Krushnakrupa Sevasrama - The Sakala

ଶାନ୍ତିର ମାର୍ଗ କୃଷ୍ଣକୃପା ସେବାଶ୍ରମ
କମର୍ଦ୍ଦା(ଆରତୀ ଭୂୟାଁ): ବାସ୍ତବିକ ପ୍ରେମ ହିଁ ସତ୍ୟ ସନାତନ। ମାନବ ହୃଦୟର ଏକମାତ୍ର ଆରାଧ୍ୟ ଦେବତା। ପ୍ରେମ ହିଁ ଜୀବନ ଆକାଶର ଧୃବତାରା। ପ୍ରେମ ଏପରି ଏକ ଅମୂଲ୍ୟ ରତ୍ନ, ଯାହାର ବିନିମୟରେ ସବୁ କିଣା ଯାଇପାରେ, ସବୁ କିଛି ସଂସାରର ଅମୂଲ୍ୟ ବସ୍ତୁକୁ ହାସଲ କରାଯାଇପାରେ। ହୃଦୟରେ ପ୍ରେମ ଜାଗିଲେ ପର ଆପଣାର ଭେଦ ଭାବକୁ ଭୁଲିଯାଏ। ମାନବ ମନରୁ ପଲକରେ ସମସ୍ତ ଗର୍ବ ଅହଂକାର ଦୂର ହୋଇ ପ୍ରାଣରେ ଖେଳିଯାଏ ଆନନ୍ଦ ଉଲ୍ଲାସର ଦିବ୍ୟଚେତନା। ସେହି ପ୍ରେମର ଠାକୁର ଭଗବାନ ଶ୍ରକୃଷ୍ଣ ଆଉ ପ୍ରେମ ବିରହିଣୀ ରାଧିକା।

ସମଗ୍ର ବିଶ୍ୱରେ ଏବେ ଶାନ୍ତି ଖୋଜା ଚାଲିଛି। ଯୁଦ୍ଧ ଓ ସନ୍ତ୍ରାସ ଭିତରେ ବିଶ୍ୱବାସୀ ଅତିଷ୍ଠ। ପ୍ରତି ମୁର୍ହୂତ୍ତରେ ଅସହ୍ୟ ଯନ୍ତ୍ରଣାକୁ ସାମ୍ନା କରୁଛି ମଣିଷ। ତେବେ ଏବେ ମଣିଷ ବଞ୍ଚିବ କେମିତି? ଉତ୍ତର ଆସିବ ଆଧ୍ୟାତ୍ମିକତାକୁ ପୁଞ୍ଜି କରି। ଆଧ୍ୟାତ୍ମିକତା ଏକ ଚରମ ଉପଲବ୍ଧି। ଏଥିପାଇଁ ଉତ୍ତମ ପରିବେଶ ଲୋଡ଼ା। ସମୂହ ଅଞ୍ଚଳବାସୀଙ୍କ ଭିତରେ ଉତ୍ତମ ପରିବେଶ ସୃଷ୍ଟି କରି ଆଧ୍ୟାତ୍ମିକ ଚେତନା ଜାଗରଣ କରିବା ପାଇଁ ଭୋଗରାଇ ବ୍ଲକର କୁରୁଠିଆ ଗ୍ରାମରେ ଗଢ଼ି ଉଠିଛି ଶ୍ରୀ ଶ୍ରୀ କୃଷ୍ଣକୃପା ସେବାଶ୍ରମ।

ଆଧ୍ୟାତ୍ମିକ ଦର୍ଶନ ଦ୍ୱାରା ମଣିଷକୁ ଆଦର୍ଶ ଓ ଶୃଙ୍ଖଳିତ କରିବା ବିଭିନ୍ନ ମଠ ମନ୍ଦିର ବା ସେବାଶ୍ରମ ଦ୍ୱାରା ହିଁ ସମ୍ଭବ ହୋଇଥାଏ। ସେହିଭଳି ଏକ ମହତ୍‌‌ ଉଦ୍ଦେଶ୍ୟ ନେଇ କେତେକ ଭଗବତ ପ୍ରେମୀ ୧୯୯୨ ମସିହା ପବିତ୍ର ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଦିନ ଭୋଗରାଇ ବ୍ଲକ ଅର୍ନ୍ତଗତ ବାଲିମ ପଞ୍ଚାୟତର କୁରୁଠିଆ ଗ୍ରାମରେ ଶ୍ରୀଶ୍ରୀ କୃଷ୍ଣକୃପା ସେବାଶ୍ରମ ନାମରେ ଏକ ଆଶ୍ରମ ବା ମଠ ସ୍ଥାପନ କରିଥିଲେ। ଆଉ ସେହି ଭଗବତପ୍ରେମୀ ବ୍ୟକ୍ତି ଜଣକ ହେଉଛନ୍ତି ବର୍ତ୍ତମାନ ମଠର ମହନ୍ତ ବାବାଜୀ ଶ୍ରୀ ରାଧାକୃଷ୍ଣ ଦାସ।

ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନହରା ବସ୍‌‌ଷ୍ଟାଣ୍ଡରୁ ଉତ୍ତର ପାର୍ଶରେ ଥିବା ରାସ୍ତାଟି ଏହି ମଠକୁ ଲାଗିଛି। ରାସ୍ତାର କିଛି ବାଟ ଗଲା ପରେ ରହିଛି କୁରୁଠିଆ ଆଶ୍ରମ। ଏଠାରେ ବିରାଜମାନ ହୋଇଛନ୍ତି ରାଧାକୃଷ୍ଣ ବିଗ୍ରହ ସହିତ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ। ଆଜିକୁ ୩୨ବର୍ଷ ଧରି ଚାଲିଛି ଅବିରାମ ସଂକୀର୍ତ୍ତନ।

ପର୍ବପର୍ବାଣୀ-ଆଶ୍ରମରେ ଅକ୍ଷୟ ତୃତୀୟା, ରଥଯାତ୍ରା, ଗୌରପୂର୍ଣ୍ଣମା, ଜନ୍ମାଷ୍ଟମୀ, କାର୍ତ୍ତିକ ବ୍ରତ, ଗୋବର୍ଦ୍ଧନ ପୂଜା, ରାସପୂର୍ଣ୍ଣମୀ ଭଳି ବାରମାସରେ ତେର ପର୍ବ। ଆଶ୍ରମରେ ୧୯୯୩ ମସିହା ମାର୍ଚ୍ଚ ୩୦ତାରିଖରୁ ଅଖଣ୍ଡ ନାମ ସଂକୀର୍ତ୍ତନ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲୁ ରହିଛି। ୧୯୮୩ ମସିହାରେ ଗ୍ରାମବାସୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଛପନ ମାଦଳ ନାମ ସଂକୀର୍ତ୍ତନ, ୧୨ବର୍ଷ ପରେ ୧୯୯୫ ମସିହାରେ ଉଦଯାପିତ ହୋଇଥିଲା। ସେତେବେଳକୁ ୧୯୯୨ ମସିହାରେ ଏଠାରେ ଏକ ମଠ ସ୍ଥାପିତ ହୋଇସାରିଥିଲା। ଏହି ଉଦଯାପନୀ ଉତ୍ସବରେ ପୁରୀ ଗଜପତି ଦିବ୍ୟସିଂହ ଦେବ, ବହୁ ମଠର ମହନ୍ତ, ପ୍ରବଚକ ଆସି ଯୋଗଦେଇଥିଲେ। ରାଧାକୃଷ୍ଣଙ୍କ ଧର୍ମୀୟ ଚିନ୍ତନକୁ ମଣିଷ ସମାଜ ମାନସ ପଟକୁ ନେଇ କାର୍ଯ୍ୟ ପନ୍ଥା ଗ୍ରହଣ କଲେ ଏବ ସୂକ୍ଷ୍ମ, ସ୍ୱଚ୍ଛ, ଭାବମୟ ସମାଜ ଗଠନ ହୋଇପାରିବ ବୋଲି ମଠର ମହନ୍ତ ବାବାଜୀ ଶ୍ରୀ ରାଧାକୃଷ୍ଣ ଦାସ କହନ୍ତି। ସେଥିପାଇଁ ନିଜସ୍ୱ ଉଦ୍ୟମରେ ମଠର ନିକଟବର୍ତ୍ତୀ ଅଞ୍ଚଳରେ ଗୀତା, ଭାଗବତ ତଥା ରାମାୟଣ ଉପରେ ପ୍ରବଚନ ଆୟୋଜିତ ହୁଏ। ଏଠାକୁ ୨୦୧୨ ମସିହାରେ ପୁରୀ ଭଗବତପାଦ ଶିବ ଅବତାର ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଶ୍ରୀ ସ୍ୱାମୀ ନିଶ୍ଚଳାନନନ୍ଦ ସରସ୍ୱତୀ ପୁରୀ ଗୋବର୍ଦ୍ଧନ ପୀଠରୁ ଆସି ପାଦ ପକାଇଥିଲେ। ଏହି ଆଶ୍ରମ ଏକ ବଡ଼ପଣିଆ ରହିଛି ଯେ କୌଣସି ଅଞ୍ଚଳରୁ ଭକ୍ତମାନେ ବୁଲିବାକୁ ଆସିଲେ ସେଠାରେ ସେମାନଙ୍କୁ ଉପଯୁକ୍ତ ଆତିଥ୍ୟ ପ୍ରଦର୍ଶନ କରାଯାଏ। ଖାଇବା ରହିବା ଇତ୍ୟାଦିର ବ୍ୟବସ୍ଥା କରାଯାଇଥାଏ।