Ayurveda - The Sakala

ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି
ନୂଆଦିଲ୍ଲୀ: ଅଶ୍ବଗନ୍ଧା ବ୍ୟବହାରକୁ ନେଇ FSSAI ର ବଡ ନିଷ୍ପତ୍ତି । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ସ୍ୱାସ୍ଥ୍ୟ ସପ୍ଲିମେଣ୍ଟରେ ଅଶ୍ୱଗନ୍ଧା ପତ୍ର ଏବଂ ଏହାର ନିର୍ଯାସ ବ୍ୟବହାର ଉପରେ କଟକଣା ଲଗାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଉଠାଯାଇଥିବା ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ନୂତନ ନିର୍ଦ୍ଦେଶାବଳୀ ମାଧ୍ୟମରେ ଏଫଏସଏସଏଆଇ ସ୍ପଷ୍ଟ କରିଛି ଯେ, ସ୍ୱାସ୍ଥ୍ୟ ସପ୍ଲିମେଣ୍ଟ ଏବଂ ନ୍ୟୁଟ୍ରାସିଉଟିକାଲ୍ ଉତ୍ପାଦରେ କେବଳ ଅନୁମୋଦିତ ରୂପରେ ହିଁ ଅଶ୍ୱଗନ୍ଧାର ବ୍ୟବହାର କରାଯାଇପାରିବ।

ଏଫଏସଏସଏଆଇ ନିର୍ଦ୍ଦେଶନାମା ଅନୁଯାୟୀ, ଖାଦ୍ୟ ସୁରକ୍ଷା ଏବଂ ମାନକ ନିୟମାବଳୀର ଅନୁସୂଚୀ IV ଅଧୀନରେ କେବଳ ଅଶ୍ୱଗନ୍ଧା ଚେର ଏବଂ ଏହାର ନିର୍ଯାସ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଉତ୍ପାଦନକାରୀ କମ୍ପାନୀମାନେ କେବଳ ଅଶ୍ୱଗନ୍ଧା ଗଛର ଚେର ବ୍ୟବହାର କରିପାରିବେ, କାରଣ ଏହା ନିର୍ଦ୍ଦିଷ୍ଟ ପରିମାଣରେ ସେବନ ପାଇଁ ସୁରକ୍ଷିତ ବୋଲି ପ୍ରମାଣିତ ହୋଇଛି। ଅନ୍ୟପକ୍ଷରେ, ଅଶ୍ୱଗନ୍ଧା ପତ୍ର କିମ୍ବା ପତ୍ରରୁ ପ୍ରସ୍ତୁତ ନିର୍ଯାସ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି ଯେ, ଚେର ତୁଳନାରେ ଅଶ୍ୱଗନ୍ଧା ପତ୍ର ସ୍ୱାସ୍ଥ୍ୟ ପାଇଁ ସେତେଟା ସୁରକ୍ଷିତ ନୁହେଁ। କାରଣ ଏଥିରେ ୱିଥାଫେରିନ୍-ଏ (Withaferin-A) ପରି କିଛି ଶକ୍ତିଶାଳୀ ତଥା କ୍ଷତିକାରକ ଯୌଗିକ ଉଚ୍ଚ ମାତ୍ରାରେ ରହିଥାଏ। କିଛି କମ୍ପାନୀ ସେମାନଙ୍କ ଉତ୍ପାଦରେ ଅଶ୍ୱଗନ୍ଧା ପତ୍ରର ବ୍ୟବହାର କରୁଥିବା ନେଇ ଏଫଏସଏସଏଆଇ ନିକଟରେ ଅଭିଯୋଗ ହୋଇଥିଲା। ଏହା ପରେ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, କୌଣସି ବି ରୂପରେ ପତ୍ରର ବ୍ୟବହାର ଗ୍ରହଣୀୟ ନୁହେଁ।

ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଏଫଏସଏସଏଆଇ ସମସ୍ତ ଖାଦ୍ୟ ବ୍ୟବସାୟ ଅପରେଟର (FBOs) ମାନଙ୍କୁ ନିର୍ଦ୍ଦେଶ ଦେଇଛି। ଯଦି କୌଣସି ସଂସ୍ଥା ଏହି ନିୟମ ଉଲ୍ଲଂଘନ କରେ, ତେବେ ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ, ୨୦୦୬ ଅନୁଯାୟୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ପ୍ରସଙ୍ଗରେ ତୀକ୍ଷ୍ଣ ନଜର ରଖିବାକୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଲାଇସେନ୍ସ ପ୍ରଦାନକାରୀ କର୍ତ୍ତୃପକ୍ଷ ତଥା ଖାଦ୍ୟ ସୁରକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି।

ଅଶ୍ୱଗନ୍ଧା ହେଉଛି ଏକ ପାରମ୍ପରିକ ଔଷଧୀୟ ବୃକ୍ଷ ଯାହା ହଜାର ହଜାର ବର୍ଷ ଧରି ଆୟୁର୍ବେଦିକ ଚିକିତ୍ସାରେ ବ୍ୟବହୃତ ହୋଇଆସୁଛି। ଶରୀରର ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ବଜାୟ ରଖିବାରେ ଏହାର ପ୍ରମୁଖ ଭୂମିକା ରହିଛି। ମୁଖ୍ୟତଃ ମାନସିକ ଚାପ ଓ ଉଦ୍‌ବେଗ କମାଇବା, ଭଲ ନିଦ କରାଇବା, ଶକ୍ତି ଓ ଷ୍ଟାମିନା ବୃଦ୍ଧି କରିବା ସହ ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢ଼ାଇବା ପାଇଁ ଏହାକୁ ବ୍ୟବହାର କରାଯାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏବଂ ହରମୋନ୍ ସନ୍ତୁଳନ ରକ୍ଷା କରିବାରେ ମଧ୍ୟ ଏହା ବିଶେଷ ସହାୟକ ହୋଇଥାଏ। ତେବେ ଦୈନନ୍ଦିନ ବ୍ୟବହାର ପାଇଁ ଅଶ୍ୱଗନ୍ଧା ଚେରର ଗୁଣ୍ଡ କିମ୍ବା ନିର୍ଯାସ ସବୁଠାରୁ ସୁରକ୍ଷିତ ବିକଳ୍ପ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି।

ଜଙ୍ଗଲ ଜିଲାପି ଖାଇଲେ କ'ଣ ହୁଏ? ଜାଣନ୍ତୁ ଏହାର ଚମତ୍କାରୀ ସ୍ୱାସ୍ଥ୍ୟ ଉପକାରିତା
ମିଠା ଦୋକାନରେ ମିଳୁଥିବା ଜିଲାପି ସହିତ ଆମେ ସମସ୍ତେ ପରିଚିତ। କିନ୍ତୁ ଆପଣ କେବେ ଗଛରେ ଫଳୁଥିବା ଜିଲାପି ବିଷୟରେ ଶୁଣିଛନ୍ତି କି? ଏହାକୁ ଜଙ୍ଗଲ ଜିଲାପି କୁହାଯାଏ। ଏହା କେବଳ ସ୍ୱାଦିଷ୍ଟ ନୁହେଁ, ବରଂ ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଭାରତ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ମିଳୁଥିବା ଏହି ଫଳଟି ଆକାରରେ ଜିଲାପି ପରି ବଙ୍କା ହୋଇଥିବାରୁ ଏହାକୁ ଜଙ୍ଗଲ ଜିଲାପି କୁହାଯାଏ।

ଏହି ଫଳକୁ ଦେଶର ବିଭିନ୍ନ ସ୍ଥାନରେ ଗଙ୍ଗା ତେନ୍ତୁଳି, ସିମ କୟାଁ, ମାଡ୍ରାସ ଥର୍ଣ୍ଣ କିମ୍ବା କିକର ଆଦି ନାମରେ ଜଣାଯାଏ। ଏହାର ସ୍ୱାଦ ଖଟା-ମିଠା ହୋଇଥାଏ। ଖରାଦିନେ ଏହାକୁ ଖାଇବା ଦ୍ୱାରା ଶରୀରକୁ ଥଣ୍ଡା ମିଳିଥାଏ। ଆୟୁର୍ବେଦରେ ଏହି ଫଳର ବିଶେଷ ମହତ୍ତ୍ୱ ରହିଛି। ଆସନ୍ତୁ ଜାଣିବା ଜଙ୍ଗଲ ଜିଲାପି ଖାଇଲେ କେଉଁ ସବୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ।

ପାଚନ କ୍ରିୟା ଏବଂ ରକ୍ତ ସଫା କରିବାରେ ସହାୟକ

ଜଙ୍ଗଲ ଜିଲାପି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା କିମ୍ବା ପାଚନ କ୍ରିୟାରେ ଉନ୍ନତି ଆସିଥାଏ। ଏହା ସହିତ ଏହା ରକ୍ତକୁ ସଫା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହି ଫଳର ମଞ୍ଜି ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହା କୋଷ୍ଠକାଠିନ୍ୟ ଦୂର କରିବା ସହ ପେଟରେ ଥିବା କୃମି ନଷ୍ଟ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

କାଶ ଏବଂ ଶ୍ୱାସରୋଗରେ ଉପକାରୀ

ଆୟୁର୍ବେଦିକ ଦୃଷ୍ଟିକୋଣରୁ ଜଙ୍ଗଲ ଜିଲାପିର ଅନେକ ମହତ୍ତ୍ୱ ରହିଛି। ଏହି ଫଳ କାଶ ଏବଂ ଦମା (ଆଜ୍‌ମା) ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ। ତରଳ ଝାଡ଼ା ଓ କାଶ ହେଉଥିଲେ ଏହାର ଛାଲିରୁ ପ୍ରସ୍ତୁତ କାଢ଼ା ଦିନକୁ ୨ ଥର ପିଇଲେ ଆରାମ ମିଳିଥାଏ।

ଦାନ୍ତ, ମାଢ଼ି ଏବଂ ଚର୍ମ ରୋଗ ପାଇଁ ରାମବାଣ

ଦାନ୍ତ ଏବଂ ମାଢ଼ି ଜନିତ ରୋଗରେ ଜଙ୍ଗଲ ଜିଲାପି ଗଛର ଛାଲି ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ସେହିପରି ଚର୍ମ ରୋଗ ଏବଂ ଶରୀରର ଫୁଲା କମାଇବା ପାଇଁ ଏହାର ପତ୍ରକୁ ଲେପ କିମ୍ବା କାଢ଼ା ରୂପରେ ବ୍ୟବହାର କରାଯାଇଥାଏ। ଏହାବ୍ୟତୀତ ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଲାଭଦାୟକ ବୋଲି ବିବେଚନା କରାଯାଏ, କାରଣ ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍ ସି ରହିଛି ଯାହା ଆମ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।

କିପରି କରିବେ ବ୍ୟବହାର?

ଜଙ୍ଗଲ ଜିଲାପିକୁ ଆପଣ କଞ୍ଚା ଖାଇପାରିବେ କିମ୍ବା ଏହାକୁ ଶୁଖାଇ ଗୁଣ୍ଡ କରି ମଧ୍ୟ ସେବନ କରିପାରିବେ। ଏହାର ମଞ୍ଜିରୁ ପ୍ରସ୍ତୁତ ଚୂର୍ଣ୍ଣକୁ ମହୁ ସହିତ ମିଶାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଗ୍ରାମାଞ୍ଚଳରେ ଏହାକୁ ପିଲାମାନଙ୍କର ପ୍ରାକୃତିକ ଟଫି ବୋଲି ମଧ୍ୟ କୁହାଯାଏ, ଯାହା ସ୍ୱାଦିଷ୍ଟ ହେବା ସହ ପେଟର ଗରମକୁ ଶାନ୍ତ କରିବାରେ ସାହାଯ୍ୟ କରେ।

ସ୍ୱାସ୍ଥ୍ୟ ପାଇଁ ବରଦାନ 'ବେଲ ପତ୍ର', ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଔଷଧୀୟ ଗୁଣ
ହିନ୍ଦୁ ଧର୍ମରେ ବେଲ ପତ୍ରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଭଗବାନ ଶିବଙ୍କ ପୂଜାରେ ଏହା ଅତ୍ୟନ୍ତ ଆବଶ୍ୟକ ବୋଲି ବିବେଚନା କରାଯାଏ। ତେବେ କେବଳ ଧାର୍ମିକ କାର୍ଯ୍ୟରେ ନୁହେଁ, ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ବେଲ ପତ୍ର ସ୍ୱାସ୍ଥ୍ୟ ପାଇଁ ଏକ ମହୌଷଧି ଭଳି କାମ କରେ। ଏଥିରେ ଥିବା ପୋଷକ ତତ୍ତ୍ୱ ଅନେକ ଗୁରୁତର ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ।

ମଧୁମେହ ରୋଗୀଙ୍କ ପାଇଁ ରାମବାଣ

ବର୍ତ୍ତମାନ ସମୟରେ ଖରାପ ଜୀବନଶୈଳୀ ଯୋଗୁଁ ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବେଲ ପତ୍ରରେ ଥିବା 'ଆଣ୍ଟି-ଡାଇବେଟିକ୍' ଗୁଣ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ପ୍ରତିଦିନ ସକାଳେ ଖାଲି ପେଟରେ ବେଲ ପତ୍ର ରସ କିମ୍ବା କଞ୍ଚା ପତ୍ର ଚୋବାଇ ଖାଇଲେ ଇନସୁଲିନ୍ ସ୍ତର ନିୟନ୍ତ୍ରିତ ରହିଥାଏ।

ପେଟ ଜନିତ ସମସ୍ୟାର ସମାଧାନ

ଯଦି ଆପଣ ଗ୍ୟାସ୍, ବଦହଜମି କିମ୍ବା କୋଷ୍ଠକାଠିନ୍ୟ ଭଳି ସମସ୍ୟାରେ ପୀଡିତ ଅଛନ୍ତି, ତେବେ ବେଲ ପତ୍ର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଏଥିରେ ଥିବା ଫାଇବର ଏବଂ ଲାକ୍ସେଟିଭ୍ ଗୁଣ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ପେଟ ସଫା କରିବାରେ ସହାୟକ ହୁଏ।

ହୃଦଘାତ ଆଶଙ୍କା କମାଏ

ବେଲ ପତ୍ରରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ, ଯାହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହା ଶରୀରରୁ ଖରାପ କୋଲେଷ୍ଟ୍ରଲ (Bad Cholesterol) କମାଇବା ସହ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ, ଫଳରେ ହୃଦଘାତ ଆଶଙ୍କା ହ୍ରାସ ପାଇଥାଏ।

ଶହେ ରୋଗର ଗୋଟିଏ ଔଷଧ 'କଳା ଲୁଣ': ଜାଣନ୍ତୁ ଏହାର ଚମତ୍କାରୀ ଫାଇଦା
ଆମ ରୋଷେଇ ଘରେ ଏମିତି ଅନେକ ଜିନିଷ ରହିଛି, ଯାହା କେବଳ ଖାଦ୍ୟର ସ୍ୱାଦ ବଢାଏ ନାହିଁ ବରଂ ଆମ ଶରୀର ପାଇଁ ମଧ୍ୟ ଖୁବ୍ ହିତକାରୀ ହୋଇଥାଏ। ସେମିତି ଏକ ଚମତ୍କାରୀ ମସଲା ହେଉଛି କଳା ଲୁଣ (Black Salt)। ସାଧାରଣ ଧଳା ଲୁଣ ଅପେକ୍ଷା କଳା ଲୁଣ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଆୟୁର୍ବେଦ ଅନୁସାରେ, ଏହା ପ୍ରାୟ ଶହେ ରୋଗର ନିବାରଣ ପାଇଁ ବ୍ୟବହୃତ ହୋଇପାରିବ।

ପେଟ ରୋଗ ପାଇଁ ରାମବାଣ

ବର୍ତ୍ତମାନ ସମୟରେ ଅନେକ ଲୋକ ଗ୍ୟାସ, ଏସିଡିଟି ଏବଂ ବଦହଜମି ଭଳି ସମସ୍ୟାରେ ପୀଡିତ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କଳା ଲୁଣ ଏକ ଉତ୍ତମ ଘରୋଇ ଉପଚାର। ସକାଳେ ଖାଲି ପେଟରେ ଉଷୁମ ପାଣି ସହ ଏକ ଚୁଟକି କଳା ଲୁଣ ମିଶାଇ ପିଇଲେ ପାଚନ କ୍ରିୟା ମଜବୁତ ହୁଏ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୁଏ।

ରକ୍ତଚାପ ନିୟନ୍ତ୍ରଣ ଓ ହୃଦରୋଗ

ସାଧାରଣ ଲୁଣରେ ସୋଡିୟମର ମାତ୍ରା ଅଧିକ ଥାଏ, ଯାହା ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସରର କାରଣ ସାଜିପାରେ। କିନ୍ତୁ କଳା ଲୁଣରେ ସୋଡିୟମ ମାତ୍ରା କମ୍ ଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ। ଏହା ଶରୀରରେ ଥିବା ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରି ହୃଦଘାତ ଆଶଙ୍କାକୁ ମଧ୍ୟ କମାଇଥାଏ।

ଓଜନ ହ୍ରାସ ଓ ଅନ୍ୟାନ୍ୟ ଲାଭ

ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି, ତେବେ ନିଜ ଖାଦ୍ୟରେ ଧଳା ଲୁଣ ବଦଳରେ କଳା ଲୁଣ ବ୍ୟବହାର କରିବା ଆରମ୍ଭ କରନ୍ତୁ। ଏହା ଶରୀରର ମେଟାବୋଲିଜିମ୍ ବଢାଇବାରେ ସାହାଯ୍ୟ କରେ। ଏହାବ୍ୟତୀତ, କଳା ଲୁଣରେ ଥିବା ଆଇରନ୍ ଏବଂ ମିନେରାଲ୍ସ କେଶ ଝଡିବା ରୋକିବା ସହ ତ୍ୱଚାକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ।

ରାଜ୍ୟର ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ମେଡିକାଲ କଲେଜରେ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡରେ ବୃଦ୍ଧି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ୍‌ରେ ପଢୁଥିବା ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମିଳୁଥିବା ଷ୍ଟାଇପେଣ୍ଡରେ ବ୍ୟାପକ ବୃଦ୍ଧି କରିଛନ୍ତି। ଆୟୁର୍ବେଦ ଓ ହୋମିଓପାଥିକ୍ ଚିକିତ୍ସା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ଉଭୟ ପାଠ୍ୟକ୍ରମରେ ପିଜି କରୁଥିବା ୧୨୦ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ନୂତନ ଷ୍ଟାଇପେଣ୍ଡ ୨୦୨୬ ଜାନୁଆରୀ ପହିଲାରୁ ଲାଗୁହେବ।

ଏହି ନିଷ୍ପତ୍ତି ଅନୁଯାୟୀ ପିଜି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡରେ ୫୫ ପ୍ରତିଶତ ବୃଦ୍ଧି କରାଯାଇଛି। ପୂର୍ବରୁ ସେମାନଙ୍କ ମାସିକ ଷ୍ଟାଇପେଣ୍ଡ ୩୧ ହଜାର ଟଙ୍କା ଥିବାବେଳେ, ବର୍ତ୍ତମାନ ଏହା ୪୮ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ୩୨ ହଜାରରୁ ୫୨ ହଜାରକୁ ବୃଦ୍ଧି ପାଇଛି। ଏହା ହେଉଛି ୬୨ ପ୍ରତିଶତ ବୃଦ୍ଧି। ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ପରିମାଣ ମାସକୁ ୩୩ ହଜାରରୁ ୫୫ ହଜାରକୁ ବୃଦ୍ଧି ପାଇଛି। ଏହି ବୃଦ୍ଧି ୬୭ ପ୍ରତିଶତ।

ସେହିପରି ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜର ହାଉସ୍ ସର୍ଜନ ମାନଙ୍କ ଷ୍ଟାଇପେଣ୍ଡ ୧୭ ହଜାରରୁ ୩୦ ହଜାରକୁ ବୃଦ୍ଧି କରାଯାଇଛି। ଏହା ଚଳିତ ବର୍ଷ ଅଗଷ୍ଟ ପହିଲାରୁ ଲାଗୁହେବ।  ଏହାଦ୍ବାରା ଛାତ୍ରଛାତ୍ରୀମାନେ ଶିକ୍ଷା ଓ ରୋଗୀ ସେବାରେ ଅଧିକ ମନୋନିବେଶ କରି ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

କରୋନାର ନୂଆ ଷ୍ଟ୍ରେନ୍‍ ପାଇଁ ଆୟୁର୍ବେଦ ଉପଚାର!
ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହର ଦେଖାଯାଇଛି। ଗତବର୍ଷ ଦେଖା ଦେଇଥିବା କୋଭିଡ ଭୂତାଣୁ ଏବଂ ସାମ୍ପ୍ରତିକ ସମୟରେ ଦେଖାଯାଉଥିବା ଭୂତାଣୁ ଭିନ୍ନ। ତେଣୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଅବସ୍ଥାପିତ ଜଣେ ଓଡ଼ିଆ ଡାକ୍ତର ଏକ ଆୟୁର୍ବେଦ ପ୍ରତିଷେଧକ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି। ଏଭଳି ଦାବି କରୁଥିବା ଡାକ୍ତର ହେଉଛନ୍ତି ସୁରେନ୍ଦ୍ର ନାଥ ଶର୍ମା। ଏହି ପ୍ରତିଷେଧକ ନେଇ କେନ୍ଦ୍ର ସରକାରଙ୍କ ସମ୍ମତି ଥିବା ଶ୍ରୀ ଶର୍ମା ଦାବି କରିଛନ୍ତି। ଡ଼ ସୁରେନ୍ଦ୍ର କହିଛନ୍ତି ଯେ, ଆୟୁର୍ବେଦ ପଦ୍ଧତି ଜରିଆରେ ସାରା ବିଶ୍ୱରେ ପ୍ରାୟ ୧୯ ଲକ୍ଷ ଲୋକଙ୍କୁ ଭଲ କରାଯାଇଛି। ପ୍ରସ୍ତୁତ କରାଯାଇଥିବା ପ୍ରତିଷେଧକକୁ ଆଣ୍ଟିକୋଭ ବୋଲି ନାମକରଣ କରାଯାଇଛି। ଆଇସିଏମଆରର ଅନୁମତି ପରେ ଏହାର ପ୍ରସ୍ତୁତି କରାଯାଇଛି। ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର କ୍ଲିନିକାଲ ଟ୍ରାଏଲ କରାଯାଇଥିବା ଶ୍ରୀ ଶର୍ମା ସୂଚନା ଦେଇଛନ୍ତି। ଆଣ୍ଟିକୋଭ ପ୍ରତିଷେଧକରେ ଚିରେଇତା, କାଲମେଘ, ହଳଦୀ, ସିନାମୋନ ଏବଂ ଆନୁଷଙ୍ଗିକ ଦ୍ରବ୍ୟ ମିଶାଯାଇଥାଏ। ଭବିଷ୍ୟତରେ ଏହାର ବ୍ୟବହାର ଓ ଉନ୍ନତିକରଣ ନେଇ ଆହୁରି ଗବେଷଣା କରିବା ସପକ୍ଷରେ ଶ୍ରୀ ଶର୍ମା ମତ ରଖିଛନ୍ତି।