PM Surya Ghar - The Sakala

ପିଏମ ଆବାସ ଯୋଜନା ସହ ସାମିଲ ହେବ ପିଏମ ସୂର୍ଯ୍ୟ ଘର ଯୋଜନା: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
ଭୁବନେଶ୍ୱର: ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ । ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ରାଜ୍ୟରେ ବିଦ୍ୟୁତ୍ କ୍ଷେତ୍ରରେ ସଂସ୍କାର, ସୁରକ୍ଷା ବ୍ୟବସ୍ଥା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର ସଫଳ ରୂପାୟନ ନେଇ ଭୁବନେଶ୍ୱରଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ବୈଠକରେ ଅଧ୍ୟକ୍ଷତା କରି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ପିଏମ ସୂର୍ଯ୍ୟ ଘର ଯୋଜନାକୁ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ସମେତ ଅନ୍ୟ ଆବାସ ଯୋଜନା ସହ ସାମିଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଆବାସ ଯୋଜନା ସହ ଏହାକୁ ଯୋଡ଼ିବା ଦ୍ୱାରା ଲୋକଙ୍କୁ ୨୪ ଘଣ୍ଟିଆ ସ୍ୱଚ୍ଛ ବିଦ୍ୟୁତ୍ ମିଳିବା ସହ ବିଦ୍ୟୁତ୍ ବିଲ୍ ବୋଝ ମଧ୍ୟ ଯଥେଷ୍ଟ କମ୍ ହେବ। ଏହି ଯୋଜନା ଅଧୀନରେ ସହରାଞ୍ଚଳର ହିତାଧିକାରୀମାନଙ୍କୁ ୧ କିଲୋୱାଟ୍ ରୁଫଟପ୍ ସୋଲାର ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୩୦,୦୦୦ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ତରଫରୁ ୨୫,୦୦୦ ଟଙ୍କା ସବସିଡି ପ୍ରଦାନ କରାଯିବ। ଫଳରେ ଏହି ସୁବିଧା ପାଇଁ ହିତାଧିକାରୀଙ୍କୁ ନିଜ ପକେଟରୁ ମାତ୍ର ୧,୮୭୫ ଟଙ୍କା ଦେବାକୁ ପଡ଼ିବ।

ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ବିଦ୍ୟୁତ୍ ବିତରଣ କମ୍ପାନୀ (DISCOMs) ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍ ସୁରକ୍ଷା ନିମନ୍ତେ ଚାରୋଟି ଯାକ ଡିସକମ୍ ଅଧୀନରେ ୩,୭୦୮ କୋଟି ଟଙ୍କା ବ୍ୟୟରେ ଅଣ୍ଡରଗ୍ରାଉଣ୍ଡ କେବୁଲିଂ ବା ଭୂତଳ ତାର ବିଛାଇବା ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହା ବ୍ୟତୀତ ତଳକୁ ଝୁଲି ରହିଥିବା ତାରକୁ ହଟାଇବା, ଇନସୁଲେଟେଡ୍ କଣ୍ଡକ୍ଟର ଲଗାଇବା, ସବଷ୍ଟେସନ ଗୁଡ଼ିକର ଚତୁଃପାର୍ଶ୍ୱରେ ଫେନ୍ସିଂ କରିବା ଏବଂ ଉତ୍ତମ ତଦାରଖ ପାଇଁ ଏକ ୟୁଟିଲିଟି ସିଫ୍ଟିଂ ପୋର୍ଟାଲ୍ ବିକଶିତ କରିବା ଉପରେ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ପିଏମ ସୂର୍ଯ୍ୟଘର ବିଜୁଳି ଯୋଜନା: ପଞ୍ଜୀକରଣ ଆରମ୍ଭକଲା ଡାକ ବିଭାଗ, ୩୦ ଦିନ ମଧ୍ୟରେ ଆକାଉଣ୍ଟକୁ ଆସିବ ସବସିଡି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର, ମାଗଣା ବିଜୁଳି ଯୋଜନାରେ ଉପଭୋକ୍ତା ଓ ଘର ପଞ୍ଜୀକରଣ ଆରମ୍ଭ ହୋଇଛି। ଭାରତୀୟ ଡାକ ବିଭାଗ ଏହି ପଞ୍ଜୀକରଣ ଦାୟିତ୍ବ ବହନ କରିଛି। ଯେଉଁ ଘରର ମାଲିକ ତାଙ୍କ ଛାତ ଉପରେ ସୌର ଫଳକ(ସୋଲାର ପ୍ୟାନେଲ) ଖଞ୍ଜି ଶକ୍ତି ସ୍ବାବଲମ୍ବୀ ହେବାକୁ ଚାହିଁବେ ସେ ନିକଟସ୍ଥ ଡାକଘରକୁ ଯାଇ ସ୍ଥାନୀୟ ପୋଷ୍ଟମାଷ୍ଟର ଏପରିକି ପୋଷ୍ଟମ୍ୟାନଙ୍କ ସହଯୋଗ ନେଇ ନିଜକୁ ତଥା ଘରକୁ ଏହି ଯୋଜନାରେ ପଞ୍ଜିକୃତ କରାଇପାରିବେ।

ଯେଉଁମାନେ ଏହି ଯୋଜନାର ଉପଭୋକ୍ତା ଭାବେ ପଞ୍ଜିକୃତ ହେବାକୁ ଚାହିଁବେ, ସେ http://pmsuryaghar.gov.in/ ପୋର୍ଟାଲକୁ ଯାଇ ରାଜ୍ୟର ନାମ, ବିଦ୍ୟୁତ ବିତରଣ କମ୍ପାନୀର ନାମ, ନିଜ ନାମ ଓ ଘର ଠିକଣା, ବିଦ୍ୟୁତ ଗ୍ରାହକ ନମ୍ବର, ମୋବାଇଲ ନମ୍ବର, ଇ-ମେଲ ଆଡ୍ରେସ, ଛାତର କ୍ଷେତ୍ରଫଳ, କେତେ କିଲୋୱାଟ କ୍ଷମତାର ସୌର ବିଜୁଳି ସିଷ୍ଟମ୍ ଚାହୁଁଛନ୍ତି ଆଦି ତଥ୍ୟ ବା ପ୍ଲାନ୍ ଡିଟେଲସ ରୁଫଟପ୍ ସୋଲାର ଫର୍ମରେ ଭରି ଆବେଦନ(ସବମିଟ୍) କରିବାକୁ କରିବାକୁ ହେବ। ଉପଭୋକ୍ତା ଭାବେ ସରକାରଙ୍କ ଦ୍ବାରା ଚିହ୍ନଟ ହେବା (ଆପ୍ରୁଭାଲ ପାଇବା)ପରେ ବିଦ୍ୟୁତ ବିତରଣ କମ୍ପାନୀର ପଞ୍ଜିକୃତ ଭେଣ୍ଡର ସେହି ଉପଭୋକ୍ତାଙ୍କ ଘରଛାତ ଉପରେ ଦରକାର/ମଞ୍ଜୁରୀ ମୁତାବକ ସୌର ଫଳକ ଓ ଅନ୍ୟ ଆନୁସଙ୍ଗିକ ସିଷ୍ଟମ ସ୍ଥାପନ କରିବେ।

ତା’ପରେ ଉପଭୋକ୍ତା ନେଟ୍ ମିଟର ପାଇଁ ଆବେଦନ ସବମିଟ୍ କଲେ ପୋର୍ଟାଲରେ କମିସନିଂ ସାର୍ଟିଫିକେଟ୍ ଜେନେରେଟ୍ ହେବ। ଉପଭୋକ୍ତା ତା’ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲସ ଅପଲୋଡ୍ କରିବା ସହ ପୋର୍ଟାଲ ଜରିଆରେ ଏକ କ୍ୟାନସଲଡ୍ ଚେକ୍ ଦେଲେ ୩୦ ଦିନ ମଧ୍ୟରେ ତାଙ୍କ ଆକାଉଣ୍ଟରେ ସବସିଡି ଟଙ୍କା ଜମା ହୋଇଯିବ। ସମଗ୍ର ଦେଶରେ ୧କୋଟି ଘରଛାତ ଉପରେ ସୌର ଫଳକ ଖଞ୍ଜାଯାଇ ପ୍ରତି ଘରଛାତରୁ ମାସକୁ ହାରାହାରି ୩୦୦ ୟୁନିଟ୍ ସୌର ବିଦ୍ୟୁତ ଉତ୍ପାଦନ ପାଇଁ ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି।