144 crore - The Sakala

ଜାତିସଂଘ ରିପୋର୍ଟ: ଭାରତର ଜନସଂଖ୍ୟା ୧୪୪ କୋଟି, ୧୪ ବର୍ଷରୁ କମ୍‌ ବୟସର ସଂଖ୍ୟା ୩୫ କୋଟି
ନ୍ୟୁୟର୍କ: ଭାରତର ଜନସଂଖ୍ୟା ଗତ ୭୭ ବର୍ଷରେ ଦ୍ବିଗୁଣିତ ହୋଇଛି। ଏବେ ଜନସଂଖ୍ୟା ୧୪୪.୧୭ କୋଟିରେ ପହଞ୍ଚି ଯାଇଛି। ମିଳିତ ଜାତିସଂଘ (ୟୁଏନ୍‌)ର ସ୍ବାସ୍ଥ୍ୟ ଏଜେନ୍ସି ୟୁନାଇଟେଡ ନେସନ୍ସ ପପୁଲେସନ ଫଣ୍ଡ (ୟୁଏନଏଫ୍‌ପିଏ)ର ନୂଆ ରିପୋର୍ଟରେ ଏହି ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ ଭାରତର ମୋଟ ଜନସଂଖ୍ୟାର ୨୪ ପ୍ରତିଶତ ୦-୧୪ ବର୍ଷର ଲୋକ ସାମିଲ ଅଛନ୍ତି। ଅର୍ଥାତ୍‌ ଏମାନଙ୍କ ସଂଖ୍ୟା ପ୍ରାୟ ୩୫ କୋଟି ରହିଛି। ସେହିପରି ୧୫-୬୪ ବର୍ଷୀୟ ସଂଖ୍ୟା ସର୍ବାଧିକ ୬୮ ପ୍ରତିଶତ ରହିଛି। ପୁରୁଷଙ୍କ ହାରାହାରି ବୟସ ୭୧ ଏବଂ ମହିଳାଙ୍କ ୭୪ ବର୍ଷ ରହିଛି। ସୂଚନାଯୋଗ୍ୟ ଯେ ଭାରତ ଚଳିତ ବର୍ଷ ପ୍ରାରମ୍ଭରେ ଜନସଂଖ୍ୟାରେ ଚୀନ୍‌କୁ ପଛରେ ପକାଇ ଦେଇଥିଲା। ୧୪୨.୫ କୋଟି ଜନସଂଖ୍ୟା ସହିତ ବିଶ୍ବର ଜନବହୁଳ ରାଷ୍ଟ୍ର ହୋଇଥିଲା। ଏହା ପୂର୍ବରୁ ୨୦୧୧ ଜନଗଣନାରେ ଭାରତର ଜନସଂଖ୍ୟା ୧୨୧ କୋଟି ରେକର୍ଡ କରାଯାଇଥିଲା। ଏବେ ୟୁଏନଏଫପିଏ ରିପୋର୍ଟରେ ଭାରତର ଜନସଂଖ୍ୟା ୧୪୪.୧୭ କୋଟି ଏବଂ ଚୀନ୍‌ର ୧୪୨.୫ କୋଟି ଥିବା କୁହାଯାଇଛି।

ରିପୋର୍ଟ ଅନୁଯାୟୀ, ୨୦୦୬-୨୩ ମଧ୍ୟରେ ଭାରତରେ ୨୩ ପ୍ରତିଶତ ବାଲ୍ୟ ବିବାହ ହୋଇଥିଲା। ଏଥିରେ ଯୁବକ ଏବଂ ଯୁବତୀଙ୍କ ବୟସ ଯଥାକ୍ରମେ ୨୧ ଏବଂ ୧୮ରୁ କମ୍‌ ଥିଲା। ଏହା ସହିତ ପ୍ରସବ ସମୟରେ ହେଉଥିବା ମୃତ୍ୟୁସଂଖ୍ୟା ହ୍ରାସ ପାଇଛି। ଯୌନ କ୍ରିୟା ଏବଂ ପ୍ରଜନନ କ୍ଷମତାରେ ଭାରତ ଗତ ୩୦ ବର୍ଷରେ ସବୁଠାରୁ ଭଲ ପ୍ରଦର୍ଶନ କରିଛି। ଏଥିଯୋଗୁଁ ପ୍ରସବକାଳୀନ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ବିଶ୍ବରେ ହେଉଥିବା ଏଭଳି ମୃତ୍ୟୁରେ ଭାରତର ଯୋଗଦାନ ୮ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ରିପୋର୍ଟରେ ବିଶ୍ବସ୍ତରରେ ମହିଳାଙ୍କ ଯୌନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଲକ୍ଷ ଲକ୍ଷ ମହିଳା ଏବଂ ଯୁବତୀ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ରହୁଥିବା କୁହାଯାଇଛି। ୨୦୧୬ ପରେ ଦିନକୁ ପ୍ରସବ ସମୟରେ ୮୦୦ ମହିଳାଙ୍କ ମୃତ୍ୟୁ ହେଉଛି। ଏବେ ବି ଏକ ଚତୁର୍ଥାଂଶ ମହିଳା ନିଜ ପାର୍ଟନରଙ୍କ ସହ ଯୌନ ସମ୍ବନ୍ଧ ରଖିବାକୁ ମନା କରିପାରୁନାହାନ୍ତି। ୧୦ ଜଣରୁ ଜଣେ ମହିଳା ଗର୍ଭନିରୋଧକ ଉପାୟ ବିଷୟରେ ନିଜେ ନିଷ୍ପତ୍ତି ନେଇପାରୁନାହାନ୍ତି। ସେହିପରି ଦିବ୍ୟାଙ୍ଗ ମହିଳାଙ୍କ ପ୍ରତି ଯୌନ ହିଂସା ୧୦ ଗୁଣ ବୃଦ୍ଧି ପାଇଛି ବୋଲି କୁହାଯାଇଛି।