Holi Celebration - The Sakala
ରାସାୟନିକ ରଙ୍ଗ ନୁହେଁ, ପ୍ରାକୃତିକ ରଙ୍ଗ ବା ହର୍ବାଲ ହୋଲିରେ ରଙ୍ଗ ଖେଳିବା ଜରୁରୀ। କୌଣସି ରାସାୟନିକ ରଙ୍ଗ କିମ୍ବା ଜୈବିକ ରଙ୍ଗ ଶରୀର ପାଇଁ କ୍ଷତିକାରକ ହୋଇପାରେ। ତେବେ ଚର୍ମକୁ ପ୍ରଭାବିତ କରିପାରୁ ନ ଥିବା ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ଉଚିତ୍। ବଜାରରେ ଭଳିକି ଭଳି ପ୍ରାକୃତିକ ରଙ୍ଗ ଉପଲବ୍ଧ ହେଉଛି।
ରଙ୍ଗ ଖେଳିବା ପୂର୍ବରୁ ଶରୀରରେ ନଡ଼ିଆ କିମ୍ବା ସୋରିଷ ତେଲ ଲଗାଇବା ଆବଶ୍ୟକ। ଶୁଷ୍କ ଶରୀର ଉପରେ ରାସାୟନିକ ରଙ୍ଗ ଖରାପ ପ୍ରଭାବ ପକାଇଥାଏ। ଯଦି ସମ୍ଭବ ତେବେ, ଡାକ୍ତରଙ୍କ ସହ ପରାମର୍ଶ କରି ମେଡିକେଟେଡ୍ କ୍ରିମି ବ୍ୟବହାର କରିପାରିବେ।
ରଙ୍ଗ ଓ ସର୍ଯ୍ୟ କିରଣର ସମ୍ଭାରରେ ଏକ ‘ଫଟୋଟକ୍ସିକ ’ ପ୍ରକ୍ରିୟା ସୃଷ୍ଟିକରେ, ଯାହା ଦ୍ବାରା ଶରୀର ବିଭିନ୍ନ ସ୍ଥାନ କୁଣ୍ଡାଇ ହେବା ସହିତ ଫଳି ଯାଏ, ତେବେ ଏଭଳି ଆରମ୍ଭ ହେବାମାତ୍ରେ, ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।
କେତେ ପ୍ରକାର ଚର୍ମରୋଗ ଅଛି, ଯାହା ଶରୀରରେ ଲୁଚିଥାଏ। ରଙ୍ଗ ସଂସ୍ପର୍ଶରେ ଆସିବାମାତ୍ରେ ଏହା ବୃଦ୍ଧି ପାଇ ଚର୍ମକୁ ନଷ୍ଟ କରିବାକୁ ଲାଗେ। ‘ ସୋରିଆସିସ୍ ‘ ଏବଂ ‘ଏକଜିମା’ ରୋଗୀ ରଙ୍ଗ ଖେଳନ୍ତୁ ନାହିଁ।
ଆଖି ସବୁଠାରୁସମ୍ବେଦନଶୀଳ ଅଙ୍ଗ, ତେଣ ହୋଲି ଖେଳିବା ସମୟରେ ଚଷମା ବ୍ୟବହାର କରନ୍ତୁ। ହୋଲି ଖେଳିସାରିବା ପରେ ଆଖିକୁ ଥଣ୍ଡା ପାଣରେ ଧୋଇ ଦିଅନ୍ତୁ।
ପାଣ ରଙ୍ଗ ମୋଟେ ବ୍ୟବହାର କରନ୍ତୁ ନାହିଁ। ବିଶେଷକରି ମହୁଁରେ ବ୍ରଣ ଉଠୁଥିଲେ ରଙ୍ଗଠାରୁ ଦୂରେଇ ରୁହନ୍ତୁ। ସନସ୍କ୍ରିନ୍ ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ।
ହୋଲି ଖେଳିସାରିବା ପରେ ଥଣ୍ଡା ପାଣିରେ ଗାଧୋଇବା ଅପେକ୍ଷା, ନଖ ଉଷୁମ ପାଣିରେ ଗାଧୋଇବା ଭଲ। ରଙ୍ଗ ଛଡ଼ାଇବା ପାଇଁ ଦାମୀ ସାବୁନ୍, ରିମୁଭର , ପେଟ୍ରୋଲ କିମ୍ବା କିରୋସିନ ବ୍ୟବହାର କରନ୍ତୁ ନାହିଁ।
ଭୁବନେଶ୍ବର : ଆଜି ରଙ୍ଗର ପର୍ବ ହୋଲି । ହୋଲି ପାଇଁ ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି ଲୋକେ । ସବୁଠି ଜମୁଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ସମସ୍ତେ । ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ । ହୋଲି ଲାଗି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ଆରମ୍ଭ ହୋଇଛି ସେଲିବ୍ରେସନ୍ । ବିଭିନ୍ନ ସ୍ଥାନରେ ଭୋଜି ଭାତର ଆୟୋଜନ ହେଉଥିବା ବେଳେ ନାଚ ଗୀତର ଆସର ବି ଜମିବାକୁ ଲାଗିଲାଣି। ହୋଲି ସହିତ ଜଡିତ ବିଭିନ୍ନ କିମ୍ବଦନ୍ତୀ ଉତ୍ସବ ଲୋକମାନଙ୍କୁ ସତ୍ୟର ଶକ୍ତି ବିଷୟରେ ନିଶ୍ଚିତ କରେ କାରଣ ଏହି ସମସ୍ତ କିମ୍ବଦନ୍ତୀଗୁଡ଼ିକର ନୈତିକତା ହେଉଛି ମନ୍ଦ ଉପରେ ଭଲର ଚରମ ବିଜୟ।
ହିନ୍ଦୁ ଧାର୍ମିକ ବିଶ୍ୱାସ ଅନୁଯାୟୀ ପ୍ରାଚୀନ କାଳରୁ ଏହି ପର୍ବ ପାଳନ କରାଯାଇଆସୁଛି । ହୋଲିରେ ରଙ୍ଗ ଲଗାଇବା ପ୍ରଭୁ କୃଷ୍ଣଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଶ୍ୱାସ କରାଯାଏ । ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏହି ପର୍ବ ଭଗବାନ ଶିବ ଏବଂ କାମଦେବଙ୍କ ସହ ଜଡିତ । ହୋଲି କାହିଁକି ପାଳନ କରାଯାଏ, ଏହାର କାହାଣୀ ଆସନ୍ତୁ ଜାଣିବା …
ହିରଣ୍ୟକଶ୍ୟପ ଏବଂ ପ୍ରହ୍ଲାଦଙ୍କ କିମ୍ବଦନ୍ତୀ ମଧ୍ୟ ସୂଚାଇ ଦେଇଛି ଯେ, ପ୍ରଭୁ ସର୍ବଦା ତାଙ୍କର ପ୍ରକୃତ ଭକ୍ତଙ୍କୁ ନିଜ ଆଶ୍ରୟସ୍ଥଳୀରେ ନେଇଥିବାରୁ ପ୍ରଭୁଙ୍କ ପ୍ରତି ଅତ୍ୟଧିକ ଭକ୍ତି ଫଳ ଦେଇଥାଏ। ଏହି ସମସ୍ତ ଲୋକମାନଙ୍କୁ ନିଜ ଜୀବନରେ ଏକ ଭଲ ଆଚରଣ ଅନୁସରଣ କରିବାରେ ସାହାଯ୍ୟ କରେ ଏବଂ ସତ୍ୟବାଦୀ ଗୁଣରେ ବିଶ୍ୱାସ କରେ। ହୋଲି ଲୋକମାନଙ୍କୁ ସତ୍ୟବାଦୀ ଏବଂ ସଚ୍ଚୋଟ ହେବାର ଗୁଣରେ ବିଶ୍ୱାସ କରିବାକୁ ଏବଂ ମନ୍ଦ ବିରୁଦ୍ଧରେ ଲଢ଼ିବାକୁ ସାହାଯ୍ୟ କରେ ।
ହୋଲିର ରାଧା-କୃଷ୍ଣ କାହାଣୀ :
ହିନ୍ଦୁ ଧାର୍ମିକ ବିଶ୍ୱାସ ଅନୁଯାୟୀ, ଥରେ ବାଳ ଗୋପାଳ ତାଙ୍କ ମାଆ ଯଶୋଦାଙ୍କୁ ପଚାରିଲେ, ‘ମାତା ରାଧା ଏତେ ସୁନ୍ଦର ଏବଂ ମୋର ରଙ୍ଗ କାହିଁକି କଳା?’ ତା’ପରେ ମାତା ଥଟ୍ଟା କରି କୃଷ୍ଣଙ୍କୁ କହିଥିଲେ ଯେ ଯଦି ତୁମେ ରାଧାଙ୍କୁ ରଙ୍ଗ ଲଗାଇବ, ତେବେ ତାଙ୍କ ରଙ୍ଗ ମଧ୍ୟ ତୁମ ପରି ହୋଇଯିବ । କୁହାଯାଏ ଯେ ଏହାପରେ ଗୋପାଳ ରାଧା ରାଣୀଙ୍କୁ ରଙ୍ଗ ଲଗାଇଥିଲେ ଏବଂ ପରେ ରାଧା ମଧ୍ୟ କୃଷ୍ଣଙ୍କ ଉପରେ ରଙ୍ଗ ଲଗାଇଥିଲେ । ଏହିପରି ହୋଲିରେ ରଙ୍ଗ ସହିତ ଖେଳିବା ଆରମ୍ଭ ହେଲା ।
ଦିନ ୧୨ଟାରୁ ୧ଟା ସୁଦ୍ଧା ହୋଲି ଖେଳ ସାରିବାକୁ କଟକ ଡିସିପିଙ୍କ ପରାମର୍ଶ, ମଦ ପିଇ ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ
କଟକ/ଭୁବନେଶ୍ୱର: ହୋଲି ଖେଳକୁ ନେଇ କଟକ ଡିସିପିଙ୍କ କଟକଣା । ଦିନ ୧ଟା ଭିତରେ ହୋଲି ଖେଳ ସାରିବାକୁ ଡିସିପି ଋଷିକେଶ ଖୁଲାରୀ ପରାମର୍ଶ ଦେଇଛନ୍ତି । ହୋଲି ଖେଳ ସମୟରେ ଯେପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ, ତାହା ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ୍ ଜଗିକି ରହିବେ । ଏଥିପାଇଁ କଟକ ସହରରେ ୨୨ ପ୍ଲାଟୁନ୍ ପୋଲିସ ମୁତୟନ ହେବେ । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖୁଲାରୀ । ସେ ଆହୁରି ମଧ୍ୟ କହିଛନ୍ତି କି, ମଦ ପିଇ ହୋଲି ଖେଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହୋଲିରେ ମଦ ଦୋକାନ ବନ୍ଦ ରହିବ । ବେଆଇନ୍ ଭାବେ ମଦ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ । ନଦୀ ତୁଠରେ ନ ଗାଧୋଇ ଘରେ ଗାଧୋଇବାକୁ ପରାମର୍ଶ ଦେଇଛନ୍ତି ।
ସେହିପରି ହୋଲି ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପୋଲିସ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି । ନୂଆ ଡିସିପି ଜଗମୋହନ ମିନା କହିଛନ୍ତି ହୋଲି ପାଇଁ ରାଜଧାନୀ ଭୁବନେଶ୍ବରର ସୁରକ୍ଷାକୁ କଡ଼ାକଡି କରାଯାଇଛି। ରଙ୍ଗ ଲଗାଇ ନିଶାରେ ଉତ୍ପାତ କଲେ ବନ୍ଧାହେବେ । ମଦ ପିଇ ରୋମିଓ ବନିଲେ ମଧ୍ୟ ସାବାଡ଼ କରିବ ପୁଲିସ। ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। । ଆଇନଶୃଙ୍ଖଳା ଓ ମଦୁଆଙ୍କୁ ଜଗିବେ ୨୦ ପ୍ଲାଟୁନ ଫୋର୍ସ । ନକଲି ମଦ କାରବାର ରୋକିବାକୁ ହେବ ସ୍ପେଶାଲ ଡ୍ରାଇଭ। ନିଶା ବିକ୍ରିର ପ୍ରମାଣ ମିଳିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏଥି ସହିତ ହୋଲି ଦିନ ପାଣିରେ ବୁଡି ଦୁର୍ଘଟଣା ମାନ ଘଟିବାର ଆଶଙ୍କା ଥିବାରୁ ଓଡ୍ରାଫ ଓ ଅଗ୍ନିଶମ ଟିମ ସହ ଆଲର୍ଟ ରହିବ କମିଶନରେଟ ପୁଲିସ। ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ। ଡ୍ରଙ୍କ ଆଣ୍ଡ ଡ୍ରାଇଭ ଉପରେ ରହିବ କଡା ନଜର। ପ୍ରତେକ ଛକରେ ମୁତୟନ ହେବେ ପୁଲିସ ଟିମ। ରାସ୍ତା ଉପରେ ହୋଲି ଖେଳି ଗହଳି କଲେ ଉଠାଇ ନେବ PCR। ଏଥି ସହିତ ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ପାଇଁ ପୁଲିସ ପକ୍ଷରୁ ମନା କରଯାଇଛି। ଏ ନେଇ ପ୍ରତେକ ଥାନାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ହୋଲି ପାଇଁ ସଜାଗ ଅଗ୍ନିଶମ ବିଭାଗ, ବିଭିନ୍ନ ନଦୀର ଘାଟ ଜଗିବେ ସ୍ୱତନ୍ତ୍ର ଟିମ୍‌
ଭୁବନେଶ୍ୱର: ହୋଲି ପାଇଁ ସଜାଗ ଅଗ୍ନିଶମ ବିଭାଗ। ହୋଲି ଦିନ ଯେପରି କୋଣସି ଅଘଟଣ ନ ଘଟେ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟିମ। ହୋଲି ଦିନ ନଦୀ ଗାଧୁଆ ତୁଠରେ ଅଘଟଣ ରୋକିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ବିଶେଷକରି ଏବେ ୫ଟି ସ୍ଥାନକୁ ଚିହ୍ନଟ କରାଯାଇଛି। କୁଆଖାଇ, ଦୟା, ପୁରୀ କେନାଲ ଓ ବାଲିପାଟଣା ସାଇପନ ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି। ଏହାସହିତ ଏମେର୍ଜେନ୍ସି ପାଇଁ ମଧ୍ୟ ଟିମ ପ୍ରସ୍ତୁତ ରହିଛି। ଲାଇଫ ବ୍ୟୟ, ଲାଇଫ ଜ୍ୟାକେଟ, ମେସିନ ରବର ବୋଟ, ରେସକ୍ୟୁ ଲାଇନ, ଅଣ୍ଡର ୱାଟର ବିଏ ସେଟ ଇତ୍ୟାଦି ପ୍ରସ୍ତୁତ ରଖାଯାଇଛି।
ବର୍ଷକୁ ଥରେ ଆସିଥାଏ ରଙ୍ଗର ପର୍ବ ହୋଲି । ଆଉ ଏହି ହୋଲି ଖେଳିବାକୁ ପ୍ରାୟତଃ ସମସ୍ତେ ଅପେକ୍ଷା କରିଥାନ୍ତି। ମାତ୍ର ଏବେ ବଜାରକୁ ଆସୁଥିବା ବିଭିନ୍ନପ୍ରକାର କେମିକାଲ ରଙ୍ଗରେ ହୋଲି ଖେଳିବା ପରେ, ଦେହ ଓ ମୁହଁରେ ଲାଗିଥିବା ରଙ୍ଗ ଛଡ଼ାଇବା ସବୁଠାରୁ ବଡ ସମସ୍ୟା ହୋଇଥାଏ। କେତେକ ରଙ୍ଗ ଖେଳିବା ପରେ, ଏଥିରୁ ମୁକ୍ତି ପାଇବା ପାଇଁ ସ୍କ୍ରବ୍ କିମ୍ବା ରାସାୟନିକ ଦ୍ରବ୍ୟ ବ୍ୟବହାର କରନ୍ତି । ଯାହା ଆପଣଙ୍କ ଚର୍ମକୁ ନଷ୍ଟ କରିପାରେ । ଦେହ ଓ ମୁହଁରୁ ହୋଲିର ରଙ୍ଗ ଛଡାଇବା ପାଇଁ ବହୁତ ଘରୋଇ ଉପଚାର ରହିଛି। ଯାହାକୁ ବ୍ୟବହାର କରି ଆପଣ ମୁହଁ ଏବଂ ଦେହରୁ ହୋଲି ରଙ୍ଗ ଛଡାଇପାରିବେ। ଏଗୁଡିକ ବ୍ୟବହାର କରି ରଙ୍ଗ ଛଡାଇଲେ ଆପଣଙ୍କ ତ୍ବଚାର କିଛି କ୍ଷତି ହେବ ନାହିଁ। ତେଣୁ ଏଥର ରଙ୍ଗ ଖେଳିବା ପରେ, ଏହି ଘରୋଇ ଉପଚାରକୁ ବ୍ୟବହାର କରନ୍ତୁ। ଏଗୁଡିକ ବହୁତ ଉପଯୋଗୀ ହେବ ।
ମୁହଁ ଏବଂ ଦେହରେ ଲାଗିଥିବା ରାୟାୟନିକ ରଙ୍ଗକୁ ଛଡାଇବା ପାଇଁ ଅନେକ ଉପାୟ ଅଛି। ସେଥିମଧ୍ୟରୁ ଗୋଟିଏ ହେଉଛି କଦଳୀ । ଏକ ପାଚିଲା କଦଳୀକୁ ଚକଟି ସେଥିରେ ଲେମ୍ବୁ ରସ ମିଶାନ୍ତୁ । ତା’ପରେ ଏହାକୁ ଚର୍ମରେ ଲଗାନ୍ତୁ ଏବଂ ଛାଡିଦିଅନ୍ତୁ । ଯେତେବେଳେ ଏହା ଶୁଖିବା ଆରମ୍ଭ କରିବ, ଏହାକୁ ଟିକେ ଗୋଲାପ ପାଣିରେ ଘଷନ୍ତୁ । ଏହା ଦ୍ବାରା ଚର୍ମରେ ଲାଗିଥିବା ହୋଲିର ରଙ୍ଗ ସହଜରେ ବାହାରକୁ ଆସିବ ଏବଂ ଚର୍ମରେ ଆର୍ଦ୍ରତା ବଜାୟ ରହିବ ।
ବେସନ ଏକ ପ୍ରାକୃତିକ ସ୍କ୍ରବ୍ । ହୋଲି ରଙ୍ଗ ଛଡାଇବା ପାଇଁ ଲେମ୍ବୁ ରସ ଏବଂ ମଇଦାରେ ଭଲ ଭାବରେ ମିଶାନ୍ତୁ । ତା’ପରେ ଏହାକୁ ସମସ୍ତ ଚେହେରା ଏବଂ ରଙ୍ଗ ଲଗିଥିବା ଅଞ୍ଚଳରେ ପ୍ରୟୋଗ କରି ଛାଡିଦିଅ । ଯେତେବେଳେ ଏହା ଶୁଖିବା ଆରମ୍ଭ କରେ, ଏହାକୁ ହାଲୁକା ହାତରେ ଘଷନ୍ତୁ । ଏହା ମଧ୍ୟ ରଙ୍ଗ ଛାଡାଇଦେବ ଏବଂ ଚର୍ମର କୌଣସି କ୍ଷତି ହେବ ନାହିଁ ।
ଗହମ ଅଟା ଏକ ପ୍ରାକୃତିକ ସ୍କ୍ରବ୍ ଭାବରେ ବ୍ୟବହାର କରାଯାଇପାରେ । ଏହାକୁ କଞ୍ଚା କ୍ଷୀରରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ତା’ପରେ ଏହି ପେଷ୍ଟକୁ ଚର୍ମରେ ଲଗାନ୍ତୁ ଏବଂ ଛାଡିଦିଅନ୍ତୁ । କିଛି ସମୟ ପରେ ଏହାକୁ ହାଲୁକା ହାତରେ ମାଲିସ୍ କରିବା ପରେ ପାଣିରେ ଧୋଇ ଦିଅନ୍ତୁ । ଚର୍ମରେ ଲଗିଯାଇଥିବା ରଙ୍ଗକୁ ଏହା ସହଜରେ ଛଡାଇ ଦେଇଥାଏ।
ମସୁର ଡାଲି ଏବଂ ବୁଟ ଡାଲି ଗ୍ରାଇଣ୍ଡ କରି ଏକ ପାଉଡର ପ୍ରସ୍ତୁତ କରନ୍ତୁ । ତା’ପରେ ଏହି ପାଉଡରରେ କ୍ଷୀର କିମ୍ବା ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଚର୍ମରେ ଏହି ପେଷ୍ଟ ଲଗାନ୍ତୁ ଏବଂ ଏହାକୁ ଛାଡିଦିଅନ୍ତୁ | ତା’ପରେ ଏହାକୁ ହାଲକା ହାତରେ ଘଷନ୍ତୁ । ଏହି ପେଷ୍ଟର ଚର୍ମରେ ଜମା ହୋଇଥିବା ରଙ୍ଗକୁ ମଧ୍ୟ ହଟାଇ ଦିଏ ଏବଂ ଚେହେରାରେ ମଧ୍ୟ ଉଜ୍ଜ୍ୱଳତା ଆଣିଥାଏ। ତେଣୁ ଏହି ହୋଲିରେ ଭଲ ଭାବେ ରଙ୍ଗ ଖେଳନ୍ତୁ ଏବଂ ଏହି ଘରୋଇ ଉପଚାର ସାହାଯ୍ୟରେ ରଙ୍ଗକୁ ତ୍ବଚାରୁ ଛଡାନ୍ତୁ।