Very Dangerous - The Sakala

କୋଭିଡ୍‌ଠାରୁ ୧୦୦ଗୁଣ ମାରାତ୍ମକ ଏଚ୍‌୫ଏନ୍‌୧ ବାର୍ଡ ଫ୍ଲୁ ଭୂତାଣୁ
ଲଣ୍ଡନ: କୋଭିଡ-୧୯ ଭୂତାଣୁଠାରୁ ୧୦୦ଗୁଣ ମାରାତ୍ମକ ହେଉଛି ଏଚ୫ଏନ୧ ଷ୍ଟ୍ରେନର ବାର୍ଡ ଫ୍ଲୁ. ଭୂତାଣୁ ।ଯାହା ଏବେ ବ୍ୟାପୀବାରେ ଲାଗିଛି ବୋଲି ଗବେଷକ ଓ ମହାମାରୀ ବିଶେଷଜ୍ଞମାନେ ଚେତାଇଥିବା ବିଷୟ ଏକ ରିପୋର୍ଟ ଇଂଲଣ୍ଡର ଟାବଲଏଡ ଦି ଡେଲି ମେଲରେ ପ୍ରକାଶିତ ହୋଇଛି। ବୈଜ୍ଞାନିକମାନଙ୍କ ମତ ହେଲା, ଏଚ୫ଏନ୧ ଷ୍ଟ୍ରେନର ବାର୍ଡ ଫ୍ଲୁ.ଭୂତାଣୁ ଏବେ ସକ୍ରିୟତାର ଏପରି ବିଷମ ମୋଡ଼ ବା କ୍ରିଟିକାଲ ଥ୍ରେସହୋଲଡରେ ପହଞ୍ଚିଛି ଯାହା ଆଗାମୀ ଦିନରେ ବୈଶ୍ବିକ ମହାମାରୀ ଘଟାଇବାକୁ ସକ୍ଷମ ହେବା ସମ୍ଭବ।

ବାର୍ଡ ଫ୍ଲୁ ଗବେଷକ ଭାବେ ତଥ୍ୟାଭିଜ୍ଞ ମହଲରେ ବେଶ୍ ଜଣାଶୁଣା ଡାକ୍ତର ସୁରେଶ କୁଚିପୁଡ଼ି ଇଂଲଣ୍ଡର ପିଟସବର୍ଗରେ ଗବେଷଣାରତ ଅଛନ୍ତି। ସେ ସତର୍କ କରାଇଦେଇଛନ୍ତି ଯେ ଏଚ୫ଏନ୧ ଷ୍ଟ୍ରେନର ବାର୍ଡ ଫ୍ଲୁ.ଭୂତାଣୁ ବୈଶ୍ବିକ ବ୍ୟାପକତାରେ ମହାମାରୀ ଘଟାଇବାକୁ ସକ୍ଷମ କାରଣ ଏହି ଭୂତାଣୁ ମନୁଷ୍ୟ ସମେତ ଅନେକ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀଙ୍କ ଶରୀରରେ ସଂକ୍ରମଣ ଘଟାଇପାରିବ। ଏବେ ଏହି ସମ୍ଭାବ୍ୟ ବିପଦ ଆମର ଅତି ନିକଟରେ ପହଞ୍ଚିଗଲାଣି। ଭବିଷ୍ୟତରେ ଏପରି ଏକ ବ୍ୟାପକ ମାରକଶକ୍ତିଧାରୀ ଏଚ୫ଏନ୧ ଷ୍ଟ୍ରେନର ବାର୍ଡ ଫ୍ଲୁ.ଭୂତାଣୁ ଆସିବ, ଏହା ନୁହେଁ, ଏହି ଭୂତାଣୁ ଏବେ ବିଶ୍ବର ବିଭିନ୍ନ ଅଞ୍ଚଳରେ ଉପସ୍ଥିତ ଅଛି ଓ ବିଭିନ୍ନ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ସଂକ୍ରମିତ କରିଚାଲିଛି।

ଏକ ବଡ଼ ଫାର୍ମା କମ୍ପାନୀର ପରାମର୍ଶଦାତା ଭାବେ କାର୍ଯ୍ୟରତ ଫ୍ଲୁ ବିଶେଷଜ୍ଞ ଜନ୍ ଫୁଲଟନ କହିଛନ୍ତି, ଏଚ୫ଏନ୧ ଷ୍ଟ୍ରେନର ବାର୍ଡ ଫ୍ଲୁ.ଭୂତାଣୁ ଯଦି ମ୍ୟୁଟେଟ ହୁଏ ବା ରୂପଗୁଣ ପରିବର୍ତ୍ତନ କରି ତାହାର ଉଚ୍ଚ ମାରକ-କ୍ଷମତାକୁ ବଜାୟ ରଖେ ତେବେ ତାହା ହେବ କୋଭିଡ-୧୯ ଭୂତାଣୁ ତୁଳନାରେ ୧୦୦ ଗୁଣ ମାରାତ୍ମକ। ଥରେ ଏହି ଭୂତାଣୁ ମ୍ୟୁଟେଟ୍ ହୋଇ ମନୁଷ୍ୟକୁ ସଂକ୍ରମିତ କରିବା ଶକ୍ତି ପାଇଲେ, କେବଳ ତାହାର ମାରକକ୍ଷମତା କମିବ ଏହା ଆଶା କରିବା ବ୍ୟତୀତ ଆଉ କିଛି ପ୍ରତିରକ୍ଷଣର ବ୍ୟବସ୍ଥା ବର୍ତ୍ତମାନ ପାଇଁ ଆମ ପାଖରେ ଉପଲବ୍ଧ ନାହିଁ।

ବିଶ୍ବ ସ୍ୟାସ୍ଥ୍ୟ ସଂଗଠନ (ଡବଲ୍ୟୁଏଚଓ)ର ଡାଟାରୁ ଜଣାଯାଏ ଯେ ୨୦୦୩ରୁ ଏଯାଏ ଏଚ୫ଏନ୧ ଷ୍ଟ୍ରେନର ବାର୍ଡ ଫ୍ଲୁ.ଭୂତାଣୁ ଦ୍ବାରା ସଂକ୍ରମିତ ପ୍ରତି ୧୦୦ ରୋଗୀଙ୍କ ମଧ୍ୟରୁ ୫୨ଜଣ ଆରୋଗ୍ୟ ହୋଇନପାରି ପ୍ରାଣ ହରାଇଛନ୍ତି। ଅର୍ଥାତ ଏହି ଭୂତାଣୁର ମାରକ ହାର ୫୦%ରୁ ଅଧିକ ରହୁଛି। ଅନ୍ୟପକ୍ଷରେ କୋଭିଡ-୧୯ ଭୂତାଣୁର ମାରକ ହାର ପ୍ରଥମେ ୨୦% ଥିଲା ଯାହା ସମୟକ୍ରମେ ଭୂତାଣୁର ମ୍ୟୁଟେସନ୍ କାରଣରୁ ୦.୧%କୁ ଖସିଆସିଥିଲା। ଡବଲ୍ୟୁଏଚଓ ଡାଟା ଅନୁଯାୟୀ ଏଯାଏଁ ୮୮୭ଟି ଏଚ୫ଏନ୧ ଷ୍ଟ୍ରେନର ବାର୍ଡ ଫ୍ଲୁ.ଭୂତାଣୁ ସଂକ୍ରମଣ ରିପୋର୍ଟ ହୋଇଛି ଯେଉଁଥିରେ ମୃତ୍ୟୁ ସଂଖ୍ୟା ୪୬୨ ରେକର୍ଡ କରାଯାଇଛି। ମିଚିଗନର ଏକ କୁକ୍କୁଟ ପାଳନ ଫାସିଲିଟିରେ ଓ ଟେକ୍ସାସର ଏକ ଅଣ୍ଡା ଉତ୍ପାଦନ ଫାର୍ମରେ ବାର୍ଡ ଫ୍ଲୁ ସଂକ୍ରମଣର ଖବର ମିଳିବା ପରେ ଦି ଡେଲି ମେଲରେ ଏଚ୫ଏନ୧ ଷ୍ଟ୍ରେନର ବାର୍ଡ ଫ୍ଲୁ.ଭୂତାଣୁର ଆସନ୍ନ ବିପଦ ନେଇ ରିପୋର୍ଟ ପ୍ରକାଶିତ ହୋଇଛି।