ ଜିଲ୍ଲାର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଟିକରପଡ଼ା ମହାନଦୀ କୂଳରେ ଥିବା ନେଚର କ୍ୟାମ୍ପକୁ ଚଳିତବର୍ଷ ବନ୍ଦ କରି ଦିଆଯାଇଛି। ଫଳରେ ଦେଶ ବିଦେଶରୁ ଏଠାକୁ ଆସୁଥିବା ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି। ଏହାଛଡ଼ା ପରିଚାଳନା ପାଇଁ ନିୟୋଜିତ ହୋଇଥିବା ୨୦ଟି ପରିବାର ବେକାର ହୋଇଯାଇଛନ୍ତି। ଆଖପାଖ ଗ୍ରାମର ଯେଉଁମାନେ ରାସନ ସାମଗ୍ରୀ, କ୍ଷୀର ଓ ପନିପରିବା ଆଦି ଯୋଗାଇ ଜୀବିକା ନିର୍ବାହ କରୁଥିଲେ, ସେମାନେ ମଧ୍ୟ ହାତବାନ୍ଧି ବସିଛନ୍ତି। ସାତକୋଶିଆ ଗଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବନ୍ୟପ୍ରାଣୀ ପାଇଁ ସାରା ବିଶ୍ୱରେ ଥିବା ପରିଚୟ ହଜିଯିବାକୁ ବସିଛି।
ସାତକୋଶିଆ ମହାନଦୀ ଗଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋରମ। ଏଠାକାର ନୀଳ ଜଳରାଶି, ସବୁଜିମାରେ ଭରପୁର ପାହାଡ଼, ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରଜାତିର ପକ୍ଷୀ, ଜଳଚର ପ୍ରାଣୀ ଓ ଭଳିକି ଭଳି ବନ୍ୟଜନ୍ତୁ ପ୍ରକୃତିପ୍ରେମୀଙ୍କୁ ବେଶ ଆକୃଷ୍ଟ କରେ। ସେଥିପାଇଁ ପ୍ରତିବର୍ଷ  ନଭେମ୍ୱର ମାସରୁ ଏପ୍ରିଲ ଯାଏ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥା’ନ୍ତି। ଏହାକୁ ଦୃଷ୍ଟିରେ ରଖି ଗତ ୨୦୦୫ରେ ମହାନଦୀ ପଠାରେ ପ୍ରକୃତି ନିବାସ କରାଯାଇଥିଲା। ଏଠାରେ ପର୍ଯ୍ୟଟକଙ୍କ ପାଇଁ ରହିବା, ଖାଇବା ଆଦି ସବୁ ସୁବିଧା ଥିଲା। କିନ୍ତୁ ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ୨୦୧୨ରେ ମହାନଦୀ ଘାଟ ଟିକରପଡ଼ାକୁ ଉଠାଇ ଅଣାଯାଇଥିଲା। ସେଠାରେ ୧୩ଟି ସୁବ୍ୟବସ୍ଥିତ ଟେଣ୍ଟ କରାଯାଇଥିଲା। ଟେଣ୍ଟ ମଧ୍ୟରେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା। ଟିକରପଡା ଗ୍ରାମର ୨୦ଟି ପରିବାରକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ଏଠାକୁ ପ୍ରତିବର୍ଷ ଶୀତଋତୁରେ ଶହ ଶହ ପର୍ଯ୍ୟଟକ ଆସୁଥିବାରୁ ଭଲ ରୋଜଗାର କରୁଥିଲେ। ଏଥିସହ ଆଖପାଖରେ ଥିବା ଗାଁର ଲୋକେ ମାଛ, ମାଂସ, କ୍ଷୀର, ପନିପରିବା ଓ ରାସନ ସାମଗ୍ରୀ ଯୋଗାଇ ରୋଜଗାର କରୁଥିଲେ। ପର୍ଯ୍ୟଟକ ମଧ୍ୟ ସ୍ଥାନୀୟ ଗାଇଡ୍‌ଙ୍କ ସହାୟତାରେ ଜଙ୍ଗଲ ଭ୍ରମଣ, ମୋଟର ବୋଟ ଯୋଗେ ନଦୀ ବିହାର କରୁଥିଲେ।
କିନ୍ତୁ ଚଳିତ ବର୍ଷ ସବୁ କିଛି ବଦଳିଯାଇଛି। ବନ ବିଭାଗ ଏଠାରେ ନେଚର କ୍ୟାମ୍ପକୁ ବନ୍ଦ କରିଦେଇଛି। ଫଳରେ ଶ୍ରୀହୀନ ହୋଇପଡିଛି ସାତକୋଶିଆ। ଅଞ୍ଚଳବାସୀଙ୍କଠାରୁ ନେଇ ପର୍ଯ୍ୟଟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବ୍ୟାଘ୍ର ପ୍ରକଳ୍ପ ନାଁରେ ସାତକୋଶିଆ ଭିତରୁ ଗୋଟିଏ ପରେ ଗୋଟିଏ ଗାଁ ସ୍ଥାନାନ୍ତର ହେଉଛି। ଆଗାମୀ ଦିନରେ ଟିକରପଡ଼ା ଗାଁ ସ୍ଥାନାନ୍ତର ପାଇଁ ବନ ବିଭାଗ ଯୋଜନା କରୁଥିବାରୁ ନେଚର କ୍ୟାମ୍ପ ବନ୍ଦ କରିଦେଇଥିବା ଜଣାପଡ଼ିଛି। ଗାଁର ଅଧିକାଂଶ ବାସିନ୍ଦା ଗାଁ ଛାଡ଼ିବାକୁ ଆଦୌ ରାଜି ନୁହନ୍ତି। ଏହାଛଡ଼ା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ବାଘ ଥାଇ ମଧ୍ୟ ଜନବସତି ଅଛି। ଇକୋ ଟୁରିଜିମ୍‌ ଚାଲିଛି। ତେଣୁ ସାତକୋଶିଆରେ କାହିଁକି ବନ୍ଦ କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସାତକୋଶିଆର ଟିକରପଡ଼ା ନେଚର କ୍ୟାମ୍ପ ଯୋଗୁଁ ଗାଁ କମିଟି, ରାଜ୍ୟ ସରକାର, ବନ ବିଭାଗ ସମସ୍ତେ ଲାଭବାନ ହେଉଥିଲେ। ଏହି ନେଚର କ୍ୟାମ୍ପରୁ ଆଦାୟ ଅର୍ଥରୁ ୨୦୧୨ରୁ ଚଳିତ ବର୍ଷ ମେ’ ସୁଦ୍ଧା ଟିକରପଡ଼ା ଗାଁ କମିଟିକୁ ୨୬ଲକ୍ଷ ୯୦ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିପରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ୪ଲକ୍ଷ ୫୦ ହଜାର ଟଙ୍କା, ରାଜ୍ୟ ସରକାରଙ୍କୁ ରାଜସ୍ୱ ବାବଦରେ ୨୨ ଲକ୍ଷ ୩୪ ହଜାର ଟଙ୍କା, ରାଜ୍ୟ ସରକାରଙ୍କ ଇକୋ ଟ୍ୟୁରିଜିମ ସେଲକୁ ୨୨ଲକ୍ଷ ୩୨ହଜାର ଟଙ୍କା ଦିଆଯାଇଛି। ଫଳରେ ଏହି ନେଚର କ୍ୟାମ୍ପ ଯୋଗୁଁ ସମସ୍ତେ ଲାଭବାନ ହୋଇଛନ୍ତି। କିନ୍ତୁ ବନ ବିଭାଗର ଅପାରଗତା ଯୋଗୁ ଏଭଳି ଏକ ନେଚର କ୍ୟାମ୍ପ ବନ୍ଦ ହୋଇଯାଇଛି। ସେଠାରେ ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୧୩ଟି ସୁସଜ୍ଜିତ ଟେଣ୍ଟ ଏବେ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି। ୫୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ପକ୍କାଘର ଅବ୍ୟବହୃତ ହୋଇ ପଡ଼ି ରହିବା ସହ ଭୂତକୋଠି ପାଲଟିଛି। ଯେଉଁଠି ଶୀତଋତୁରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା, ସେଠାରେ ଏବେ ଖାଁ ଖାଁ। ଗାଈଗୋରୁଙ୍କ ଚରାଭୂଇଁ ପାଲଟିଛି। ବ୍ୟାଘ୍ର ପ୍ରକଳ୍ପ ପାଇଁ ଗାଁ ସ୍ଥାନାନ୍ତର କରିବାକୁ ଯଦି ନେଚର କ୍ୟାମ୍ପ ବନ୍ଦ କରୁଛି ବନ ବିଭାଗ, ତେବେ ନିଜେ ପରିଚାଳନା ଦାୟିତ୍ୱ ନେଇ କାହିଁକି ଚାଲୁ କରୁନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ସାତକୋଶିଆ ଡିଏଫଓ କୌଣସି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି।
ଭୁବନେଶ୍ବର: ସାତକୋଶିଆରେ ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ। ବିଭାଗ ତରଫରୁ କରାଯିବ୫ ବର୍ଷିଆ ଯୋଜନା। ୫ ବର୍ଷରେ ପ୍ରାୟ ୧୪ ଟି ବାଘ ପର୍ଯ୍ୟାୟକ୍ରମେ ଆସିବେ। ମହାରାଷ୍ଟ୍ରର ତଡବା ଜଙ୍ଗଲରେ ବାଘ ମାନଙ୍କ ଜେନେଟିକ ଓଡ଼ିଶାର ବାଘଙ୍କ ସାମଞ୍ଜସ୍ୟ ଥିବାରୁ ସେଇଠାରୁ ବାଘ ଆସିବେ। ପୁଣି ଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ ଏନଟିସିଏ  ଅନୁମୋଦନ ଦେଇଛି।
ବ୍ୟାଘ୍ର ପ୍ରକଳ୍ପ ପାଇଁ ଏନଟିସିଏ ରଖିଛି ଗୁଡ଼ାଏ ସର୍ତ୍ତ ରଖିଛି। ଆମେ ସବୁ ସର୍ତ୍ତ ମାନି ବ୍ୟାଘ୍ର ପ୍ରକଳ୍ପ ଚଳାଇବୁ। ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଆଲୋଚନା କରାଯିବ। କୋର ଏରିଆରୁ ସମସ୍ତ ଜନବସତି ଖାଲି କରାଯାଇଛି। ବଫର ଏରିଆରୁ ୬ଟି ଗାଁ ଖାଲି ହୋଇଥିବା ବେଳେ ଆଉ କିଛି ଗାଁ ଖାଲି କରାଯିବ।ସାତକୋଶିଆ ଓଡ଼ିଶାର ଗର୍ବ ହୋଇଥିବାରୁ ଏହାପ୍ରତି ଆମେ ସମସ୍ତେ ଯତ୍ନବାନ ରହିଛୁ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି।
ବର୍ଷା ଅଭାବରୁ ଶୁଖିଗଲାଣି ସାତକୋଶିଆ ଅଭୟାରଣ୍ୟର ନାଳ ଓ ଝରଣା; ପ୍ରବଳ ଗ୍ରୀଷ୍ମ ପ୍ରବାହରେ ହୁତ୍ ହୁତ୍ ହୋଇ ଜଳୁଛି ଜଙ୍ଗଲ
ଅନୁଗୋଳ: ଅନୁଗୋଳରେ କ୍ରମଶଃ ବଢ଼ିଚାଲିଛି ତାପମାତ୍ରା। ଗତକାଲି ଏଠାରେ ତାପମାତ୍ରା ବୃଦ୍ଧି ପାଇ ୪୩.୭ ଡିଗ୍ରୀ ଥିଲା । ଅନ୍ୟପଟେ ଦୀର୍ଘ ଦିନ ହେଲା ଟୋପାଏ ବର୍ଷା ନାହିଁ। ତେଣୁ ଏହାର ପ୍ରଭାବ କେବଳ ମଣିଷ କାହିଁକି ବନ୍ୟଜନ୍ତୁଙ୍କ ଉପରେ ମଧ୍ୟ ପଡୁଛି। ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ଥିବା ପ୍ରାକୃତିକ ନାଳ, ଜଙ୍ଗଲୀ ଝରଣା ଓ ଜଳାଶୟ ଏବେଠାରୁ ଶୁଖିଗଲାଣି। ତେଣୁ ପାଣି ପାଇଁ ବନ୍ୟଜନ୍ତୁ ଡହକବିକଳ ହେଉଛନ୍ତି। ଏପରିକି ପାଣି ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି।
ଗତ ଦୁଇମାସ ହେଲା (ମାର୍ଚ୍ଚ ଓ ଅପ୍ରେଲ )ଅନୁଗୋଳ ଜିଲ୍ଲାରେ ଆଶାତିତ ଭାବେ ତାପମାତ୍ରା ବଢ଼ିବା ସହ ଅସମ୍ଭାଳ ତତଲା ପବନ ବହୁଛି। ତା’ ସାଙ୍ଗକୁ ପାଣି ବର୍ଷା ବଦଳରେ ଆକାଶରୁ ହେଉଛି ଅଗ୍ନି ବର୍ଷା। ତତଲା କଡ଼େଇରେ ସିଝୁଛି ସାରା ଅନୁଗୋଳ। ତାପମାତ୍ରା ୪୪ଡିଗ୍ରୀ ପାର ହେଲାଣି। ଅସ୍ତବ୍ୟସ୍ତ ହୋଇ ଗଲାଣି ସାଧାରଣ ଜୀବନ। ଏଭଳି ପରିସ୍ଥିତିରେ କେବଳ ମଣିଷ କାହିଁକି ସମସ୍ତ ଜୀବଜନ୍ତୁ ମଧ୍ୟ ଛଟପଟ ହେଉଛନ୍ତି। ପ୍ରଚଣ୍ଡ ଖରାରେ ଗଛପତ୍ର ସବୁ ଶୁଖି ଯାଉଥିବା ବେଳେ ଘଞ୍ଚ ଜଙ୍ଗଲରେ ଛାଇ ଟିକେ ଖୋଜିବାକୁ ପଡୁଛି। ଏଭଳି ସ୍ଥିତିରେ ବନ୍ୟଜନ୍ତୁଙ୍କ ଅବସ୍ଥା ସାଙ୍ଘାତିକ ହୋଇ ପଡ଼ିଛି। ତୃଣଭୋଜି ପ୍ରାଣୀମାନଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ ସମସ୍ୟା ସହ ଜଳାଭାବ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟିକରିଛି। ଖରା କ୍ରମଶଃ ବଢ଼ୁଥିବାରୁ ଏବେଠାରୁ ଜଙ୍ଗଲର ବହୁ ଜାଗାରେ ନିଆଁ ଲାଗିଲାଣି। ଏହାର ପ୍ରଭାବରେ ତାପମାତ୍ରା ଆହୁରି ବଢ଼ିଯାଇଛି। ପ୍ରବଳ ଉତ୍ତାପରୁ ରକ୍ଷା ପାଇବାକୁ ବନ୍ୟଜନ୍ତୁ ଇତସ୍ତତଃ ହୋଇ ପଡ଼ିଛନ୍ତି।
ଗତ ବର୍ଷ ମାର୍ଚ୍ଚ ଓ ଏପ୍ରିଲ ମାସରେ କିଛି କିଛି ବର୍ଷା ହୋଇଥିଲା। ତେଣୁ ଜଙ୍ଗଲ ଭିତରେ ଏତେଟା ଜଳସଙ୍କଟ ଦେଖାଦେଇ ନଥିଲା। ହେଲେ ଚଳିତବର୍ଷ ଆକାଶରୁ ଟୋପାଏ ପାଣି ପଡ଼ିନି। ଆଗକୁ କ’ଣ ହେବ, ତାହା କହିବା ମୁସ୍କିଲ। ଅନୁଗୋଳରେ ପ୍ରତିବର୍ଷ ହାରାହାରି ତାପମାତ୍ରା ବଢ଼ିଚାଲିଛି। ତେଣୁ ଜଳାଭାବ ଉତ୍କଟ ହେବାରେ ଲାଗିଛି। ଜଙ୍ଗଲ ଗୁଡ଼ିକରେ ନିଆଁ ଲାଗିବା ଦ୍ୱାରା ବ୍ୟାପକ ମୃତ୍ତିକା କ୍ଷୟ ହେଉଛି। ତେଣୁ ପ୍ରାକୃତିକ ନାଳଗୁଡିକ ମାଟିରେ ପୋତି ହୋଇଯାଉଛି। ଗତ ଫେବୃଆରୀ ମାସରୁ ହିଁ ପାଣି ଶୁଖି ଯାଉଛି। ବନ ବିଭାଗ ତରଫରୁ ଜଙ୍ଗଲ ଭିତରେ ବହୁ ସଂଖ୍ୟାରେ ଛୋଟ ଛୋଟ ଜଳାଶୟ ଖୋଳିବାର ଆବଶ୍ୟକତା ରହିଛି। ଏହାଛଡ଼ା ଚଳିତ ବର୍ଷ ଯେଉଁଭଳି ଭାବେ ଜଙ୍ଗଲ ସମ୍ପୂର୍ଣ୍ଣ ଶୁଷ୍କ ହୋଇଯାଇଛି, ଅସ୍ଥାୟୀ କୁଣ୍ଡ କରି ସେଥିରେ ପାଣି ଭର୍ତ୍ତି ନକଲେ ବହୁ ଜୀବଜନ୍ତୁ ପାଣି ବିନା ମୃତ୍ୟୁବରଣ କରିବେ ବୋଲି ପରିବେଶବିତମାନେ ମତବ୍ୟକ୍ତ କରିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ମଣିଷ ନିଜ ବୁଦ୍ଧି ବଳରେ ମୁକାବିଲା କରିପାରୁଛି। ପାଣି ବିନା ହରିଣ, କୁଟୁରା ଓ ହାତୀ ଭଳି ଜୀବମାନେ ରାସ୍ତା ଉପରକୁ ପଳାଇ ଆସୁଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଭିତରେ ବନ୍ୟଜନ୍ତୁ ପାଣି ବିନା ମରିପଡ଼ିଥିବା ଦେଖାଯାଇଛି। ଜଙ୍ଗଲରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ବନ୍ୟଜନ୍ତୁ କିଭଳି ବଞ୍ଚିବେ ତାହା ଚିନ୍ତାର କାରଣ ପାଲଟିଛି। ଏବେ କେବଳ ବର୍ଷା ହିଁ ଏହି ସମସ୍ୟାର ସମାଧାନ କରିପାରିବ ବୋଲି ବନ୍ୟପ୍ରାଣୀ ତତ୍ତ୍ବାବଧାରକମାନେ ପ୍ରକାଶ କରିଛନ୍ତି।