Rukuna Rath Yatra - The Sakala

ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ସାଢେ଼ ୨ଟାରେ ହେବ ରଥ ଟଣା
ଭୁବନେଶ୍ୱର: ଆଜି ପ୍ରଭୁ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ପୁଣି ଶ୍ରଦ୍ଧାଳୁମାନେ ଜୟ ଲିଙ୍ଗରାଜ ଜୟ ଲିଙ୍ଗରାଜ ନାରା ଦେଇ ଅଣଲେଉଟା ରୁକୁଣା ରଥକୁ ଟାଣି ଆଣିବେ। ଗତ ଗୁରୁବାର ଆଶୋକାଷ୍ଟମୀ ଦିନଠାରୁ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ ଲିଙ୍ଗରାଜ ମହାପ୍ରଭୁ, ଦେବୀ ଦୁର୍ଗା ଓ ଦୋଳଗୋବିନ୍ଦ।

ଆଜି ଏହି ଠାକୁରଙ୍କୁ ରୁକୁଣା ରଥରେ ରାମେଶ୍ୱରରୁ ସ୍ୱର୍ଣ୍ଣାଞ୍ଚଳକୁ ଲେଉଟାଇ ଅଣାଯିବ। ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣ ଲେଉଟା। ଅର୍ଥାତ୍‌ ବିନା ମୋଡ଼ରେ ରଥ ଫେରିଥାଏ। ଜଗନ୍ନାଥ ମହାପ୍ରଭୁଙ୍କ ରଥ ଦକ୍ଷିଣୀ ମୋଡ଼ ହେଉଥିବାବେଳେ ରୁକୁଣା ରଥ କୌଣସି ମୋଡ଼ ନେଇ ନ ଥାଏ। ଏଥିପାଇଁ ଏହାକୁ ଅଣଲେଉଟା କୁହାଯାଏ। ବିଧି ଅନୁସାରେ ରଥର ପଛପଟ ଦ୍ୱାର ଖୋଲାଯାଏ। ଏହି ଦ୍ୱାରରେ ସାରଥି ବ୍ରହ୍ମା, ଚାରି ଅଶ୍ୱ ଓ ଇଶଙ୍କୁ ଆଗରୁ ଆଣି ନୂତନ ପଟ ଦ୍ୱାରରେ ଲଗାଯାଏ। ସେହିପରି ସିଂହାସନ ପ୍ରଭାଙ୍କୁ ମଧ୍ୟ ବୁଲାଇ ଦିଆଯାଇଥାଏ। ଏଥିସହିତ ନୂତନ ପଟ ଦ୍ୱାରରେ ଚାରମାଳ ବନ୍ଧାଯାଇଥାଏ। ଯାହାଫଳରେ ଠାକୁରମାନେ ଏହି ନୂତନ ଦ୍ୱାରରେ ପହଣ୍ଡି ହୋଇ ରଥ ଉପରକୁ ଆସିଥାନ୍ତି।

ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ଭୋର ୫ଟାରୁ ସାଢ଼େ ୫ଟା ମଧ୍ୟରେ ବଢିଛି ମଙ୍ଗଳ ଆଳତି ଓ ଅବକାଶ ନୀତି । ରାମେଶ୍ୱରଙ୍କ ଠାରେ ୨ ଘଣ୍ଟାର ଅନ୍ତିମ ସାହାଣମେଲା ଦର୍ଶନ ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ଚାଲିଥିଲା । ଭୋଗ ମଣ୍ଡପ ନୀତି ଦିନ ସାଢେ ୧୧ଟାରେ ବଢି ଅଧର ପଣା ଦିନ ଗୋଟାଏ ଏବଂ ପହଣ୍ଡି ଅପରାହ୍ଣ ସାଢେ ୨ଟା ସୁଦ୍ଧା ସାରି ରଥଟଣା ଆରମ୍ଭ ହେବ । ଫେରିବା ବେଳେ ବାଟରେ ଅସୁର କିଆରୀ ଏବଂ ବିଭିନ୍ନ ନିଯୋଗ ତରଫରୁ ମଧ୍ୟ ପଣା ଲାଗି ହେବ ।

ଆଜି ଅଶୋକାଷ୍ଟମୀ, ରଥଦାଣ୍ଡରେ ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅଣଲେଉଟା ରୁକୁଣା ରଥ
ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ । ଏକାମ୍ର କ୍ଷେତ୍ରର ରଥଦାଣ୍ଡରେ ଗଡ଼ିବ ଅଣଲେଉଟା ରୁକୁଣା ରଥ । ରଥରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ରଥରେ ବିରାଜିବେ ମା’ରୁକ୍ମିଣୀ ଓ ପ୍ରଭୁ ବାସୁଦେବ। ରୁକୁଣା ରଥଯାତ୍ରା ପାଇଁ ଉତ୍ସବ ମୁଖର ହୋଇପଡ଼ିଛି ପୁରୁଣା ଭୁବନେଶ୍ୱର। ଦିନ ୧୦ଟା ୪୫ରୁ ପହଣ୍ଡି, ୨ଟା ୩୦ରେ ରଥଟଣା ନୀତି ଆରମ୍ଭ ହେବ । ରଥ କାଳିସ ଠାକୁରଙ୍କ ଆଜ୍ଞାମାଳ ପାଇବା ପରେ ଆରମ୍ଭ ହେବ ରଥ ଟଣା । ମୁଗ ଡାଲି, ଅନ୍ନ ଖାଇ ରଥକୁ ବିରାଜିବେ ଶ୍ରୀଲିଙ୍ଗରାଜ।

ରୁକୁଣା ରଥଯାତ୍ରା  ଯତ୍ରା ପଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହେଇଛି। ସୁରକ୍ଷା ନିମନ୍ତେ ୨ ଜଣ ଡିସିପି ଓ ୩ ଜଣ ଅତିରିକ୍ତ ଡିସିପିଙ୍କ ସମେତ ୧୬ ପ୍ଲାଟୁନ ଫୋର୍ସ ଜଗି ରହିବେ। ୧୩ ଜଣ ଇନ୍ସପେକ୍ଟର, ୩୦ ଜଣ ମହିଳା ଜନଷ୍ଟେବଲ, ୧୫ ଜଣ ଏସଆଇ ଓ ଏଏସ୍ ଆଇ ମଧ୍ୟ ସୁରକ୍ଷା ଦାୟିତ୍ଵରେ ରହିବେ।

ଅଶୋକାଷ୍ଟମୀ ବା ରୁକୁଣା ରଥଯାତ୍ରାରେ ପ୍ରଭୁ ଶ୍ରୀଲିଙ୍ଗରାଜ ଦେବଦଳନ ରଥ ବା ରୁକୁଣା ରଥରେ ବସି ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବେ। ରଥରେ ପ୍ରଭୁ ଲିଙ୍ଗରାଜ (ଚନ୍ଦ୍ରଶେଖର), ଦେବୀ ଦୁର୍ଗା ଓ ପ୍ରଭୁ ଦୋଳଗୋବିନ୍ଦ ରହିବେ। ଏହି ରଥର ସାରଥୀ ସାଜିବେ ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା। ପାଞ୍ଚଦିନ ପାଇଁ ପ୍ରଭୁ ରାମେଶ୍ୱର ମନ୍ଦିରରେ ଅବସ୍ଥାନ କରିବେ। ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣଲେଉଟା। ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ, ସେହିଭଳି ଭାବରେ ପୁନର୍ବାର ପଛକୁ ଫେରିଥାଏ। ବିଧି ଅନୁସାରେ ରଥର ପଛପଟ ଦ୍ୱାର ଖୋଲାଯାଏ ଓ ଅଶ୍ୱଙ୍କୁ ଆଗରୁ ଖୋଲି ଆଣି ନୂଆ ଦ୍ୱାରରେ ଯୋଚାଯାଏ। ଜଗନ୍ନାଥ ମହାପ୍ରଭୁଙ୍କ ରଥ ଯେମିତି ଦକ୍ଷିଣ ମୋଡ଼ ନିଏ, ରୁକୁଣା ରଥ ସେମିତି କୌଣସି ମୋଡ଼ ନେଇନଥାଏ। ସେଥିପାଇଁ ଏହାକୁ ଅଣଲେଉଟା ବୋଲି କୁହାଯାଏ। ପ୍ରଭୁ ଲିଙ୍ଗରାଜଙ୍କର ଏହା ସ୍ୱତନ୍ତ୍ର ନୀତି। ବାହୁଡ଼ା ଦିନ ରଥର ସମ୍ମୁଖ ଭାଗର ସାଜସଜ୍ଜାକୁ ଖୋଲି ଆଣି ପଛ ପାଶ୍ୱର୍ରେ ଲଗାଯାଏ ଓ ରଥର ପଛପାଖକୁ ସମ୍ମୁଖ କରି ଠାକୁରଙ୍କୁ ବାହୁଡ଼ାଇ ଅଣାଯାଏ। ବିଶେଷ କଥା ହେଉଛି ଏହି ରଥର ନିର୍ମାଣ ଶୈଳୀ ଏମିତି ଯେ ସମ୍ମୁଖ ଭାଗକୁ ବଦଳାଇବା ପରେ ପଛ ପାଶ୍ୱର ପୁଣି ସମ୍ମୁଖ ଭାଗ ଭଳି ପ୍ରତୀୟମାନ ହୁଏ।

ପୌରାଣିକ ତଥ୍ୟ ଅନୁସାରେ ପ୍ରଭୁ ରାମଚନ୍ଦ୍ର ମାତା ସୀତାଙ୍କୁ ଉଦ୍ଧାର କରିବାକୁ ଯାଇ ରାବଣକୁ ହତ୍ୟା କରିବାରୁ ତାଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଥିଲା। ଏହି ପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶ ଅନୁସାରେ ଏକାମ୍ର କ୍ଷେତ୍ରରେ ରାମେଶ୍ୱରଠାରେ ତାଙ୍କୁ ପ୍ରତିଦିନ ପୂଜା କଲେ। ତାଙ୍କ ବ୍ରତ ଓ ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ତାଙ୍କୁ ବର ଯାଚିଥିଲେ। ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନର୍ବସୁ ନକ୍ଷତ୍ରରେ ରୁକୁଣା ରଥରେ ବସି ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ। ସେହିଦିନଠାରୁ ଏହି ସ୍ୱତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଏହି ରଥର ଉଚ୍ଚତା ୫୦ ଫୁଟ ହୋଇଥିବା ବେଳେ ଏଥିରେ ୪ଟି ଚକ, ୨ଟି ଓରା, ୧୬ ନାହାକା ଓ ୫ଦଣ୍ଡା ରହିଥାଏ।

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା
ଭୁବନେଶ୍ବର: ଆଜି ଅଶୋକଷ୍ଟମୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା।ଚଳଚଞ୍ଚଳ ଭୁବନେଶ୍ବର ଏକାମ୍ର କ୍ଷେତ୍ର। ରଥରେ ଚଢି ମାଉସୀମା ଘରକୁ ଯିବେ ବାବା ଲିଙ୍ଗରାଜ। ମହାପ୍ରଭୁ ଲିଙ୍ଗରାଜଙ୍କ ସହିତ ଦୋଳଗୋବିନ୍ଦ ଓ ଭଉଣୀ ରୁକୁଣା ରଥରେ ବିଜେ କରିବେ।ମନ୍ଦିର ପ୍ରଶାସନ ପକ୍ଷରୁ ବାବା ଲିଙ୍ଗରାଜଙ୍କ ନିତୀନିର୍ଘଣ୍ଟ କରାଯାଇଛି। ଶନିବାର ଅପରାହ୍ନ ୩ଟାରେ ରଥଟଣା ଆରମ୍ଭ ହେବ। ରୁକୁଣା ରଥଯାତ୍ରାର ନିତୀକାନ୍ତି ବିଳମ୍ବ ନ ହେବ ସେ ନେଇ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।

ଶନିବାର ଭୋର ୫ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି ହେବ। ଭୋର ୫ଟା ୩୦ ମିନିଟରେ ସାହାଣମେଳା ଦର୍ଶନ କରିବେ ଶ୍ରଦ୍ଧାଳୁ। ସକାଳ ୬ଟା ୩୦ ମନିଟରେ ଛାମୁ ପରିସ୍କାର, ସକାଳ ୭ଟାରେ ମହାସ୍ନାନ ଓ ବେଶ ଓ ସୂର୍ଯ୍ୟାପୂଜା ନୀତି। ସକାଳ ୮ଟାରେ ଶ୍ରୀଜୀଉଙ୍କ ବଲ୍ଲଭ ନୀତି ଓ ସକାଳ ଧୂପ ଅନୁଷ୍ଠିତ ହେବ। ଅପରାହ୍ନ ୧୨ଟା ୩୦ରୁ ପହଣ୍ଡି ବିଜେ ଓ ରଥାରୁଢ଼ କରିବେ ଶ୍ରୀଜୀଉ। ଅପରାହ୍ନ ଗୋଟାଏ ୩୦ ମିନିଟରେ ରଥରେ ପୂଜା ଓ ଅପରାହ୍ନ ୩ଟା ୩୦ରେ ରଥ ଟଣା ଆରମ୍ଭ ହେବ।

ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥ ପାଇଁ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ଦାୟିତ୍ଵ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଡିସିପି ଜଗମୋହନ ମିନା, ଟ୍ରାଫିକ ଡିସିପି ତପନ ମହାନ୍ତିଙ୍କ ନେତୃତ୍ୱରେ ଟ୍ରାଫିକ ବ୍ୟବସ୍ଥା ଓ ପାର୍କିଂ ସୁବିଧା କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଦୁଇ ଡିସିପିଙ୍କ ନେତୃତ୍ୱରେ ୩ ଜଣ ଅତିରିକ୍ତ ଡିସିପି, ୫ ଏସିପି, ୧୨ଜଣ ଇନ୍ସପେକ୍ଟର, ୫୫ଜଣ ସବ ଇନ୍ସପେକ୍ଟର ସମେତ ୧୬ ପ୍ଲାଟୁନ ଫୋର୍ସ ଓ ୮୫ ଜଣ ହୋମଗାର୍ଡ ନିୟୋଜିତ କରାଯାଇଛି।

ଆରମ୍ଭ ହେଲା ରୁକୁଣା ରଥ ଟଣା, ସାମିଲ ହୋଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ
ଭୁବନେଶ୍ୱର: ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା। ଆରମ୍ଭ ହେଲା ରୁକୁଣା ରଥ ଟଣା।  ପୁଲିସ ଓ ସ୍ବେଚ୍ଛାସେବୀଙ୍କ କର୍ଡନରେ ରଥଟଣା ଆରମ୍ଭ ହୋଇଛି। ରଥଟଣାରେ ହଜାର ହଜାର ଶ୍ରାଦ୍ଧାଳୁ ସାମିଲ ହୋଇଛନ୍ତି। ନୀତିକାନ୍ତିରେ ସାମାନ୍ୟ ବିଳିବମ୍ବ ହୋଇଛି। ଅପରାହ୍ଣ ୩ଟା ସୁଦ୍ଧା ରଥଟଣା ଆରମ୍ଭ ହେବାର ଥିଲା ହେଲେ ବଳିମ୍ବରେ ରଥ ଟଣା ଆରମ୍ଭ ହୋଇଛି।  ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଲିଙ୍ଗରାଜ ମନ୍ଦିରରୁ ମାଉସୀ ମା’ ମନ୍ଦିରକୁ ଆସୁଛନ୍ତି ମହାପ୍ରଭୁ। ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ରଥଦାଣ୍ଡରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି।

ମହାପ୍ରଭୁ ରଥାରୂଢ଼ ହେବା ପରେ ଅପରାହ୍ଣ  ଚକ ପୂଜା, ଚାରି ଦ୍ୱାର ପୂଜା, ନେତ ପୂଜା, ଅଶ୍ୱ ପୂଜା ଓ ବ୍ରହ୍ମ ପୂଜା ଆଦି ନୀତି କରାଯାଇଥିଲା।  ରଥ ଉପର ନୀତି ଶେଷ ପରେ ରଥ ଟଣା ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ମହାପ୍ରଭୁ ଲିଙ୍ଗରାଜ ରାମେଶ୍ୱର ମନ୍ଦିର ଅଧିଷ୍ଠିତ ହେବେ। ମହାପ୍ରଭୁଙ୍କର ଏହି ଯାତ୍ରା ୫ ଦିନିଆ ହୋଇଥାଏ।

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ସାଢ଼େ ୩ଟା ସୁଦ୍ଧା ଗଡ଼ିବ ରଥ
ଭୁବନେଶ୍ୱର : ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା। ଏ ନେଇ ନେତ୍ରୋତ୍ସବ ଅର୍ଥାତ୍‌‌ ମଙ୍ଗଳବାର ରଥ ପ୍ରତିଷ୍ଠା ନୀତି ଶେଷ ହେବା ପରେ ଆଜି ବୁଧବାର ପ୍ରାତଃରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୩ଟା ସୁଦ୍ଧା ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସେବାୟତମାନେ ଶୃଙ୍ଖଳିତ ଢଙ୍ଗରେ ସମସ୍ତ ନୀତିକାନ୍ତି କରିଛନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ରଥଦାଣ୍ଡରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହେବେ। ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଲିଙ୍ଗରାଜ ମନ୍ଦିରରୁ ମାଉସୀ ମା’ ମନ୍ଦିରକୁ ଆସୁଛନ୍ତି ମହାପ୍ରଭୁ।

ଗତକାଲି ରାତ୍ର ୯ଟା ସୁଦ୍ଧା ରଥ ନିର୍ମାଣ କାର୍ଯ ଶେଷ କରି ମହାରଣା ଓ ରୂପକାର ସେବାୟତମାନେ ରଥକୁ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ସନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କ ରଥଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଥିଲା। ପ୍ରଥମେ ମରିଚିକୁଣ୍ଡରୁ ପାଣି ଆସି ରଥ ପ୍ରତିଷ୍ଠା ମଣ୍ଡପରେ ରହିଥିଲା। ମଣ୍ଡପରେ ପାଣି ରଖାଯିବା ପରେ ପୁରୀରୁ ଆସିଥିବା ରାଜଗୁରୁ, କୁଳ ପୁରୋହିତ ବୃନ୍ଦାବନ ଦାଶ ଓ କ୍ଷେତ୍ରବାସୀ ନିଯୋଗର ସେବାୟତମାନେ ରଥ ପ୍ରତିଷ୍ଠା କରିଥିଲେ। ରଥ ପ୍ରତିଷ୍ଠା କାମ ଶେଷ କରିବା ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆଜି ସକା, ୫ଟାରୁ ଆରମ୍ଭ ହୋଇଛି। ପ୍ରଥମେ ମଙ୍ଗଳଆଳତି ଓ ଅବକାଶ ନୀତି ଶେଷ କରି ପଛକୁ ପଛ ଅନ୍ୟାନ୍ୟ ନୀତିକାନ୍ତି କରାଯାଇଥିଲା। ତେବେ ଭୋଗମଣ୍ଡପ ସରିବା ପରେ ଯାତ୍ରା ପୂଜା କରି ପହଣ୍ଡି ନୀତି ଆରମ୍ଭ ହେବ।

ମହାପ୍ରଭୁ ରଥାରୂଢ଼ ହେବା ପରେ ଅପରାହ୍ଣ ୧ଟା ୩୦ରେ ଚକ ପୂଜା, ଚାରି ଦ୍ୱାର ପୂଜା, ନେତ ପୂଜା, ଅଶ୍ୱ ପୂଜା ଓ ବ୍ରହ୍ମ ପୂଜା ଆଦି ନୀତି କରାଯିବ। ଅପରାହ୍ଣ ୩ଟା ସୁଦ୍ଧା ରଥ ଉପର ନୀତି ଶେଷ କରି ୩ଟାରୁ ସାଢ଼େ ୩ଟା ମଧ୍ୟରେ ରଥ ଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ମହାପ୍ରଭୁ ଲିଙ୍ଗରାଜ ରାମେଶ୍ୱର ମନ୍ଦିର ଅଧିଷ୍ଠିତ ହେବେ। ମହାପ୍ରଭୁଙ୍କର ଏହି ଯାତ୍ରା ୫ ଦିନିଆ ହୋଇଥାଏ।

ସୁରକ୍ଷା ଦାୟିତ୍ୱରେ ୧୨ ପ୍ଲାଟୁନ୍‌ ପୁଲିସ ଫୋର୍ସ

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏହାକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବାକୁ ଅଣ୍ଟାଭିଡ଼ିଛି କମିସନରେଟ୍‌‌ ପୁଲିସ। ଏଥର ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷାକୁ କଡ଼ାକଡ଼ି କରାଯିବ। ଆଉ ସୁରକ୍ଷା ଦାୟିତ୍ୱରେ ୧୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିରେ ୨ଜଣ ଅତିରିକ୍ତ ଡିସିପି, ୬ଜଣ ଏସିପି, ୧୨ଜଣ ଇନ୍ସପେକ୍ଟର, ଏଏସ୍‌‌ଆଇ/ଏସ୍‌‌ଆଇ ୫୦ଜଣ, ହାବିଲଦାର/କନଷ୍ଟେବଳ ୧୧ଜଣ, ୩୧ଜଣ ମହିଳା ପୁଲିସ, ୮୫ଜଣ ହୋମଗାର୍ଡ ଏବଂ ୨୨ଜଣ ଏପିଆର୍‌‌ ପୁଲିସଙ୍କୁ ମୁତୟନ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସେହିପରି ଶୃଙ୍ଖଳତା ରଥଟଣା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। କଣ୍ଟ୍ରୋଲ ରୁମ୍‌‌ରୁ ସିସିଟିଭି ଅପରେଟ୍‌‌ କରାଯିବା ସହ ବନ୍ଧୁକଧାରୀ ପୁଲିସ ଉପସ୍ଥିତ ରହିବେ। ସେଭଳି ରଥ ଉପରକୁ ଚଢ଼ିଥିବା ସମସ୍ତ ସେବାୟତଙ୍କୁ ପରିଚୟପତ୍ର ଦିଆଯାଇଛି। ଉକ୍ତ ପରିଚୟପତ୍ର ଆଧାରରେ ରଥ ଉପରକୁ ସେବାୟତ ଚଢ଼ିବାକୁ ଅନୁମତି ମିଳିବ। ସେଭଳି ପକେଟ୍‌‌ମରା ଓ ଲୁଟେରାଙ୍କ ଉପରେ ନଜର ରଖିବା ଲାଗି ସାଦା ପୋଷାକରେ ପୁଲିସଙ୍କ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଶୃଙ୍ଖଳତା ରଥଟଣା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ନିୟନ୍ତ୍ରଣ କକ୍ଷରୁ ସିସିଟିଭି ଅପରେଟ୍‌‌ କରାଯିବା ସହ ବନ୍ଧୁକଧାରୀ ପୁଲିସ ଉପସ୍ଥିତ ରହିବେ।

ମାଉସୀ’ମା ଛକରେ ପହଞ୍ଚିଲା ରୁକୁଣା ରଥ, ଶ୍ରୀରାମେଶ୍ୱର ମନ୍ଦିରକୁ ବିଜେ ହେଲେ ଶ୍ରୀଲିଙ୍ଗରାଜ
ଭୁବନେଶ୍ବର : ମାଉସୀମା ଛକ ରେ ସନ୍ଧ୍ୟା ପୂର୍ବରୁ ପହଞ୍ଚିଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ । ରାମେଶ୍ବର ମନ୍ଦିରକୁ ପହଣ୍ଡି ବିଜେ କରିଛନ୍ତି ପ୍ରଭୁ ଲିଙ୍ଗରାଜ । ଗତକାଲି ବଡ଼ ଶଙ୍ଖ ନିକଟରେ ରଥ ଦବିବାରୁ ଆଜି ରଥ ଟଣାଯାଇଥିଲା । ରାମେଶ୍ବର ମନ୍ଦିରରେ ସନ୍ଧ୍ୟାରେ ଶ୍ରୀ ଜୀଉଙ୍କ ସନ୍ଧ୍ୟା ଧୂପ ଓ ଅନ୍ୟାନ୍ୟ ନିତିକ୍ରନ୍ତି ଆରମ୍ଭ ହୋଇଛି ।ଶ୍ରୀ ଜିଉ ଙ୍କୁ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ରଥ ନିକଟରେ ଶ୍ରଦ୍ଧାଳୁଙ୍କ ପାଇଁ ରାମେଶ୍ବର ମହୋତ୍ସବ ପାଳିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରିରହିଚି ।

ଦଶମୀ ତିଥି ଥିବାରୁ ଆଜି ବିଳମ୍ବିତ ରାତିରେ ମାତା ପାର୍ବତୀ  ଶ୍ରୀ ଲିଙ୍ଗରାଜ ମନ୍ଦିରରୁ ଏକ ପାଲିଙ୍କି ରେ ଆସି ରଥ ଭଙ୍ଗା କାର୍ଯ୍ୟକ୍ରମ ରହିଛି । ଯେହେତୁ ପ୍ରଭୁ ଲିଙ୍ଗରାଜ ପାର୍ବତୀଙ୍କୁ ସାଙ୍ଗରେ ଆଣି ନାହାନ୍ତି ସେଥି ପାଇଁ ରାଗରେ ରଥ ଭଙ୍ଗିବେ ମା ପାର୍ବତୀ । ଲିଙ୍ଗରାଜ ମହାପ୍ରଭୁ ପାର୍ବତୀଙ୍କ ମାନଭଞ୍ଜନ ନୀତି, ପ୍ରଭୁ ଲିଙ୍ଗରାଜ ଓ ପାର୍ବତୀ ମାଙ୍କ ଭେଟଘାଟ ପରେ ଲିଙ୍ଗରାଜ ମହାପ୍ରଭୁ ଦ୍ଵାଦଶୀ ତିଥିରେ ବାହୁଡା଼ ଯାତ୍ରାରେ ଫେରିବା ପ୍ରତିଶ୍ରୁତି ମିଳିବା ପରେ ମା ପାର୍ବତୀ ମାନ ଭଞ୍ଜନ ହୁଏ ଓ ମନ୍ଦିରକୁ ଫେରନ୍ତି ମା ପାବର୍ତୀ । ଏହି ନୀତି ଆଜି ମଧ୍ୟ ରାତିରେ ଯଥା ବିଧି ପାଳିତ ହେବାକୁ ରହିଥିବା ସେବାୟତ ସୂଚନା ଦେଇ କହିଛନ୍ତି । ରଥ ଦବିବା ଓ ଚକା ଖରାପ ହେତୁ ଶ୍ରୀରାମ ନବମୀ ରେ ରଥ ମାଉସୀମା ମନ୍ଦିର ରେ ପହଞ୍ଚି ନ ଥିବାରୁ ସେବାୟତ ମାନେ ମଦିର ପ୍ରଶାସନ କୁ ଦାୟୀ କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ।

ସୂଚନାଅନୁସାରେ ଗତକାଲି ଅଧାରେ ଅଟକି ଥିଲା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ। ଗୋସାଗରେଶ୍ୱର ନିକଟରେ ରଥଚକ ଦବିଯିବାରୁ ଅଧା ରାସ୍ତାରେ ଅଟକିଲା ଶ୍ରୀଲିଙ୍ଗରାଜଙ୍କ ରଥ। ରଥଚକ ଦବିଯିବା ସହ ଭାଙ୍ଗିଯାଇଥିଲା। ପ୍ରକାଶ ଥାଉ କି ଗତ କିଛିଦିନ ତଳେ ସ୍ୱେରେଜ କାମ ପାଇଁ ରଥଦାଣ୍ଡ ଖୋଳାଯାଇଥିଲା। ରାସ୍ତାକାମ ଟାଣ ହୋଇ ନ ଥିବାରୁ ତାହା ଦବି ଯାଇଥିଲା। ଫଳରେ ରଥ ଟଣାଯିବାରୁ ଚକ ଭାଙ୍ଗିଯାଇଥିଲା ଏବଂ ରଥ ଅଧାରେ ଅଟକିଯାଇଥିଲା। ଗତକାଲି ବିଳମ୍ବରେ ରୁକୁଣା ରଥଟଣା ହୋଇଥିବା ବେଳେ ସନ୍ଧ୍ୟା ହୋଇଯିବାରୁ ତାହା ତିନିମୁଣ୍ଡିଆ ଛକରେ ଅଟକିଥିଲା। ଆଜି ରଥ ମରାମତି ହେବା ପରେ ନୀତିକାନ୍ତି କରାଯାଇ ପୁଣି ରଥ ଗଡିଥିଲା।

ଆଜି ବିନାଭକ୍ତରେ ଗଡ଼ିବ ରୁକୁଣା ରଥ, ମଧ୍ୟାହ୍ନରୁ ରଥଦାଣ୍ଡରେ ୧୪୪ ଧାରା
ଭୁବନେଶ୍ୱର: ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ରଥଯାତ୍ରା ପରେ ଆସନ୍ତା ୨୪ତାରିଖରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହୁଡା ଯାତ୍ରା। କରୋନା ମହାମାରୀ ମଧ୍ୟରେ ବିନା ଭକ୍ତରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। କେବଳ ନୀତିକାନ୍ତିରେ ହେବ ରଥଯାତ୍ରା। ଏଥିପାଇଁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ଅଶୋକାଷ୍ଟମୀ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ରାତିରେ ମରିଚି କୁଣ୍ଡରୁ ପାଣି ଆସିବ ରଥ ପ୍ରତିଷ୍ଠା ହେବା ପାଇଁ। ଏହାସହିତ ୬ଜଣ କ୍ଷେତ୍ରବାସୀ ନିଯୋଗ ଉପସ୍ଥିତ ରହି ମଧ୍ୟ ରାତିରେ ରଥ ପ୍ରତିଷ୍ଠା କରିବେ। ରାତି ମଧ୍ୟରେ ରଥ କାମ ଶେଷ ହେବ। ଭୋର ୫ଟାରୁ ସାଢେ ୫ଟା ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବ। ଏହାପରେ ସାଢେ ୫ଟାରୁ ସାଢେ ୬ଟା ପର୍ଯ୍ୟନ୍ତ ସାହାଣମେଳା ଦର୍ଶନ ହେବା ସହିତ ଭୋର୍‍ ସାଢେ ୫ଟାରେ ରୋଷ ହୋମ ଓ ପାକ କାର୍ଯ୍ୟ ଅନୁଷ୍ଠିତ ହେବ। ସକାଳ ୬ଟା ୩୦ରୁ ୭ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର ହେବାପରେ ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ମହାସ୍ନାନ, ବେଶ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା କରାଯିବା ନେଇ ନୀତି ନିର୍ଘଣ୍ଟ ହୋଇଛି। ସକାଳ ୮ଟାରୁ ୮ଟା ୨୦ମିନିଟ୍‍ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ବଲ୍ଲଭ, ୮ଟା ୨୦ରୁ ୮.୩୦ ମିନିଟ୍‍ ଶ୍ରୀ ଭୁବନେଶ୍ୱରୀଙ୍କ ବଲ୍ଲଭ ଏବଂ ସାଢେ ୮ଟାରୁ ୯ଟା ୧୫ମିନିଟ୍‍ ଯାଏଁ ଶ୍ରୀଜିଉଙ୍କ ସକାଳ ଧୂପ ହେବ। ୯ଟା ୧୫ରୁ ୯ଟା ୪୫ପର୍ଯ୍ୟନ୍ତ ଶ୍ରୀ ଭୁବନେଶ୍ୱରୀଙ୍କ ସକାଳ ଧୂପ ଏବଂ ସକାଳ ୯ଟା ୪୫ମିନିଟ୍‍ରୁ ୧୦ଟା ୪୫ଟା ପର୍ଯ୍ୟନ୍ତ ଭୋଗ ମଣ୍ଡପରେ ନୀତିକାନ୍ତି ଅନୁଷ୍ଠିତ ହେବ। ୧୦ଟା ୪୫ରୁ ୧୧ଟା ପର୍ଯ୍ୟନ୍ତ ସୂର୍ଯ୍ୟପୂଜା, ୧୧ଟାରୁ ୧୧ଟା ୧୫ ପର୍ଯ୍ୟନ୍ତ ଦ୍ୱାରପାଳ ପୂଜା, ୧୧ଟା ୧୫ରୁ ୧୧ଟା ୩୦ମିନିଟ୍‍ ପର୍ଯ୍ୟନ୍ତ ମହାସ୍ନାନ ଓ ୧୧ଟା ୩୦ରୁ ୧୨ଟା ପର୍ଯ୍ୟନ୍ତ ବେଶ ଅନୁଷ୍ଠିତ ହେବ। ଏହାପରେ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ମିନିଟ୍‍ ପର୍ଯ୍ୟନ୍ତ ଯାତ୍ରା ପୂଜା, ଅପରାହ୍ଣ ୧୨ଟା ୩୦ରୁ ଅପରାହ୍ଣ ସାଢେ ୧ଟା ଭିତରେ ଶ୍ରୀଜିଉଙ୍କୁ ପହୁଣ୍ଡି କରାଯିବ ଓ ରଥାରୂଢ ହେବେ ମହାପ୍ରଭୁ।

ଏହାପରେ ସାଢେ ୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ରଥରେ ପୂଜା ହେବ। ସାଢେ ୩ଟାରେ ଭକ୍ତ ଶୂନ୍ୟରେ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ସାଢେ ୭ଟାରେ ଶ୍ରୀରାମେଶ୍ୱର ମନ୍ଦିରକୁ ବିଜେ ହେବେ ଶ୍ରୀ ଲିଙ୍ଗରାଜ। ସନ୍ଧ୍ୟା ସାଢେ ୭ଟାରୁ ଶ୍ରୀଜୀଉଙ୍କ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ। ସେହିପରି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଆସନ୍ତା ୨୪ତାରିଖ ପାଇଁ ବାହୁଡ଼ା ଯାତ୍ରା ନିମନ୍ତେ ନୀତିନିର୍ଘଣ୍ଟ ଅନୁଷ୍ଠିତ ହେବ। ଭୋର ସାଢେ ୬ଟାରେ ମଙ୍ଗଳ ଆଳତି ଓ ଅବକାଶ, ପରେ ସାଢେ୮ଟାରେ ରୋଷ ହୋମ ଓ ପାକ କାର୍ଯ୍ୟ ଅନୁଷ୍ଠିତ ହେବ। ସେହିପରି ଭୋର ୬ଟା୩୦ରୁ ପ୍ରାତଃ ସାଢେ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ଏହାପରେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା, ଶ୍ରୀଜୀଉଙ୍କ ବଲ୍ଲଭ, ଶ୍ରୀଭୁବନେଶ୍ୱରୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ। ୧୧ଟାରୁ ସାଢେ ୧୨ଟା ପର୍ଯ୍ୟନ୍ତ ଭୋଗ ମଣ୍ଡପରେ ବିଭିନ୍ନ ନୀତି କରାଯିବା ପରେ ମଧ୍ୟାହ୍ନ ସାଢେ ୧୨ଟାରୁ ସାଢେ ୧ଟାଟା ପର୍ଯ୍ୟନ୍ତ ଅଧର ପଣା ପୂଜା ହେବାପରେ ଅପରାହ୍ଣ ସାଢେ ୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପହୁଣ୍ଡି କରାଯାଇ ସାଢେ ୩ଟାରେ ରଥ ଟଣା ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଏହାକୁ ଦୃଷ୍ଟିରେ ରଖି ରଥଖଳାଠାରୁ ମାଉସୀମା ଛକ ଯାଏଁ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରୁ ୧୪୪ ଲାଗୁ ହେବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ସେହିପରି ରଥଯାତ୍ରା ଓ ଆସନ୍ତା ୨୪ରେ ବାହୁଡା ଯାତ୍ରା ଲାଗି କମିସନରେଟ ପୁଲିସ ପକ୍ଷରୁ କଟକଣା ଲଗାଯାଇଛି। ୨୦୨୦ ମସିହାର ପୁରୀର ରଥଯାତ୍ରା ଢାଞ୍ଚାରେ ରୁକୁଣା ରଥଯାତ୍ରା ହେବ। ସେହିପରି ରଥଦାଣ୍ଡର ଦୁଇପଟେ ଥିବା ଘରଗୁଡିକର ଛାତ ଉପରେ ଲୋକେ ରଥଟଣା ଦେଖିପାରିବେ ନାହିଁ। ଶ୍ରଦ୍ଧାଳୁଙ୍କ ଲାଗି ଏଭଳି କଟକଣା ଲାଗୁ କରାଯାଇଥିବା ଜଣାପଡ଼ିଛି। ସେହିପରି ରୁକୁଣା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ସମ୍ପାଦନା କରିବା ଲାଗି ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏଥିସହିତ ୧୫ରୁ ଥାନା ଅଧିକାରୀ, ଏସିପି, ଅତିରିକ୍ତ ଡିସିପି ସାମିଲ କରାଯିବ। ଏଥିସହିତ ବିଭିନ୍ନ ଛକରେ ଟ୍ରାଫିକ ପୁଲିସ ପକ୍ଷରୁ ନାକାବନ୍ଦୀ କରାଯିବ। କୌଣସି ଶ୍ରଦ୍ଧାଳୁଙ୍କୁ ମନ୍ଦିର ନିକଟକୁ ଛଡାଯିବନାହିଁ। ସେପଟେ ଆଜି ପୁଲିସ କମିସନର ଲିଙ୍ଗରାଜ ମନ୍ଦିରଯାଇ ପରିସ୍ଥିତି ତଦାରଖ କରିବା ସହ ସ୍ଥିତିର ସମୀକ୍ଷା କରିଥିଲେ। ବିନା ଶ୍ରଦ୍ଧାଳୁରେ କିଭଳି ରଥଟଣା ଶାନ୍ତିଶୃଙ୍ଖଳାରେ ସରିବ ତା’ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ଡିସିପି ଉମାଶଙ୍କର ଦାଶ, ସମସ୍ତ ଅତିରିକ୍ତ ଡିସିପି, ଏସିପି ଓ କମିସନରେଟ ପୁଲିସର ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ କରୋନା ଯୋଗୁଁ ସୀମିତ ସଂଖ୍ୟକ ସେବାୟତ ରଥ ଟାଣିବେ। ରଥ ଉପରେ ୨୫ ସେବାୟତ ରହିବା ସହ ତଳେ ୧୦୦ ସେବାୟତ ରଥ ଟାଣିବେ। ଏଥିସହିତ ରଥ ଟାଣିବାର ୪୮ ଘଣ୍ଟା ପୂର୍ବରୁ ସମସ୍ତେ ସେବାୟତଙ୍କର ଆର୍‍ଟିପିସିଆର ଟେଷ୍ଟ କରାଯାଇଛି।

ଆଶୋକାଷ୍ଟମୀ ଲାଗି ସ୍ଥାନୀୟ ଛୁଟି ଅଶୋକାଷ୍ଟମୀ ଉପଲକ୍ଷେ ମଙ୍ଗଳବାର ଭୁବନେଶ୍ୱର ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି। ରାଜଧାନୀର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ କଲେଜ ବନ୍ଦ ରହିବ ବୋଲି କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ଏନେଇ ବିଜ୍ଞପ୍ତି ଜାରୀ କରିଛନ୍ତି।