gujarat - The Sakala
ମୌସୁମୀର ମହାତାଣ୍ଡବ: ବର୍ଷା ଓ ବନ୍ୟାରେ ବେହାଲ ଅଧା ଭାରତ, ଅନେକ ରାଜ୍ୟକୁ ରେଡ୍ ଆଲର୍ଟ
ସାରା ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଅନେକ ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତି ଭୟାବହ ରୂପ ନେଇଛି। ଲଗାଣ ବର୍ଷା ଯୋଗୁଁ ଗୁଜରାଟ, ମହାରାଷ୍ଟ୍ର, ଜମ୍ମୁ-କାଶ୍ମୀର ଏବଂ ଉତ୍ତରାଖଣ୍ଡରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ସ୍ଥାନରେ ଭୂସ୍ଖଳନ ଓ ହଠାତ୍ ବନ୍ୟା ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆଗାମୀ କିଛି ଦିନ ପାଇଁ ବିଭିନ୍ନ ରାଜ୍ୟକୁ ସତର୍କ ସୂଚନା ଜାରି କରାଯାଇଛି।
ଗୁଜରାଟ ଏବଂ ମହାରାଷ୍ଟ୍ରରେ ପ୍ରବଳ ବର୍ଷା
ଗୁଜରାଟ ଏବଂ ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଗୁଜରାଟର ଭଲସାଡ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୯୦୦ ମିଲିମିଟର (୩୬ ଇଞ୍ଚ) ବର୍ଷା ରେକର୍ଡ କରାଯାଇଛି, ଯାହା ଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରଶାସନ ପକ୍ଷରୁ ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖାଯାଇଥିବା ବେଳେ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମହାରାଷ୍ଟ୍ରର କୋଙ୍କଣ ଅଞ୍ଚଳ ଓ ମୁମ୍ବାଇ ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି। ପାଣିପାଗ ବିଭାଗ ଉଭୟ ରାଜ୍ୟ ପାଇଁ ରେଡ୍ ଆଲର୍ଟ ଜାରି କରିଛି।
ଜମ୍ମୁ-କାଶ୍ମୀର ଓ ଉତ୍ତରାଖଣ୍ଡରେ ବିପର୍ଯ୍ୟୟ
ପାର୍ବତ୍ୟାଞ୍ଚଳ ରାଜ୍ୟଗୁଡ଼ିକରେ ମଧ୍ୟ ବର୍ଷାର ପ୍ରକୋପ ଜାରି ରହିଛି। ଜମ୍ମୁ-କାଶ୍ମୀରର ପୁଞ୍ଚ୍ ଏବଂ ରାଜୌରୀ ଜିଲ୍ଲାରେ ହଠାତ୍ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି। ବନ୍ୟାରେ ରାସ୍ତାଘାଟ ଧୋଇଯିବା ସହ ଘରଦ୍ୱାର ଭାଙ୍ଗିଯାଇଛି ଏବଂ ଅନେକ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ସେହିପରି ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ଘଟି ଯାତାୟାତରେ ବାଧା ସୃଷ୍ଟି ହୋଇଛି।
ଆଇଏମଡି (IMD) ର ଆଗାମୀ ସତର୍କ ସୂଚନା
ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ଅନୁଯାୟୀ, ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ମୌସୁମୀ ସକ୍ରିୟ ରହିବ। ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ହରିୟାଣାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ନଦୀକୂଳିଆ ଏବଂ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଅହମ୍ମଦାବାଦରେ ଭୟାବହ ବାଣ କାରଖାନା ବିସ୍ଫୋରଣ: ୮ ମୃତ, ୧୫ରୁ ଅଧିକ ଗୁରୁତର
ଗୁଜରାଟର ଅହମ୍ମଦାବାଦ ସ୍ଥିତ ଏକ ବେଆଇନ ବାଣ କାରଖାନାରେ ଶନିବାର ଅପରାହ୍ନ ପ୍ରାୟ ୩:୩୦ ମିନିଟ୍ ସମୟରେ ଏକ ଭୟାବହ ବିସ୍ଫୋରଣ ଘଟିଛି। ଏହି ମର୍ମନ୍ତୁଦ ଘଟଣାରେ ଅତିକମ୍‌ରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଛନ୍ତି। ରାମୋଲ-ଗାତ୍ରାଡ୍ ରୋଡ୍ (ରାମତୋଲ୍ ଅଞ୍ଚଳ) ରେ ଥିବା ଏହି କାରଖାନାରେ ହଠାତ୍ ନିଆଁ ଲାଗିଯିବା ଫଳରେ ଏହି ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ କିଛି କିଲୋମିଟର ପର୍ଯ୍ୟନ୍ତ ଏହାର ପ୍ରକମ୍ପନ ଅନୁଭୂତ ହୋଇଥିଲା।
ବେଆଇନ ଭାବେ ଚାଲିଥିଲା କାରଖାନା
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବାଣ କାରଖାନାଟି ବେଆଇନ ଭାବେ ପରିଚାଳିତ ହେଉଥିଲା। ପୂର୍ବରୁ ଏହାର ଲାଇସେନ୍ସ ବାତିଲ କରାଯାଇଥିଲେ ସୁଦ୍ଧା ମାଲିକ ମେହୁଲ ଦୋଡିୟା ଏହାକୁ ବେଆଇନ ଭାବେ ଚଳାଉଥିଲେ। ବିସ୍ଫୋରଣ ସମୟରେ କାରଖାନା ଭିତରେ ବହୁ ଶ୍ରମିକ କାମ କରୁଥିଲେ। ଖବର ପାଇବା ମାତ୍ରେ ନିକଟରେ ଥିବା ବସ୍ତ୍ରାଲ୍ ରାପିଡ୍ ଆକ୍ସନ୍ ଫୋର୍ସ (RAF) ର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଅଗ୍ନିଶମ ବାହିନୀର ୫ରୁ ଅଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ପ୍ରଧାନମନ୍ତ୍ରୀଙ୍କ ଶୋକ ଓ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା
ଏହି ଅଘଟଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜର ଏକ୍ସ (X) ହ୍ୟାଣ୍ଡେଲରେ ପୀଡ଼ିତ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି (PMNRF) ରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ପୋଲିସର ତଦନ୍ତ ଜାରି
ଉଦ୍ଧାର ହୋଇଥିବା ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଏଲ୍.ଜି. ହସ୍ପିଟାଲ୍ ଏବଂ ଆସାରୱା ସିଭିଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି। ପୋଲିସ ଏବଂ ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କାରଖାନା ମାଲିକଙ୍କ ବିରୋଧରେ 'ବିସ୍ଫୋରକ ଆଇନ' (Explosives Act) ଅଧୀନରେ ଅପରାଧିକ ମାମଲା ରୁଜୁ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।
ଗୁଜରାଟରେ ପହଞ୍ଚିଲା ୨୦,୦୦୦ ଟନ୍ ଗ୍ୟାସ୍ ବହନ କରୁଥିବା ଏଲପିଜି ଟ୍ୟାଙ୍କର: ଆମେରିକା-ଇରାନ ତିକ୍ତତା ମଧ୍ୟରେ ଅତିକ୍ରମ କଲା ହର୍ମୁଜ୍ ପ୍ରଣାଳୀ
ଆମେରିକା-ଇରାନ ତିକ୍ତତା ମଧ୍ୟରେ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପ୍ରାୟ ୨୦,୦୦୦ ଟନ୍ ତରଳ ପେଟ୍ରୋଲିୟମ୍ ଗ୍ୟାସ୍ (LPG) ବହନ କରୁଥିବା ଏକ ବିଶାଳ ଟ୍ୟାଙ୍କର ସୁରକ୍ଷିତ ଭାବେ ଗୁଜରାଟର କଚ୍ଛ ଜିଲ୍ଲା ଅନ୍ତର୍ଗତ କାଣ୍ଡଲା ବନ୍ଦରରେ ପହଞ୍ଚିଛି। ମାର୍ଶଲ୍ ଆଇଲ୍ୟାଣ୍ଡସ୍ ପତାକା ଥିବା ଏହି ଟ୍ୟାଙ୍କରଟି ଆନ୍ତର୍ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀ (Strait of Hormuz) ଅତିକ୍ରମ କରି ଭାରତରେ ପହଞ୍ଚିବାରେ ସଫଳ ହୋଇଛି ବୋଲି ସୂଚନା ମିଳିଛି।
ହର୍ମୁଜ୍ ପ୍ରଣାଳୀ ଅତିକ୍ରମ
ରିପୋର୍ଟ ଅନୁଯାୟୀ, ସିମି (Symi) ନାମକ ଏହି ବିଶାଳ ଏଲପିଜି ଟ୍ୟାଙ୍କର ଗତ ମେ' ୧୩ ତାରିଖରେ ରଣନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀକୁ ଅତିକ୍ରମ କରିଥିଲା। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନାମୂଳକ ପରିସ୍ଥିତି ଯୋଗୁଁ ଏହି ସାମୁଦ୍ରିକ ମାର୍ଗ ଦେଇ ଯାତାୟାତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ବିପଦ ରହିଛି। ତେବେ କୌଣସି ବାଧାବିଘ୍ନ ବିନା ଏହି ଏଲପିଜି ସିପମେଣ୍ଟ୍ ଭାରତୀୟ ବନ୍ଦରରେ ପହଞ୍ଚିବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି ବିବେଚନା କରାଯାଉଛି।
ବିଶ୍ୱ ଶକ୍ତି ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ମାର୍ଗ
ହର୍ମୁଜ୍ ପ୍ରଣାଳୀ ହେଉଛି ବିଶ୍ୱ ଶକ୍ତି ପରିବହନ ପାଇଁ ଏକ ପ୍ରମୁଖ ମାର୍ଗ, ଯାହା ପାରସ୍ୟ ଉପସାଗର (Persian Gulf) କୁ ଆନ୍ତର୍ଜାତୀୟ ସିପିଂ ଲେନ୍ ସହିତ ସଂଯୋଗ କରେ। ବର୍ତ୍ତମାନର ଭୌଗୋଳିକ-ରାଜନୈତିକ ତିକ୍ତତା କାରଣରୁ ଏହି ଅଞ୍ଚଳ ଦେଇ ଯାଉଥିବା ସମୁଦ୍ରିକ ଟ୍ରାଫିକ୍ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଭାରତ ନିଜର ଆବଶ୍ୟକୀୟ ଏଲପିଜିର ପ୍ରାୟ ୯୦ ପ୍ରତିଶତ ପଶ୍ଚିମ ଏସିଆରୁ ଆମଦାନୀ କରୁଥିବାରୁ ଏହି ମାର୍ଗର ସୁରକ୍ଷା ଦେଶର ଇନ୍ଧନ ଯୋଗାଣ ପାଇଁ ଅତ୍ୟନ୍ତ ନିର୍ଣ୍ଣାୟକ ଅଟେ।
ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ, ଗୁଜୁରାଟରୁ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ଚୌକିରେ ବସୁ ବସୁ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ । ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଜୀବନରୁ ମାରିଦେବାକୁ କଲ୍ ଆସିବା ପରେ ଆକ୍ସନ ମୁଡକୁ ଆସିଥିଲା ବିହାର ପୋଲିସ୍।  ଏପରି ଧମକ ଦେଇଥିବା ଯୁବକଙ୍କୁ ତୁରନ୍ତ ଗୁଜରାଟର ଅହମ୍ମଦାବାଦ ଜିଲ୍ଲାରୁ ଗିରଫ କରିଛି ପୋଲିସ ।
ଗିରଫ ହୋଇଥିବା ଅଭିଯୁକ୍ତର ନାମ ଶେଖର ଯାଦବ ବୋଲି ଜଣାପଡିଛି। ସାନନ୍ଦ ପୋଲିସ ଏବଂ ବିହାର ପୋଲିସର ଏକ ମିଳିତ ଅପରେସନରେ ଅଭିଯୁକ୍ତକୁ ସାନନ୍ଦ-କାଡି ରୋଡ୍ ନିକଟରୁ କାବୁ କରାଯାଇଥିଲା। ଏକ ମୋବାଇଲ୍ ଫୋନ୍ କଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେବା ଅଭିଯୋଗରେ ବିହାରର ମୁଙ୍ଗେର ଜିଲ୍ଲା ଅନ୍ତର୍ଗତ ସଂଗ୍ରାମପୁର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା।
ଅଧିକାରୀମାନଙ୍କ କହିବା ଅନୁଯାୟୀ, ସାନନ୍ଦ ପୋଲିସ ଇନ୍ସପେକ୍ଟର ବି.ଟି. ଗୋହିଲଙ୍କ ନେତୃତ୍ୱରେ ଉଭୟ ରାଜ୍ୟର ପୋଲିସ ଟିମ୍ ମିଳିତ ଭାବେ କାର୍ଯ୍ୟ କରିଥିଲେ। ସିସିଟିଭି ସର୍ଭିଲାନ୍ସ ଏବଂ ବୈଷୟିକ ତଥ୍ୟ ଆଧାରରେ ଅଭିଯୁକ୍ତର ଠିକଣା ଖୋଜି ବାହାର କରାଯାଇଥିଲା ଏବଂ ପରେ ତାଙ୍କୁ ହେପାଜତକୁ ନିଆଯାଇଥିଲା।
ଜେରା ବେଳେ ଶେଖର ଯାଦବ ଧମକ ଦେଇଥିବା କଥା ସ୍ୱୀକାର କରିଛନ୍ତି। ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ବିହାର ପୋଲିସକୁ ହସ୍ତାନ୍ତର କରାଯାଇଛି। ଗିରଫ ହେବା ସମୟରେ ଅଭିଯୁକ୍ତ ସାନନ୍ଦ ଅଞ୍ଚଳରେ ଥିବା ଏକ ଡ୍ରାଏ ପୋର୍ଟ କମ୍ପାନୀ ସହ ଜଡିତ ଏକ ଟ୍ରାନ୍ସପୋର୍ଟ ଗାଡିର ଡ୍ରାଇଭର ଭାବେ କାମ କରୁଥିଲେ। ସେ ମୂଳତଃ ବିହାରର ବାଙ୍କା ଜିଲ୍ଲାର ବାସିନ୍ଦା ବୋଲି ପୋଲିସ ସୂତ୍ରରୁ ପ୍ରକାଶ।
କର୍ତ୍ତୃପକ୍ଷ ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ଅଧୀନରେ ମାମଲା ରୁଜୁ କରିଛନ୍ତି। ଏହି ଧମକ ପଛରେ ତାଙ୍କର ଉଦ୍ଦେଶ୍ୟ କ'ଣ ଥିଲା ଏବଂ ଏଥିରେ ଅନ୍ୟ କୌଣସି ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ଅଧିକ ତଦନ୍ତ ଜାରି ରହିଛି।
ଏଲପିଜି ସଙ୍କଟ: ରାଜସ୍ଥାନ, ମୁମ୍ବାଇ ଓ ଗୁଜରାଟରେ ବନ୍ଦ ହେଲାଣି ଫ୍ୟାକ୍ଟ୍ରି, ଘରମୁହାଁ ପ୍ରବାସୀ ଶ୍ରମିକ
ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ କାରଣରୁ ଭାରତରେ ଏଲପିଜି (LPG) ସଙ୍କଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ ଦେଶର ବିଭିନ୍ନ ରାଜ୍ୟ ଉପରେ ପଡ଼ିଛି। ବିଶେଷ କରି ରାଜସ୍ଥାନ, ଗୁଜରାଟ ଏବଂ ମହାରାଷ୍ଟ୍ରର ମୁମ୍ବାଇ ଭଳି ଶିଳ୍ପାଞ୍ଚଳରେ ପରିସ୍ଥିତି ଉଦବେଗଜନକ ରହିଛି। ଗୋଟିଏ ପଟେ କାରଖାନାଗୁଡ଼ିକ ବନ୍ଦ ହେବାରେ ଲାଗିଥିବା ବେଳେ ଅନ୍ୟପଟେ ରନ୍ଧନ ଗ୍ୟାସର ଅଭାବ ଯୋଗୁଁ ଖାଇବା ପିଇବାର ଘୋର ସଙ୍କଟ ଦେଖାଦେଇଛି। ଏହି ପରିସ୍ଥିତିରେ ବାଧ୍ୟ ହୋଇ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ନିଜ ଗାଁକୁ ଫେରିବା ଆରମ୍ଭ କଲେଣି।
ରାଜସ୍ଥାନରେ ବନ୍ଦ ହେଉଛି ଫ୍ୟାକ୍ଟ୍ରି
ଖାଡ଼ି ଦେଶଗୁଡ଼ିକରେ ଚାଲିଥିବା ଯୁଦ୍ଧର ବଡ଼ ପ୍ରଭାବ ରାଜସ୍ଥାନରେ ଦେଖିବାକୁ ମିଳିଛି। ରାଜ୍ୟରେ ଥିବା କପଡ଼ା, ସେରାମିକ୍‌ ଓ ମାର୍ବଲ କମ୍ପାନୀଗୁଡ଼ିକୁ ବାଣିଜ୍ୟିକ ଏଲପିଜି (Commercial LPG) ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ଔଦ୍ୟୋଗିକ ଯୋଗାଣ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବିଗିଡ଼ି ଯାଇଛି। ବର୍ତ୍ତମାନ ସୁଦ୍ଧା ହଜାର ହଜାର ସଂଖ୍ୟାରେ ଫ୍ୟାକ୍ଟ୍ରିରେ ତାଲା ପଡ଼ିଗଲାଣି। କାରଖାନା ବନ୍ଦ ହେବା କାରଣରୁ ବହୁ ସଂଖ୍ୟାରେ ଶ୍ରମିକ ନିଜର ଜୀବିକା ହରାଇଛନ୍ତି। ଶ୍ରମିକମାନଙ୍କ ମନରେ କରୋନା ମହାମାରୀ ସମୟର ଭୟ ପୁଣିଥରେ ସୃଷ୍ଟି ହୋଇଛି। ଯେଉଁମାନେ ରହିଯାଇଛନ୍ତି, ସେମାନଙ୍କ ପାଇଁ ଘରୋଇ ଗ୍ୟାସ ସିଲିଣ୍ଡର ମିଳୁନଥିବାରୁ ଭୋକିଲା ରହିବାକୁ ପଡ଼ୁଛି।
ମୁମ୍ବାଇରେ କଳାବଜାରୀ, ୩୦୦୦ ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର
ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇର ରୋଷେଇ ଘର ଉପରେ ମଧ୍ୟ ଏହି ସଙ୍କଟର ପ୍ରଭାବ ପଡ଼ିଛି। ଲୋକମାନେ ରାସନ ପାଇଁ ନୁହେଁ, ବରଂ ଗୋଟିଏ ଗ୍ୟାସ ସିଲିଣ୍ଡର ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସଙ୍କଟର ସୁଯୋଗ ନେଇ କଳାବଜାରୀମାନେ ସକ୍ରିୟ ହୋଇଉଠିଛନ୍ତି। ସାଧାରଣ ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, ଯେଉଁ ଗ୍ୟାସ ସିଲିଣ୍ଡର ପୂର୍ବରୁ ୯୦୦ରୁ ୧୦୦୦ ଟଙ୍କା ମଧ୍ୟରେ ମିଳୁଥିଲା, ଏବେ ତାହା ୨୫୦୦ରୁ ୩୦୦୦ ଟଙ୍କାରେ ବିକ୍ରି ହେଉଛି। ଏତେ ଟଙ୍କା ଦେବା ପରେ ମଧ୍ୟ ସିଲିଣ୍ଡର ମିଳିବ କି ନାହିଁ, ତାର କୌଣସି ଗ୍ୟାରେଣ୍ଟି ନାହିଁ।
ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଭିଡ଼
ଏହି ଗ୍ୟାସ ସଙ୍କଟ ଯୋଗୁଁ ମୁମ୍ବାଇର ଲୋକମାନ୍ୟ ତିଳକ ଟର୍ମିନସ୍ (LTT) ସମେତ ବିଭିନ୍ନ ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ତେବେ ଏହା କୌଣସି ଛୁଟିଦିନର ଭିଡ଼ ନୁହେଁ, ବରଂ ଏହାକୁ 'ମଜବୁରୀର ପଳାୟନ' ବୋଲି କୁହାଯାଉଛି। ନିଜର ଆସବାବପତ୍ର ଧରି ଷ୍ଟେସନରେ ଠିଆ ହୋଇଥିବା ଶ୍ରମିକମାନେ କହିଛନ୍ତି ଯେ ଘରେ ରୋଷେଇ କରିବା ପାଇଁ ସିଲିଣ୍ଡର ମିଳୁନାହିଁ। ବାହାରେ ଖାଇବା ଏତେ ମହଙ୍ଗା ହୋଇଗଲାଣି ଯେ, ଦିନକର ପୂରା ମଜୁରୀ କେବଳ ପେଟ ପୋଷିବାରେ ଚାଲିଯାଉଛି। ତେଣୁ ସହରରେ ଭୋକିଲା ମରିବା ଅପେକ୍ଷା ନିଜ ଗାଁକୁ ଫେରିଯିବା ସବୁଠାରୁ ଭଲ ବିକଳ୍ପ ବୋଲି ସେମାନେ ମନେ କରୁଛନ୍ତି।
ଗୁଗଲ୍ ମ୍ୟାପ୍ ବ୍ୟବହାର କରି ମନ୍ଦିରରୁ ଚୋରି: ଗୁଜରାଟର କଚ୍ଛରୁ ୨ ଅଭିଯୁକ୍ତ ଗିରଫ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଜବତ
ଗୁଜରାଟର କଚ୍ଛ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଚୋରି ଘଟଣା ସାମ୍ନାକୁ ଆସିଛି। ଏଠାରେ ଚୋରମାନେ ମନ୍ଦିରରୁ ଅଳଙ୍କାର ଲୁଟିବା ପାଇଁ ଗୁଗଲ୍ ମ୍ୟାପ୍ (Google Maps)ର ବ୍ୟବହାର କରୁଥିଲେ। ପୂର୍ବ କଚ୍ଛ ପୋଲିସ ଏହି ହାଇଟେକ୍ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରାଯାଇଛି।
କିପରି କରୁଥିଲେ ଚୋରି?
ପୋଲିସର ସୂଚନାନୁସାରେ, ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଗେଡ଼ି ଗାଁର ପଞ୍ଚାଭାଇ କୋଲି ଏବଂ ଉମୈୟା ଗାଁର ଜାଭେଦ୍ ଘାଞ୍ଚି। ଅଭିଯୁକ୍ତ ଜାଭେଦ୍ ମୋବାଇଲ୍ ଫୋନ୍ ବ୍ୟବହାର କରିବାରେ ବେଶ୍ ପାରଙ୍ଗମ ଥିଲା। ସେ ଗୁଗଲ୍ ମ୍ୟାପ୍ ଜରିଆରେ ଆଖପାଖରେ ଥିବା ମନ୍ଦିରଗୁଡ଼ିକର ଲୋକେସନ୍ ଟ୍ରାକ୍ କରୁଥିଲା। ଏହାପରେ ଉଭୟ ଅଭିଯୁକ୍ତ ରାତି ସମୟରେ ପାଦରେ ଚାଲି ଚାଲି ମନ୍ଦିର ନିକଟରେ ପହଞ୍ଚୁଥିଲେ ଏବଂ ନଡ଼ିଆ କାଟିବା ପାଇଁ ବ୍ୟବହୃତ ହେଉଥିବା ଲୁହାର ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଲା ଭାଙ୍ଗି ଚୋରି କରୁଥିଲେ।
ପୋଲିସର କାର୍ଯ୍ୟାନୁଷ୍ଠାନ ଓ ଜବତ ସାମଗ୍ରୀ
ଗତ କିଛି ଦିନ ତଳେ ରାପର ତାଲୁକାର ମୋତି ହମିରପାର୍ ଗାଁରେ ଥିବା ଖୋଡ଼ିୟାର ମାତା ଏବଂ ରାମାପୀର ମନ୍ଦିରରୁ ଚୋରମାନେ ପ୍ରାୟ ୧,୧୦,୧୫୦ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ। ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଡେସରର ସଣୱା ଛକ ନିକଟରେ ଉଭୟଙ୍କୁ ସେତେବେଳେ ଧରିଥିଲା, ଯେତେବେଳେ ସେମାନେ ରାଧନପୁର ଅଭିମୁଖେ ଚୋରି ସାମଗ୍ରୀ ବିକ୍ରି କରିବାକୁ ଯାଉଥିଲେ।
ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ ୧୪ଟି ଛୋଟ-ବଡ଼ ରୂପାର ଛତା, ରୂପା ଭଳି ଧାତୁରେ ତିଆରି ଏକ ସାପ, ନଗଦ ଟଙ୍କା ଏବଂ ମୋବାଇଲ୍ ଫୋନ୍ ଜବତ କରିଛି। ଜବତ ହୋଇଥିବା ସାମଗ୍ରୀର ସମୁଦାୟ ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଥିବା ବେଳେ, ପୋଲିସ ତୁରନ୍ତ ସେମାନଙ୍କ ଠାରୁ ୨,୨୮,୧୬୦ ଟଙ୍କାର ସାମଗ୍ରୀ ଜବତ କରିଛି। ଏହି ଗିରଫଦାରୀ ପରେ ଆଡେସର ଏବଂ ରାପର ପୋଲିସ ଷ୍ଟେସନରେ ରୁଜୁ ହୋଇଥିବା ଏକାଧିକ ମନ୍ଦିର ଚୋରି ମାମଲାର ସମାଧାନ ହୋଇପାରିଛି। ଅଭିଯୁକ୍ତ ଜାଭେଦ୍ ନାମରେ ପୂର୍ବରୁ ୩ଟି ଏବଂ ପଞ୍ଚାଭାଇ ନାମରେ ୨ଟି ମାମଲା ରୁଜୁ ହୋଇଥିବା ପୋଲିସ ସ୍ପଷ୍ଟ କରିଛି।
ଗୁଜରାଟ ଉପକୂଳରେ ଆତଙ୍କ: ସମୁଦ୍ର ଜଳ ହଠାତ ଉତ୍ତପ୍ତ ହୋଇ ଫୁଟୁଛି !
ନୂଆଦିଲ୍ଲୀ: ଗୁଜରାଟ ଓ ମହାରାଷ୍ଟ୍ରର ପାଲଘର ନିକଟରେ ସମୁଦ୍ର ଜଳ ହଠାତ ଉତ୍ତପ୍ତ ହୋଇ ଫୁଟୁଥିବାର ଦେଖାଯାଇଛି। ଫଳରେ ପାଲଘର ଜିଲ୍ଲାର ମତ୍ସ୍ୟଜୀବୀମାନଙ୍କୁ ଏ ନେଇ ସତର୍କ କରାଯାଇଛି । ମତ୍ସ୍ୟଜୀବୀମାନେ ସମୁଦ୍ର ପାଣି ଫୁଟୁଥବା ଓ ବୁଦବୁଦ ହେଉଥିବାର ଭିଡିଓ ରେକର୍ଡ କରିଛନ୍ତି। ଏହି ଅଦ୍ଭୂତ ଘଟଣା ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଚିନ୍ତିତ କରିଛି। ଏ ନେଇ ତୁରନ୍ତ ଦଦନ୍ତ ଆରମ୍ଭ କରାଯାଇଛି ।
ବୈଜ୍ଞାନିକମାନେ ଏହାର କାରଣ ଖୋଜିବାକୁ ପ୍ରୟାସ କରୁଛନ୍ତି। ସେମାନେ ଗ୍ୟାସ ଲିକ୍‌‌ ବା ପାଇପ୍‌‌ ଲାଇନ୍‌‌ ଫାଟିଥିବା ସନ୍ଦେହ କରୁଛନ୍ତି। ଏହି ସାମୁଦ୍ରିକ ଘଟଣାକୁ ଅତି ଅସାଧାରଣ ବୋଲି କୁହାଯାଇଛି। ଏ ନେଇ ପ୍ରମୁଖ ସାମୁଦ୍ରିକ ବିଶେଷଜ୍ଞ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ। ଏହି ଅଞ୍ଚଳ ଜାହାଜ ଓ ମାଛ ଧରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସ୍ଥାନ ସାମୁଦ୍ରିକ ପଥର ନିକଟତର ହୋଇଥିବାରୁ  ଏହି ବାଟ ଦେଇ ଜାହଜଗୁଡିକ ଯିବାରେ ଅନ୍ତରାୟ ହେବାକୁ ଯାଉଛି। ଏହି ଘଟଣାକୁ ଅତ୍ୟନ୍ତ ଅସାଧାରଣ ଘଟଣା ଭାବେ ବର୍ଣ୍ଣନା କରାଯାଇଛି। ଘଟଣାର ପରୀକ୍ଷା ତଥା ତଦନ୍ତ ପାଇଁ ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସେନ ଇନଫର୍ମେସନ ସର୍ଭିସେସ ଦଳକୁ ନିୟୋଜିତ କରାଯାଇଛି।
ସମୁଦ୍ର ଗର୍ଭରୁ ମିଥେନ୍‌‌ ଗ୍ୟାସ୍‌‌ ପ୍ରାକୃତିକ ଭାବେ ବାହରୁ ଥିବା ଆଶଙ୍କାକୁ ମଧ୍ୟ ଏଡାଇ ହେବନି ଓ ଏହା ପ୍ରାୟତଃ ଗୁରୁତ୍ୱପୂର୍ଣ୍ଣ ଭୂଗର୍ଭ ଗତିବିଧି ଅଞ୍ଚଳରେ ଘଟିଥାଏ। ପୁଣି ଜଳମଗ୍ନ ଭୂତାତ୍ତ୍ୱିକ ଗତିବିଧି, ସମୁଦ୍ର ତଳେ ବିଛା ଯାଇଥିବା ଏକ ତୈଳ କିମ୍ବା ଗ୍ୟାସ ପାଇପ୍‌‌ ଲାଇନ୍‌‌ ଫାଟିବା କାରଣରୁ ଗ୍ୟାସ୍‌‌ ଉତ୍ପନ୍ନ ହେବାର ଆଶଙ୍କାକୁ ମଧ୍ୟ ଏଡାଇ ହେବନି। ଅବଶ୍ୟ ଗୁଜରାଟ ଉପକୂଳରେ ଏଭଳି ଘଟଣା ଘଟିବା ନୂଆ ନୁହେଁ। ଅତୀତରେ ଏହି ଉପକୂଳରେ ଏଭଳି ଗତିବିଧି ଦେଖିବାକୁ ମିଳିଛି। ଆରବ ସାଗରର ଏହି ଅଂଶ ଅତ୍ୟନ୍ତ ସମ୍ବେଦନଶୀଳ, ବାରମ୍ବାର ସମୁଦ୍ର ଗତିବିଧି ଓ ଭୂକମ୍ପର ଅନୁଭବ କରିଆସୁଛି। ପୁଣି ସମୁଦ୍ରର ତାପମାତ୍ରା ବୃଦ୍ଧି ମଧ୍ୟ ଏଭଳି ସ୍ଥିତି ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରିନ୍ତି। ୨୦୨୪ରେ ଉତ୍ତର ସାଗରରେ ଘଟିଥିବା ଘଟଣା ସହ ଏହା ସମାନ ବୋଲି କୁହାଯାଉଛି। ସେଠାରେ ସମୁଦ୍ର ଭିତରରେ ଥିବା ଜ୍ୱାଳାମୂଖୀ ବିସ୍ଫୋରଣ ହୋଇଥିଲା ଓ ପାଣି ବୁଦ୍‌‌ବୁଦ୍‌‌ ହୋଇ ଉଠିଥିଲା। ସମୁଦ୍ରର ଏହି ଅଂଶରେ ସୃଷ୍ଟି ହୋଇଥିବା ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ହାଇଡ୍ରୋଜେନ ସଲଫାଇଡ କିମ୍ବା କାର୍ବନ ଡାଇଅକ୍ସାଇଡ୍‌‌ ଭଳି ବିପଜ୍ଜନକ ଗ୍ୟାସ୍‌‌ ଅଛି କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ଜଳ ନମୁନା ସଂଗ୍ରହ କରୁଛନ୍ତି । ଜଳବାୟୁ ପରିବର୍ତ୍ତନକୁ ନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କରୁଥିବା ବେଳେ ସମୁଦ୍ର ଭିତରେ ଏଭଳି ଅସାଧାରଣ ସ୍ଥିତି ଆଗାମୀ ଦିନରେ କୌଣସି ବଡ଼ ଧରଣର ବିପଦ ଆଡ଼କୁ ଇଙ୍ଗିତ କରୁଛି ବୋଲି ଆଶଙ୍କା କରାଯାଉଛି ।
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଭାରତର ଅନେକ ଅଞ୍ଚଳରୁ ପାକିସ୍ତାନୀ ଗୁପ୍ତଚର ଧରାପଡୁଛନ୍ତି । ଏହି ସମୟରେ ଗୁଜରାଟରୁ ଜଣେ ଗୁପ୍ତଚର ଧରାପଡ଼ିଛି। ଅଭିଯୋଗ ହୋଇଛି ଯ। ଅଭିଯୁକ୍ତ ଜଣକ ଭାରତୀୟ ନୌସେନା ଏବଂ ବିଏସଏଫ ସହ ଜଡିତ ସମ୍ବେଦନଶୀଳ ସୂଚନା ଏବଂ ଫଟୋଗ୍ରାଫ ତାଙ୍କ ପାକିସ୍ତାନୀ ହ୍ୟାଣ୍ଡଲରଙ୍କୁ ପଠାଉଥିଲେ। ଗୁଜରାଟ ATS ଏହି ଅଭିଯୁକ୍ତକୁ ଗିରଫ କରିଛି।
ଗୁଜୁରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ (ATS)ର ଜଣେ ବରିଷ୍ଠ ଅଧିକାରୀ କେ ସିଦ୍ଧାର୍ଥ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଅଭିଯୁକ୍ତ ସହଦେବ ସିଂହ ଗୋହିଲ କଚ୍ଛର ବାସିନ୍ଦା ଏବଂ ଜଣେ ସ୍ୱାସ୍ଥ୍ୟକର୍ମୀ ଭାବରେ କାର୍ଯ୍ୟ କରନ୍ତି। ଗୋହିଲ ୨୦୨୩ ମସିହାରେ ହ୍ୱାଟ୍ସଆପ୍ ମାଧ୍ୟମରେ ୨୮ବର୍ଷୀୟ ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ସମ୍ପର୍କରେ ଆସିଥିଲେ।
ଗୁଜୁରାଟ ATS ଅଭିଯୁକ୍ତ ସହଦେବକୁ ମେ ୧ ତାରିଖରେ ପଚରାଉଚରା ପାଇଁ ଡକାଯାଇଥିଲା ।  ଯେଉଁଠାରେ ଜଣାପଡିଥିଲା ​​ଯେ, ସହଦେବ ୨୦୨୩ ମସିହାରେ ହ୍ୱାଟସଆପରେ ଅଦିତି ଭରଦ୍ୱାଜ ନାମକ ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ। ତଦନ୍ତରୁ ଜଣାପଡିଲା ଯେ ଅଦିତି ଜଣେ ପାକିସ୍ତାନୀ ଏଜେଣ୍ଟ ଥିଲେ ଏବଂ ତାଙ୍କ ନିର୍ଦ୍ଦେଶରେ ସହଦେବ ଭାରତୀୟ ନୌସେନା ଏବଂ ବିଏସଏଫର ନୂତନ ସ୍ଥାନର ସମ୍ବେଦନଶୀଳ ଫଟୋଗ୍ରାଫ ସେୟାର କରିଥିଲେ।
ଜାମନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ଗୁଜରାଟର ଜାମନଗରରେ ଅବସ୍ଥିତ ପଶୁ ସଂରକ୍ଷଣ କେନ୍ଦ୍ର ‘ବନ୍ତାରା’ର ଉଦଘାଟନ କରିଛନ୍ତି। ବନ୍ତାରା ହେଉଛି ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ଉତ୍ସର୍ଗୀକୃତ ଏକ କେନ୍ଦ୍ର। ପ୍ରଧାନମନ୍ତ୍ରୀ ୩,୦୦୦ ଏକର ପରିମିତ ବନ୍ତାରାରେ ବେଶ କିଛି ସମୟ ବିତାଇଥିଲେ ଏବଂ ପଶୁମାନଙ୍କ ପାଇଁ ସେଠାରେ ନିର୍ମିତ ବିଶ୍ୱସ୍ତରୀୟ ସୁବିଧାଗୁଡ଼ିକର ନିରୀକ୍ଷଣ କରିଥିଲେ। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ଉଦ୍ୟମରେ ବନ୍ତାରା ନିର୍ମାଣ କରାଯାଇଛି।
ବନ୍ତାରାରେ ପହଞ୍ଚିବା ପରେ, ଅମ୍ବାନୀ ପରିବାର ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପରିକ ରୀତିରେ ସ୍ୱାଗତ କରିଥିଲେ। ଶଙ୍ଖ ଧ୍ୱନି, ମନ୍ତ୍ର ଉଚ୍ଚାରଣ ଏବଂ ଲୋକ କଳାକାରଙ୍କ ଗୀତ-ସଂଗୀତ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ତାରାର ଉଦଘାଟନ କରିଥିଲେ। ନରେନ୍ଦ୍ର ମୋଦି ମଧ୍ୟ ଏହି ପରିସରରେ ନିର୍ମିତ ମନ୍ଦିରରେ ଅନୁଷ୍ଠିତ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ।
ବନ୍ତାରାରେ ପ୍ରାଣୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ମଲ୍ଟି-ସ୍ପେଶାଲିଟି ହସ୍ପିଟାଲର ନିରୀକ୍ଷଣ କରିବା ସମୟରେ, ପ୍ରଧାନମନ୍ତ୍ରୀ ଡାଏଗ୍ନୋଷ୍ଟିକ୍ ସୁଟ୍‌ରେ ସିଟି ସ୍କାନ, ଏମଆରଆଇ, ଅଲ୍ଟ୍ରାସାଉଣ୍ଡ ଏବଂ ଏଣ୍ଡୋସ୍କୋପି ଭଳି ସ୍ୱତନ୍ତ୍ର ଚିକିତ୍ସା ଉପକରଣର ଲାଇଭ୍ ପ୍ରଦର୍ଶନ ଦେଖିଥିଲେ। ସେ ପଶୁମାନଙ୍କ ପାଇଁ ନିର୍ମିତ ଆଇସିୟୁ ଏବଂ ଅପରେସନ ଥିଏଟର ପ୍ରତି ମଧ୍ୟ ଆଗ୍ରହ ଦେଖାଇଥିଲେ। ନିକଟରେ ଜନ୍ମ ନେଇଥିବା ନବଜାତ ପଶୁ ଶାବକଙ୍କ ପାଇଁ ବନ୍ତାରାରେ ଏକ ନର୍ସରୀ ମଧ୍ୟ ସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ବନ୍ତାରାରେ କାର୍ଯ୍ୟରତ କର୍ମଚାରୀଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମର ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ଏସୀୟ ସିଂହ ଶାବକ, ଧଳା ସିଂହ ଶାବକ, ବିରଳ ଏବଂ ଲୁପ୍ତପ୍ରାୟ ପ୍ରଜାତିର ମେଘୁଆ (କ୍ଲାଉଡେଡ଼) ଚିତାବାଘ ଶାବକମାନଙ୍କୁ ଦେଖିଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜ ହାତରେ ଧଳା ସିଂହ, ବାଘ ଏବଂ ଗଣ୍ଡାର ଶାବକମାନଙ୍କୁ କ୍ଷୀର ପିଆଇଥିଲେ। କେନ୍ଦ୍ରରେ ଏସୀୟ ସିଂହ, ହିମ ଚିତାବାଘ, ଏକ-ଶିଙ୍ଗିଆ ଗଣ୍ଡା ଭଳି ପ୍ରାଣୀମାନଙ୍କ ସଂରକ୍ଷଣ କରାଯାଉଛି। ପ୍ରଧାନମନ୍ତ୍ରୀ ଅନେକ ବିପଦଜନକ ପଶୁଙ୍କୁ ନିକଟରୁ ମଧ୍ୟ ଦେଖିଥିଲେ। ଏଥିମଧ୍ୟରେ ରହିଥିଲେ ସୁନେଲି ବାଘ, ଧଳା ସିଂହ ଏବଂ ହିମ (ତୁଷାର) ଚିତାବାଘ ଇତ୍ୟାଦି।
ବିଶାଳ ବନ୍ତାରାରେ ପ୍ରତ୍ୟେକ ପଶୁକୁ ନିଜର ଆବଶ୍ୟକତା ହିସାବରେ ଘର ମିଳିଛି। ପ୍ରାଣୀମାନଙ୍କୁ ସିଂହ ରାଜ୍ୟ, ସରୀସୃପ ରାଜ୍ୟ, ସିଲ୍ ରାଜ୍ୟ, ଚିତା ପ୍ରଜନନ କେନ୍ଦ୍ର ଭଳି ଅନେକ କେନ୍ଦ୍ରଗୁଡିକରେ ରଖାଯାଇଛି। କିନ୍ତୁ ସବୁଠାରୁ ବଡ଼ ଆକର୍ଷଣର କେନ୍ଦ୍ର ହେଉଛି ହାତୀମାନଙ୍କ ପାଇଁ ପ୍ରାୟ ୧ ହଜାର ଏକର ପରିସରରେ ନିର୍ମିତ ଗଜନଗରୀ। ଏଠାରେ ୨୪୦ ରୁ ଅଧିକ ଉଦ୍ଧାର ହୋଇଥିବା କିମ୍ବା ଅସୁସ୍ଥ ହାତୀଙ୍କୁ ରଖାଯାଇଛି। ଅବହେଳା ଏବଂ ନିର୍ଯ୍ୟତନାର ଶିକାର ହୋଇଥିବା ଏହି ହାତୀମାନଙ୍କୁ ବନ୍ତାରାରେ ବିଶ୍ୱସ୍ତରୀୟ ପଶୁଚିକିତ୍ସା ଏବଂ ଯତ୍ନ ମିଳୁଛି। ବନ୍ତାରାରେ ହାତୀଙ୍କ ପାଇଁ ବିଶ୍ୱର ସର୍ବବୃହତ ଡାକ୍ତରଖାନା ମଧ୍ୟ ରହିଛି। ହାତୀମାନଙ୍କ ପାଇଁ ପୋଖରୀ ଏବଂ ଜାକୁଜି ଭଳି ସୁବିଧା ମଧ୍ୟ ରହିଛି।
ଗୁଜରାଟରେ ଗୁଡ଼ି ଆତଙ୍କ: ୧୫ ମୃତ, ୨୦୦ ଆହତ
ଅହମଦାବାଦ: ଗୁଜରାଟରେ ମକର ସଂକ୍ରାନ୍ତି ଅବସରରେ ଗୁଡ଼ି ଉଡ଼ା ଯାଇଛି। ମାତ୍ର ଏହି ଗୁଡି ଖୁସି ପରିବର୍ତ୍ତେ ଦୁଃଖ ଦେଇଯାଇଛି। ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଗୁଡ଼ି ଉଡ଼ାଇବା ଜନିତ ଅଘଟଣରେ ରାଜ୍ୟରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ୨୦୦ରୁ ଅଧିକ ମଧ୍ୟ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନିରୁ ୫ ବର୍ଷର ୨ ଶିଶୁ ସାମିଲ ଅଛନ୍ତି। ମାଞ୍ଝା ସୂତା ପାଇଁ ଅଧିକାଂଶ ମୃତାହତ ହୋଇଛନ୍ତି। ଏହି ସୂତା ପାଇଁ ଗାନ୍ଧୀଧାମରେ ୧୦ ମାସର ଶିଶୁ ଗୁରୁତର ଆହତ ହୋଇଛି।
ସୂଚନା ଅନୁଯାୟୀ ସୌରାଷ୍ଟ୍ର-କଚ୍ଛରେ ୬ ଜଣ, ମଧ୍ୟ ଗୁଜରାଟରେ ୬ ଜଣ ଲେଖାଏଁ, ଅହମଦାବାଦ, ଭରୁଚ, ଅରାବଳିରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ହାଲୋଲର ରାହଟଲାଭ ଗାଁର ପରେଶଭାଇ ନିଜ ୫ ବର୍ଷୀୟ ପୁଅ କୁନାଲକୁ ଗାଡ଼ିରେ ନେଇ ଯାଉଥିବାବେଳେ ଅଚାନକ ଶିଶୁ ବେକରେ ମାଞ୍ଝା ସୂତା ଲାଗି ଯାଇଥିଲା। ଏଥିରେ ଶିଶୁର ବେକ କଟି ଯାଇଥିଲା। ହସ୍ପିଟାଲରେ ଭର୍ତ୍ତି କରିବାର କିଛି ସମୟ ପରେ କୁନାଲର ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁଯାୟୀ ମଙ୍ଗଳବାର ରାତି ସୁଦ୍ଧା ୧୦୮ ନମ୍ବରକୁ ୪୯୫୬ଟି ଜରୁରୀକାଳୀନ କଲ୍ ଆସିଥିଲା। ଏଥିରେ ଅଧିକାଂଶ ଗୁଡିର ସୂତା କଟି ଆହତ ହୋଇଥିବା ମାମଲା ଥିଲା। ଏହି ସୂତା ଦ୍ବାରା ପକ୍ଷୀଙ୍କ ମଧ୍ୟ ମୃତ୍ୟୁ ହେଉଛି। ତେବେ ଲୋକଙ୍କୁ ଏହି ମାଞ୍ଝାରୁ ବଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପ୍ରସ୍ତୁତି କରାଯାଇଥିଲା। ଗାଡ଼ିରେ ସୁରକ୍ଷା କବଚ ଲଗା ଯାଇଥିଲା। କିନ୍ତୁ ଏହା କୌଣସି ପ୍ରଭାବ ପକାଇ ପାରିନାହିଁ। ଗତ ୫ ଦିନରେ ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ଅନ୍ତର୍ଜାତୀୟ ବିମାନବନ୍ଦର ପରିସର ଭିତରକୁ ୭ ହଜାର ଗୁଡି ପହଞ୍ଚି ଗଲାଣି।
ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ନଦୀରେ ବୁଡ଼ି ୮ ମୃତ
ଗୁଜରାଟ: ଗୁଜରାଟର ଗାନ୍ଧିନଗର ଜିଲ୍ଲା ଅନ୍ତର୍ଗତ ହାଗମ ତହସିଲ ବାସନା ସୋଗାଥି ଗ୍ରାମ ନିକଟ ମେଶଭୋ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସମସ୍ତେ ଦେହଗାମ ତାଲୁକାର ବାସନା ସୋଗାଥି ଗ୍ରାମର ବାସିନ୍ଦା। ଏହି ଘଟଣାରେ ଆହୁରି ୨ ଜଣ ଲୋକ ନିଖୋଜ ଅଛନ୍ତି । ଫଳରେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି । ନଦୀରୁ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ କେତେ ଲୋକ ପାଣିଭିତରକୁ ଓହ୍ଲାଇଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିବାରୁ ଖୋଜାଖୋଜି ଜାରି ରହିଛି।
ସୁରଟରେ ୬ ମହଲା କୋଠା ଭୁଶୁଡିବା ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି, ଏକାଧିକ ଆହତ
ସୁରଟ: ଗୁଜରାଟ ସୁରଟର ସଚ୍ଚିନ ପାଲି ଗ୍ରାମରେ ଥିବା ଏକ ୬ ମହଲା କୋଠା ଶନିବାର ଦ୍ବିପହରେ ଭୁଶୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଥିବାବେଳେ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଦମକଳ ବାହିନୀ, ପୁଲିସ,ଏନ୍‌ଡିଆରଏଫ, ଏସ୍‌ଡିଆରଏଫ ଟିମ୍‌ ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ଅବଶେଷ ଭିତରୁ ଜୀବନର ସନ୍ଧାନ କରାଯାଉଛି।
ମେୟର, ଡେପୁଟି ମେୟର, ଜିଲ୍ଲାପାଳ, ପୁଲିସ କମିଶନର ଏବଂ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏହି କୋଠାରେ ୬ଟି ପରିବାର ରହୁଥିଲେ। କିନ୍ତୁ ଅଘଟଣ ସମୟରେ କେତେ ଜଣ ଥିଲେ ତାହା ଜଣାପଡ଼ି ନାହିଁ। ଘଟଣାସ୍ଥଳର ଭୟାନକ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ମାତ୍ର ୭ବର୍ଷ ତଳେ (୨୦୧୭) ଏହି କୋଠା ନିର୍ମାଣ କରାଯାଇଥିଲା। ଏବେ ଏହା କଂକ୍ରିଟ ପାହାଡ଼ ପରି ଦୃଷ୍ଟିଗୋଚର ହେଉଛି। କୋଠାଟି ଭୁଶୁଡିଯିବା ପରେ ନିର୍ମାଣର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠୁଛି। କୋଠା ଜରାଜୀର୍ଣ୍ଣ ଥିବାବେଳେ କେମିତି ଏହା ଅଧିକାରୀଙ୍କ ଦୃଷ୍ଟିଗୋଚର ହେଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ସେହିପରି ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିଲା ବୋଲି ସୂଚନା ମିଳିଛି।