Educated Unemployment - The Sakala

ଆନ୍ତର୍ଜାତିକ ଶ୍ରମ ସଂଗଠନ ରିପୋର୍ଟ: ଭାରତରେ ବଢୁଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଭାରତରେ ବେକାରୀ ସମସ୍ୟାକୁ ନେଇ ଏବେ ରାଜନୈତିକ କ୍ଷେତ୍ର ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ଚିନ୍ତାବ୍ୟକ୍ତ କରାଯାଇଛି। ଦିନକୁ ଦିନ ବେକାରୀଙ୍କ ସଂଖ୍ୟା ବଢି ଚାଲୁଥିଲା ବେଳେ ବିଶ୍ବ ଶ୍ରମ ସଂଗଠନ (ଆଇଏଲଓ) ପକ୍ଷରୁ ଏ ସମ୍ପର୍କରେ ପ୍ରକାଶ କରାଯାଇଥିବା ସଦ୍ୟତମ ରିପୋର୍ଟ ଏହି ଚିନ୍ତାକୁ ଦ୍ବିଗୁଣିତ କରିଛି। ଏଥି‌ରେ ଭାରତର ଶିକ୍ଷିତ ଯୁବପିଢିଙ୍କ ସଂପର୍କରେ ଯେଉଁ ତଥ୍ୟ ଦିଆଯାଇଛି ତାହା ସବୁଠୁ ସାଂଘାତିକ ବୋଲି କୁହାଯାଉଛି। ଭାରତରେ ଅଧିକ ପାଠ ପଢ଼ି ଉଚ୍ଚ ଶିକ୍ଷିତ ହେଲେ ବେକାର ହେବାର ଆଶଙ୍କା ଅଧିକ ରହିଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟ ଅଧିକ ଉଦବେଗ ସୃଷ୍ଟି କରିଛି। ସ୍କୁଲ ଯାଇ ନଥିବା ବ୍ୟକ୍ତିଙ୍କ ତୁଳନାରେ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ନିଯୁକ୍ତି ମିଳିବା କଷ୍ଟକର। ଯାହାଦ୍ବାରା ବେକାରୀ ହାର ଅଧିକ ବଢିବାରେ ଲାଗିଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।

ବିଶେଷକରି ଯେଉଁ ବ୍ୟକ୍ତି ମାଧ୍ୟମିକ କିମ୍ବା ଉଚ୍ଚଶିକ୍ଷା ଲାଭ କରିଛନ୍ତି ସେମାନଙ୍କ ମଧ୍ୟରେ ବେକାରୀ ସମସ୍ୟା ସମୟାନୁକ୍ରମେ ଅଧିକ ଜଟିଳ ହୋଇଛି ବୋଲି ଆଇଏଲଓ କହିଛି। ସବୁଠୁ ବଡ଼ କଥା ହେଲା ଯୁବଗୋଷ୍ଠୀଙ୍କ ମଧ୍ୟରେ ବେକାରୀ ହାର ବିଶ୍ବସ୍ତରରେ ଭାରତରେ ଅଧିକ ରହିଛି। ପାଠ ପଢିନଥିବା ଲୋକଙ୍କ ମଧ୍ୟରେ ବେକାରୀ ହାର ୩.୪ ପ୍ରତିଶତ ରହିଥିବା ବେଳେ ସ୍ନାତକ ଡିଗ୍ରୀଧାରୀଙ୍କ ମଧ୍ୟରେ ଏହି ହାର ୨୯.୧ ପ୍ରତିଶତ ରହିଥିବା କୁହାଯାଇଛି। ତେଣୁ ଅଶିକ୍ଷିତଙ୍କ ତୁଳନାରେ ଶିକ୍ଷିତ ବେକାରୀଙ୍କ ହାର ୯ ଗୁଣ ଅଧିକ। ସେହିଭଳି ଉଚ୍ଚ ଶିକ୍ଷା ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ବେକାରୀ ହାର ୧୮.୪ ପ୍ରତିଶତ ରହିଛି। ଯାହାଦ୍ବାରା ଅଶିକ୍ଷିତଙ୍କ ତୁଳନାରେ ଉଚ୍ଚ ଶିକ୍ଷା ଲାଭ କରିଥିବା ବ୍ୟକ୍ତି ବେକାରୀ ହେବା ଆଶଙ୍କା ୬ ଗୁଣ ଅଧିକ ବୋଲି କୁହାଯାଇଛି।

ଶ୍ରମ ବଜାରରେ ପ୍ରବେଶ କରୁଥିବା ନୂଆ ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ସୁଯୋଗ ଦେବାକୁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି ସତ ; କିନ୍ତୁ ଅଣକୃଷି କ୍ଷେତ୍ରରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଭାରତୀୟ ଅର୍ଥନୀତି ସକ୍ଷମ ହୋଇପାରି ନାହିଁ। ଆଇଏଲଓ କହିଛି ଯେ, ଭାରତରେ ଉପଲବ୍ଧ ହେଉଥିବା ନିଯୁକ୍ତି ଏବଂ ଶ୍ରମିକମାନଙ୍କ ମଧ୍ୟରେ ରହିଥିବା ଦକ୍ଷତାକୁ ନେଇ ଅନେକ ଅସାମଞ୍ଜସ୍ୟ ରହିଛି। ଯାହାକୁ ନେଇ ବେକାରୀ ସମସ୍ୟା ହାର ବଢିବାରେ ଲାଗିଛି। ଭାରତରେ ୨୦୦୦ ମସିହାରେ ୧୫ରୁ ୨୯ ବର୍ଷର ବ୍ୟକ୍ତିଙ୍କ ମଧ୍ୟରେ ବେକାରୀ ହାର ୮୮.୬ ପ୍ରତିଶତ ରହିଥିଲା। ୨୦୨୨ରେ ଏହା ୮୨.୯ ପ୍ରତିଶତକୁ ହ୍ରାସ ପାଇଛି। କିନ୍ତୁ ଶିକ୍ଷିତ ଯୁବକଙ୍କ କ୍ଷେତ୍ରରେ ଏହି ହାର କଥିତ ଅବଧି ମଧ୍ୟରେ ୫୪.୨ ପ୍ରତିଶତରୁ ବୃଦ୍ଧି ପାଇ ୬୫.୭ ପ୍ରତିଶତରେ ପହଞ୍ଚିଛି। ଶିକ୍ଷିତଙ୍କ ମଧ୍ୟରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଶିକ୍ଷିତ ବେକାର ଯୁବବର୍ଗଙ୍କ ମଧ୍ୟରେ ମହିଳାଙ୍କ ବେକାରୀ ହାର ୭୬.୭ ପ୍ରତିଶତ ରହିଛି। କିନ୍ତୁ ପୁରୁଷଙ୍କ ‌ମଧ୍ୟରେ ଏହି ହାର ୬୨.୨ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବେକାରୀ ହାର ଅଧିକ ରହିଛି। ସେହିପରି ମୋଟ ଶ୍ରମଶକ୍ତିରେ ମହିଳାଙ୍କ ଅଂଶ ମଧ୍ୟ ଭାରତରେ କମ୍‌ ରହିବା ସହିତ ପ୍ରାୟ ୨୫ ପ୍ରତିଶତ ମହିଳା ଶ୍ରମଶକ୍ତିରେ ସାମିଲ ରହିଥିବା ଏହି ରିପୋର୍ଟରେ କୁହାଯାଇଛି।