Mahua Moitra's - The Sakala

ସିବିଆଇ ଜାଲରେ ପୂର୍ବତନ ଲୋକସଭା ସାଂସଦ ତଥା ଟିଏମସି ନେତ୍ରୀ ମହୁଆ ମୈତ୍ର
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଜାଲରେ ପୂର୍ବତନ ଲୋକସଭା ସାଂସଦ ତଥା ଟିଏମସି ନେତ୍ରୀ ମହୁଆ ମୈତ୍ର। କ୍ୟାସ୍‌ ଫର୍‌ କ୍ୱାରି ବା ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ମହୁଆଙ୍କ ବାସଭବନରେ ଚଢାଉ କରିଛି ସିବିଆଇ। ଏହି ମାମଲାରେ ଗତବର୍ଷ ଡିସେମ୍ବର ୮ରେ ମହୁଆଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ଏକ ମାମଲା ରୁଜୁ କରିଥିଲା ସିବିଆଇ। ତେବେ କିଛିଦିନ ପରେ ଲୋକସଭା ନିର୍ବାଚନ ଥିବାବେଳେ ପୁଣିଥରେ ଏହି ମାମଲାରେ ଛନ୍ଦି ହୋଇଛନ୍ତି ଟିଏମସି ନେତ୍ରୀ।

ସୂଚନା ଅନୁଯାୟୀ, ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ମାର୍ଚ୍ଚ ୧୯ ତାରିଖରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଲୋକପାଳ। ଏହାସହ ୬ ମାସ ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ କରିବା ସହ ପ୍ରତି ମାସରେ ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ପହଞ୍ଚାଇବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକପାଳ। ଏହାପରେ ୨୧ ମାର୍ଚ୍ଚରେ ମହୁଆଙ୍କ ବିରୋଧରେ ଏଫଆଇଆର୍‌ ଦାୟର କରିଥିଲା ସିବିଆଇ। ୨୦୧୯ରେ ଟିଏମସି ଟିକେଟରେ କୃଷ୍ଣାନଗର ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ ମହୁଆ। ଏଥର ନିର୍ବାଚନରେ ମଧ୍ୟ କୃଷ୍ଣାନଗର ଲୋକସଭା ଆସନରୁ ମହୁଆଙ୍କୁ ପ୍ରାର୍ଥୀ କରିଛନ୍ତି ମମତା।

ଶିଳ୍ପପତି ଗୌତମ ଆଦାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସଂସଦରେ ପ୍ରଶ୍ନ କରି ସରକାରଙ୍କୁ ଟାର୍ଗେଟ କରିବାକୁ ମହୁଆ ଦୁବାଇର ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ନଗଦ ଟଙ୍କା ଏବଂ ଉପହାର ନେଇଥିବା ଅଭିଯୋଗ କରିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ।