Lau Tumwa Handicraft - The Sakala

ଭାରତ ସହ ଦେଶ ବାହାରେ ପ୍ରସିଦ୍ଧ ଲାଭ କରିଛି ରାୟଗଡ଼ାର ‘ଲାଉ ତୁମ୍ୱା ହସ୍ତଶିଳ୍ପ’
ରାୟଗଡ଼ା(ଶିବ ଗୌଡ): ରାୟଗଡ଼ା ଜିଲ୍ଳାର ପ୍ରସିଦ୍ଧ ହସ୍ତଶିଳ୍ପୀ ତଥା ପ୍ରେରଣା ଆର୍ଟ ଏଣ୍ଡ କ୍ରାଫ୍ଟ ତାଲିମ ଅନୁଷ୍ଠାନର ନିର୍ଦ୍ଦେଶକ ହିମାଂଶୁ ଶେଖର ପାଣ୍ଡିଆଙ୍କ ଦ୍ୱାରା ଶୁଖିଲା ଲାଉରେ ପ୍ରସ୍ତୁତ ହେଉଥିବା ‘ଲାଉ ତୁମ୍ୱା ହସ୍ତଶିଳ୍ପ’ କେବଳ ଭାରତରେ ନୁହେଁ ଦେଶ ବାହାରେ ମଧ୍ୟ ପ୍ରସିଦ୍ଧ ଲାଭ କରିଛି। ରାୟଗଡ଼ାର ଏହି ତୁମ୍ୱା କ୍ରାଫ୍ଟ ସମସ୍ତଙ୍କ ମନ କିଣିପାରିଥିବା ବେଳେ ଜିଲ୍ଲା, ରାଜ୍ୟ, ଜାତୀୟସ୍ତରରେ ଅନୁଷ୍ଠିତ ହେଉଥିବା ସମସ୍ତ ମେଳା, ମହୋତ୍ସବ, ହସ୍ତଶିଳ୍ପ ପ୍ରଦର୍ଶନୀରେ ଉଚ୍ଚ ପ୍ରଶଂସିତ ହୋଇପାରିଛି।

ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଳାରେ ପୂର୍ବରୁ ଆଦିବାସୀମାନେ ଲାଉର ବିଭିନ୍ନ ଆକୃତିରେ ପାରମ୍ପରିକ ବିଭିନ୍ନ ହସ୍ତଶିଳ୍ପ ପ୍ରସ୍ତୁତ କରି ବଜାରକୁ ବିକ୍ରି କରିବାକୁ ଆଣୁଥିବା ବେଳେ ଏହା ସେତେ ଆକୃଷ୍ଟ ହୋଇ ପାରୁ ନ ଥିଲା। ଫଳରେ ଏହାର ସଠିକ୍‌‌ ବଜାରୀକରଣ ମଧ୍ୟ ହୋଇ ନ ଥିଲା। ଫଳରେ ରାୟଗଡ଼ା ଜିଲ୍ଳାରେ ଏହାର ଚାହିଦା ଧୀରେ ଧୀରେ ହ୍ରାସ ପାଇଥିଲା। ତେବେ ହସ୍ତଶିଳ୍ପୀ ତଥା ପ୍ରେରଣା ଆର୍ଟ ଏଣ୍ଡ କ୍ରାଫ୍ଟ ତାଲିମ ଅନୁଷ୍ଠାନର ନିର୍ଦ୍ଦେଶକ ହିମାଂଶୁ ଶେଖର ପାଣ୍ଡିଆ ବିଲୁପ୍ତ ଏହି ଲାଉ ତୁମ୍ୱାର ହସ୍ତଶିଳ୍ପକୁ ଏକ ନୂଆ ରୂପ ଦେଇ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଏହାର ବଜାରୀକରଣ କରିବା ପାଇଁ ଏକ ନୂଆ ଉଦ୍ଭାବନ କରିଥିଲେ।

ଦୀର୍ଘ ୧୨ ବର୍ଷ ତଳରୁ ହିଁ ଶ୍ରୀ ପାଣ୍ଡିଆ ରାୟଗଡ଼ା ସମେତ ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ଆକୃତିର ଲାଉ ସଂଗ୍ରହ କରି ତାହାକୁ ଶୁଖାଇବା ପରେ ଏଥିରେ ବିଭିନ୍ନ ରଙ୍ଗ ଦେଇ ନୂଆ ନୂଆ ରୂପର ଘର ସଜ୍ଜା ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀଗୁଡିକ ପ୍ରସ୍ତୁତ କଲେ। ଲାଉ ତୁମ୍ୱାରେ ମାଛ, ଝିଟିପିଟି, କଇଁଛ, ମାଛି, ଯୁବତୀର ମୁହଁ, କଲମ ଷ୍ଟାଣ୍ଡ, ଫୁଲଦାନି, ପକ୍ଷୀ, ଲେମ୍ପସ ସହ ଯୁବତୀ ଓ ମହିଳାଙ୍କ ବେକରେ ପିନ୍ଧିବା ବିଭିନ୍ନ ନେକଲେସ ଭଳି ଅନ୍ୟାନ୍ୟ ଆର୍କଷଣୀୟ ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ବିକ୍ରି କରିବା ଆରମ୍ଭ କରିଥିଲେ। ପରେ ପରେ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ନିଜ ହସ୍ତଶିଳ୍ପ ତୁମ୍ୱା କ୍ରାଫ୍ଟର ବଜାରୀକରଣ ତଥା ଜିଲ୍ଳାରୁ ଆରମ୍ଭ କରି ଆନ୍ତର୍ଜାତୀୟ ସ୍ତରରେ ଏହାକୁ ସେ ପରିଚିତ କରାଇପାରିଥିଲେ। ଗତ ୨୦୨୩ ବର୍ଷରେ ଗୁଜରାଟର ଅହମ୍ମଦାବାଦ ଠାରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟସ୍ତରର ସରସ ମେଳାରେ ଭାଗ ନେଇ ଶ୍ରେଷ୍ଠ ଆକର୍ଷଣୀୟ ଷ୍ଟଲ ଭାବେ ପୁରସ୍କୃତ ହୋଇଥିବା ବେଳେ ରାୟଗଡ଼ା ଜିଲ୍ଳା ଲୋକ ମହୋତ୍ସବ ଚଇତି-୨୦୨୩ ମଞ୍ଚରେ ମଧ୍ୟ ନୂଆ ଅଭିନବତା ହସ୍ତଶିଳ୍ପ ଏବଂ ଚଳିତ ବର୍ଷର ଜାନୁଆରୀ ମାସରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଶିଶିର ସରସ ମେଳାରେ ମଧ୍ୟ ଶ୍ରେଷ୍ଠ ଅଭିନବତା ହସ୍ତଶିଳ୍ପ ଷ୍ଟଲ ଭାବେ ପୁରସ୍କୃତ ହୋଇଥିଲେ।

ଶ୍ରୀ ପାଣ୍ଡିଆ ନିଜ ତାଲିମ ଅନୁଷ୍ଠାନରେ ଯୁବକଯୁବତୀଙ୍କୁ ଲାଉର ବିଭିନ୍ନ ଆକୃତିରେ କିଭଳି ସୁନ୍ଦର ହସ୍ତଶିଳ୍ପ ପ୍ରସ୍ତୁତ ହୋଇପାରିବ ସେ ନେଇ ତାଲିମ ପ୍ରଦାନ କରିବା ସହ ସେମାନଙ୍କୁ ରୋଜଗାରକ୍ଷମ କରିପାରୁଛନ୍ତି। ଲାଉକୁ ସମସ୍ତେ ଏକ ପରିବା ହିଁ ଭାବିଥାନ୍ତି। ରାୟଗଡ଼ା ଜିଲ୍ଳାରେ ବସବାସ କରୁଥିବା ଆଦିବାସୀ ଭାଇଭଉଣୀମାନେ ବିଭିନ୍ନ ଆକୃତିର ଲାଉକୁ ନିଜ ବାଡିବଗିଚାରେ ଲଗାଇଥାନ୍ତି ଏବଂ ଏହା ଶୁଖିଗଲା ପରେ ଏହାକୁ ବିଭିନ୍ନ ଘର କାର୍ଯ୍ୟରେ ବହୁଳ ବ୍ୟବହାର କରିଥାନ୍ତି। ଏହି ଲାଉ ଏକ ସ୍ୱାସ୍ଥ୍ୟକର ପରିବା ହୋଇଥିବା ବେଳେ ଏହା ଶୁଖିଗଲା ପରେ ବର୍ଷ ତମାମ ନଷ୍ଟ ହୋଇ ନ ଥାଏ। ଦୀର୍ଘ ୩୫ବର୍ଷର ହସ୍ତଶିଳ୍ପ ଉପରେ ରହିଥିବା ଅନୁଭୂତିକୁ ଆପଣେଇ ରାୟଗଡ଼ା ଜିଲ୍ଳାରେ ମିଳୁଥିବା ବିଭିନ୍ନ ଆକୃତିର ଲାଉକୁ ଏକ ନୂଆ ରୂପ ଦେଇ ଏହାର ବଜାରୀକରଣ କରାଯାଇ ପାରିବାର ଲକ୍ଷ୍ୟ ନେଇ ଶ୍ରୀ ପାଣ୍ଡିଆ ଅନୁଭବ କରିଥିଲେ ଏବଂ ଆଜି ସେ ଜଣେ ପ୍ରସିଦ୍ଧ ହସ୍ତଶିଳ୍ପୀ ଭାବେ ପରିଗଣିତ ହୋଇପାରିଛନ୍ତି।