Nominations - The Sakala

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା । ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ନାମାଙ୍କନ ଭରିଥିବାବେଳେ କମନ କ୍ୟାଣ୍ଡିଡେଟ ଭାବେ ଡ. ଦତ୍ତେଶ୍ବର ହୋତା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ରିଟର୍ଣ୍ଣିଂ ଅଫିସରଙ୍କ ଆଗରେ ସଂତୃପ୍ତ ୨ ସେଟ ଓ ଦତ୍ତେଶ୍ବର ୩ ସେଟ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସଂତୃପ୍ତ ଏବଂ ଦତ୍ତେଶ୍ଵର ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଉଭୟଙ୍କୁ ସ୍ଵାଗତ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦୁଇ ପ୍ରାର୍ଥୀ ନିର୍ବାଚନରେ ନିଶ୍ଚିତ ବିଜୟ ହେବେ ବୋଲି ଦୃଢ଼ ଆଶା ପ୍ରକାଶ କରିଛନ୍ତି । ସେହିପରି ନାମାଙ୍କନ ଦାଖଲ ପରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି କି, ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଜୟନ୍ତୀ। ବିଜୁ ବାବୁ ଭାରତୀୟ ରାଜନୀତିରେ ନୂଆ ଦିଗ ଦେଇ ଆସିଥିଲେ। ସବୁବେଳେ ନୂଆ ଉଦାହରଣ ସୃଷ୍ଟି କରିଥଲେ। ତାଙ୍କ ଲିଗାସୀକୁ ୨୪ ବର୍ଷ ଧରି ସୁପୁତ୍ର ନବୀନ ପଟ୍ଟନାୟକ ଓଡ଼ିଶାରେ ଶାସନ ଭାର ଗ୍ରହଣ କରି ନୂଆ ଉଦାହରଣ ସୃଷ୍ଟି କରିଥିଲେ।  ଉଭୟ ବିଜେଡି ଓ କଂଗ୍ରେସ ଧର୍ମନିରପେକ୍ଷବାଦରେ ବିଶ୍ବାସ ରଖନ୍ତି। ଯେଉଁଥିପାଇଁ ଏହି ରାଜ୍ୟସଭା ନିର୍ବାଚନରେ ନବୀନ ବାବୁଙ୍କ କମନ ପ୍ରାର୍ଥୀ ପ୍ରସ୍ତାବରେ ଏଆଇସିସି ତତକ୍ଷଣାତ ମୋହର ମାରିଥିଲା। ଆମର ସମସ୍ତ ବିଧାୟକ ଏକଜୁଟ ଅଛନ୍ତି ଏବଂ ନିଶ୍ଚିତ ଚତୁର୍ଥ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ଡାକ୍ତର ଦତ୍ତେଶ୍ବର ହୋତା ବିଜୟୀ ହେବେ। ସେହିପରି ଉଚ୍ଚକୋଟୀର ଡାକ୍ତର, ପଶ୍ଚିମ ଓଡ଼ିଶାର ଦକ୍ଷ ଡାକ୍ତର ପ୍ରଥମ କରି ରାଜ୍ୟରେ କିଡନୀ ଅପରେସନ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିଛନ୍ତି। ଏଭଳି ଜଣେ ଦକ୍ଷ ବ୍ୟକ୍ତି ରାଜ୍ୟସଭା ଗଲେ ଓଡ଼ିଶାର ଅଶେଷ ଉନ୍ନତି ସାଧିତ ହେବ ବୋଲି କହିଛନ୍ତି ଭକ୍ତ ଚରଣ ଦାସ ।

ଓଡ଼ିଶାରୁ ଖାଲି ହେଉଥିବା ୪ ରାଜ୍ୟସଭା ଆସନ ପାଇଁ ଏଥର ୫ଜଣ ପ୍ରାର୍ଥୀ ହୋଇଛନ୍ତି । ବିଜେପିରୁ ମନମୋହନ ସାମଲ, ସୁଜିତ୍ କୁମାର ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ସଂତୃପ୍ତ ମିଶ୍ର, କମନ କ୍ୟାଣ୍ଡିଡେଟ୍ ଭାବେ ଦତ୍ତେଶ୍ବର ହୋତା ଓ ସ୍ବାଧୀନ ପ୍ରାର୍ଥୀ ଭାବେ ଦିଲ୍ଳୀପ ରାୟ ପ୍ରାର୍ଥୀ ହୋଇଛନ୍ତି । ମାର୍ଚ୍ଚ ୫ତାରିଖ ନାମାଙ୍କନର ଶେଷ ଦିନ ହୋଇଥିବାରୁ ଆଜି ସମସ୍ତେ ନାମାଙ୍କନ ଦାଖଲ କରିବେ । ମାର୍ଚ୍ଚ ୬ରେ ପ୍ରାର୍ଥୀପତ୍ରର ହେବ ଯାଞ୍ଚ। ମାର୍ଚ୍ଚ ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୧୬ମାର୍ଚ୍ଚରେ ରାଜ୍ୟସଭା ଆସନ ପାଇଁ ପଡ଼ିବ ଭୋଟ୍।

ଆଜି ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ୪ ହେଭିୱେଟ ନେତା
ଭୁବନେଶ୍ୱର: ଗୁରୁବାର ଲୋକସଭା ନିର୍ବାଚନ ପାଇଁ ୪ ହେଭିୱେଟ ନେତା ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଜପା ପ୍ରାର୍ଥୀ ଭାବେ ସମ୍ବଲପୁର ଲୋକ ସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଉଥିବା ବେଳେ, ପୁରୀ ଲୋକସଭା ଆସନରୁ ଅରୁପ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିବେ।

ଓଡ଼ିଶାରେ ଆଜିଠୁ ନାମାଙ୍କନ: ୪ ଲୋକସଭା, ୨୮ ବିଧାନସଭା ଆସନ ପାଇଁ ମେ ୧୩ରେ ମତଦାନ
ଭୁବନେଶ୍ୱର: ସାଧାରଣ ନିର୍ବାଚନ ୨୦୨୪ର ତୃତୀୟ ଚରଣ ଅର୍ଥାତ୍‌ ଆସନ୍ତା ମେ ୧୩ ତାରିଖରେ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ମୋଟ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନରେ ଭୋଟର ନିଜ ପ୍ରତିନିଧି ବାଛିବାକୁ ଯାଉଛନ୍ତି। ଏଥିପାଇଁ ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ନିର୍ବାଚନ କମିସନ ଧାର୍ଯ୍ୟ କରିଥିବା ସମୟସୀମା ଅନୁଯାୟୀ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ଆଜି ଠାରୁ ବିଧିବଦ୍ଧ ଭାବେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ।

ଓଡ଼ିଶାର ୪ ସଂସଦୀୟ କ୍ଷେତ୍ରରେ ମତଦାନ ନେଇ ସମୟ ନିର୍ଘଣ୍ଟ ହୋଇିଛି। ସବୁଠି ସକାଳ ୭ରୁ ଆରମ୍ଭ ।  ମାତ୍ର ମତଦାନ ଶେଷ ସମୟ ଭିନ୍ନ ରହିଛି। କଳାହାଣ୍ଡି ନୂଆପଡ଼ାରେ ୩୯ଟି ପୋଲିଂ ଷ୍ଟେସନ୍‌ରେ ୭ରୁ ୪ଟା ଭୋଟିଂ ହେବ। ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣାରେ ସକାଳ ୭ରୁ ୫ଟା ପର୍ଯ୍ୟନ୍ତ ଭୋଟିଂ ପ୍ରକ୍ରିୟା ଚାଲିବ। ସେହିପରି ନର୍ଲାରେ ୧୯ଟି ପୋଲିଂ ଷ୍ଟେସନରେ ସକାଳ ୭ରୁ ୪ଟା ପର୍ଯ୍ୟନ୍ତ ଭୋଟିଂ ହେବ । ନର୍ଲାର ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ପର୍ଯ୍ୟନ୍ତ ମତଦାନ ହେବ ।  ନୂଆପଡ଼ାର ଅନ୍ୟ ପୋଲିଂ ଷ୍ଟେସନରେ ୭ରୁ ୫ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ଖଡ଼ିଆଳରେ ୨୯ଟି ପୋଲିଂ ଷ୍ଟେସନ୍‌ରେ ୭ଟାରୁ ୪ଟା ପର୍ଯ୍ୟନ୍ତ ଭୋଟିଂ ହେବ। ଖଡ଼ିଆଳର ଅନ୍ୟ ପୋଲିଂ ଷ୍ଟେସନରେ ୭ରୁ ୫ଟା ପର୍ଯ୍ୟନ୍ତ ମତଦାନ ଚାଲୁରହିବ। ଲାଞ୍ଜିଗଡ଼ରେ ସବୁଠି ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ।

ସେହିପରି ଆସନ୍ତା ୨୫ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ୨୬ ତାରିଖରେ ନାମାଙ୍କନ ଯାଞ୍ଚ ହେବାକୁ ଥିବାବେଳେ ୨୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଏହି ପର୍ଯ୍ୟାୟରେ ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଲୋକସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ହେବ। ଉପରୋକ୍ତ ୪ ଲୋକସଭା କ୍ଷେତ୍ର ଅନ୍ତର୍ଗତ ୨୮ ଆସନ ପାଇଁ ମଧ୍ୟ ଜନସାଧରାଣ ନିଜ ପ୍ରତିନିଧି ବାଛିବେ। ସେହିପରି ମତଦାନ ହେଉଥିବା ବିଧାନସଭା ଆସନ ମଧ୍ୟରେ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ନୂଆପଡ଼ା, ଖଡିଆଳ, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା, ନର୍ଲା, ଗୁଣପୁର, ବିଷମ କଟକ ରହିଛି। ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗୀ, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ, ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ମଧ୍ୟ ଆସନ୍ତା ମେ ୧୩ ତାରିଖରେ ଭୋଟ ଗ୍ରହଣ ହେବାକୁ ଯାଉଛି।