Toatal Solar Eclipse - The Sakala
ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଏପ୍ରିଲ ୮ ତାରିଖରେ ସଙ୍ଗଠିତ ହେବ ଏକ ବିରଳ ମହାଜାଗତିକ ଦୃଶ୍ୟ ତଥା ପୂର୍ଣ୍ଣ ସୂର୍ଯ୍ୟୋପରାଗ । ଏହି ମହାଜାଗତିକ ଘଟଣାଟି ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ ଓ ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ । ଏହା ଭାରତୀୟ ସମୟ ରାତି ୯ଟା ୧୨ ମିନିଟରେ ଆରମ୍ଭ ହୋଇ ପର ଦିନ ଭୋର ୨ ଟା ୨୨ ମିନିଟ ସମୟରେ ଶେଷ ହେବ । ସର୍ବାଧିକ ପରାଗ ରାତି ୧୧ ଟା ୪୭ ମିନିଟ ସମୟରେ ଦେଖାଯିବ । ସେପଟେ ସୂର୍ଯ୍ୟୋପରାଗ ଦେଖିବାକୁ ଆମେରିକାରେ ବିଶେଷ ପ୍ରସ୍ତୁତି କରାଯାଇଛି । ମହାଜାଗତିକ ଦୃଶ୍ୟ ଦେଖିବାକୁ ଲକ୍ଷାଧିକ ଲୋକଙ୍କର ସମାଗମ ହେବା ନେଇ ଜଣାପଡିଛି ।
ଅନେକ ବର୍ଷ ପରେ ଏପ୍ରିଲ୍ ୮ ତାରିଖରେ  ସୂର୍ଯ୍ୟପରାଗ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର ଅତ୍ୟନ୍ତ ଜନବହୁଳ ଅଞ୍ଚଳରେ ପୂର୍ଣ୍ଣପରାଗ ଦେଖାଯିବ । ଏକ ଅନୁମାନ ଅନୁସାରେ ଏଥର ପୂର୍ଣ୍ଣପରାଗକୁ ଦେଖିବା ପାଇଁ ଏହି ଅଞ୍ଚଳରେ ୪ କୋଟିରୁ ଅଧିକ ଲୋକ ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ଚାହିଁ ବସିଛନ୍ତି । ଆଂଶିକ ପରାଗ ଦେଖାଯିବା ଅଞ୍ଚଳରେ ୪୫ କୋଟି ରୁ ଅଧିକ ଲୋକ ବସବାସ କରୁଛନ୍ତି । ପୂର୍ଣ୍ଣ ସୂର୍ଯ୍ୟୋପରାଗ ହେଉଥିବା ଯୋଗୁଁ ଆସନ୍ତାକାଲି ଆମେରିକାର କିଛି ଅଂଶ ଦିନ ସମୟରେ ଅନ୍ଧାର ହେବ। ତେବେ ସୂର୍ଯ୍ୟ ଅସ୍ତ ହେବେ ନାହିଁ ବରଂ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ଆସିବେ। ସୂର୍ଯ୍ୟଙ୍କ ଆଲୋକକୁ ଏହା ଘୋଡ଼ାଇ ଦେବ। ଏପ୍ରିଲ ୮ରେ ୪ ମିନିଟ ୨୮ ସେକେଣ୍ଡ ପାଇଁ ଉତ୍ତର ଆମେରିକାର କିଛି ସ୍ଥାନରେ ଦିନ ସମୟରେ ଏକ ବିରଳ ରାତି ଅନୁଭବ ହେବ।
ଆମ ସମାଜରେ ଆବାହମାନ କାଳରୁ ଗ୍ରହଣ ଓ ପରାଗକୁ ନେଇ ଅନେକ ବିଶ୍ୱାସ ଓ ଅନ୍ଧ ବିଶ୍ୱାସ ରହିଛି । ମଣିଷ ଚନ୍ଦ୍ରରେ ପାଦ ଥାପିଲାଣି ଓ ବିଜ୍ଞାନର ଅଗ୍ରଗତି ଫଳରେ ଆମେ ଗ୍ରହଣ ଓ ପରାଗ କାହିଁକି ଓ କିପରି ଘଟେ ତାହା ସଠିକ ଭାବରେ ଜାଣିସାରିଲେଣି । ଗ୍ରହଣ ଓ ପରାଗ ଏକ ଛାଇ ଆଲୁଅର ଖେଳ ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ । ସୂର୍ଯ୍ୟୋପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ ଓ ସେହି ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ଦିନବେଳେ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ । ଏହା ରାତିର ଭ୍ରମ ସୃଷ୍ଟି କରିଥାଏ। ସୂର୍ଯ୍ୟୋପରାଗ ତିନି ପ୍ରକାରର : ଆଂଶିକ, ସଂପୂର୍ଣ୍ଣ ଓ ବଳୟ ।