Champua - The Sakala

ଭିଜିଲାନ୍ସ ଜାଲରେ ଚମ୍ପୁଆ ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ, ଜଣେ ଲ୍ୟାମ୍ପସ ଅଧିକାରୀଙ୍କଠାରୁ ୧୫ ହଜାର ଲାଞ୍ଚ ନେଉଥିଲେ
କେନ୍ଦୁଝର: ଭିଜିଲାନ୍ସ ଜାଲରେ ଚମ୍ପୁଆ ଉପଖଣ୍ଡର ସହକାରୀ ଯୋଗାଣ ଅଧିକାରୀ । ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧୁମାରାମ ହେମ୍ରମଙ୍କୁ ମାଡିବସିଲା ଭିଜିଲାନ୍ସ ଟିମ୍ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡର ସହକାରୀ ଯୋଗାଣ ଅଧିକାରୀ (ACSO) ଧୁମାରାମ ମୁର୍ମୁ ଧାନକିଣା କାରବାରରେ ଏକ ସ୍ଥାନୀୟ ଲ୍ୟାମ୍ପ୍ସ (LAMPCS) ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।

ଧାନ କିଣା ପ୍ରକ୍ରିୟା ସମ୍ବନ୍ଧୀୟ ଫାଇଲଗୁଡ଼ିକୁ କ୍ଲିଅର୍ ବା ଅନୁମୋଦନ କରିବା ପାଇଁ ଧୁମାରାମ ମୁର୍ମୁ ନିଜ କାର୍ଯ୍ୟାଳୟରେ ଏହି ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ସ୍ଥାନୀୟ ଲ୍ୟାମ୍ପ୍ସ ଇନଚାର୍ଜ ଭିଜିଲାନ୍ସ ବିଭାଗକୁ ପୂର୍ବରୁ ସୂଚନା ଦେଇଥିଲେ। ଯୋଜନା ମୁତାବକ, ଅଧିକାରୀ ଜଣକ ନିଜ ଅଫିସ୍‌ରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ରଙ୍ଗେ ହାତରେ ଧରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୧୫ ହଜାର ଟଙ୍କା ଜବତ କରାଯାଇଛି।

ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ମୁର୍ମୁ ଅନ୍ୟ ଧାନ କିଣା କେନ୍ଦ୍ରଗୁଡ଼ିକରୁ ମଧ୍ୟ ନିୟମିତ ଭାବେ ଲାଞ୍ଚ ଆଦାୟ କରୁଥିବା ନେଇ ଅଭିଯୋଗ ରହିଛି। ଏହି ଗିରଫଦାରୀ ପରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ସନ୍ଦେହରେ ଭିଜିଲାନ୍ସ ଟିମ୍ ତାଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ଏକକାଳୀନ ଚଢ଼ାଉ କରିଛି।

OISF ଯବାନଙ୍କୁ ନେଇ ଯାଉଥିବା ବସକୁ ଧକ୍କା ଦେଲା ଟ୍ରକ, ୨୮ଜଣ ଆହତ
ଚମ୍ପୁଆ: OISF ଯବାନଙ୍କ ବସ୍‌କୁ ଧକ୍କା ଦେଲା ଅଜଣା ଟ୍ରକ । ଚମ୍ପୁଆ ଥାନା ଅନ୍ତର୍ଗତ ତଡୁଆବାହାଳ ନିକଟରେ ଘଟିଛି ଏହି ଦୁର୍ଘଟଣା । ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ( OISF)ର ଯବାନଙ୍କୁ ନେଇ ଗୁଆଲିରୁ ଘଟଗାଁ ଯାଉଥିବା ଏକ ବସକୁ ପଛରୁ ଧକ୍କା ଦେଇ ଫେରାର ହୋଇଯାଇଛି ଟ୍ରକ। ଭାରସାମ୍ୟ ହରାଇ ବସଟି ଆଗରେ ଯାଉଥିବା ଅନ୍ୟ ଏକ ଟ୍ରକ ପଛରେ ପିଟି ହେବାରୁ ଗାଡ଼ିରେ ବସିଥିବା ସମସ୍ତ ପୋଲିସ କର୍ମଚାରୀ ଆହତ ହେଇଛନ୍ତି । ଆହତମାନଙ୍କୁ ଚମ୍ପୁଆ ଡାକ୍ତର ଖାନା ଓ ବାସୁଦେବପୁର ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨୮ ଜଣ ପୋଲିସ୍ କର୍ମଚାରୀଙ୍କୁ ନେଇ ବସଟି ଘଟଗାଁ ସ୍ଥିତ ଆନୁଆଲ କୋର୍ସ ଫାଇରିଙ୍ଗ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଖବରପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇ ଥିବା ଗାଡ଼ିକୁ ଧରିବାକୁ ଚେଷ୍ଟା ଚଳାଇବା ସହ ତଦନ୍ତ ଆରମ୍ଭ କରିଛି ।

ପୋଲ ଉପରେ ସ୍କୁଟି ରଖି ବୈତରଣୀ ନଦୀକୁ ଡେଇଁ ଦୋକାନୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
କେନ୍ଦୁଝର: ବୈତରଣୀ ନଦୀକୁ ଡେଇଁ ଯୁବ ବ୍ୟବସାୟୀଙ୍କ ଆତ୍ମହତ୍ୟା । ନଦୀରେ ଭାସୁଛି ବ୍ୟବସାୟୀଙ୍କ ମୃତଦେହ । ମୃତକ ଜଣକ ହେଲେ ବସନ୍ତ ପାତ୍ର। ଚମ୍ପୁଆ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଦୋକାନ କରିଥିବା ବସନ୍ତ ପାତ୍ର ରାତି ପ୍ରାୟ ୧୧ଟା ବେଳେ ପୋଲ ଉପରେ ନିଜ ସ୍କୁଟିକୁ ରଖି ନଦୀକୁ ଡେ଼ଇଁ ପଡ଼ିଥିଲେ । ଘଟଣାସ୍ଥଳରେ ଝାଡ଼ଖଣ୍ଡ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରି ତଦନ୍ତ କରୁଥିବା ଜଣାପଡ଼ିଛି।

ଚମ୍ପୁଆ ଝାଡ଼ଖଣ୍ଡ ସୀମାରେ ଥିବା ବୈତରଣୀ ନଦୀରେ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ଅନ୍ୟପଟେ ବସନ୍ତଙ୍କ ମୃତଦେହ ନଦୀର ଅପର ପାର୍ଶ୍ବରେ ଭାସୁଥିବା ଯୋଗୁଁ ଝାଡ଼ଖଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟିକୁ ଜବତ କରିଛି ।

ନୃଶଂସ ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ, ମାଆ ଗୁରୁତର
ଚମ୍ପୁଆ: ନୃଶଂସ ପୁଅର ଉନ୍ମତ୍ତ କାଣ୍ଡ । ପାରିବାରିକ କଳହର କରୁଣ ପରିଣତି । ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁବରଣ କରିଥିବାବେଳେ ମା’ ଗୁରୁତର ଆହତ ହୋଇଛନ୍ତି । ଆହତ ମା’ଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚମ୍ପୁଆ ଥାନା ଅନ୍ତର୍ଗତ ଗତ କାଳିକାପ୍ରସାଦ ପଂଚାୟତ ବସିରା ଗ୍ରାମରେ ଘଟିଛି ଏପରି ଏକ ଲୋମହର୍ଷଣକାରି ଘଟଣା l

ଖବର ଅନୁସାରେ ଆଜି ସକାଳ ପ୍ରାୟ ୮ଟା ସମୟରେ ଘରେ କୌଣସି କାରଣବଶତଃ ବାପା ଗୋରା ମୁଣ୍ଡା ଏବଂ ପୁଅ ଧ୍ୟାନ ମୁଣ୍ଡା ସହିତ ପ୍ରବଳ ପାଟି ତୁଣ୍ଡ ହୋଇଥିଲା । ପୁଅ ଧ୍ୟାନ ମୁଣ୍ଡା ଉଭୟ ବାପା ଗୋରା ମୁଣ୍ଡା ଏବଂ ମା’ ପାଲି ମୁଣ୍ଡାକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଏଥିରେ ବାପା ଗୋରା ମୁଣ୍ଡାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ମା’ ପାଲି ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଖବର ପାଇ ଚମ୍ପୁଆ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ପୁଅକୁ ଅଟକ ରଖି ଶବକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।