2024 general elections - The Sakala
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି: ଦିନ ୧ଟା ସୁଦ୍ଧା ଭୋଟ ହାର ୩୫.୬୯ ପ୍ରତିଶତ
ଭୁବନେଶ୍ବର: ଚାଲିଛି ଗଣତନ୍ତ୍ରର ମହାପର୍ବ । ଦେଶରେ ଚାଲିଛି ଷଷ୍ଠ ଏବଂ ରାଜ୍ୟରେ ତୃତୀୟ ପର୍ୟ୍ୟାୟ ମତଦାନ। ସମ୍ବଲପୁର, ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି।
ସୂଚନା ଅନୁଯାୟୀ, ଦିନ ୧ ଟା ସୁଦ୍ଧା ରାଜ୍ୟରେ ୩୫.୬୯ ପ୍ରତିଶତ ଭୋଟିଂ ହୋଇଛି। ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ୩୩.୦୧ ଭୋଟିଂ ହୋଇଛି। ସେହିପରି କଟକ-୩୪.୪ ୦%, ଢେଙ୍କାନାଳ- ୩୬%, କେନ୍ଦଝର- ୩୫.୬୩ %, ପୁରୀ- ୩୭.୨୬ % ଓ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ -୩୮.୧୩ ପ୍ରତିଶତ ଭୋଟିଂ ହୋଇଛି।
ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଭୋଟ ଦେବେ ୯୪ ଲକ୍ଷ ୪୮ ହଜାର ଭୋଟର୍, ଅନ୍ଧାରୀ ବିଜେ ରୋକିବାକୁ ସାଇଲେଣ୍ଟ ଆୱାର
ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୪ ଲକ୍ଷ ୪୮ ହଜାର ଭୋଟର୍ ଭୋଟ ଦେବେ। ପୁରୁଷ ଭୋଟରଙ୍କ ସଂଖ୍ୟା ୪୮ଲକ୍ଷ ୩୦ହଜାର ରହିଛି। ୪୬ ଲକ୍ଷ ୧୮ ହଜାର ମହିଳା ଭୋଟର୍ ରହିଛନ୍ତି। ୨୧% ଯୁବ ଭୋଟର୍ ରହିଛନ୍ତି। ଅନ୍ୟପକ୍ଷରେ, ୩ହଜାର ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର୍ ଘରୁ ମତଦାନ କରିଛନ୍ତି।
ମୋଟ ସାଂସଦ ପ୍ରାର୍ଥୀ ହେଲେ ୬୪ ଏବଂ ୩୮୩ ବିଧାୟକ ପ୍ରାର୍ଥୀ ରହିଛନ୍ତି। ମୋଟ ବୁଥ୍ ସଂଖ୍ୟା ୧୦ ହଜାର ୫୫୧। ୨ ହଜାର ମଡେଲ ବୁଥ ବ୍ୟବସ୍ଥା କରାଯାଇଛି। ଏହି ପର୍ଯ୍ୟାୟରେ ସର୍ବାଧିକ ୧୨୧ କମ୍ପାନୀ CAPF ମୁତୟନ ହୋଇଛନ୍ତି। ଅନ୍ଧାରୀ ବିଜେ ରୋକିବାକୁ ସାଇଲେଣ୍ଟ ଆୱାର ଆରମ୍ଭ ହେବ। ସବୁ ହୋଟେଲ ଓ ଗେଷ୍ଟ ହାଉସ ଯାଞ୍ଚ ହେବ। ଯେଭଳି କେହି ବାହାରଲୋର ରହିବେନି। ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। କେନ୍ଦୁଝର ହିଂସା ସମ୍ପର୍କରେ ପ୍ରତିକ୍ରିୟା ଅଧିକ ଫୋର୍ସ ମୁତୟନ ହୋଇଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଛନ୍ତି।
ଭୋଟ୍ ଦେଉଛି ଓଡ଼ିଶା: ଦିନ ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ହୋଇଛି ମତଦାନ
ଭୁବନେଶ୍ବର: ଆଜି ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ଜନତା ମଧ୍ୟ ଜୋରଦାର ମତଦାନ କରୁଛନ୍ତି। ସକାଳୁ ପାଗ ମଧ୍ୟ ଭଲ ରହିଥିବାରୁ ଲୋକମାନେ ମତଦାନ କରିବାକୁ ବହୁ ସଂଖ୍ୟାରେ ଆସୁଛନ୍ତି। ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଦିନ ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ହୋଇଛି ମତଦାନ ହୋଇଛି ।
ଆସ୍କାରେ ୪୬.୨୩ ପ୍ରତିଶତ ମତଦାନ ହୋଇଥିବା ବେଳେ ବରଗଡରେ ୫୩.୮୮ ପ୍ରତିଶତ ମତଦାନ ହୋଇଛି। ବଲାଙ୍ଗୀରରେ ୪୬.୯୬ ପ୍ରତିଶତ ମତଦାନ, କନ୍ଧମାଳରେ ୪୮.୯୩ ପ୍ରତିଶତ ମତଦା ଓ ସୁନ୍ଦରଗଡରେ ୪୮.୯୬ ପ୍ରତିଶତ ଭୋଟିଂ ହୋଇଛି।
ଦ୍ୱିତୀୟ ପର୍ଯ୍ୟାୟରେ- ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଲୋକସଭା କ୍ଷେତ୍ର ଏବଂ ଏହା ଅଧିନରେ ଆସୁଥିବା ୩୫ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ୫ ଲୋକସଭା କ୍ଷେତ୍ର ପାଇଁ ମୋଟ ୪୦ ଜଣ ପ୍ରାର୍ଥୀ ଥିବାବେଳେ ୩୫ଟି ବିଧାନସଭା ଆସନ ପାଇଁ ମୋଟ ୨୬୫ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।
ଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟର ୮୮ ଆସନ ପାଇଁ ଚାଲିଛି ମତଦାନ
ନୂଆଦିଲ୍ଲୀ: ଆଜି ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ମତଦାନ। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୮ ଆସନ ପାଇଁ ମତଦାନ ହେଉଛି। କେରଳର ସମସ୍ତ ୨୦ଟି ଲୋକସଭା ଆସନ ସମେତ କର୍ଣ୍ଣାଟକର ୧୪,ରାଜସ୍ଥାନ ୧୩, ମହାରାଷ୍ଟ୍ର ୮,ଉତ୍ତରପ୍ରଦେଶ ୮,ମଧ୍ୟପ୍ରଦେଶ ୭, ଆସାମ ଓ ବିହାରରେ ପ୍ରତ୍ୟେକ ୫ , ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ପ୍ରତ୍ୟେକ ୩ ଏବଂ ମଣିପୁର, ତ୍ରିପୁରା ଓ ଜମ୍ମ-କାଶ୍ମୀରର ଗୋଟିଏ ଲେଖାଏଁ ଆସନରେ ମତଦାନ ଚାଲିଛି। ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ମଧ୍ୟପ୍ରଦେଶର ବେତୁଲ ଆସନରେ ଭୋଟ୍ ହେଉନାହିଁ।
୮୮ଟି ଆସନ ମଧ୍ୟରେ ଉତ୍ତରପ୍ରଦେଶର ମଥୁରା ଏବଂ କେରଳର ୱାଏନାଡ ଆସନ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି। ମଥୁରା ଆସନରେ ବିଜେପି ପ୍ରାର୍ଥୀ ଭାବେ ସାଂସଦ ହେମାମାଳିନୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ୱାଏନାଡ୍‌ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଅନ୍ୟ ପ୍ରମୁଖ ଆସନ ମଧ୍ୟରେ କେରଳର ତିରୁଅନନ୍ତପୁରମ ଆସନ ଏବଂ ଉତ୍ତରପ୍ରଦେଶର ମିରଟ ଆସନ ରହିଛି। ତିରୁଅନନ୍ତପୁରମରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସହ କଂଗ୍ରେସ ପ୍ରାର୍ଥୀ ଶଶି ଥରୁର ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେହିପରି ମିରଟରେ ବିଜେପି ପ୍ରାର୍ଥୀ ଭାବେ ରାମାୟଣ ସିରିଅଲର ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କର୍ଣ୍ଣାଟକର ମାଣ୍ଡ୍ୟ ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ ଏବଂ ବିହାରର ପୁର୍ଣ୍ଣିଆ ଆସନରେ ପପୁ ଯାଦବ ସ୍ବାଧୀନ ଭାବେ ଲଢୁଥିବାରୁ ଏହି ଦୁଇ ଆସନ ମଧ୍ୟ ସମସ୍ତଙ୍କ ନଜରରେ ରହିଛି।
୨୦୨୪ ନିର୍ବାଚନ: ପୁଅଙ୍କ ପ୍ରଚାର ରଥରେ ବାପା ସାରଥୀ, ବାପାଙ୍କ ସହ ପ୍ରଚାର ମଇଦାନରେ ପୁଅ
-ପାଟକୁରାରେ ପୁଅ ଅରବିନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ବିଜୟ
-ବୀରମିତ୍ରପୁରରେ ଯୋଶେଫ ପାଇଁ ମଇଦାନରେ ଜର୍ଜ
-ପୁଅ ସମରେନ୍ଦ୍ର ପାଇଁ ନରସିଂହଙ୍କ ପ୍ରଚାର ଆରମ୍ଭ
-ଅଭିନନ୍ଦନଙ୍କ ପାଇଁ ପ୍ରଚାର ମଇଦାନରେ ବସନ୍ତ ପଣ୍ଡା
-ପୁଅଙ୍କ ପାଇଁ ମଙ୍ଗଳା, ଉଷା ଦେବୀ ବି କରୁଛନ୍ତି ପ୍ରଚାର
-ବାପାଙ୍କ ସହ ପ୍ରଚାର ମଇଦାନରେ ସୌଭିକ, ଦେବୀ
ଭୁବନେଶ୍ୱର: ୨୦୨୪ ନିର୍ବାଚନ ବହୁ ପୁରୁଖା ନେତାଙ୍କ ପାଇଁ ହୁଏତ ଶେଷ ନିର୍ବାଚନ। ଅନ୍ୟ ପକ୍ଷରେ ଅନେକ ପୁରୁଖା ଓ ବୟସ୍କ ନେତା ଆଗାମୀ ନିର୍ବାଚନରେ ପୁଅ ପାଇଁ ଛାଡ଼ିଛନ୍ତି ବାଟ। ନିଜେ ପ୍ରତିଦ୍ୱନ୍ଦ୍ୱିତା ନ କରି ପ୍ରତ୍ୟକ୍ଷ ରାଜନୀତିର ସନ୍ୟାସ ନେଇ ପୁଅକୁ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ଅତୀତରେ ଅର୍ଥାତ୍‌‌ ୨୦୧୯ ନିର୍ବାଚନରେ ଏପରି ବହୁ ଘଟଣା ଘଟିଥିଲା, ଏବେ ତାହାର ପୁନରାବୃତ୍ତି ଘଟିଛି। ୨୦୧୯ ନିର୍ବାଚନରେ ବାପାଙ୍କ ବଦଳରେ ନିର୍ବାଚନ ଲଢ଼ି ବହୁ ଆସନରେ ପୁଅମାନେ ବିଜୟୀ ହୋଇଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ଏହି ତାଲିକାରେ ଆଉ କିଛି ନାଁ ଯୋଡ଼ି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଭେଟେରାନ୍‌‌ ବାପାମାନେ ପିଲାମାନଙ୍କ ଭବିଷ ସଂଗଠନକୁ ଲଗାଇ ନେଜେ ୪୦ ଡିଗ୍ରୀ ଖାତିର ନ କରି ପୁଅଙ୍କ ରଥରେ ବାପାମାନେ ସାରଥୀ ସାଜିଛନ୍ତି।
ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ପାଟକୁରା ଆସନରୁ ବିଜେଡି ପ୍ରାର୍ଥୀ କରିଛି। ଅରବିନ୍ଦ ପାଟକୁରାରେ ଲୋକଙ୍କ ପାଖକୁ ଯାଇ ଭୋଟ୍‌‌ ଭିକ୍ଷା ଆରମ୍ଭ କରି ଦେଇଛନ୍ତି। ନୂଆକରି ରାଜନୀତିରେ ପାଦ ଦେଇଥିବା ଅରବିନ୍ଦଙ୍କ ପଛରେ ରହି ରାଜନୀତିର ଗୋଟି ଚଳାଉଛନ୍ତି ବାପା ବିଜୟ। ମହାଙ୍ଗାରେ ମଧ୍ୟ ଅନୁରୂପ ସ୍ଥିତି ଉତ୍ପନ୍ନ ହୋଇଛି। ବିଜେଡିର ଟାଣୁଆ ନେତା ପ୍ରତାପ ଜେନା ପୁଅ ଅଙ୍କିତଙ୍କ ବିଜୟର ନକ୍ସା କାଟୁଛନ୍ତି। ଚଳିତ ନିର୍ବାଚନରେ ବିଜେଡି ପ୍ରତାପଙ୍କ ସ୍ଥାନରେ ତାଙ୍କ ପୁଅ ଅଙ୍କିତଙ୍କୁ ପ୍ରାର୍ଥୀ କରିଛି। ତେଣୁ ପୁଅ କିପରି ମାହାଙ୍ଗାରେ ବିଜୟ ବୈଜୟନ୍ତୀ ଉଡ଼ାଇବ ସେଥିପାଇଁ ପ୍ରତାପ କାର୍ଯ୍ୟ ଚଳାଇଛନ୍ତି। କେବଳ ମାହାଙ୍ଗା ବିଧାନସଭା ନୁହେଁ, କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡିର ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ପ୍ରତାପ।
ବଲାଙ୍ଗିରରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ତାଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ପ୍ରଚାର ମଙ୍ଗ ଧରିବା ସହ ବଲାଙ୍ଗିରରେ ତାଙ୍କର ପୁରୁଣା ସଂଗଠନକୁ ସକ୍ରିୟ କରାଇଛନ୍ତି। ନିଜେ ପୁଅଙ୍କ ସମର୍ଥନରେ ଭୋଟ୍‌‌ ମା ଗିବା ସହ ପୁଅଙ୍କୁ ବିଜୟ ଶିରପା ପିନ୍ଧାଇବା ପାଇଁ ଅହରହ ପରିଶ୍ରମ କରୁଛନ୍ତି। ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ବଦଳରେ ତାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ବିଜେପି ନୂଆପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିବାରୁ ସେ ତାଙ୍କ ପୁଅ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି। ସେହିପରି ବରିଷ୍ଠ ନେତା ମଙ୍ଗଳା କିସାନଙ୍କ ପୁଅ ଅନୀଲ୍‌‌ ବରୁଆ, ଜର୍ଜ ତିର୍କୀଙ୍କ ପୁଅ ରୋହିତ ଜୋସେଫ୍‌‌ ତିର୍କୀ, ଭକ୍ତ ଦାସଙ୍କ ପୁ୍‌‌ଅ ସାଗର ଦାସ ପ୍ରମୁଖଙ୍କ ପ୍ରାର୍ଥୀ ହୋଇଥିବାରୁ ସେମାନଙ୍କ ପାଇଁ ବାପାମାନେ ବି ପ୍ରଚାରରେ ବାହାରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ଊଷା ଦେବୀଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବଙ୍କୁ ଚିକିଟି ଆସନରୁ ବିଜେଡି ପ୍ରାର୍ଥୀ କରିଛି। ଏଠାରେ ନିଜଙ୍କୁ ପୁଅଙ୍କୁ ବିଜୟୀ କରିବା ପାଇଁ ମନ୍ତ୍ରୀ ଊଷା ଦେବୀ ରଣନୀତି ପ୍ରସ୍ତୁତ କରିଛନ୍ତି। ସେହିପରି ଝିଅ ପାଇଁ କଂଗ୍ରେସ ନେତା ଭୁଜବଳ ମାଝି ମଧ୍ୟ ପ୍ରଚାର କରୁଥିବା ଦେଖାଯାଇଛି।
ଏହି ଯୁବନେତାମାନଙ୍କ ବ୍ୟତୀତ ଗତ ନିର୍ବାଚନରେ ବାପାଙ୍କ ସ୍ଥାନରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ନିଜ ବାପାଙ୍କ ସହ ପ୍ରଚାର କରୁଥିବା ଦେଖାଯାଇଛି। ଗତ ନିର୍ବାଚନରେ ଏହି ୨ ଯୁବ ବିଧାୟକଙ୍କ ବିଜୟ ପଛରେ ସେମାନଙ୍କ ବାପା ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳ ପ୍ରମୁଖ ବଡ଼ ଭୂମିକା ନେଇଥିଲେ। ଚଳିତ ନିର୍ବାଚନରେ ମଧ୍ୟ ଦୁଇ ପ୍ରଭାତ ନିଜ ପିଲାମାନଙ୍କ ପାଇଁ ପ୍ରଚାର ଚଳାଇଥିବା ଦେଖାଯାଉଛି।
ବଲାଙ୍ଗିର ରାଜନୀତିରେ ରୋଚକ ମୋଡ଼: ଏଥର ‘ରୟାଲ’ ନୁହେଁ, ‘ରିଅଲ୍‌’ ଫାଇଟ୍‌
ବଲାଙ୍ଗିର: ଚଳିତ ନିର୍ବାଚନରେ ବି ବଲାଙ୍ଗିରବାସୀ ରୟାଲ ଫାଇଟ୍‌ ବଦଳରେ ରିଅଲ୍‌ ଫାଇଟ୍‌ ଦେଖିବାକୁ ପାଇବେ। ରାଜ ପରିବାର ବନାମ ପ୍ରଜା ଲଢ଼େଇ। ପୂର୍ବରୁ ରାଜପରିବାରର ସଦସ୍ୟମାନେ ପରସ୍ପର ସହ ମୁହାଁମୁହିଁ ହେଉଥିଲେ, କିନ୍ତୁ ଏଥର ଅନ୍ୟମାନଙ୍କ ସହ ହେବ ଲଢ଼େଇ। ଗୋଟିଏପଟେ ରାଜ ପତିଆରା ଆଉ ଅନ୍ୟପଟେ ପ୍ରଜା ସ୍ୱାଭିମାନ। ବଲାଙ୍ଗିର ଲୋକସଭା, ସଦର ବିଧାନସଭା ଓ ପାଟଣାଗଡ଼ରେ ବଲାଙ୍ଗିରବାସୀ ଏଥର ଏମିତି ଏକ ଲଢ଼େଇ ଦେଖିବାକୁ ପାଇବେ।
ଗତ ନିର୍ବାଚନଗୁଡ଼ିକରେ ବଲାଙ୍ଗିର ଲୋକସଭା ଆସନ ପାଇଁ ଦିଅର-ଭାଉଜ ମୁହାଁମୁହିଁ ହେଉଥିଲେ। ବିଶେଷକରି କଳିକେଶ ସିଂହଦେଓ ଓ ସଙ୍ଗୀତା ସିଂହଦେଓଙ୍କ ମଧ୍ୟରେ ଆମ୍ନାସାମ୍ନା ହୋଇଥାଏ। ଚଳିତ ନିର୍ବାଚନରେ କିନ୍ତୁ ସମୀକରଣ ବଦଳିଛି। ଏଥର କଳିକେଶ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ତେଣୁ ସଙ୍ଗୀତାଙ୍କୁ ସାମ୍ନା କରିବା ପାଇଁ ସୁରେନ୍ଦ୍ର ସିଂ ଭୋଇ ଓ ମନୋଜ ମିଶ୍ର ମଇଦାନକୁ ଓହ୍ଲାଇଛନ୍ତି। ସେହିପରି କଳିକେଶଙ୍କ ଲଢ଼େଇ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ରଙ୍କ ସହ ହେଉଥିବା ବେଳେ ବଡ଼ ଲଢ଼େଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ, କନକ ବର୍ଦ୍ଧନଙ୍କ ବିରୋଧରେ ସରୋଜ ମେହେର ଓ ଅନୀଲ ମେହେର ନିର୍ବାଚନ ଲଢ଼ୁଥିବା ବେଳେ ଏହି ଆସନରେ କନକ ପ୍ରତ୍ୟାବର୍ତ୍ତନ କରିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଏହି ଆସନଗୁଡ଼ିକରେ ରାଜପରିବାର ସଦସ୍ୟଙ୍କ ବିରୋଧରେ ସାଧାରଣ ପରିବାରର ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି, ଯାହାକି ଗଣତନ୍ତ୍ରର ସୁନ୍ଦରତା ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।
ଗଡ଼ଜାତ ଅମଳର ପାଟଣା ରାଜ୍ୟ ତଥା ବର୍ତ୍ତମାନର ବଲାଙ୍ଗିର ଜିଲ୍ଲାରେ ସବୁବେଳେ ରୋଚକ ନିର୍ବାଚନ ଦେଖିବାକୁ ମିଳିଥାଏ। ବଲାଙ୍ଗିରରେ ଏବେ ବି ରାଜପରିବାର ଦାୟାଦ ରାଜନୀତିରେ ବେଶ୍‌‌ ସକ୍ରିୟ ରହିଥିବା ବେଳେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥା’ନ୍ତି। ଏହି ପରିବାରର ଅନ୍ୟତମ ସଦସ୍ୟ ରାଜେନ୍ଦ୍ର ନାରାୟଣ ସିଂହଦେଓ ଦିନେ ମୁଖ୍ୟମନ୍ତ୍ରୀ ପଦରେ ବି ଅଭିଷିକ୍ତ ହୋଇଥିଲେ। ତାଙ୍କ ପରିବାରର ସଦସ୍ୟମାନେ ରାଜ୍ୟ ତଥା ଜାତୀୟ ରାଜନୀତିରେ ଏବେ ବି ସକ୍ରିୟ ରହିଛନ୍ତି। ଅନଙ୍ଗ ଉଦୟ ସିଂହଦେଓ, ସଙ୍ଗୀତା କୁମାରୀ ସିଂହଦେଓ, କନକବର୍ଦ୍ଧନ ସିଂହଦେଓ, ପ୍ରକୃତି କୁମାରୀ ସିଂହଦେଓ, ଅର୍କେଶ ନାରାୟଣ ସିଂହଦେଓ ପ୍ରମୁଖ ରାଜନୀତିରେ ରହିଛନ୍ତି। କେବଳ ଅର୍କେଶ ସିଂହଦେଓ ଓ ପ୍ରକୃତି କୁମାରୀ ସିଂହଦେଓ ପାୱାର ଉପଭୋଗ କରି ନଥିବା ବେଳେ ଅନ୍ୟ ଚାରିଜଣ ରାଜନୀତିରେ ସଫଳତା ପାଇଛନ୍ତି।
କନକ ବର୍ଦ୍ଧନ ସିଂହଦେଓ ୧୯୯୫ରୁ ୨୦୧୪ ନିର୍ବାଚନ ପର୍ଯ୍ୟନ୍ତ ଲଗାତାର ପାଞ୍ଚଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟ ମନ୍ତ୍ରିମଣ୍ଡଳରେ ମଧ୍ୟ ସ୍ଥାନ ପାଇଥିବା ବେଳେ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ମଧ୍ୟ ନିର୍ବାହ କରିଛନ୍ତି। ତାଙ୍କ ଧର୍ମପତ୍ନୀ ସଙ୍ଗୀତା କୁମାରୀ ସିଂହଦେଓ ବିଧାନସଭା ଓ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଶ୍ରୀମତୀ ସିଂହଦେଓ ୧୯୯୮, ୧୯୯୯, ୨୦୦୦, ୨୦୧୪ରେ ସାଂସଦ ଭାବେ ବଲାଙ୍ଗିରରୁ ନିର୍ବାଚିତ ହୋଇଛନ୍ତି। ସେହିପରି ଅନଙ୍ଗ ଉଦୟ ସିଂହଦେଓ ହେଉଛନ୍ତି ରାଜ୍ୟ ରାଜନୀତିର ଆଉ ଏକ ପରିଚିତ ଚେହେରା। ସେ ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ ଲଗାତାର ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ରାଜ୍ୟ ମନ୍ତ୍ରିମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିବା ସହ ରାଜ୍ୟସଭା ସାଂସଦ ମଧ୍ୟ ରହିସାରିଛନ୍ତି। ତାଙ୍କ ପୁଅ ଅର୍କେଶ ନାରାୟଣ ସିଂହଦେଓ ଗତ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ସେ ପରାଜିତ ହୋଇଥିଲେ। ଚଳିତଥର ତାଙ୍କୁ ଦଳ ଟିକଟ ଦେଇନାହିଁ। ଏହି ଭିତରେ ପାଟଣାଗଡ଼ରୁ କନକ ବର୍ଦ୍ଧନ ସିଂହଦେଓଙ୍କ ବିରୋଧରେ ଦୁଇ ଥର ନିର୍ବାଚନ ଲଢ଼ିଥିଲେ ଆଉ ଜଣେ ରାଜ ପରିବାରର ସଦସ୍ୟା ପ୍ରକୃତି କୁମାରୀ ସିଂହଦେଓ। ସେ ପରାଜିତ ହେବା ପରେ ଆଉ ତାଙ୍କୁ ରାଜନୀତିରେ ସେତେଟା ଦେଖିବାକୁ ମିଳିନାହିଁ। ଦିନେ ରାଜପରିବାରର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ଆସନରେ କେହି ନଜର ପକାଉନଥିଲେ। କାହିଁକି ନା ତାଙ୍କ ପତିଆରା ଆଗରେ ଜିତିବା ମୁସ୍କିଲ ଥିଲା। କିନ୍ତୁ ଆଜିର ଦିନରେ ରାଜ ପରିବାର ସଦସ୍ୟଙ୍କୁ କଡ଼ା ଟକ୍କର୍‌ର ସାମ୍ନା କରିବାକୁ ପଡ଼ୁଛି। ତଥାପି ଲୋକଙ୍କ ମଧ୍ୟରେ ତାଙ୍କ ପ୍ରତି ରହିଥିବା ସମ୍ମାନ, ପତିଆରା ଆଜି ବି ଅକ୍ଷୁଣ୍ଣ ଥିବା ଆଲୋଚନା ହେଉଛି।
ନବରଙ୍ଗପୁର: ଚଳିତ ୨୦୨୪ ନିର୍ବାଚନରେ ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଖୁଡ଼ୀ-ପୁତୁରା ମଧ୍ୟରେ ହେବ ଲଢ଼େଇ। କଂଗ୍ରେସ ପକ୍ଷରୁ ଲଢ଼ି ୯ ଥର ସାଂସଦ ହୋଇ ଇତିହାସ ରଚିଥିବା ସ୍ବର୍ଗତ ଖଗପତି ପ୍ରଧାନୀଙ୍କ ସାନ ଭାଇ ତଥା ନବରଙ୍ଗପୁର ଜିଲ୍ଲାର ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ବର୍ଗତ ଗୋପୀନାଥ ପ୍ରଧାନୀଙ୍କ ପୁଅ ହେଉଛନ୍ତି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ। ସଦାଶିବଙ୍କ ସ୍ତ୍ରୀ କୌଶଲ୍ୟା ପ୍ରଧାନୀ ଏଥର ବିଜେଡିର ବିଧାୟିକା ପ୍ରାର୍ଥୀ। ଅନ୍ୟପଟେ ସ୍ବର୍ଗତ ଖଗପତି ପ୍ରଧାନୀଙ୍କ ପୁଅ ତଥା ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ପ୍ରଧାନୀଙ୍କ ପୁଅ ହେଉଛନ୍ତି ଏଥରର କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀ। ତେଣୁ ନବରଙ୍ଗପୁର ଆସନ ଏଥର ଖୁଡ଼ୀ-ପୁତୁରାଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ଯାଉଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।
୨୦୧୯ରେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ ସଦାଶିବ ପ୍ରଧାନୀ। ପ୍ରଥମଥର ନିର୍ବାଚନ ଲଢ଼ି ନିର୍ବାଚନରେ ନବରଙ୍ଗପୁର ବିଧାୟକ ଭାବେ ବିଜୟୀ ହୋଇଥିଲେ। ଏଥର କିନ୍ତୁ ବିଜେଡି ତାଙ୍କୁ ଟିକଟ ନ ଦେଇ ତାଙ୍କ ଧର୍ମପତ୍ନୀ କୌଶଲ୍ୟାଙ୍କ ଉପରେ ଭରସା କରିଛି। ଅନ୍ୟପଟେ ୨୦୨୨ ପଞ୍ଚାୟତ ନିର୍ବାଚନରେ ପାତ୍ରପୁଟ ସମିତି ସଭ୍ୟ ଭାବେ ଲଢ଼ି ବିଜୟୀ ହୋଇଥିଲେ ଦିଲ୍ଲୀପ ପ୍ରଧାନୀ। ପରବର୍ତ୍ତୀ ସମୟରେ ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଆଶାୟୀ ରହି ଗୋଟିଚାଳନା କରିଥିଲେ। କିନ୍ତୁ ଅଙ୍କ ତାଙ୍କର ସାଥ୍‌ ଦେଇନଥିଲେ। ସେବେଠାରୁ ଦିଲ୍ଲୀପ ନବରଙ୍ଗପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ମନସ୍ଥ କରିଥିଲେ। ଏବେ ସେ କଂଗ୍ରେସ ପକ୍ଷରୁ ନବରଙ୍ଗପୁର ବିଧାନସଭା ପ୍ରାର୍ଥୀ ଭାବରେ ଲଢ଼େଇ କରୁଛନ୍ତି। ଗୋଟିଏ ପରିବାରର ଖୁଡ଼ୀ-ପୁତୁରା ଦୁଇ ନୂଆ ମୁହଁ ପ୍ରମୁଖ ଦୁଇ ଦଳର ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବା ଏକପ୍ରକାର ରୋଚକ ହେବ ବୋଲି କୁହାଯାଉଛି।
୪୯ ବିଧାନସଭା ଓ ୮ ଲୋକସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ଭୁବନେଶ୍ବର: ଶେଷରେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ୪୯ ବିଧାନସଭା ଏବଂ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।
ବରଗଡ଼ ଲୋକସଭା ଆସନରୁ ସଞ୍ଜୟ ଭୋଇଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ସେହିପରି ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗୀରରୁ ମନୋଜ ମିଶ୍ର, କଳାହାଣ୍ଡି ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମୀର ଚନ୍ଦ୍ର ନାୟକ, ବ୍ରହ୍ମପୁରରୁ ରଶ୍ମୀ ରଞ୍ଜନ ପଟ୍ଟନାୟକ ଓ କୋରାପୁଟ ଲୋକସଭା ଆସନରୁ ସପ୍ତଗିରି ଉଲ୍ଲାକାଙ୍କ ଉପରେ ଭରସା କରିଛି କଂଗ୍ରେସ।
ସେହିପରି ବିଧାନସଭା ପାଇଁ,
ନୂଆପଡ଼ାରୁ- ପିସିସି ସଭାପତି ଶରତ ପଟ୍ଟନାୟକ
ସାନଖେମୁଣ୍ଡି- ରମେଶ ଜେନା,
ଚିକିଟି- ରବୀନ୍ଦ୍ର ଦ୍ୟାନସାମନ୍ତରାୟ
ମୋହନା- ଦାଶରଥୀ ଗମାଙ୍ଗ
ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ
ଗୁଣପୁର- ସତ୍ୟଜିତ ଗମାଙ୍ଗ
ବିଷମକଟକ- ନୀଳମାଧବ ହିକକା
ରାୟଗଡ଼ା- ଆପଲସ୍ବାମୀ କାଡ୍ରାକା
ଲକ୍ଷ୍ମୀପୁର- ପବିତ୍ର ସାଉଁନ୍ତା
କୋଟପାଡ଼- ଅନାମ ଦିଆନ
ଜୟପୁର- ତାରା ବାହିନୀପତି
କୋରାପୁଟ- କୃଷ୍ଣଚନ୍ଦ୍ର କୁଳଦୀପ
ପଟାଙ୍ଗୀ- ରାମଚନ୍ଦ୍ର କାଡ଼ାମ
ମାଲକାନଗିରି- ମାଲା ମାଢ଼ୀ
ଚିତ୍ରକୋଣ୍ଡା- ମଙ୍ଗୁ ଖିଲ
ପଦ୍ମପୁର- ଟଙ୍କଧର ସାହୁ
ବିଜେପୁର- କିଶୋର ଦଫାଦାର
ବରଗଡ଼- ନିପନ ଦାସ
ଭଟଲୀ- ବ୍ରହ୍ମା ମହାକୁଡ଼
ବ୍ରଜରାଜନଗର- କିଶୋର ପଟେଲ
ତଳସରା- ପ୍ରବୋଧ ତିର୍କୀ
ସୁନ୍ଦରଗଡ଼- ସୁଧାରାଣୀ ରାଉଡ଼ିଆ
ରଘୁନାଥପାଲୀ- ଗୋପାଳ ଦାସ
ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ
ରାଜଗାଙ୍ଗପୁର- ରାଜନ ଏକ୍କା
ଲୋଇସିଂହା- ଓମ୍‌ ପ୍ରକାଶ କୁମ୍ଭାର
ପାଟଣାଗଡ଼- ଅନୀଲ ମେହେର
ବଲାଙ୍ଗିର- ସମରେନ୍ଦ୍ର ମିଶ୍ର
କଣ୍ଟାବାଂଜି- ସନ୍ତୋଷ ସିଂ ସାଲୁଜା
ଉମରକୋଟ- ସନରାଜ ଗଣ୍ଡ
ଝରିଗାଁ- ହାରାବତୀ ଗଣ୍ଡ
ନବରଙ୍ଗପୁର- ଦିଲୀପ ପ୍ରଧାନୀ
ଡାବୁଗାଁ- ଲିପିକା ମାଝୀ
ଲାଞ୍ଜିଗଡ଼- ବଳଭଦ୍ର ମାଝୀ
ଜୁନାଗଡ଼- ତୁଳେଶ୍ବର ନାଏକ
ଧର୍ମଗଡ଼- ରଶ୍ମୀରେଖା ରାଉତ
ଭବାନୀପାଟଣା- ସାଗର ଦାସ
ନର୍ଲା- ଭକ୍ତ ଚରଣ ଦାସ
ବାଲିଗୁଡ଼ା- ସୁରଦ ପ୍ରଧାନ
ଜି.ଉଦୟଗିରି- ପ୍ରଫୁଲ୍ଲ ପ୍ରଧାନ
ଫୁଲବାଣୀ- ପ୍ରତିଭା କହଁର
କଣ୍ଟାମାଳ- ମନୋଜ ଆଚାର୍ଯ୍ୟ
ବୌଦ୍ଧ- ନବ ମିଶ୍ର
ଭଂଜନଗର- ପ୍ରଶାନ୍ତ ବିଷୋୟୀ
ପୋଲସରା- ଅଗସ୍ତୀ ବରଦା
କବିସୂର୍ଯ୍ୟନଗର- ଚିରଂଜୀବ ବିଷୋୟୀ
ସୋରଡ଼ା- ହରିକ୍ରିଷ୍ଣା ରଥ
୨୦୨୪ ସାଧାରଣ ନିର୍ବାଚନରେ ମହିଳା ଭୋଟର୍‌ଙ୍କ ଶକ୍ତିର ସାକ୍ଷୀ ହେବ ଓଡ଼ିଶା
ଭୁବନେଶ୍ୱର: ଗଣତନ୍ତ୍ରର ମହାପର୍ବରେ ବଢ଼଼ୁଛି ମହିଳା ଭୋଟର୍‌ଙ୍କ ଭାଗୀଦାରି। ଗୋଟିଏପଟେ ପୁରୁଷ ଓ ମହିଳା ଭୋଟର୍‌ଙ୍କ ମଧ୍ୟରେ ତାରତମ୍ୟ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ଅଧିକରୁ ଅଧିକ ସଂଖ୍ୟକ ମହିଳା ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚୁଛନ୍ତି। ଏପରିସ୍ଥଳେ ୨୦୨୪ ସାଧାରଣ ନିର୍ବାଚନରେ ମହିଳା ଭୋଟର୍‌ଙ୍କ ଶକ୍ତିର ସାକ୍ଷୀ ହେବ ଓଡ଼ିଶା।
ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷ ଭୋଟର୍‌ଙ୍କ ସଂଖ୍ୟା ଅଧିକ ରହିଥାଏ। ତେବେ ସଚେତନତା ବୃଦ୍ଧି ହେଉ ଅବା ଭୋଟଦାନର ମୂଲ୍ୟବୋଧ, ଅଧିକରୁ ଅଧିକ ମହିଳା ମତଦାନ ପାଇଁ ଆସୁଛନ୍ତି। ଆଗାମୀ ନିର୍ବାଚନରେ ମହିଳା ଭୋଟର୍‌ମାନଙ୍କୁ ଆକୃଷ୍ଟ କରିବା ପାଇଁ ଭାରତୀୟ ନିର୍ବାଚନ କମିସନ (ଇସିଆଇ) ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଏଥର ଓଡ଼ିଶାରେ ପ୍ରାୟ ୪ହଜାର ବୁଥ୍‌‌ ପରିଚାଳନା ଦାୟିତ୍ୱରେ କେବଳ ମହିଳାମାନଙ୍କୁ ନିୟୋଜିତ କରାଯିବ। ସେହିପରି ୭୦୦ ମତଦାନ କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଯୁବକଯୁବତୀ ରହିଥିବା ବେଳେ ୭୦୦ଟି ଆଦର୍ଶ ମତଦାନ କେନ୍ଦ୍ର ଚିହ୍ନଟ କରାଯାଇଛି। ମହିଳା ଭୋଟର୍‌ମାନଙ୍କୁ ଆକୃଷ୍ଟ କରିବା ଲାଗି ‘ସକ୍ଷୀ’ ବୁଥ୍‌‌ ସ୍ଥାପନ କରାଯିବ। ୨୦୧୯ ନିର୍ବାଚନରେ ଯେଉଁସବୁ ଅଞ୍ଚଳରେ ମହିଳା ମତଦାନ ହାର କମ୍‌‌ ରହିଥିଲା, ସେଠାରେ ସକ୍ଷୀ ବୁଥ୍‌‌ ସ୍ଥାପନ କରାଯିବ। ହାଦ୍ୱାରା ମହିଳା ଭୋଟରମାନଙ୍କ ମଧ୍ୟରେ ଅତ୍ମବିଶ୍ୱାସ ବଢ଼଼ିବ ଆଉ ସେମାନେ ମଧ୍ୟ ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଆସିବେ। ମହିଳା ବୁଥ୍‌‌ରେ ମହିଳା କର୍ମଚାରୀମାନେ ଓଡ଼ିଶା ହସ୍ତତନ୍ତ ପ୍ରସ୍ତୁତ ପୋଷାକ ପିନ୍ଧିବେ।
ହସ୍ତଗତ ସୂଚନା ଅନୁସାରେ, ପ୍ରତି ଜିଲ୍ଲାରେ ଅନ୍ୟୁନ ୨୦% ଆଦର୍ଶ ମତଦାନ କେନ୍ଦ୍ର ରହିବ। ଏସବୁ ବୁଥ୍‌‌ ଯୁବଗୋଷ୍ଠୀ ଓ ଦିବ୍ୟାଙ୍ଗମାନେ ପରିଚାଳନା କରିବେ। ସେହିପରି ଅନ୍ୟୁନ ୧୦% ସକ୍ଷୀ ବୁଥ୍‌‌ ପ୍ରତିଷ୍ଠା କରାଯିବ, ଯାହାକୁ କେବଳ ମହିଳା କର୍ମଚାରୀମାନେ ପରିଚାଳନା କରିବେ।
ଆଗାମୀ ନିର୍ବାଚନରେ ମହିଳା ଭୋଟର୍‌ମାନେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବେ ବୋଲି ଚର୍ଚ୍ଚା ଜୋର୍‌‌ ଧରିଥିବା ବେଳେ ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ଉତ୍ସାହଜନକ ରହିଛି। ରାଜ୍ୟରେ କ୍ରମାଗତ ଭାବେ ପୁରୁଷ-ମହିଳା ଭୋଟର ତାରତମ୍ୟ ହ୍ରାସ ପାଇବାରେ ଲାଗିଛି। ୨୦୨୪ ଭୋଟର ତାଲିକା ଅନୁସାରେ ରାଜ୍ୟରେ ପ୍ରତି ୧ ହଜାର ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟର୍‌ଙ୍କ ସଂଖ୍ୟା ହେଉଛି ୯୭୨। ୨୦୨୩ରେ ଏହି ସଂଖ୍ୟା ୯୬୧ ଥିବା ବେଳେ ୨୦୧୯ରେ ୯୪୬ ଓ ୨୦୧୪ରେ ୯୨୨ ରହିଥିଲା। ୨୦୨୯ ଓ ୨୦୨୪ ମଧ୍ୟରେ ଲିଙ୍ଗଗତ ତାରତମ୍ୟ ୩୬ ପଏଣ୍ଟ ହ୍ରାସ ପାଇଛି। ତେବେ ନୂଆ ଭୋଟର୍‌ ତାଲିକା ଅନୁସାରେ, ରାଜ୍ୟର ୪୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପୁରୁଷ ଭୋଟର୍‌ଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ରାଜ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧.୬୮କୋଟି ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୧.୬୪ କୋଟି। ୧୮-୧୯ ବର୍ଷ ମଧ୍ୟରେ ସମୁଦାୟ ଭୋଟର୍‌ଙ୍କ ସଂଖ୍ୟା ୭.୫୫ ଲକ୍ଷ ଥିବା ବେଳେ ସେଥିରୁ ମହିଳାଙ୍କ ସଂଖ୍ୟା ହେଉଛି ୩.୪ ଲକ୍ଷ। ଗତବର୍ଷ ଅକ୍ଟୋବର ୨୭ ତାରିଖ ପରେ ଓଡ଼ିଶାରେ ୧୮-୧୯ବର୍ଷ ମଧ୍ୟରେ ୪.୭ଲକ୍ଷ ନୂଆ ଭୋଟର୍‌ ଯୋଡ଼ି ହୋଇଛନ୍ତି। ଏହି ବର୍ଗର ଭୋଟର୍‌ଙ୍କ ମଧ୍ୟରେ ପୁରୁଷ ଓ ମହିଳା ଅନୁପାତ ୭୩୯ରୁ ୮୩୭କୁ ବୃଦ୍ଧି ପାଇଛି।