Court - The Sakala

ବିଚାରପତିଙ୍କ ଟେବୁଲ୍ ଉପରେ ମୃତ ଭ୍ରୂଣ ରଖିଲେ ବ୍ୟକ୍ତି: ମଧ୍ୟପ୍ରଦେଶ ହାଇକୋର୍ଟରେ ଚାଞ୍ଚଲ୍ୟ, ମାଗିଲେ ଇଚ୍ଛାମୃତ୍ୟୁ
ମଧ୍ୟପ୍ରଦେଶର ଜବଲପୁର ହାଇକୋର୍ଟ (Jabalpur High Court) ପରିସରରେ ଏକ ଅଭାବନୀୟ ତଥା ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ନ୍ୟାୟ ଆଶାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଗର୍ଭପାତ ପରେ ମୃତ ଭ୍ରୂଣକୁ ଆଣି ସିଧାସଳଖ କୋର୍ଟ ରୁମ୍‌ରେ ପ୍ରବେଶ କରିଥିଲେ। ସେ ବିଚାରପତିଙ୍କ ଡାଇସ୍ ବା ଟେବୁଲ୍ ଉପରେ ସେହି ମୃତ ଭ୍ରୂଣକୁ ରଖି ନିଜ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି। କେବଳ ସେତିକି ନୁହେଁ, ଯଦି ତାଙ୍କୁ ନ୍ୟାୟ ନ ମିଳେ ତେବେ ତାଙ୍କୁ 'ଇଚ୍ଛାମୃତ୍ୟୁ' (Euthanasia) ପାଇଁ ଅନୁମତି ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଏହି ଘଟଣା କୋର୍ଟରେ ଉପସ୍ଥିତ ଥିବା ବିଚାରପତି, ଓକିଲ ଏବଂ ସୁରକ୍ଷାକର୍ମୀଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରିଦେଇଥିଲା।

୨୦୦ କୋଟିର ଦୁର୍ନୀତି ଉନ୍ମୋଚନର ପରିଣାମ

ଏହି ବ୍ୟକ୍ତିଙ୍କ ନାମ ହେଉଛି ଦୟାଶଙ୍କର ପାଣ୍ଡେ (Dayashankar Pandey) ଏବଂ ସେ ରୀୱା (Rewa) ଜିଲ୍ଲାର ବାସିନ୍ଦା। ସେ ଜବଲପୁର ସ୍ଥିତ 'ଶୁଭ ମୋଟର୍ସ' ନାମକ ଏକ କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ। ଦୟାଶଙ୍କରଙ୍କ ଅଭିଯୋଗ ଅନୁଯାୟୀ, ଚାକିରି ସମୟରେ ସେ କମ୍ପାନୀରେ ପ୍ରାୟ ୨୦୦ କୋଟି ଟଙ୍କାର ଏକ ବଡ଼ ଆର୍ଥିକ ଦୁର୍ନୀତି ବିଷୟରେ ଜାଣିବାକୁ ପାଇଥିଲେ। ଯେତେବେଳେ ସେ ଏହି ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ, ତାଙ୍କୁ ଏବଂ ତାଙ୍କ ପରିବାରକୁ ଲଗାତାର ହତ୍ୟା ଧମକ ମିଳିବା ଆରମ୍ଭ ହୋଇଥିଲା।

ଆକ୍ରମଣରେ ପତ୍ନୀଙ୍କ ଗର୍ଭପାତ, ପ୍ରମାଣ ଧରି କୋର୍ଟରେ ପହଞ୍ଚିଲେ ସ୍ୱାମୀ

ଦୟାଶଙ୍କର ଦାବି କରିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ତାଙ୍କ ଉପରେ ୪ ଥର ଜୀବନମରଣ ଆକ୍ରମଣ ହୋଇସାରିଛି। ଗୋଟିଏ ଆକ୍ରମଣ ସମୟରେ ତାଙ୍କ ଗର୍ଭବତୀ ପତ୍ନୀ ଗୁରୁତର ଆହତ ହୋଇଥିଲେ, ଯାହା ଫଳରେ ତାଙ୍କର ଗର୍ଭପାତ ହୋଇଯାଇଥିଲା। ସେହି ଆକ୍ରମଣ କାରଣରୁ ହିଁ ତାଙ୍କର ଅଜନ୍ମା ସନ୍ତାନର ମୃତ୍ୟୁ ଘଟିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଅମାନବୀୟ ଘଟଣା ପରେ ପୋଲିସର ନିଷ୍କ୍ରିୟତା କାରଣରୁ ନିରାଶ ହୋଇ ଦୟାଶଙ୍କର ସେହି ମୃତ ଭ୍ରୂଣକୁ ପ୍ରମାଣ ସ୍ୱରୂପ ଧରି ହାଇକୋର୍ଟରେ ପହଞ୍ଚିଥିଲେ।

ନ୍ୟାୟ ନଚେତ୍ ଇଚ୍ଛାମୃତ୍ୟୁ

କୋର୍ଟରେ ଶୁଣାଣି ଚାଲିଥିବା ବେଳେ ସେ ବିଚାରପତିଙ୍କ ସାମ୍ନାରେ ଭ୍ରୂଣ ରଖି କହିଥିଲେ ଯେ, ଦୁର୍ନୀତି ବିରୋଧରେ ସତ କହିବାର ତାଙ୍କୁ ଏହି ଶାସ୍ତି ମିଳୁଛି। ବାରମ୍ବାର ପୋଲିସ ଏବଂ ପ୍ରଶାସନ ନିକଟରେ ସୁରକ୍ଷା ମାଗିବା ସତ୍ତ୍ୱେ ତାଙ୍କ କଥା କେହି ଶୁଣୁନାହାନ୍ତି। ଏପରିକି ଗତ ୧ ମାର୍ଚ୍ଚ ୨୦୨୬ ରେ ମଧ୍ୟ ତାଙ୍କ ଉପରେ ପୁଣି ଏକ ଆକ୍ରମଣ ହୋଇଥିଲା। ଜୀବନ ପ୍ରତି ସର୍ବଦା ବିପଦ ଥିବାରୁ ଏବଂ ପୋଲିସ ଉପରୁ ଭରସା ତୁଟିଯିବାରୁ ସେ ବାଧ୍ୟ ହୋଇ ନ୍ୟାୟାଳୟଙ୍କ ନିକଟରେ ସୁରକ୍ଷା ନଚେତ୍ ଇଚ୍ଛାମୃତ୍ୟୁର ଅନୁମତି ମାଗିଛନ୍ତି।

ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ
ଭୁବନେଶ୍ବର: ରାଜ୍ୟରେ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଠାରେ ସ୍ଥାପନ କରାଯାଇଛି। ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ ସରକାର ଏହି କୋର୍ଟ ଗୁଡିକ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ତିନୋଟି କୋର୍ଟ ଗଠନ ହେବା ପରେ ଏହି ସବୁ ରାଜସ୍ୱ ତହସିଲ ଉପରେ କ୍ଷେତ୍ରାଧିକାର (Jurisdiction) ଥିବା ଅନ୍ୟ ସମସ୍ତ ଜୁନିୟର ଡିଭିଜନ୍‌ ସିଭିଲ୍‌ ଜଜ୍‌ କୋର୍ଟ ଗୁଡିକର ଅଧିକାର ସମାପ୍ତ ହେଲା।

ଅଦାଲତରେ ଆଉ ପଡ଼ି ରହିବନି ମାମଲା: ରାଜ୍ୟରେ ପ୍ରତିଷ୍ଠା ହେବ ଏକାଧିକ କୋର୍ଟ
ଭୁବନେଶ୍ୱର: ଗୋଟିଏ ମାମଲାର ରାୟ ଆସିବା ପାଇଁ ୧୦ରୁ ୧୪ ବର୍ଷ ଲାଗୁଛି। ସେତେବେଳକୁ ଅଭିଯୋଗକାରୀ କୋର୍ଟ ଦୌଡ଼ି ଦୌଡ଼ି ହତାଶ ହୋଇପଡୁଛନ୍ତି। ଅନେକ ମାମଲାରେ ରାୟ ଆସିବା ପୂର୍ବରୁ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ହୋଇଯାଉଛି। କିନ୍ତୁ ଏବେ ଆଉ ପୀଡ଼ିତଙ୍କୁ ନ୍ୟାୟ ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ ପଡ଼ି ରହିଥିବା ମାମଲାଗୁଡ଼ିକର ତ୍ୱରିତ ଫଏସଲା ପାଇଁ ରାଜ୍ୟରେ ଏକାଧିକ କୋର୍ଟ ପ୍ରତିଷ୍ଠା କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ବିଭିନ୍ନ ଅଦାଲତରେ ପଡ଼ି ରହିଥିବା ମାମଲା ସଂଖ୍ୟା ହ୍ରାସ ପାଇଁ ୨୦୧୧ ମସିହାରେ ରାଜ୍ୟ ସରକାର ସ୍ୱତନ୍ତ୍ର ମାମଲା ନୀତି ପ୍ରଣୟନ କରିଥିଲେ। ଏହାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସ୍ତରରେ ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଏବଂ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁରୂପ କମିଟିମାନ ଗଢ଼଼ାଯାଇଥିଲା। ଏହି କମିଟିର ବୈଠକ ବସି ମାମଲା କିଭଳି ଶୀଘ୍ର ଫଇସଲା ହେବ, ସେ ଦିଗରେ ଗୁରୁତ୍ୱ ଦିଆଯାଉଛି। ଯେଉଁଥିପାଇଁ ବର୍ତ୍ତମାନ ଏକାଧିକ ମାମଲା ଶୀଘ୍ର ଫଇସଲା ହୋଇପାରୁଛି।

ସମ୍ପ୍ରତି ରାଜ୍ୟର ବିଭିନ୍ନ ଅଦାଲତରେ ପ୍ରାୟ ୧୭ ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ପଡ଼ି ରହିଛି। ମାମଲା ପରିଚାଳନା ପାଇଁ ଆବଶ୍ୟକ ପିପି(ସରକାରୀ ଓକିଲ)ଙ୍କୁ ନିଯୁକ୍ତି ଦେବା ସହ ଏକାଧିକ ନୂତନ କୋର୍ଟ ପ୍ରତିଷ୍ଠା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଫଳରେ ମାମଲାର ତ୍ୱରିତ ଶୁଶାଣି ହୋଇପାରୁଛି। ବର୍ଷକୁ ଯେତେ ମାମଲା ଫଏସଲା ହେଉଛି, ତାହା ଅପେକ୍ଷା ଢେର୍‌ ଅଧିକ ସଂଖ୍ୟକ ମାମଲା ରୁଜୁ ହେବାରେ ଲାଗିଛି। ସାରା ଦେଶରେ ଏବେ ୪ କୋଟି ୩୦ ଲକ୍ଷରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବା ବେଳେ ସେଥିରୁ ୩ କୋଟିରୁ ଅଧିକ ହେଉଛି ଆପରାଧିକ ମାମଲା। ଏଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକ ୫ ବର୍ଷର ପୁରୁଣା। ଏମିତିକି ୩୦ ବର୍ଷ ଓ ତଦୂର୍ଦ୍ଧ୍ବ ସମୟର କିଛି ଆପରାଧିକ ମାମଲା ବି ଅଦାଲତରେ ଗଡ଼ୁଛି। ରାଜ୍ୟରେ ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରୁ ପ୍ରାୟ ୧୩ଲକ୍ଷ ହେଉଛି ଅପରାଧିକ ମାମଲା ଏବଂ ଏହାର ମଧ୍ୟ ୬୦ ପ୍ରତିଶତରୁ ଅଧିକ ୫ବର୍ଷରୁ ଅଧିକ ସମୟ ଧରି ଗଡ଼ୁଛି। ଦେୱାନୀ ମାମଲାଗୁଡ଼ିକରୁ ଅଧିକାଂଶ ପୁରୁଷ ପୁରୁଷ ଧରି ଛିଡୁନାହିଁ। ଫଳରେ ଜମିବାଡ଼ି ବିବାଦରୁ ଲଙ୍କାକାଣ୍ଡ ଘଟି ଅନେକ ଆପରାଧିକ ମାମଲାର ଶାଖା ମେଲିବା ସହିତ ପାରିବାରିକ ଓ ସାମାଜିକ ଜୀବନ ଦୁର୍ବିଷହ ହୋଇପଡୁଛି।

ଅନ୍ୟପକ୍ଷରେ ସାରା ଦେଶରେ ଆପରାଧିକ ମାମଲାଗୁଡ଼ିକରେ ଦଣ୍ଡବିଧାନ ହାର ୩୦ ପ୍ରତିଶତରୁ କମ୍‌‌ ରହୁଛି। କେବଳ ସେତିକି ନୁହେଁ; ବିଚାର ପ୍ରତୀକ୍ଷାରେ ଥିବା ଆପରାଧିକ ମାମଲାଗୁଡ଼ିକ ମଧ୍ୟରୁ ୮ପ୍ରତିଶତ ବି ଫଏସଲା ହୋଇପାରୁନାହିଁ। ସମ୍ୱେଦନଶୀଳ ମାମଲାରେ ଦଣ୍ଡବିଧାନ ହାର ମାତ୍ର ୧୦ ପ୍ରତିଶତ ରହିଛି। ଗୋଟିଏ ବର୍ଷରେ ମାମଲା ଫଏସଲା ହାର ୫ପ୍ରତିଶତରୁ କମ୍‌‌ ରହୁଛି। ତେବେ ଦୁର୍ନୀତି ନିବାରଣ ମାମଲାରେ ରାଜ୍ୟରେ ଦଣ୍ଡବିଧାନ ହାର ପ୍ରାୟ ୫୦ ପ୍ରତିଶତ ରହୁଛି; ଯାହାକି ଜାତୀୟ ହାରଠାରୁ ଅଧିକ।