Paris Olympics - The Sakala

WFI ସହ ବିବାଦ ମଧ୍ୟରେ ଗୋଣ୍ଡାରେ ପହଞ୍ଚିଲେ ଭିନେଶ ଫୋଗାଟ, ଟୁର୍ଣ୍ଣାମେଣ୍ଟ ଖେଳିବାକୁ ନେଇ କଲେ ଦାବି
ଭାରତୀୟ କୁସ୍ତି ମହାସଂଘ (WFI) ଏବଂ ଷ୍ଟାର୍ ରେସଲର୍ ଭିନେଶ ଫୋଗାଟଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏହି ବିବାଦ ମଧ୍ୟରେ ସୋମବାର ଦିନ ଭିନେଶ ଉତ୍ତରପ୍ରଦେଶର ଗୋଣ୍ଡାରେ ପହଞ୍ଚିଛନ୍ତି। ସେଠାରେ ଆୟୋଜିତ ହେଉଥିବା ଜାତୀୟ ଓପନ୍ ରାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ସେ ପହଞ୍ଚିଥିବା ବେଳେ ଖେଳିବାକୁ ନେଇ ନିଜର ଯୋଗ୍ୟତା ସାବ୍ୟସ୍ତ କରିଛନ୍ତି। କିନ୍ତୁ WFI ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ତାଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି।

ଖେଳିବାକୁ ନେଇ ଭିନେଶଙ୍କ ଦାବି

ଗୋଣ୍ଡାରେ ପହଞ୍ଚିବା ପରେ ଭିନେଶ ଫୋଗାଟ WFI ପକ୍ଷରୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସର ଜବାବ ରଖିଛନ୍ତି। ସେ ଦାବି କରିଛନ୍ତି ଯେ ନ୍ୟାସନାଲ୍ ଓପନ୍ ରାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ସେ ସମ୍ପୂର୍ଣ୍ଣ ଯୋଗ୍ୟ ଅଟନ୍ତି। ବିଶ୍ୱ ଆଣ୍ଟି-ଡୋପିଂ ଏଜେନ୍ସି (WADA) ର ନିୟମ ୫.୬.୧ ତାଙ୍କ ଉପରେ ଲାଗୁ ହେବ ନାହିଁ ବୋଲି ସେ କହିଛନ୍ତି। କାରଣ ସେ ନିଜର ସନ୍ନ୍ୟାସରୁ ଫେରିବା ନିଷ୍ପତ୍ତି ସମ୍ପର୍କରେ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (UWW) କୁ ପୂର୍ବରୁ ଅବଗତ କରାଇସାରିଛନ୍ତି। ମହାସଂଘ ତାଙ୍କୁ ଖେଳିବାକୁ ନଦେବା ପାଇଁ ଷଡ଼ଯନ୍ତ୍ର କରୁଥିବା ଏବଂ କୁସ୍ତି ଛାଡ଼ିବାକୁ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି।

WFI ର କାରଣ ଦର୍ଶାଅ ନୋଟିସ

ଅନ୍ୟପକ୍ଷରେ, WFI ସ୍ପଷ୍ଟ କରିଛି ଯେ ଯେପର୍ଯ୍ୟନ୍ତ ତାଙ୍କ ବିରୋଧରେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ଶେଷ ନହୋଇଛି, ସେପର୍ଯ୍ୟନ୍ତ ତାଙ୍କୁ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଅନୁମତି ଦିଆଯିବ ନାହିଁ। WFI ପକ୍ଷରୁ ଭିନେଶଙ୍କୁ ଏକ ୧୪ ପୃଷ୍ଠା ସମ୍ବଳିତ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଏଥିରେ ତାଙ୍କ ଉପରେ ଅନୁଶାସନହୀନତା ଏବଂ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନର ଅଭିଯୋଗ ଲାଗିଥିଲା। ନିୟମ ଅନୁଯାୟୀ, ସନ୍ନ୍ୟାସ ପରେ ପ୍ରତ୍ୟାବର୍ତ୍ତନ କରୁଥିବା ଖେଳାଳିଙ୍କ ପାଇଁ ୬ ମାସର ନୋଟିସ୍ ପିରିୟଡ୍ ରହିଥାଏ, ଯାହାକୁ ଭିନେଶ ପୂରଣ କରିନାହାନ୍ତି ବୋଲି WFI ଯୁକ୍ତି ବାଢ଼ିଛି ଏବଂ ଜୁନ୍ ୨୬, ୨୦୨୬ ପର୍ଯ୍ୟନ୍ତ ତାଙ୍କ ଖେଳିବା ଉପରେ ରୋକ୍ ଲଗାଇଛି।

ପ୍ୟାରିସ୍ ଅଲିମ୍ପିକ୍ସ ପରେ ନେଇଥିଲେ ସନ୍ନ୍ୟାସ

ସୂଚନାଯୋଗ୍ୟ ଯେ, ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ୫୦ କିଲୋଗ୍ରାମ ବର୍ଗର ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଓଜନ ଅଧିକ ଥିବା କାରଣରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହି ଘଟଣା ପରେ ସେ ଭାଙ୍ଗି ପଡ଼ିଥିଲେ ଏବଂ କୁସ୍ତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ସେ ନିଜ ନିଷ୍ପତ୍ତି ବଦଳାଇ ପୁଣିଥରେ ମ୍ୟାଟକୁ ଫେରିବାକୁ ପ୍ରୟାସ କରୁଛନ୍ତି, କିନ୍ତୁ WFI ସହ ତାଙ୍କର ପୁରୁଣା ତିକ୍ତତା କାରଣରୁ ତାଙ୍କ ପ୍ରତ୍ୟାବର୍ତ୍ତନରେ ବାରମ୍ବାର ବାଧା ସୃଷ୍ଟି ହେଉଛି।

ପ୍ୟାରିସ୍‌ ଅଲିମ୍ପିକ୍ସର ରୌପ୍ୟ ବିଜୟିନୀ ଏବେ ରେସ୍ତୋରାଁ ସହାୟିକା
ବେଜିଂ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଗତ ସପ୍ତାହରେ ମହାସମାରୋହରେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ୩୩ତମ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଅଂଶଗ୍ରହଣ କରିଥିବା ୨୦୬ ରାଷ୍ଟ୍ରର ୧୦୫୦୦ରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଏବେ ସ୍ୱଦେଶ ଫେରିସାରିଛନ୍ତି। ଯେଉଁମାନେ ପ୍ୟାରିସରେ ପଦକ ବିଜୟୀ ହୋଇଛନ୍ତି ସେମାନେ ନିଜ ନିଜ ଦେଶରେ ସ୍ଥାନୀୟ ସରକାର, କ୍ରୀଡ଼ା ସଂଗଠନ ଓ ଜନସାଧାରଣଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଉଛନ୍ତି। ସେହିଭଳି ଅନେକ ପଦକ ବିଜେତାଙ୍କୁ ମଧ୍ୟ କୋଟି କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯାଉଛି। ଅଧିକାଂଶ ଦେଶରେ ପଦକ ବିଜେତାଙ୍କୁ ନେଇ ଗତ ଏକ ସପ୍ତାହ ହେବ ଉତ୍ସବ ଜାରି ରହିଛି। କିନ୍ତୁ ଏହିକ୍ରମରେ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୪୦ ସ୍ୱର୍ଣ୍ଣ ସହ ୯୧ ପଦକ ଜିତି ପ୍ୟାରିସ ଅଲିମ୍ପିକ୍ସରେ ଆମେରିକା ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିବା ଚାଇନାର ଜଣେ କ୍ରୀଡ଼ାବିତ୍‌ଙ୍କୁ ନେଇ ଏବେ ଚର୍ଚ୍ଚା। ସେ ହେଲେ ଚାଇନାର ରୌପ୍ୟ ପଦକ ବିଜୟିନୀ ଜିମ୍ନାଷ୍ଟ ଝୋଉ ୟାକିନ। ପ୍ୟାରିସରେ ରୌପ୍ୟ ପଦକ ଜିତିଥିବା ଏହି ମହିଳା ଜିମ୍ନାଷ୍ଟ ଝୋଉ ଏବେ ତାଙ୍କ ନିଜ ରେସ୍ତୋରାଁରେ ପିତାମାତାଙ୍କୁ ସହାୟତା କରୁଥିବାରୁ ଦେଖିବାକୁ ମିଳିଛି।

୧୮ ବର୍ଷୀୟା ୟାକିନ ପ୍ୟାରିସ ଅଲିମ୍ପିକ୍ସର ମହିଳା ଜିମ୍ନାଷ୍ଟ ‘ବାଲାନ୍ସ ବିମ୍‌’ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ପ୍ୟାରିସରେ ପୁରସ୍କାର ବିତରଣୀ ଉତ୍ସବରେ ପୋଡିୟମ ଉପରେ ଅନ୍ୟ ଦୁଇ ପଦକ ବିଜୟିନୀଙ୍କ ଭଳି ଦାନ୍ତରେ ପଦକକୁ କାମୁଡ଼ି ୟାକିନ ପ୍ରଥମେ ଲୋକଲୋଚନକୁ ଆସିଥିଲେ। ସାଧାରଣତଃ ପଦକ ବିଜେତାମାନେ ଫଟୋ ଉଠାଇବା ସମୟରେ ପୋଡିୟମ ଉପରେ ପଦକକୁ ଦାନ୍ତରେ କାମୁଡ଼ିଥାନ୍ତି ବୋଲି ୟାକିନଙ୍କୁ ଜଣା ନ ଥିଲା। କିନ୍ତୁ ଅନ୍ୟ ଦୁଇ ବିଜେତାଙ୍କୁ ଅନୁସରଣ କରି ସେ ମଧ୍ୟ ପଦକ କାମୁଡ଼ିବାର ଅଭିନୟ କରିଥିଲେ। ୟାକିନଙ୍କ ଏହି ମୁହୂର୍ତ୍ତର ଭିଡିଓ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହୋଇଥିଲା। ଯାହାକୁ ଏହି ଅଲିମ୍ପିକ୍ସର ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ୍ତ ବୋଲି ବିବେଚନା କରାଯାଇଥିଲା। ପ୍ୟାରିସରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ୟାକିନ ଏବେ ହେଙ୍ଗୟାଙ୍ଗ ସହରରେ ଥିବା ନିଜ ରେସ୍ତୋରାଁରେ ପିତାମାତାଙ୍କୁ ପରିଚାଳନାରେ ସହଯୋଗ କରୁଛନ୍ତି। ସଦ୍ୟ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ବହୁଳ ପ୍ରସାରିତ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ୟାକିନ ପ୍ଲେଟ ଧରି ତାଙ୍କ ପିତାଙ୍କ ଦ୍ୱାରା ପରିଚାଳିତ ରେସ୍ତୋରାଁରେ ଗ୍ରାହକଙ୍କୁ ଖାଇବା ପରଷୁଛନ୍ତି। ତାଙ୍କର ଏହି କାମକୁ ଅନେକ ଲୋକ ବେଶ୍‌ ପ୍ରଶଂସା କରିଛନ୍ତି।

ବିନେଶ ଫୋଗଟଙ୍କ ପଦକ ଆବେଦନ ଖାରଜ
ନୂଆଦିଲ୍ଲୀ: ଅଭିଜ୍ଞ ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗଟଙ୍କୁ ମିଳିବନି ପଦକ। ‘କାସ୍‌’ରେ ବିନେଶ ଫୋଗଟଙ୍କ ଆବେଦନ ଅଗ୍ରାହ୍ୟ ସୂଚନା । କୁସ୍ତିରେ ଯୁଗ୍ମ ରୌପ୍ୟ ପଦକ ପାଇଁ ଆବେଦନ ଖାରଜ ହୋଇଥିବା ଜଣାପଡ଼ିଛି। ଅଧିକ ଓଜନ ପାଇଁ ଫାଇନାଲ୍‌ ପୂର୍ବରୁ ସେ ଡିସ୍‌କ୍ବାଲିଫାଏ ହୋଇଥିଲେ। ବିନେଶ ଫୋଗଟଙ୍କୁ ଅଲିମ୍ପିକ୍ସ କୁସ୍ତି ଫାଇନାଲରେ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ କାସ୍‌‌ (କୋର୍ଟ ଅଫ୍‌‌ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ) ରେ ଅପିଲ କରିଥିଲେ।

ସୂଚନାଯୋଗ୍ୟ, ଅଗଷ୍ଟ ୬ରେ ହେବାକୁ ଥିବା ମହିଳା କୁସ୍ତିର ୫୦ କିଲୋଗ୍ରାମ ଫାଇନାଲ ପୂର୍ବରୁ ବିନେଶଙ୍କୁ ୧୦୦ ଗ୍ରାମ ଅଧିକ ଓଜନ କାରଣ ପାଇଁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଫଳରେ ନିଶ୍ଚିତ ରୌପ୍ୟ ଜିତିବାକୁ ଥିବା ବିନେଶଙ୍କ ପୂରା ଦେଶ ସ୍ତବ୍ଧ ହୋଇଥିଲା। ଅଲିମ୍ପିକ୍‌ ଆୟୋଜନ କମିଟି ସେମିରେ ବିନେଶଙ୍କଠାରୁ ହାରିଥିବା କ୍ୟୁବାର ୟୁସ୍ନେଲିସଙ୍କୁ ଆମେରିକାର ସାରାଙ୍କ ସହ ଫାଇନାଲ ଲଢ଼ିବାକୁ ସୁଯୋଗ ଦିଆଯାଇଥିଲା। ସାରା ଏଠାରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ। ବିଶ୍ୱକୁସ୍ତିର ସର୍ବୋଚ ସଂସ୍ଥା ୟୁନାଇଟେଡ ୱାର୍ଲ୍ଡ ରେସଲିଂ ଓ ପ୍ୟାରିସ୍‌ ଅଲିମ୍ପିକ୍‌ ଆୟୋଜନ କମିଟିକୁ ପକ୍ଷଭୁକ୍ତ କରି ଏହି ବିନେଶ ସେମାନଙ୍କ ବିରୋଧରେ ମକଦ୍ଦମା କରିଥିଲେ।

ପ୍ୟାରିସ ଅଲିମ୍ପିକ୍ସ: ଜାଭଲିନରେ ପ୍ରଥମ ରୌପ୍ୟ ଜିତିଲେ ନୀରଜ, ଶୁଭେଚ୍ଛା ଜଣାଇଲେ ନବୀନ
ପ୍ୟାରିସ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ଦେଖାଇ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ନୀରଜ ଚୋପ୍ରା। ଗୁରୁବାର ଅନୁଷ୍ଠିତ ପୁରୁଷ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ସେ ଯଦିଓ ନିଜର ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସକ୍ଷମ ହୋଇ ନାହାନ୍ତି ତେବେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପ୍ରଥମ ଉଦ୍ୟମରେ ଫାଉଲ କରି ବସିଥିବା ନୀରଜ ଦ୍ୱିତୀୟ ଉଦ୍ୟମରେ ସିଜନ ଶ୍ରେଷ୍ଠ ୮୯.୪୫ ମିଟର ଥ୍ରୋ କରିଥିଲେ। ମାତ୍ର ପରବର୍ତ୍ତୀ ୪ ରାଉଣ୍ଡ ତାଙ୍କର ଫାଉଲ ହୋଇଥିଲା। ଅନ୍ୟପକ୍ଷେ ପାକିସ୍ତାନର ଅର୍ଶଦ ନଦିମ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ଜିତିଛନ୍ତି ।

ଏହା ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟରେ ସେ ୮୯.୩୪ ମିଟର ଥ୍ରୋ କରି ଫାଇନାଲରେ ପ୍ରବେଶ କରିଥିଲେ। ଏହା ସେତେବେଳେ ଥିଲା ତାଙ୍କର ସିଜନ ଶ୍ରେଷ୍ଠ। ମନୁ ଭାକର ୨ଟି ବ୍ରୋଞ୍ଜ, ସ୍ବପ୍ନିଲ କୁଶାଲେ ଓ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିବାପରେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି ଏହି ଜାଭେଲିନ ଷ୍ଟାର। ପାକିସ୍ତାନର ଅର୍ଶଦ ନଦିମ ପ୍ରଥମେ ଫାଉଲ କରିଥିଲେ ହେଁ ଦ୍ୱିତୀୟ ଉଦ୍ୟମରେ ଅଲିମ୍ପିକ୍‌ ରେକର୍ଡ ୯୨.୯୭ ମିଟର ଥ୍ରୋ କରି ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ। ପୂର୍ବରୁ ତାଙ୍କର ଅଲିମ୍ପିକ୍‌ ରେକର୍ଡ ଥିଲା ୯୦.୫୭ ମିଟର।

ଦେଶ ପାଇଁ ପ୍ରଥମ ରୌପ୍ୟ ଜିତିଥିବାରୁ ନୀରଜଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଏକ୍ସ ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଲିମ୍ପିକ୍ସରେ ବ୍ୟାକ୍ ଟୁ ବ୍ୟାକ୍ ପଦକ ଜିତିବାର ଐତିହାସିକ କୀତ୍ତିମାନ ଦେଶର ବିଭିନ୍ନ  କ୍ରୀଡ଼ାବିତ୍ତ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ତୁମ ଭବିଷ୍ୟତ ଆହୁରି ଉଜ୍ଜ୍ୱଳ ହେଉ ଏବଂ ଦେଶ ପାଇଁ ଆହୁରି ଗୌରବ ଆଣନ୍ତୁ ବୋଲି ନବୀନ ଲେଖିଛନ୍ତି  ।

ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ଭାରତୀୟ ଗୋଲକିପର ପିଆର୍ ଶ୍ରୀଜେଶ
ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକିର ମହାନ ଗୋଲକିପର ପିଆର ଶ୍ରୀଜେଶ ସୋମବାର ଅବସର କେବେ ନେବେ ଘୋଷଣା କରିଛନ୍ତି । ଶ୍ରୀଜେଶ କହିଛନ୍ତି ପ୍ୟାରିସ ଅଲିମ୍ପିକ୍ସ ମୋର ଶେଷ ଅନ୍ତର୍ଜାତୀୟ ଗସ୍ତ ହେବ। ୩୬ ବର୍ଷୀୟ ଶ୍ରୀଜେଶ ୪ର୍ଥ ଥର ପାଇଁ ଅଲିମ୍ପିକ୍ସ ଖେଳୁଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ରିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରି ୮ମ ସ୍ଥାନରେ ରହିଥିଲା । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ୨୬ ଜୁଲାଇରୁ ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବ। ଶ୍ରୀଜେଶ ଭାରତ ପକ୍ଷରୁ ୩୨୮ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ୨୦୧୦ ବିଶ୍ୱକପରେ ସେ ଭାରତ ପକ୍ଷରୁ ପଦାର୍ପଣ କରିଥିଲେ । ଏହା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି ।

୨୦୧୪ ଏସିଆନ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଟିମ, ୨୦୧୮ ଏସିଆଡ ଗେମ୍ସ ବ୍ରୋଞ୍ଜ ପଦକ, ୨୦୧୮ ଏସୀୟ ଚାମ୍ପିୟନଶିପ ବିଜେତା ଓ ୨୦୨୩ ଏସୀୟ ଚାମ୍ପିୟନ ଟ୍ରଫିରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ୨୦୨୨ ଏସିଆନ ଗେମ୍ସରେ ଭାରତକୁ ସ୍ୱର୍ଣ୍ଣ ଜିତାଇବାରେ ସେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ୨୦୨୧ରେ ତାଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ୨୦୨୧ରେ ସେ ସର୍ବଶ୍ରେଷ୍ଠ ଆଥଲେଟ ବିବେଚିତ ହୋଇଥିଲେ ।

ପ୍ୟାରିସ ଅଲିମ୍ପିକ୍ସରେ ଖେଳିବାକୁ ନିଜ ଆଙ୍ଗୁଳି କାଟିଦେଲେ ଅଷ୍ଟ୍ରେଲୀୟ ହକି ଖେଳାଳି
ମେଲବୋର୍ଣ୍ଣ: କୁହାଯାଏ ଅଲିମ୍ପିକ୍ସରେ ପଦକ ଜିତିବା ଅପେକ୍ଷା ଏଥିରେ ଭାଗନେବା ଅଧିକ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ବିଶ୍ୱରେ ଏପରି କେତେଜଣ ଖେଳାଳି ଅଛନ୍ତି, ଯେଉଁମାନେ କି ବିଶ୍ୱର ଏହି ଶ୍ରେଷ୍ଠ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ନିଜର ଆହତ ଆଙ୍ଗୁଳିକୁ କାଟିଦେବାକୁ ମଧ୍ୟ ପଛାଇ ନାହାଁନ୍ତି। ସେ ହେଉଛନ୍ତି କ୍ରୀଡ଼ାପ୍ରେମୀ ଅଷ୍ଟ୍ରେଲୀୟ ହକି ଦଳର ଅନ୍ୟତମ ସଦସ୍ୟ ମ୍ୟାଟ୍ଟ ଡାୱସନ। କେବଳ ପ୍ୟାରିସ୍‌ରେ ଭାଗନେବାକୁ ଫିଟ୍‌ ହେବା ସକାଶେ ସେ ଏପରି ନିଷ୍ପତ୍ତି ନେଇଥିବା ଜଣା ପଡ଼ିବା ପରେ ତାଙ୍କ ଉଦ୍ଦେଶ୍ୟ, ମନୋଭାବ ଓ ସାହସକୁ ସବୁଆଡୁ ପ୍ରଶଂସା କରାଯାଉଛି।

ଡାୱସନ ଟୋକିଓ ଅଲିମ୍ପିକ୍ସରେ ବେଲଜିୟମଠାରୁ ହାରି ରୌପ୍ୟ ପଦକ ଜିତିଥିଲେ। ଏବେ ସ୍ୱର୍ଣ୍ଣପଦକ ବିଜୟ ଆଶାରେ ଡାୱସନ ନିଜ ଆଙ୍ଗୁଳିକୁ କାଟି ଦେଇଛନ୍ତି। ଜୁଲାଇ ୨୭ରୁ ଅଲିମ୍ପିକ୍‌ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଘଟଣାଟି ଏହିପରି। ମ୍ୟାଟ ଡାୱସନ ଘରୋଇ ହକି ଖେଳୁଥିବାବେଳେ ତାଙ୍କ ଆଙ୍ଗୁଳିରେ ଜୋର ଆଘାତ ଲାଗିଥିଲା। ଚିକିତ୍ସା କରିବା ପରେ ତାଙ୍କ ଆଙ୍ଗୁଳିଟି ଭାଙ୍ଗିଯାଇଥିବା ଜଣାପଡ଼ିଥିଲା। ଏହା ଫଳରେ ତାଙ୍କୁ ଅଲିମ୍ପିକ୍ସରେ ଖେଳିବାକୁ ଅନ୍‌ଫିଟ ଘୋଷଣା କରାଯିବାକୁ କେବଳ ବାକି ରହିଥିଲା। ଏହି ସମୟରେ ଅଲିମ୍ପିକ୍‌ସ ପୂର୍ବରୁ ଫିଟ ହେବାକୁ ହେଲେ ଆଘାତ ପାଇଥିବା ଆଙ୍ଗୁଳିକୁ କାଟିଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଡାୱସନଙ୍କ ମତରେ ଡାକ୍ତରଙ୍କ ଏହି ପରାମର୍ଶ ଗ୍ରହଣ କରିବା କିମ୍ବା ଅସ୍ୱୀକାର କରିବା ଲାଗି ସମୟ ନ ଥିଲା। ଅଲିମ୍ପିକ୍‌ ଖେଳ ଅଳ୍ପଦିନ ଥିବାରୁ ଫିଟ ହେବା ଜରୁରୀ ଥିଲା। ଏଣୁ ମୁଁ ସଙ୍ଗେ ସଙ୍ଗେ ଆଙ୍ଗୁଳିର ଆହତ ଅଂଶକୁ କାଟିଦେବାକୁ ନିଷ୍ପତ୍ତି ନେଇଥିଲି ବୋଲି ଡାୱସନ ଏବେ କହିଛନ୍ତି। ତାଙ୍କର ଏହି ନିଷ୍ପତ୍ତିକୁ ଦଳର ମୁଖ୍ୟ ପ୍ରଶିକ୍ଷକ କଲିନ୍‌ ବ୍ୟାଚ୍‌ଙ୍କ ସମେତ ଅନେକ ଖେଳାଳି ପ୍ରଶଂସା କରିଛନ୍ତି। ଏହି ୩୦ ବର୍ଷୀୟ ଖେଳାଳି ଏବେ ପୂରା ଫିଟ୍‌ ଅଛନ୍ତି ଓ ଅଲିମ୍ପିକ୍ସରେ ଖେଳିବାକୁ ସେ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି।

ପ୍ୟାରିସ୍‌ ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଝଟକା,ବ୍ୟକ୍ତିଗତ କାରଣରୁ ପଦ ଛାଡ଼ିଲେ ମେରୀ କମ୍
ନୂଆଦିଲ୍ଲୀ: ପ୍ୟାରିସ୍‌ ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ବଡ଼ ଝଟକା। ଦେଶର କିମ୍ବଦନ୍ତୀ ବକ୍ସର ତଥା ଛଅ ଥରର ବିଶ୍ଵ ଚମ୍ପିଆନ୍‌ ମେରୀ କମ୍ ଆଗାମୀ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତୀୟ ଦଳ ମୁଖ୍ୟ(ଶେଫ୍ ଡି ମିଶନ୍‌) ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଟିମର ସବୁ ଦାୟିତ୍ୱ ବୁଝିବାକୁ (ଶେଫ୍ ଡି ମିଶନ୍‌) ଭାବେ ନିଯୁକ୍ତି ମିଳିଥିଲା। ଭାରତୀୟ ଅଲିମ୍ପିକ୍ ସଂଘ(ଆଇଓଏ) ମାର୍ଚ୍ଚ ୨୧ରେ ଶେଫ୍ ଡି ମିଶନ୍‌ ଭାବରେ ତାଙ୍କୁ ନିଯୁକ୍ତ କରିଥିଲା। ମେରୀ କମ୍ ପଦରୁ ଇସ୍ତଫା ଦେବା ପଛରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି ଏବଂ କହିଛନ୍ତି ତାଙ୍କ ପାଖରେ ଏହା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ। ୪୧ ବର୍ଷୀୟା ମେରୀ କମ୍ ଭାରତୀୟ ଅଲିମ୍ପିକ ଆସୋସିଏସନ ସଭାପତି ପି.ଟି. ଉଷାଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ସେପଟେ ଟିଟି ଖେଳାଳି ଶରତ କମଲ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଧ୍ୱଜାବାହକ ରହିବେ।