Donkeys in China - The Sakala

ପାଟିରେ ଲାଗିଛି ରକ୍ତ ନିଶା: ଚୀନ୍‌ରେ ୨ ବର୍ଷରେ ୭୦ ଲକ୍ଷ ଗଧଙ୍କୁ ହତ୍ୟା
ବେଜିଂ: ମନୁଷ୍ୟ ସହ ଗଧଙ୍କ ସମ୍ପର୍କ କାହିଁ କେଉଁ କାଳରୁ ଜାରି ରହିଛି। ଅତିକମ୍‌ରେ ପ୍ରାୟ ୫ ହଜାର ବର୍ଷ ହେଲା ବିଭିନ୍ନ କାର୍ଯ୍ୟ ପାଇଁ ମନୁଷ୍ୟ ଗଧଙ୍କୁ ବ୍ୟବହାର କରୁଛି। ଏବେ ବି ବିଶ୍ବର ପ୍ରାୟ ୫୦ କୋଟି ଲୋକଙ୍କ ଜୀବିକା ଗଧଙ୍କ ଉପରେ ନିର୍ଭର କରୁଛି। ମାତ୍ର ଚୀନ୍‌ରେ ଏହି ଗଧଙ୍କ ଜୀବନ ପ୍ରତି ବଡ଼ ବିପଦ ଦେଖାଯାଇଛି। ଲୋକେ ପ୍ରତି ବର୍ଷ ସଉକ ପାଇଁ ଲକ୍ଷ ଲକ୍ଷ ଗଧଙ୍କୁ ହତ୍ୟା କରୁଛନ୍ତି। କେବଳ ଗତ ୨ ବର୍ଷରେ ୭୦ ଲକ୍ଷ ଗଧଙ୍କୁ ହତ୍ୟା କରାଯାଇଛି। ଅବାଧ ହତ୍ୟା ଯୋଗୁଁ ଦେଶରେ ଗଧ ସଂଖ୍ୟା ଅହେତୁକ ହ୍ରାସ ପାଇଛି। ସ୍ଥିତି ଏପରି ହୋଇଛି ଯେ ଲୋକଙ୍କ ସଉକ ପୂରଣ କରିବା ପାଇଁ ବିଦେଶରୁ ମଧ୍ୟ ଗଧଙ୍କୁ ରପ୍ତାନୀ କରାଯାଉଛି। ଏବେ ଗଧଙ୍କ ଅସ୍ତିତ୍ବ ଉପରେ ସଙ୍କଟ ଦେଖାଦେଇଛି। ଏହା ପଛରେ ଚିନିମାନଙ୍କ ଏକ ଲୋକ କଥା ରହିଛି। ଏହାକୁ ପୂରଣ କରିବା ପାଇଁ ସେମାନେ ରକ୍ତମୁଖା ହୋଇଛନ୍ତି। ଚୀନ୍‌ରେ ଇ-ଜିଆଓ ନାମକ ପାରମ୍ପରିକ ଔଷଧର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ଗଧଙ୍କୁ ହତ୍ୟା କରାଯାଉଛି। ଗଧର ଚର୍ମରୁ ବାହାରୁଥିବା କୋଲେଜନ ବ୍ୟବହାର କରି ଏହି ଔଷଧ ପ୍ରସ୍ତୁତ କରାଯାଇଥାଏ। ଉକ୍ତ ଔଷଧ ରକ୍ତ ଶୁଦ୍ଧି, ଚର୍ମ ରୋଗ ଭଲ କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ବୋଲି କୁହାଯାଉଛି।

ଏହି ଔଷଧର ଚାହିଦା ଏତେ ବୃଦ୍ଧି ପାଇଛି ଯେ ଚୀନ୍‌ରେ ଗଧ ସଂଖ୍ୟା ୯୦ ଲକ୍ଷରୁ ୧୮ ଲକ୍ଷରେ ପହଞ୍ଚି ଯାଇଛି। ଏବେ ଚୀନ୍‌ର ଅନେକ ଅଞ୍ଚଳରେ ଆଉ ଗଧ ମିଳୁନାହିଁ। ତେଣୁ ଅନ୍ୟ ଦେଶରୁ ଗଧ ମଗାଯାଉଛି। ଏହି ଦେଶ ମଧ୍ୟରେ ଆଫ୍ରିକା ଆଗରେ ରହିଛି। ଗଧ ଯୋଗାଣ ପାଇଁ ଚୀନ୍‌ରେ ଏକ ଗୋଷ୍ଠୀ ସକ୍ରିୟ ରହିଛି। ପାରମ୍ପରିକ ଭାବେ ଇ-ଜିଆଓ ଏକ ବିଳାସପୂର୍ଣ୍ଣ ସାମଗ୍ରୀ ଥିଲା। ୧୬୪୪-୧୯୧୨ ପର୍ଯ୍ୟନ୍ତ ଚୀନ୍‌ରେ ଶାସନ କରୁଥିବା ରାଜବଂଶ ଏହାକୁ ବ୍ୟବହାର କରୁଥିଲେ। ମାତ୍ର ୨୦୧୧ରେ ଆରମ୍ଭ ହୋଇଥିବା ଏକ ଲୋକପ୍ରିୟ ଶୋ’ରେ ଏହି ଔଷଧ ବିଷୟରେ ଦେଖା ଯାଇଥିଲା। ଏହା ପରଠାରୁ ଚୀନ୍‌ରେ ଇ-ଜିଆଓର ଚାହିଦା ଅହେତୁକ ବୃଦ୍ଧି ପାଇଥିଲା। ମଧ୍ୟମ ବର୍ଗ ଏବଂ ବୃଦ୍ଧ ଏହାକୁ ଅଧିକ ବ୍ୟବହାର କଲେ। ଏଥିଯୋଗୁଁ ୫୦୦ ଗ୍ରାମ ପିଛା ଏହି ଔଷଧର ମୂଲ୍ୟ ୧୦୦ ରୁ ୨୯୮୬ ୟୁଆନ (ପ୍ରାୟ ୩୫ ହଜାର ଟଙ୍କା) ରେ ପହଞ୍ଚି ଯାଇଛି। ଏକ ରିପୋର୍ଟ ଅନୁଯାୟୀ ଇ-ଜିଆଓ ଉଦ୍ୟୋଗକୁ ପ୍ରତି ବର୍ଷ ୫୯ ଲକ୍ଷ ଗଧର ଚର୍ମ ଆବଶ୍ୟକ।