Satakosia - The Sakala

ବର୍ଷା ଅଭାବରୁ ଶୁଖିଗଲାଣି ସାତକୋଶିଆ ଅଭୟାରଣ୍ୟର ନାଳ ଓ ଝରଣା; ପ୍ରବଳ ଗ୍ରୀଷ୍ମ ପ୍ରବାହରେ ହୁତ୍ ହୁତ୍ ହୋଇ ଜଳୁଛି ଜଙ୍ଗଲ
ଅନୁଗୋଳ: ଅନୁଗୋଳରେ କ୍ରମଶଃ ବଢ଼ିଚାଲିଛି ତାପମାତ୍ରା। ଗତକାଲି ଏଠାରେ ତାପମାତ୍ରା ବୃଦ୍ଧି ପାଇ ୪୩.୭ ଡିଗ୍ରୀ ଥିଲା । ଅନ୍ୟପଟେ ଦୀର୍ଘ ଦିନ ହେଲା ଟୋପାଏ ବର୍ଷା ନାହିଁ। ତେଣୁ ଏହାର ପ୍ରଭାବ କେବଳ ମଣିଷ କାହିଁକି ବନ୍ୟଜନ୍ତୁଙ୍କ ଉପରେ ମଧ୍ୟ ପଡୁଛି। ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ଥିବା ପ୍ରାକୃତିକ ନାଳ, ଜଙ୍ଗଲୀ ଝରଣା ଓ ଜଳାଶୟ ଏବେଠାରୁ ଶୁଖିଗଲାଣି। ତେଣୁ ପାଣି ପାଇଁ ବନ୍ୟଜନ୍ତୁ ଡହକବିକଳ ହେଉଛନ୍ତି। ଏପରିକି ପାଣି ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି।

ଗତ ଦୁଇମାସ ହେଲା (ମାର୍ଚ୍ଚ ଓ ଅପ୍ରେଲ )ଅନୁଗୋଳ ଜିଲ୍ଲାରେ ଆଶାତିତ ଭାବେ ତାପମାତ୍ରା ବଢ଼ିବା ସହ ଅସମ୍ଭାଳ ତତଲା ପବନ ବହୁଛି। ତା’ ସାଙ୍ଗକୁ ପାଣି ବର୍ଷା ବଦଳରେ ଆକାଶରୁ ହେଉଛି ଅଗ୍ନି ବର୍ଷା। ତତଲା କଡ଼େଇରେ ସିଝୁଛି ସାରା ଅନୁଗୋଳ। ତାପମାତ୍ରା ୪୪ଡିଗ୍ରୀ ପାର ହେଲାଣି। ଅସ୍ତବ୍ୟସ୍ତ ହୋଇ ଗଲାଣି ସାଧାରଣ ଜୀବନ। ଏଭଳି ପରିସ୍ଥିତିରେ କେବଳ ମଣିଷ କାହିଁକି ସମସ୍ତ ଜୀବଜନ୍ତୁ ମଧ୍ୟ ଛଟପଟ ହେଉଛନ୍ତି। ପ୍ରଚଣ୍ଡ ଖରାରେ ଗଛପତ୍ର ସବୁ ଶୁଖି ଯାଉଥିବା ବେଳେ ଘଞ୍ଚ ଜଙ୍ଗଲରେ ଛାଇ ଟିକେ ଖୋଜିବାକୁ ପଡୁଛି। ଏଭଳି ସ୍ଥିତିରେ ବନ୍ୟଜନ୍ତୁଙ୍କ ଅବସ୍ଥା ସାଙ୍ଘାତିକ ହୋଇ ପଡ଼ିଛି। ତୃଣଭୋଜି ପ୍ରାଣୀମାନଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ ସମସ୍ୟା ସହ ଜଳାଭାବ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟିକରିଛି। ଖରା କ୍ରମଶଃ ବଢ଼ୁଥିବାରୁ ଏବେଠାରୁ ଜଙ୍ଗଲର ବହୁ ଜାଗାରେ ନିଆଁ ଲାଗିଲାଣି। ଏହାର ପ୍ରଭାବରେ ତାପମାତ୍ରା ଆହୁରି ବଢ଼ିଯାଇଛି। ପ୍ରବଳ ଉତ୍ତାପରୁ ରକ୍ଷା ପାଇବାକୁ ବନ୍ୟଜନ୍ତୁ ଇତସ୍ତତଃ ହୋଇ ପଡ଼ିଛନ୍ତି।

ଗତ ବର୍ଷ ମାର୍ଚ୍ଚ ଓ ଏପ୍ରିଲ ମାସରେ କିଛି କିଛି ବର୍ଷା ହୋଇଥିଲା। ତେଣୁ ଜଙ୍ଗଲ ଭିତରେ ଏତେଟା ଜଳସଙ୍କଟ ଦେଖାଦେଇ ନଥିଲା। ହେଲେ ଚଳିତବର୍ଷ ଆକାଶରୁ ଟୋପାଏ ପାଣି ପଡ଼ିନି। ଆଗକୁ କ’ଣ ହେବ, ତାହା କହିବା ମୁସ୍କିଲ। ଅନୁଗୋଳରେ ପ୍ରତିବର୍ଷ ହାରାହାରି ତାପମାତ୍ରା ବଢ଼ିଚାଲିଛି। ତେଣୁ ଜଳାଭାବ ଉତ୍କଟ ହେବାରେ ଲାଗିଛି। ଜଙ୍ଗଲ ଗୁଡ଼ିକରେ ନିଆଁ ଲାଗିବା ଦ୍ୱାରା ବ୍ୟାପକ ମୃତ୍ତିକା କ୍ଷୟ ହେଉଛି। ତେଣୁ ପ୍ରାକୃତିକ ନାଳଗୁଡିକ ମାଟିରେ ପୋତି ହୋଇଯାଉଛି। ଗତ ଫେବୃଆରୀ ମାସରୁ ହିଁ ପାଣି ଶୁଖି ଯାଉଛି। ବନ ବିଭାଗ ତରଫରୁ ଜଙ୍ଗଲ ଭିତରେ ବହୁ ସଂଖ୍ୟାରେ ଛୋଟ ଛୋଟ ଜଳାଶୟ ଖୋଳିବାର ଆବଶ୍ୟକତା ରହିଛି। ଏହାଛଡ଼ା ଚଳିତ ବର୍ଷ ଯେଉଁଭଳି ଭାବେ ଜଙ୍ଗଲ ସମ୍ପୂର୍ଣ୍ଣ ଶୁଷ୍କ ହୋଇଯାଇଛି, ଅସ୍ଥାୟୀ କୁଣ୍ଡ କରି ସେଥିରେ ପାଣି ଭର୍ତ୍ତି ନକଲେ ବହୁ ଜୀବଜନ୍ତୁ ପାଣି ବିନା ମୃତ୍ୟୁବରଣ କରିବେ ବୋଲି ପରିବେଶବିତମାନେ ମତବ୍ୟକ୍ତ କରିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ମଣିଷ ନିଜ ବୁଦ୍ଧି ବଳରେ ମୁକାବିଲା କରିପାରୁଛି। ପାଣି ବିନା ହରିଣ, କୁଟୁରା ଓ ହାତୀ ଭଳି ଜୀବମାନେ ରାସ୍ତା ଉପରକୁ ପଳାଇ ଆସୁଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଭିତରେ ବନ୍ୟଜନ୍ତୁ ପାଣି ବିନା ମରିପଡ଼ିଥିବା ଦେଖାଯାଇଛି। ଜଙ୍ଗଲରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ବନ୍ୟଜନ୍ତୁ କିଭଳି ବଞ୍ଚିବେ ତାହା ଚିନ୍ତାର କାରଣ ପାଲଟିଛି। ଏବେ କେବଳ ବର୍ଷା ହିଁ ଏହି ସମସ୍ୟାର ସମାଧାନ କରିପାରିବ ବୋଲି ବନ୍ୟପ୍ରାଣୀ ତତ୍ତ୍ବାବଧାରକମାନେ ପ୍ରକାଶ କରିଛନ୍ତି।

ସାତକୋଶିଆର ସୁରକ୍ଷା ସହ ଶିକାରୀମାନଙ୍କ ନିଦ ହଜାଇ ଦେଇଛନ୍ତି ‘ଇମ୍‌‌ଲି’-‘ଲୈଲା’
ଅନୁଗୋଳ(ସଂଗ୍ରାମ ଦାସ): ଯାହା ଶତାଧିକ କର୍ମଚାରୀ କରି ପାରୁନାହାନ୍ତି ତାହା କରି ଦେଖାଇଛନ୍ତି ଦୁଇ ତାଲିମପ୍ରାପ୍ତ କୁକୁର। ଶିକାରୀମାନଙ୍କୁ ଧରିବା ସହ ଜଙ୍ଗଲ ଭିତରେ କେଉଁଠି ଶିକାର ପାଇଁ ଲଗା ଯାଇଥିବା ବିଦ୍ୟୁତ୍‌‌ ତାର, ତଳେ ପକା ଯାଇଥିବା ବାରୁଦ ଗୋଳାକୁ ଠାବ କରୁଛନ୍ତି ଏହି କୁକୁର। ଏହି ତାଲିମପ୍ରାପ୍ତ କୁକୁର ଏବେ ଶିକାରୀମାନଙ୍କ ନିଦ ହଜାଇ ଦେଇଛି। ସେମାନେ ହେଉଛି ୬ ବର୍ଷୀୟ ‘ଇମ୍‌‌ଲି’ ଓ ୭ ମାସର ‘ଲୈଲା’। ଏବେ ‘ଇମ୍‌‌ଲି’ଓ ‘ଲୈଲା’ ସାତକୋଶିଆର ସୁରକ୍ଷା ଭାର ସମ୍ଭାଳୁଛି।

୬ ବର୍ଷ ପୂର୍ବେ ଇମ୍‌‌ଲିକୁ ସାତକୋଶିଆ ଅଣାଯାଇଥିଲା। ଏହାପରେ ତାକୁ ଟ୍ରାଫିକ ଇଣ୍ଡିଆ ନାମକ ଏକ ପ୍ରାଣୀ ତାଲିମ ଅନୁଷ୍ଠାନକୁ ତାଲିମ ପାଇଁ ପଠାଯାଇଥିଲା। ସେଠାରେ ଦୁଇ ଜଣ ବନ କର୍ମଚାରୀଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯାଇଥିଲା। ଇମଲିକୁ ତାଲିମ ଦିଆଯିବା ପରେ ସତକୋଶିଆକୁ ଅଣାଗଲା। ସେବେଠାରୁ ତାଲିମ ନେଇଥିବା ଦୁଇ ଜଣ ବନ କର୍ମଚାରୀଙ୍କ ତତ୍ତ୍ୱବଧାନରେ ଅଛି ଇମିଲି। ଆଉ ‘ଲୈଲା’ର ବୟସ ମାତ୍ର ୭ ମାସ। ଲୈଲାକୁ ଜଣେ ଅବୈତନିକ ବନ୍ୟପ୍ରାଣୀ ତତ୍ୱବାଧାରକ ସାତକୋଶିଆ କର୍ତ୍ତୃପକ୍ଷଙ୍କୁ ଦେଇଛନ୍ତି। ଲୈଲା ଏବେ ତାଲିମ ନେଉଛି। ହେଲେ ସେ ମଧ୍ୟ ଇମ୍‌‌ଲି ଭଳି ଶିକାରୀ ଧରିବାର କଳା ଶିଖିଗଲାଣି। ତେଣୁ ଜର୍ମାନ ସେଫର୍ଡ ପ୍ରଜାତିର ଏହି ଦୁଇ କୁକୁରଙ୍କ ଉପରେ ବର୍ତ୍ତମାନ ସାତକୋଶିଆର ସୁରକ୍ଷା ଭାର।

ବିଗତ ପ୍ରାୟ ଦୁଇ ବର୍ଷ ଭିତରେ ଇମ୍‌‌ଲି ବହୁ ଶିକାରୀଙ୍କୁ ଧରିବାରେ ବନ ବିଭାଗକୁ ସାହାଯ୍ୟ କରିଛି। ଜଙ୍ଗଲ ଭିତରେ ଦୁଇଟି ହାତୀ ଶିକାର ହୋଇଥିଲା। ତରଭା ଜଙ୍ଗଲରେ ଦୁଇଟି ହାତୀ ଶିକାର ହୋଇଥିଲା। ପୁରୁଣାକୋଟ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ବାରହା ଶିକାର, ଗୋପାଳପୁର ଗାଁ ନିକଟରେ ଫାସ ପକାଇ କଲରାପତାରିଆ ବାଘ ଶିକାର ଉଦ୍ୟମ, କୁଲାଙ୍ଗୀ ଜଙ୍ଗଲରେ ୩ଟି କଲରାପତରିଆ ବାଘ ଶିକାର ସମେତ ଅନେକ ଶିକାରରେ ସମ୍ପୃକ୍ତ ଶିକାରୀଙ୍କୁ ଧରିବାରେ ସହାୟତା କରିଛି ଇମ୍‌‌ଲି। ଏହାଛଡା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର, ବାରୁଦ ଗୋଳା, ଫାସକୁ ମଧ୍ୟ ଠାବ କରି ପାରିଛି। ଲୈଲା ମଧ୍ୟ ଏଥିରେ ସହାୟତା କରୁଛି। ଆଗକୁ ଲୈଲାର ତାଲିମ ଶେଷ ହେବା ପରେ ସେ ମଧ୍ୟ ସମ୍ପୂର୍ଣ ସକ୍ରିୟ ହୋଇପାରିବ। ଏହି ତାଲିମପ୍ରାପ୍ତ ଦୁଇ କୁକୁରଙ୍କ ସଫଳତା ଯୋଗୁଁ ଆଗକୁ ଅଧିକ ସଂଖ୍ୟାରେ କୁକୁର ଆଣାଯିବାର ଯୋଜନା ରହିଛି। ଟ୍ରାଫିକ ଇଣ୍ଡିଆ ସଂସ୍ଥାର ବିଶେଷଜ୍ଞଙ୍କୁ ଏଠାକୁ ଅଣାଯାଇ କୁକୁରଙ୍କୁ ଏବଂ କର୍ମଚାରୀଙ୍କୁ ତାଲିମ ଦିଆଯିବାର ମଧ୍ୟ ଯୋଜନା ରହିଛି ବୋଲି ସାତକୋଶିଆ ଡିଏଫଓ କହିଛନ୍ତି। ସାତକୋଶିଆରେ ଶତାଧିକ ୱାଚର ଅଛନ୍ତି। ବିଭିନ୍ନ ଜଙ୍ଗଲରେ ସୁରକ୍ଷା ସ୍କାର୍ଡ ମଧ୍ୟ ଗଠନ କରାଯାଇଛି। କିନ୍ତୁ ସେମାନେ ଯାହା କରି ପାରୁନାହାନ୍ତି ଇମଲି ଓ ଲୈଲା ତାହା କରିପାରୁଛନ୍ତି।