osssc exam - The Sakala

ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ଅଭାବ; ଦ୍ୱନ୍ଦ୍ୱରେ ପରୀକ୍ଷାର୍ଥୀ, ଗୋଟିଏ ଦିନରେ OPSC ଓ OSSSC କରିବାକୁ ଯାଉଛନ୍ତି ପରୀକ୍ଷା....
ଭୁବନେଶ୍ବର: ପୁଣି ସରକାରୀ ପରୀକ୍ଷା ପରିଚାଳନାକୁ ନେଇ ତ୍ରୁଟି ଦେଖିବାକୁ ମିଳିଛି। ସରକାରୀ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ବଢିଛି। ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଦେଖା ଦେଇଛି। ଗୋଟିଏ ଦିନିରେ ଓଡ଼ିଶା ଲୋକସେବା ଆୟୋଗ (OPSC)  ଆସିଷ୍ଟାଣ୍ଟ ସେକ୍ସନ୍‍ ଅଫିସର ( ASO ) ପରୀକ୍ଷା କରିବାକୁ ଯାଉଥିବା ବେଳେ ଓଡ଼ିଶାଅଧସ୍ତନ କର୍ମଚାରୀ ଚୟନ ଆୟୋଗ ( OSSSC ) କରିବାକୁ ଯାଉଛି RI, ଅମିନ ପରୀକ୍ଷା। ଯାହାକୁ ନେଇ ଚିନ୍ତାରେ ଆଶାୟୀ ।

ସୂଚନା ଅନୁଯାୟୀ, ଆସନ୍ତାକାଲି OPSC କରିବାକୁ ଯାଉଛି ASO ପରୀକ୍ଷା। ସକାଳ ୯ ଟାରୁ ୧୦ଟା ୩୦ ଯାଏଁ ହେବ ପେପର-୧ ପରୀକ୍ଷା। ସେହିପରି ପେପର-୨ ଦିନ ୧୧ଟା ୩୦ମିନିଟରୁ ଆରମ୍ଭ ହୋଇ ୧ଟା ଯାଏ ଚାଲିବ, ପେପର-୩ ଦିନ ୨ଟା ୩୦ରୁ ଆରମ୍ଭ ହୋଇ ୪ଟା ୩୦ ମିନିଟରେ ଶେଷ ହେବ। ଏଭଳି ସ୍ଥିତିରେ ସମାନ ଦିନରେ OSSSC କରିବାକୁ ଯାଉଛି RI, ଅମିନ ପରୀକ୍ଷା। ଯେଉଁ ଆଶାୟୀ ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବେସେମାନେ କେଭଳି ଦୁଇଟି ଯାକ ପରୀକ୍ଷା ଦେବେ। ଏହି ଚିନ୍ତାରେ ପଡିଛନ୍ତି ପରୀକ୍ଷାର୍ଥୀ। ଗତ ୧୬ ମାସରେ ୧୬ଟି ସରକାରୀ ପରୀକ୍ଷାରେ ବିଭ୍ରାଟ ଘଟିଲାଣି।  ନୂଆ ସରକାରୀ ପଦବୀ ବାହାରୁନି। ସେଠି ଗୋଟେ ସମୟରେ ଦୁଇଟି ପରୀକ୍ଷାର ଭେଳିକି ନେଇ ପରୀକ୍ଷାର୍ଥୀ ଅକଳରେ ପଡିଛନ୍ତି।

ଆର୍‌ଆଇ, ଅମିନ ପ୍ରିଲିମ୍‌ସ ଅକ୍ଟୋବର ୮ରୁ
ଭୁବନେଶ୍ୱର: ବାତିଲ୍‌ ହୋଇଥିବା ଆର୍‌ଆଇ, ଏଆର୍‌ଆଇ, ଅମିନ ଓ ଆଇସିଡିଏସ୍‌ ସୁପରଭାଇଜର୍‌ ନିଯୁକ୍ତି ପାଇଁ ପ୍ରିଲିମିନାରୀ ପରୀକ୍ଷା ପୁଣିଥରେ ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ। କମ୍ପ୍ୟୁଟର୍‌ ବେସଡ୍‌ ନିଯୁକ୍ତି ପରୀକ୍ଷା(ସିବିଆର୍‌ଇ) ମାଧ୍ୟମରେ ଆଶାୟୀମାନେ ପରୀକ୍ଷା ଦେବେ। ନଭେମ୍ବେର ତୃତୀୟ ସପ୍ତାହ ମଧ୍ୟରେ ଏକାଧିକ ସିଫ୍ଟରେ ପରୀକ୍ଷା ହେବ। ଏଥିପାଇଁ ନର୍ମାଲାଇଜେସନ୍‌ ପ୍ରକ୍ରିୟା ଆପଣାଯିବ। ଏହାସହ ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବ। ଯେଉଁ ଜିଲ୍ଲାରେ ଉପଯୁକ୍ତ ପରୀକ୍ଷା କେନ୍ଦ୍ର ନାହିଁ, ସେହି ଜିଲ୍ଲାର ପିଲାମାନେ ଆବେଦନ ସମୟରେ ଆଗ୍ରାଧିକାର ଦେଇଥିବା ଜିଲ୍ଲାରେ ପରୀକ୍ଷା ଦେବେ। ପରବର୍ତ୍ତୀ ସମୟରେ ଆଡମିଟ୍‌ କାର୍ଡ ପ୍ରକାଶ ପାଇବ ବୋଲି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ହୋଇଥିବା ପ୍ରଲିମିନାରୀ ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ହେବା ପରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ମେନ୍‌ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ କରାଯାଇଥିଲା। ମୋଟ୍‌ ପଦର ୫ ଗୁଣା ପରୀକ୍ଷାର୍ଥୀ ମେନ୍‌ ପରୀକ୍ଷାକୁ ଉତ୍ତୀର୍ଣ୍ଣ ହେବାର ନିୟମ ଥିବାରୁ ଉଚ୍ଚ ନ୍ୟାୟାଳୟରେ ମାମଲା ହୋଇଥିଲା। ଫଳରେ ସରକାର ପ୍ରିଲିମିନାରୀ ପରୀକ୍ଷାଫଳକୁ ରଦ୍ଦ କରିବା ସହ ପୁଣିଥରେ ନୂତନ ଭାବେ ପରୀକ୍ଷା କରିବାକୁ ଉଚ୍ଚ ନ୍ୟାୟାଳୟକୁ ଅବଗତ କରିଥିଲେ।

୨୪ରୁ ଫରେଷ୍ଟର, ଫରେଷ୍ଟଗାର୍ଡ ଓ ଲାଇଭ୍‌‌ଷ୍ଟକ୍‌‌ ଇନ୍ସପେକ୍ଟର୍‌ ପରୀକ୍ଷା
ଭୁବନେଶ୍ୱର: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌‌ଏସ୍‌‌ଏସ୍‌‌ସି) ଦ୍ୱାରା ପରିଚାଳିତ ଫରେଷ୍ଟର, ଫରେଷ୍ଟଗାର୍ଡ ଓ ଲାଇଭ୍‌‌ଷ୍ଟକ୍‌‌ ଇନ୍ସପେକ୍ଟର ପରୀକ୍ଷା ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ। ମେ’ ୭ ତାରିଖ ପର୍ଯ୍ୟନ୍ତ ଅନ୍‌‌ଲାଇନ୍‌‌ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର ୧୫ ଦିନ ପୂର୍ବରୁ ଓଏସ୍‌‌ଏସ୍‌‌ଏସ୍‌‌ସି ୱେବ୍‌‌ସାଇଟ୍‌‌ www.osssc.gov.inରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ପ୍ରଥମରୁ ପରୀକ୍ଷା ଥିବା ପ୍ରର୍ଥୀଙ୍କ ଆଡମିଟ୍‌ କାର୍ଡ ଉପଲବ୍‌‌ଧ ହୋଇଛି। ସୂଚନାଯୋଗ୍ୟ, ଓଏସ୍‌‌ଏସ୍‌‌ଏସ୍‌‌ସି ପ୍ରଥମଥର ପାଇଁ ଏହି ପରୀକ୍ଷାରୁ ପର୍‌‌ସେଣ୍ଟଟାଇଲ୍‌‌ ଫର୍ମୁଲା ଆପଣାଇବାକୁ ଯାଉଛି। ନେସ୍‌‌ନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌‌ଟିଏ) ଢାଞ୍ଚାରେ ଏହି ନିୟମକୁ ଲାଗୁ କରାଯିବ। ଚଳିତଥର ସମସ୍ତ ଜିଲ୍ଲାରେ ପରୀକ୍ଷା କରାଯିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଥିଲେ ମଧ୍ୟ ପରୀକ୍ଷା ପାଇଁ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ନିକଟସ୍ଥ ଜିଲ୍ଲା ବା ସହରରେ ଅଧିକ ପରୀକ୍ଷା କେନ୍ଦ୍ର କରାଯାଇଛି। ୩୦ ପ୍ରତିଶତ ପରୀକ୍ଷାର୍ଥୀଙ୍କ ପାଇଁ ସମ୍ବଲପୁର, ବ୍ରହ୍ମପୁର, କଟକ ଓ ଭୁବନେଶ୍ୱର ପରି ସହରରେ ପରୀକ୍ଷାକେନ୍ଦ୍ର କରାଯାଇଥିବା ଓଏସ୍‌‌ଏସ୍‌‌ଏସ୍‌‌ସି ପକ୍ଷରୁ ସୂଚନା ଦିଆଯାଇଛି।