Review Meeting - The Sakala
ଭୁବନେଶ୍ୱର: ଆସିଲା ବାତ୍ୟାଜନିତ କୃଷି କ୍ଷୟକ୍ଷତିର ରିପୋର୍ଟ । କୃଷି ଭବନରେ ବାତ୍ୟା ଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି. ସିଂହଦେଓ । ମନ୍ତ୍ରୀ କହିଛନ୍ତି କି, ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ୧ ଲକ୍ଷ ୯୯ ହଜାର ୧୭୭ ଏକର ଜମିରେ ଚାଷ କ୍ଷତିଗସ୍ତ ହୋଇଛି । କେନ୍ଦ୍ରାପଡ଼ାରେ ୨୩ ହଜାର ହେକ୍ଟର ଜମି କ୍ଷତି ହୋଇଛି । ସର୍ବାଧିକ ରାଜକନିକା, ଆଳି, ମହlକlଳପଡ଼ା କ୍ଷତିଗ୍ରସ୍ତ ହୋଇଛି । ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର ଜମି କ୍ଷତି ହୋଇଛି । ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରି ଭୋଖରି, ଧାମନଗରରେ କ୍ଷତି ହୋଇଛି । ବାଲେଶ୍ୱରରେ ୩୧୪୦ ହେକ୍ଟର ଜମି କ୍ଷତି ହୋଇଛି । ସେହିପରି ମୟୂରଭଞ୍ଜରେ ମୋଟ ୨୩୮୧ ହେକ୍ଟର ଚାଷ ଜମି କ୍ଷୟକ୍ଷତି ହୋଇଛି । ଯାଜପୁରରେ ୨୭୦୯, ଜଗତସିଂହପୁରରେ ୨୪୯୮ ହେକ୍ଟର ଜମି କ୍ଷୟ କ୍ଷତି ହୋଇଛି । ବୈଠକରେ କୃଷି ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଭାବିତ ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ମାନେ ଭିସି ଜରିଆରେ ବୈଠକରେ ସାମିଲ ହୋଇଛନ୍ତି ।
ଉପ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ଜିଲ୍ଲାସ୍ତରରୁ ଆଖି ଦେଖା ରିପୋର୍ଟ ଆସିଛି । ବର୍ଷା କମିଲା ପରେ ଫିଲଡ଼କୁ ଯାଇ ଜିଓ ଟେଗିଙ୍ଗ କରି ସରକାରଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ,SRC ଓ କୃଷି ବିଭାଗ ନିଷ୍ପତ୍ତି ନେବେ । ଲୋକଙ୍କୁ ଆମେ ଛାଡିବାକୁ ଚାଁହୁନୁ । ଲୋକଙ୍କ ଅଧିକାର ଯାହା ଦରକାର ସରକାର ଯୋଗାଇଦେବେ । SRC ଙ୍କ ନୁଆଁ ଗାଇଡଲାଇନ ଅନୁଯାଇ କ୍ଷତି ପୂରଣ ଦିଆଯିବ। ଜିଲ୍ଲାସ୍ତରରୁ ରିପୋର୍ଟ ଆସିଲେ SRC ଙ୍କୁ ଦିଆଯିବ । DBT ମାଧ୍ୟମରେ ଲୋକଙ୍କୁ କ୍ଷତି ପୂରଣ ଦିଆଯିବ । ଭୁଲ ରିପୋର୍ଟ ନଦେବା ପାଇଁ ସତର୍କ କରାଯାଉଛି । ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ଗତକାଲି 90 % ବିଦ୍ୟୁତ କାମ ସରିଛି । ବର୍ଷା ପାଇଁ 10 % ରହିଯାଇଥିଲା । ଆଜି ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ କାମ ସରିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି. ସିଂହଦେଓ ।KV Si
ବାତ୍ୟା ଦାନା ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଆଜି ଅପରାହ୍ନ ସୁଦ୍ଧା ପ୍ରଭାବିତ ଜିଲ୍ଲାରେ ସ୍ବାଭାବିକ ହେବ ବିଦ୍ୟୁତ୍ ସେବା
ଭୁବନେଶ୍ୱର: ବାତ୍ୟା ‘ଦାନା’ ଜନିତ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ରାଜସ୍ବମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ ସଚିବ, ଏସ୍‌ଆର୍‌ସିଙ୍କ ସମେତ ଉଚ୍ଚ ପଦାଧିକାରୀଙ୍କ ସହ ସେ ବାତ୍ୟା ମୁକାବିଲା ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକ ପରେ ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାତ୍ୟା ‘ଦାନା’ ଯୋଗୁଁ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକରେ ପ୍ରାୟ ୧.୭୫ଲକ୍ଷ ଏକର ଚାଷଜମିରେ ଫସଲ ନଷ୍ଟ ହୋଇଛି। ଅନେକ ସ୍ଥାନରେ ବାସଗୃହ ମଧ୍ୟ ନଷ୍ଟ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରାକ୍‌ ଆକଳନରୁ ସୂଚନା ମିଳିଛି। କିନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ପ୍ରକୃତ କ୍ଷୟକ୍ଷତି ଜଣାପଡ଼ିବ ଓ ସରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ବାତ୍ୟାରେ ଯେଉଁମାନଙ୍କର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ଅବା ଆଂଶିକ ନଷ୍ଟ ହୋଇଛି ତା’ର ଗ୍ରାଉଣ୍ଡ ସର୍ଭେ ରିପୋର୍ଟ ଆସିବା ପରେ ସେମାନଙ୍କୁ ଘର ଦିଆଯିବ ଓ ସହାୟତା ଯୋଗାଇ ଦିଆଯିବ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଶନିବାର ପାଗ ଭଲ ରହେ, ତେବେ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗକୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ‘ଦାନା’ ଯୋଗୁ ମୋଟ ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ନିଜ ଘରକୁ ଯିବାକୁ ଅନୁମତି ଦିଆଯାଇଛି। ଆଉ କିଛି ସ୍ଥାନରେ ଲୋକଙ୍କ ଘର ନଷ୍ଟ ହୋଇଥିବାରୁ ସେମାନେ ଆଶ୍ରୟସ୍ଥଳୀରେ ରହିଛନ୍ତି। ଏହି ସବୁ ଆଶ୍ରୟସ୍ଥଳୀରେ ଆଜିଠୁ ଆଉ ୭ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ। ବାତ୍ୟା ଏବେ ଦୁର୍ବଳ ହୋଇଥଲେ ମଧ୍ୟ ଏହାର ପ୍ରଭାବରେ କିଛି ଅଂଚଳରେ ତୁହାକୁ ତୁହା ବର୍ଷା ଜାରି ରହିଛି। ତେଣୁ ପୁନରୁଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ତେବେ ଗତକାଲି ଅପରାହ୍ନ ସୁଦ୍ଧା ଗଛ କଟାଯାଇ ରାସ୍ତା ଅବରୋଧକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି। ସେହିପରି ବାତ୍ୟା ଯୋଗୁ ୨୨.୪୩ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇଥିବା ବେଳେ ଇତିମଧ୍ୟରେ ୧୪.୮୦ଲକ୍ଷ ଉପଭୋକ୍ତାଙ୍କର ବିଦ୍ୟୁତ ପୁନଃଯୋଗାଣ ସମ୍ଭବପର ହୋଇପାରିଛି। କିନ୍ତୁ ପ୍ରବଳ ବର୍ଷା ଯୋଗୁ ବାକି ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ହୋଇପାରିନି। ଶନିବାର ସୁଦ୍ଧା ଏହି ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦେବାକୁ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୁକ୍ରବାର ରାତି ୯ଟା ସୁଦ୍ଧା ଭଦ୍ରକ ଜିଲ୍ଲାରେ ବିଦ୍ୟୁତଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟ ସହ ବାତ୍ୟା ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଫଳ ହୋଇଛନ୍ତି ବୋଲି କହିବା ସହ ସରକାରଙ୍କ “ଶୂନ୍ୟ ଜୀବନ ହାନୀ’ ଲକ୍ଷ୍ୟ ହାସଲ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।
ବାତ୍ୟା “ଦାନା’ ସମୟରେ ରାଜ୍ୟରେ ବିଭିନ୍ନ ମେଡିକାଲରେ ୨୨୦୦ ଶିଶୁ ଜନ୍ମ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ଜଣ ମା’ ଯାଅାଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଏହି ସମସ୍ତ ଉଭୟ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏବେ ବି ବାତ୍ୟା ପ୍ରଭାବିତ ଅଂଚଳରେ ୧୫୮ ପ୍ଲାଟୁନ ପୁଲିସ ଫୋର୍ସ ସୁରକ୍ଷା ଓ ସହାୟତା ପାଇଁ ମୁତୟନ ଅଛନ୍ତି। ସବୁ ବିଭାଗର ସମନ୍ୱ୍ୱୟ, ରାଜ୍ୟ ଓ ଜିଲ୍ଲାସ୍ତରର ଅଫିସ ମଧ୍ୟରେ ଉତ୍ତମ ତାଳମେଳ ଓ ଟିମ୍‌ ୱାର୍କ ଯୋଗୁ ବାତ୍ୟାର ସଫଳ ମୁକାବିଲା କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଥାଉ କି ଶୁକ୍ରବାର ସକାଳେ ମୁଖ୍ୟମନ୍ତ୍ରୀ ଏସ୍‌ଆରସି କାର୍ଯ୍ୟାଳୟ ଯାଇ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କରିବା ସହ ରାଜସ୍ୱ ମନ୍ତ୍ରୀ ମଧ୍ୟ ସ୍ଥିତି ବୁଝିଥିଲେ। ଏହି ସମୟରେ ସେ ସମସ୍ତ ସହଯୋଗ ପାଇଁ ସରକାରୀ କର୍ମଚାରୀ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ଚାରି ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ସମ୍ବଲପୁରଠାରେ ସମ୍ବଲପୁର, ବରଗଡ଼, ଢେଙ୍କାନାଳ ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରସ୍ତୁତି ସମୀକ୍ଷା ବୈଠକରେ ସମ୍ବଲପୁର , ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଆରକ୍ଷୀ ଅଧୀକ୍ଷକ ଓ ରିଟର୍ଣ୍ଣିଂ ଅଫିସରମାନେ ଯୋଗଦେଇ ନିର୍ବାଚନ ପ୍ରସ୍ତୁତି ନେଇ ସବିଶେଷ ତଥ୍ୟ ରଖିଥିଲେ ।
ସମୀକ୍ଷା ବୈଠକର ପ୍ରଥମ ସଂପାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଚାରି ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ୭ଟି ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ସମସ୍ତ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳମାନଙ୍କ ସହ ବିସ୍ତୃତ ଭାବରେ ନିର୍ବାଚନ ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ପିପିଟି ପ୍ରେଜେଣ୍ଟେସନ୍ ମାଧ୍ୟମରେ ନିଜ ନିଜ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତିର ସବିଶେଷ ତଥ୍ୟ ରଖିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସମସ୍ତ ତଥ୍ୟ ବାବଦରେ ଅବଗତ ହେବା ସହ ପ୍ରସ୍ତୁତିର ବିଭିନ୍ନ ଦିଗ ଓ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ଯରେ ସଫଳ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ବିଷୟରେ ଚର୍ଚ୍ଚା କରିଥିଲେ । ଏହା ସହିତ ମୁଖ୍ୟ ନିର୍ବାଚନ ଅଧିକାରୀ ସି – ଭିଜିଲ୍ ସୁବିଧା ପୋର୍ଟାଲ, ଏନ୍‌କର ନୋଡାଲ ଆଦି ଆପ୍ ଦ୍ଵାରା ନିର୍ବାଚନ ପରିଚାଳନା କିପରି ସହଜ ଭାବରେ ହେବ ତାହା ଆଲୋଚନା କରିଥିଲେ ।
ନକ୍ସଲ ପ୍ରଭାବିତ ଅଞ୍ଚଳ, ପୋଷ୍ଟାଲ ବାଲାଟ୍, ନିର୍ବାଚନ ଆଚରଣ ବିଧି ବିଷୟରେ ସବିଶେଷ ଆଲୋଚନା କରି ମତଦାତାମାନଙ୍କୁ କେନ୍ଦ୍ରରେ ରଖି ନିର୍ବାଚନ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ଅଧ‌ିକରୁ ଅଧିକ ଭୋଟର ଯେପରି ମତଦାନ କରିବେ ସେ ଉପରେ ବିଶେଷ ଆଲୋଚନା ହୋଇଥିଲା । ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ମହିଳା, ଯୁବ ଭୋଟରମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ମତଦାତା ମାର୍ଗଦର୍ଶିକାକୁ ମତଦାନର ନିମନ୍ତ୍ରଣ ପତ୍ର ଭାବରେ ପ୍ରତି ପରିବାରକୁ ପହଞ୍ଚାଇ ଏକ ଜାତୀୟ ଉତ୍ସବ ପରି ନିର୍ବାଚନକୁ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ।
ବୈଠକର ଦ୍ଵିତୀୟ ସଂପାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସମସ୍ତ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ତଥା ଏଡିଜି ସଂଜୟ କୁମାର ସିଂ ଆଭାସୀ ମାଧ୍ୟମରେ ସାମିଲ ହୋଇ ନିର୍ବାଚନ ପ୍ରସ୍ତୁତି ଓ ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ନିର୍ବାଚନ ଆଚରଣ ବିଧ‌ିର ଉଚିତ ଅନୁପାଳନ ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବିଭିନ୍ନ ପ୍ରବର୍ତ୍ତନ ବିଭାଗ ଯଥା – ଅବକାରୀ, ଜିଏସ୍‌ଟି, ପରିବହନ ଓ ଜଙ୍ଗଲ ବିଭାଗ ସମନ୍ବିତ ଭାବେ କାର୍ଯ୍ୟ କରିବାକୁ ସିଇଓ ନିର୍ଦ୍ଦେଶ ଦେଇଥିଲେ ।
ପ୍ରେସ ବାର୍ତ୍ତା ମାଧ୍ୟମରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସମୀକ୍ଷାର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ । କିଭଳି ଭାବରେ ବିଭିନ୍ନ ବୁଥରେ ସୁରକ୍ଷା, ମତଦାତାଙ୍କ ସୁବିଧା ପାଇଁ ଭୋଟିଂ ସମୟ, ବୁଥରେ ପାନୀୟ ଜଳ, ଛାଇ ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ ତାହା ଆଲୋଚନା ହୋଇଥିଲା । ୭ଟି ଜିଲ୍ଲାରେ ମୁକ୍ତ, ଅବାଧ, ନିରପେକ୍ଷ ଓ ସମସ୍ତଙ୍କ ଅଂଶଗ୍ରହଣ ଦ୍ଵାରା ନିର୍ବାଚନ ସୁପରିଚାଳନା ହେଉଛି ବୋଲି ସିଇଓ ମତ ରଖିଥିଲେ ।