Chadak Yatra - The Sakala
ବାଲେଶ୍ୱର: ବାଲେଶ୍ୱର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଚାଲିଛି ଚଡକ ଯାତ୍ରା। ଆଜି ଏହି ଯାତ୍ରାର ନୀଳପର୍ବ ନୀତି ଅନୁଷ୍ଠିତ ହେଉଛି। ନୀଳ ପୁଷ୍କରିଣୀରେ ସ୍ନାନ କରି ନୀଳପର୍ବରେ ବାବା ଚନ୍ଦନେଶ୍ୱରଙ୍କୁ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଚନ୍ଦନେଶ୍ୱର ପୀଠରେ ଓଡିଶା ସମେତ ପଡୋଶୀ ରାଜ୍ୟରୁ ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମ ହୋଇଛି। ଭକ୍ତଙ୍କ ଗହଳିକୁ ନଜରରେ ରଖି ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ଗିନିଜ୍ ବୁକରେ ସ୍ଥାନିତ ହୋଇଛି ଓଡିଶାର ଦ୍ୱିତୀୟ ବୃହତମ ଗଣପର୍ବ ଚୈତ୍ର ଚଡକ ଯାତ୍ରା । ବାଲେଶ୍ୱର ଭୋଗରାଇ ଚନ୍ଦନେଶ୍ୱରଙ୍କ ପୀଠରେ ଏହି ଯାତ୍ରା ଅନୁଷ୍ଠିତ ହୁଏ । ୧୩ ଦିନ ଧରି ମାନସିକଧାରୀ ପଇତା ଧାରଣ କରି ନିଷ୍ଠାର ସହ ଭୋଳାଶଙ୍କରଙ୍କ ପୂଜାର୍ଚ୍ଚନା କରିଥାନ୍ତି। ଆଜି ଏହି ଚଡକ ଯାତ୍ରାର ଦ୍ୱାଦଶ ଦିବସ ତଥା ମହାନୀଳ ପର୍ବ  ନୀଳ ପର୍ବରେ ଚନ୍ଦନେଶ୍ୱରଙ୍କ ପୀଠରେ ଥିବା ନୀଳ ପୁଷ୍କରିଣୀରେ ସ୍ନାନ କରି ମହାଦେବଙ୍କ ଚଳନ୍ତି ପ୍ରତିମାଙ୍କ ଠାରେ ଜଳାଭିଷେକ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଣୁ ଲକ୍ଷାଧିକ ମାନସିକ ଧାରୀ ଭକ୍ତ ନୀଳ ପୁଷ୍କରିଣୀ ରେ ସ୍ନାନ କରି ଶିବ ଶଙ୍କରଙ୍କ ଦର୍ଶନ କରୁଛନ୍ତି।
ଆସନ୍ତାକାଲି ରବିବାର ଚଡକ ପର୍ବ ଶେଷ ଅର୍ଘ୍ୟରେ ବାବା ଚନ୍ଦନେଶ୍ୱରଙ୍କ ପାଟ ପର୍ବ ଅନୁଷ୍ଠିତ ହେବ । ନୀତି ନୀୟମ ଅନୁସାରେ ୧୩ଟି ଅର୍ଘ୍ୟରେ ଚଡକ ଯାତ୍ରା କରାଯାଏ । ଏହି ଯାତ୍ରାର ଅନେକ ମହତ୍ୱ ଥିବାରୁ କେବଳ ଓଡିଶା ନୁହେଁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରୁ ଭକ୍ତଙ୍କ ସୁଅ ଛୁଟିଥାଏ ।
ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକ ଯାତ୍ରାର ଆଜି ମହା ନୀଳପର୍ବ
ବାଲେଶ୍ୱର: ଓଡିଶାର ଉତ୍ତର ସୀମାନ୍ତ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ହୁଗୁଳି ଠାରେ ବିରାଜିତ ଆଜି ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକ ଯାତ୍ରାର ମହା ନୀଳପର୍ବ। ଭକ୍ତ ଓ ଭଗବାନଙ୍କ ମିଳନ ପର୍ବ ତଥା ଭାଇଚାରାର ପର୍ବ ଏହି ଚଡକ ଯାତ୍ରାକୁ ଦେଖିବା ପାଇଁ ୪ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ଼ ଲାଗିଛି।  ଆଜି ଶ୍ରୀଜିଉଙ୍କ ନୀଳ ପର୍ବ ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ମୁଖ୍ୟ ପାଟପର୍ବ। ଚଡକ ଯାତ୍ରା ପାଇଁ ଏହି ପୀଠ ଏବେ ଉତ୍ସବ ମୁଖରିତ ହୋଇଛି। ଆଜି ପ୍ରତ୍ୟୁଷରୁ ତାଳସାରୀ ଓ ଉଦୟପୁର ସମୁଦ୍ରରେ ଲକ୍ଷାଧିକ ଭକ୍ତ ସମୁଦ୍ରରେ ବୁଡ଼ ପକାଇ ମନ୍ଦିରରେ ପୂଜାର୍ଚ୍ଚାନ କରିଛନ୍ତି। ଆଜି ମହାଦେବ ଶିବଙ୍କ ନୀଳ ପର୍ବ।
ଓଡ଼ିଶାର ଦ୍ୱିତୀୟ ବୃହତମ ମେଳା କୁହାଯାଉଥିବା ଚନ୍ଦନେଶ୍ୱର ଚଡକ ମେଳାର ନୀଳପର୍ବର ସ୍ୱତନ୍ତ୍ର ଆକର୍ଷଣ ରହିଛି। ଆଜି ଦିନ ତମାମ ଶ୍ରଦ୍ଧାଳୁମାନେ ନୀଳ ପୋଖରୀରେ ସ୍ନାନକରି ଶ୍ରୀଜୀଉଙ୍କୁ ଜଳାଭିଷେକ କରିବା ସହ ଅର୍ଘ୍ୟ ପ୍ରଦାନ କରିବେ। ମେଳାପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା ହୋଇଛି। ଧର୍ମୀୟ, ଉତ୍ସାହ, ଉଦ୍ଦୀପନା ମଧ୍ୟରେ ଚନ୍ଦନେଶ୍ୱରରେ ପାଳିତ ହେଉଥିବା ଏହି ଚଡକ ଯାତ୍ରା ଓଡିଶା -ପଶ୍ଚିମବଙ୍ଗ ଅଧିବାସୀଙ୍କ ମଧ୍ୟରେ ଭାଇଚାରାର ପ୍ରତୀକ ବୋଲି ମଧ୍ୟ କୁହାଯାଏ। ଆସନ୍ତାକାଲି ପାଟ ପର୍ବ ଥିବାରୁ ଆହୁରି ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି।