Banana - The Sakala

ପଣା ପୂର୍ବରୁ ଫଳଦର ଆକାଶ ଛୁଆଁ: ବେଲ ୪୦, କଦଳୀ ୧୦୦
ଭୁବନେଶ୍ୱର: ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପାଇଁ ରାଜଧାନୀରେ ଫଳଦର ଆକାଶଛୁଆଁ ହୋଇଛି। ବିଶେଷକରି ବେଲ, ତରଭୁଜ, କଦଳୀ, ନଡ଼ିଆର ଦାମ୍‌‌ ବ୍ୟବସାୟୀମାନେ ଚଢ଼ାଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ପ୍ରାୟ ୪ଦିନ ପୂର୍ବରୁ ଗ୍ରାହକଙ୍କ ଗହଳି ଜମୁଥିବା ବେଳେ ପଣା ସଂକ୍ରାନ୍ତି ପାଇଁ ଆଉ ୨ଦିନ ବାକି ରହିଥିଲେ ବି ଏବେଠାରୁ କିଣାକିଣି ଆରମ୍ଭ କରିଦେଲେଣି ରାଜଧାନୀବାସୀ। ବିଭିନ୍ନ ଫଳର ଦର ବୃଦ୍ଧି କରାଯାଇଥିଲେ ବି ରାଜଧାନୀର ଏକନମ୍ବର ମାର୍କେଟ୍‌‌, ଇନ୍ଦ୍ରଧନୁ ମାର୍କେଟ୍‌‌, ରସୁଲଗଡ଼ ମା’ କୋଚିଳେଇ ହାଟ ଆଦିରେ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି।

ସଂକ୍ରାନ୍ତି ଅବସରରେ ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ବେଳେ ଘରେ ଘରେ ପଣା ପ୍ରସ୍ତୁତ କରାଯାଏ। ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ଫଳ ଦର ବୃଦ୍ଧି କରିଥିବା ଦେଖିବାକୁ ମିଳିଛି। ଗତ କିଛିଦିନ ପୂର୍ବରୁ ବେଲ ଗୋଟାକ ୧୫ରୁ ୨୦ଟଙ୍କାରେ ବିକ୍ରି ହେଉଥିବା ବେଳେ ପଣା ସଂକ୍ରାନ୍ତି ପାଇଁ ବେଲ ଗୋଟାକ ୪୦ଟଙ୍କାରେ ବିକ୍ରି ହେଉଛି। ସେହିପରି କଦଳୀ ଡଜନ୍‌‌ ୧୦୦ ଟପିଛି। ସାଧାରଣତଃ ଖରାଦିନେ ବେଲପଣାର ଚାହିଦା ରହିଥିବା ବେଳେ ପଣା ସଂକ୍ରାନ୍ତିରେ ଏହାକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ବେଲ ଓଡ଼ିଶାର ମୟୂରଭଞ୍ଜ, ଆଠଗଡ଼, ଢେଙ୍କାନାଳ ଆଦି ସ୍ଥାନରୁ ବ୍ୟବସାୟୀମାନେ ଆମଦାନି କରିଥାନ୍ତି। ପଣା ସ୍ରଂକାନ୍ତିରେ ପ୍ରତିବର୍ଷ ଉଚ୍ଚା ଦରରେ ବେଲ ବିକ୍ରି ହୋଇଥାଏ ବୋଲି ଇନ୍ଦ୍ରଧନୁ ମାର୍କେଟର ଫଳ ବ୍ୟବସାୟୀ ରତିକାନ୍ତ ପ୍ରଧାନ କହିଛନ୍ତି। ପଣାସଂକ୍ରାନ୍ତି ପରେ ଦର ପୂର୍ବଭଳି କମ୍‌‌ ରହିବ ବୋଲି ବ୍ୟବସାୟୀମାନେ କହିଛନ୍ତି। ପଣା ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ଯଅ ଛତୁଆ, ଗହମ ଛତୁଆ, ଗୁଡ଼, କଞ୍ଚା ଆମ୍ବ ସହ ପଣାରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ପୁଡ଼ିଆ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଯାହାର ଦାମ୍‌‌ ରହିଛି ୫୦ଟଙ୍କା।