traffic knowledge - The Sakala

ରାଜଧାନୀରେ ହେବ ଟ୍ରାଫିକ୍‌‌ ପାର୍କ: ରହିବ ସ୍ୱୟଞ୍ଚାଳିତ ମଡେଲ, ଜ୍ଞାନ ଆହରଣ କରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୁଦୃଢ଼ ଲାଗି ନୂଆ ଯୋଜନା କରିଛି କମିସନରେଟ ପୁଲିସ। ପ୍ରଥମକରି ରାଜଧାନୀରେ ହେବ ଟ୍ରାଫିକ୍‌‌ ପାର୍କ। ଝାରପଡ଼ା ଟ୍ରାଫିକ ଟ୍ରେନିଂ ଇନ୍‌‌ଷ୍ଟିଚ୍ୟୁଟ୍‌‌ରେ ଉକ୍ତ ପାର୍କ ନିର୍ମାଣ କରାଯିବ। ପାର୍କରେ ଏକ ସ୍ୱୟଞ୍ଚାଳିତ ମଡେଲ ରହିବ। ଉକ୍ତ ମଡେଲ ଟ୍ରାଫିକ ବିଷୟରେ ସ୍ୱଂୟଚାଳିତ ଭାବେ ସଚେତନ କରିବ। ବିଶେଷକରି ଉକ୍ତ ପାର୍କ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯିବ। ସେଠାରେ ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ ବିଷୟରେ ଜ୍ଞାନ ଦିଆଯିବା ସହ ପାଠ ପଢ଼଼ାଯିବାର ବନ୍ଦୋବସ୍ତ କରାଯାଉଛି।

ସ୍ୱଂୟଚାଳିତ ମଡେଲ ଟ୍ରାଫିକ ସମ୍ପର୍କିତ ସୂଚନା ଦେବ। ଜେବ୍ରା କ୍ରସିଂ କ’ଣ, ସ୍କୁଲ ଅଞ୍ଚଳରେ କିଭଳି ଗାଡ଼ି ଚଳାଇବେ, ରାସ୍ତାର କେଉଁପଟେ ଗାଡ଼ି ଚଳାଇବେ ଇତ୍ୟାଦି ବିଷୟରେ ଲୋକଙ୍କୁ ସିଗ୍‌‌ନାଲ ଦେଇ ସଚେତନ କରିବ ଏହି ମଡେଲ। ଏଥିସହିତ ମାନୁଆଲ ସିଗ୍‌‌ନାଲ ଓ ସ୍ୱଂୟଚାଳିତ ସିଗ୍‌‌ନାଲର ଭିନ୍ନତା ବିଷୟରେ ଲୋକଙ୍କୁ ସଚେତନ କରିବ। ସେହିପରି ସିଗ୍‌‌ନାଲ ଜରିଆରେ ଟ୍ରାଫିକ୍‌‌ କିଭଳି ପରିଚାଳନା ହୁଏ ସେ ବିଷୟରେ ମଧ୍ୟ ମଡେଲ ଦେଖାଇବ। ଉକ୍ତ ପାର୍କ ସର୍ବସାଧାରଣଙ୍କ ଲାଗି ଅନୁମତି ମିଳିବ। ବିଶେଷକରି ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ୍‌‌ ବିଷୟରେ ଜ୍ଞାନ ଦିଆଯିବା ସହ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇ କିଭଳି ଟ୍ରାଫିକ ପରିଚାଳନା କରାଯାଉଛି, ସେ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀ ଓ ସାଧାରଣଲୋକଙ୍କୁ ବୁଝାଯିବ। ଟ୍ରାଫିକର ବିଭିନ୍ନ କାର୍ଯ୍ୟକ୍ରମରେ ଉକ୍ତ ପାର୍କକୁ ବହୁଳ ଭାବେ ବ୍ୟବହାର କରାଯିବ।

ଏଜି ଛକସ୍ଥିତ ଟ୍ରାଫିକ ଥାନାରେ ଟ୍ରାଫିକ ସମ୍ପର୍କିତ କିଛି ଅତ୍ୟାଧୁନିକ ସାମଗ୍ରୀ ରହିଛି। ତେବେ ଉକ୍ତ ସାମଗ୍ରୀ ସହ ଆଉ କିଛି ନୂଆ ସାମଗ୍ରୀ ଆଣି ଉକ୍ତ ପାର୍କରେ ରଖାଯିବ। ଏଜି ଟ୍ରାଫିକ୍‌‌ ଥାନାରେ ଥିବା କିଛି ସାମଗ୍ରୀ ଓ ଆଉ କିଛି ନୂଆ ସାମଗ୍ରୀ ଆଣି ପାର୍କ ନିର୍ମାଣ କରାଯିବ ବୋଲି ଯୋଜନା କରାଯାଇଛି। କମିସନରେଟ୍‌‌ ପୁଲିସ ଓ ସ୍ମାର୍ଟସିଟିର ମିଳିତ ଉଦ୍ୟମରେ ଏହି ପାର୍କ ନିର୍ମାଣ କରାଯିବ। ପାର୍କ ନିର୍ମାଣ ଲାଗି ଏକ ନକ୍ସା ପ୍ରସ୍ତୁତ ହୋଇଛି। ପାର୍କରେ ଖର୍ଚ୍ଚ ଲାଗି ୨୫ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଖୁବ୍‌‌ଶୀଘ୍ର ପାର୍କର ଭିର୍ତ୍ତିପ୍ରସ୍ତର ସ୍ଥାପନ କରାଯିବା ବୋଲି ସୂଚନା ମିଳିଛି। ତେବେ ନିର୍ବାଚନ ଲାଗି କସରତ ଆରମ୍ଭ ହୋଇଥିବାରୁ ସାମନ୍ୟ ବିଳମ୍ବ ହେଉଥିବା ଟ୍ରାଫିକ ପୁଲିସ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଟ୍ରାଫିକ ନିୟମ ଠିକ୍‌‌ ଭାବେ ପାଳନ ହେଉନଥିବାରୁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ହେଉଛି। ଏହି ନୂଆ ଯୋଜନା ଆଧାରରେ ଛାତ୍ରଛାତ୍ରୀଙ୍କୁ ସଚେତନ କଲେ ଦୁର୍ଘଟଣା ସଂଖ୍ୟା କିଛିଟା ହ୍ରାସ ପାଇବ ବୋଲି ଆଶା କରାଯାଉଥିବା ପୁଲିସ କହିଛି।