CM Naveen Patanaik - The Sakala

ଆଜି କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଆଜି ଓହ୍ଲାଇବେ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ । ସେ କେନ୍ଦ୍ରାପଡା, ଜଗତସିଂହପୁର ଗସ୍ତରେ ଯାଇ ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ଦିନ ୧୧ଟାରେ ସେ କେନ୍ଦ୍ରାପଡା ବାରୋ ପଡିଆରେ ପହଞ୍ଚିବେ। ସେଠାରେ ଜନସଭାରେ କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାନସଭା ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ। ସେଠାରୁ ହେଲିକପଟର ଯୋଗେ ଯାଇ ଦିନ ୧୨ଟା ୨୦ ମିନିଟରେ ପାରାଦୀପ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତର୍ଗ ରାହାମାରେ ପହଞ୍ଚିବେ । ସେଠାରେ ଆଉ ଏକ ସମାବେଶରେ ଉଦବୋଧନ ଦେଇ ଜଗତସିଂହପୁର ସଦର ମହକୁମା ଯିବେ । ଦିନ ୧ଟା ୧୦ ମିନିଟରେ ଜଗତସିଂହପୁର ଷ୍ଟାଡିୟମରେ ପହଞ୍ଚି ଏକ ସମାବେଶରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ନିବେଦନ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ବରିଷ୍ଠ ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ ଭଦ୍ରକ ଗସ୍ତରେ ଯାଇ ଅପରାହ୍ନରେ ବାସୁଦେବପୁର, ତିହିଡିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌‌ ଶୋ’ ପାଇଁ ଟ୍ରାଫିକ କଟକଣା
ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଭୁବନେଶ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ଶୋ’ ରହିଛି। ଭୁବନେଶ୍ୱରସ୍ଥିତ ୟୁନିଟ-୬, ଗଙ୍ଗନଗର ଛକ ଠାରୁ ଏଲଆଇସି ଅଫିସ ଛକ, ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ ହାଉସ ଛକ, ୟୁନିଟ-୮ ଡିଏଭି ସ୍କୁଲ ଛକ, ଏଚ୍‌‌ଡିଏଫସି ବ୍ୟାଙ୍କ ଛକ, ବାଲୁଙ୍କେଶ୍ୱର ମନ୍ଦିର ଛକ, ମମତାଜ ଅଲ୍ଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବ, ବେହେରା ସାହି ଛକ, ନିକୋ ପାର୍କ ଛକ, ବାୟାବାବା ମଠ, ରୁପାଲୀ ଛକ, ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ ଦେଇ ଶିଶୁ ଭବନ ଛକ ପର୍ଯ୍ୟନ୍ତ ରୋଡ ଶୋ ହେବାର କାର୍ଯ୍ୟସୂଚୀ ରହିଛି। ଜନସାଧାରଣଙ୍କ ସୁଗମନାଗମନ ଦୃଷ୍ଟିରେ ରଖି ସହରାଞ୍ଚଳ ପୁଲିସ ପକ୍ଷରୁ ଟ୍ରାଫିକ ନିର୍ଦ୍ଦେଶାନାମା ଜାରି କରାଯାଇଛି।

ଆଜି ଅପରାହ୍ନ ସାଢ଼େ ୪ଟାରୁ ରୋଡ ଶୋ ସରିବା ପର୍ଯ୍ୟନ୍ତ ୟୁନିଟ-୬ ସ୍ଥିତ ଗଙ୍ଗନଗର ଛକ ଠାରୁ ଏଲ୍‌‌ଆଇସି ଅଫିସ ଛକ ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ ହାଉସ ଛକ ଠାରୁ ଡାହାଣ ପାର୍ଶ୍ବ ରାସ୍ତା ଦେଇ ୟୁନିଟ-୮ ଡ଼ିଏଭି ସ୍କୁଲ ଛକ, ଏଚଡ଼ିଏଫସି ବ୍ୟାଙ୍କ ଛକ ଠାରୁ ବାମ ପାପାର୍ଶ୍ବ ରାସ୍ତା ଦେଇ ବାଲୁଙ୍କେଶ୍ୱର ମନ୍ଦିର ଛକ, ମମତାଜ ଅଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବ ଠାରୁ ଡାହାଣ ପାର୍ଶ୍ବ ରାସ୍ତା ଦେଇ ବେହେରା ସାହି ଛକ, ନିକୋ ପାର୍କ ଛକ, ବାୟାବାବା ମଠ ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ରୁପାଲୀ ଛକ ଠାରୁ ୟୁ-ଟର୍ନ ନେଇ ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ ଦେଇ ଶିଶୁ ଭବନ ଛକ ରାସ୍ତା ପର୍ଯ୍ୟନ୍ତ କୌଣସି ପ୍ରକାରର ଯାନବାହନ ଯିବା ଆସିବା କରି ପାରିବେ ନାହିଁ। ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ ଉପରୋକ୍ତ ସମୟରେ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ। ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତାଦେଇ ଯାତାୟାତ କରିବା କମିସନରେଟ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ। ରାଜଧାନୀରେ ୩୦ ପ୍ଲାଟୁନ୍‌‌ ପୁଲିସ ମୁତୟନ କରାଯିବ। ଏଥିସହ ଦୁଇଜଣ ଅତିରିକ୍ତ ଡିସିପି, ୯ଜଣ ଏସିପି, ୧୫ ଜଣ ଇନ୍ସପେକ୍ଟରଙ୍କ ସମେତ ବ୍ୟାପକ ଫୋର୍ସ ମୁତୟନ କରାଯିବ ବୋଲି ସୂଚନା ମିଳିଛି।

କୋରାପୁଟ ସଭାରେ ବିରୋଧୀଙ୍କ ଉପରେ ନବୀନଙ୍କ ଶାଣିତ ଆକ୍ରମଣ
ଜୟପୁର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବଂ ଗଜପତି ଗସ୍ତରେ ଯାଇ ନିର୍ବାଚନ ପ୍ରଚାର କରିବେ। ଏହି କ୍ରମରେ ପ୍ରଥମେ ମୁଖ୍ୟମନ୍ତ୍ରୀ କୋରାପୁଟ ସଭାରେ ପହଞ୍ଚି ବିରୋଧୀଙ୍କ ଉପରେ ଶାଣିତ ଆକ୍ରମଣ କରିଥିଲେ । ବିରୋଧୀଙ୍କୁ ନିଶାନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳଙ୍କ ବିରୋଧରେ ମିଥ୍ୟା କଥା କହିବାର ଅଭିଯୋଗ କରିଛନ୍ତି। ସଭାରେ ଉଦବୋଧନ ଦେଇ ସେ କହିଥିଲେ ଯେ, ବିରୋଧୀ ଦଳ ମିଛ କଥା କହୁଛନ୍ତି । ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆପଣାମାନେ ମୋତେ ଆଶୀର୍ବାଦ କରନ୍ତୁ। ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରନ୍ତୁ । ଏମଏଲଏ ଓ ଏମପି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ।

ବିରୋଧୀଙ୍କ ଉପରେ ଆକ୍ରମଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ବିଜୁ ଜନତା ଦଳ ସରକାରର ଉପଲବ୍ଧି ସକ୍ଷପରେ କହିଥିଲେ । ସେ ସଭାରେ ଥିବା ଭୋଟରଙ୍କୁ ସରକାରୀ ଯୋଜନା ବାବଦରେ ପଚାରି ବୁଝିଥିଲେ ଯେ,ଯୋଜନା ଗୁଡିକ ଭଲ କି ନାହିଁ । ଠିକ୍ ଭାବରେ ଯୋଜନା ଦ୍ୱାରା ସେମାନେ ଉପକୃତ ହୋଇଛନ୍ତି କି ନାହିଁ ।

ଭାଷଣ ଆରମ୍ଭରେ ସେ ଭୋଟରଙ୍କୁ ପଚାରିଥିଲେ ଯେ, ବିଏସକେୱାଇ ଭଲ କି ? ମିଶନ ଶକ୍ତି ଭଲ କି ? ମମତା ଯୋଜନା ଭଲ କି ? ପିଲା ମାନଙ୍କୁ ଦିଆଯାଉଥିବା ବୃତ୍ତି ଭଲ ଯୋଜନା କି ? କାଳିଆ ସ୍କିମ୍ ଭଲ କି ? ପୁରୀ ପରିକ୍ରମା ପ୍ରକଳ୍ପ ଭଲ କି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ପଚାରିଥିଲେ । ସରକାରଙ୍କ ୭ ଫ୍ଲାଗସିପ୍ କାର୍ଯ୍ୟକ୍ରମ ବାବଦରେ ଲୋକଙ୍କ ମତ ନେଇ ସେ ଦକ୍ଷୀଣ ଓଡ଼ିଶାରୁ ବିରୋଧୀ ଦଳଙ୍କ ବିରୋଧରେ ଜୋରଦାର ଆକ୍ରମଣ କରିଛନ୍ତି। ବିରୋଧୀ ନେତା କୁମ୍ଭୀର କାନ୍ଦଣା କାନ୍ଦୁଥିବା କଥା କହି ନବୀନ ଆଗକୁ ଲଢେଇ ଜୋରଦାର ହେବାର ସଂକେତ ଦେଇଛନ୍ତି ।

ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ବ୍ରହ୍ମପୁର/ଛତ୍ରପୁର: ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନାମାଙ୍କନ ଭରିବା ପୂର୍ବରୁ ପ୍ରଥମେ ନବୀନ ଦକ୍ଷିଣ ଓଡ଼ିଶାର ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଯାଇ ମା’ଙ୍କ ଆଶିଷ ଭିକ୍ଷା କରିଥିଲେ। ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ।  ଏହି ସମୟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌‌, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୃବକ୍ସି ପାତ୍ର, ଆସିକା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ, ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ, ପୋଲସରା ବିଧାୟକ ପ୍ରାର୍ଥୀ, ଗଞ୍ଜାମ ଜିଲ୍ଲାର ତୁଙ୍ଗ ନେତା ଓ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ରହିଥିଲେ।

୨୦୦୦ ମସିହାରୁ ଆସିକା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ହିଞ୍ଜିଳି ବିଧାନସଭା ଆସନରୁ ନବୀନ କ୍ରମାଗତ ବିଜୟଲାଭ କରି ଆସୁଛନ୍ତି। ଚଳିତ ନିର୍ବାଚନରେ ନବୀନ ପୁଣିଥରେ ହିଞ୍ଜିଳିରୁ ପାର୍ଥୀ ହୋଇଛନ୍ତି। ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟରେ ଆସ୍କା ସମେତ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମେ’ ୨୦ ତାରିଖରେ ମତଦାନ ହେବ। ଏଥିଲାଗି ଗତ ୨୬ ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ନବୀନ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ରାଇଜିଂ ଭାରତ ମଞ୍ଚରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କଲେ 5T ଅଧ୍ୟକ୍ଷ
ନୂଆଦିଲ୍ଲୀ: ‘ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ । ରାଇଜିଂ ଭାରତ ମଞ୍ଚରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ନିଶ୍ଚିତ ରୂପେ ରାଜ୍ୟରେ ପୁଣି ଥରେ ସରକାର ଗଠନ କରିବେ ନବୀନ । ‘ମୁଁ ଯଥା ସମ୍ଭବ ଆମ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ କରିବି’ ବୋଲି କହିଛନ୍ତି 5T ଅଧ୍ୟକ୍ଷ ।

ସିଏନଏନ ନ୍ୟୁଜ ୧୮ର ଲିଡରସିପ କନକ୍ଲେଭର ଚତୁର୍ଥ ସଂସ୍କରଣରେ ଯୋଗ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରାଜନୀତି, କଳା, ମନୋରଞ୍ଜନ ଜଗତରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ବ ଯୋଗ ଦେଇଛନ୍ତି ।