Baba Baidyanath - The Sakala

ପ୍ରସିଦ୍ଧ ଶୈବପୀଠ ମାଣତ୍ରୀର ଆରାଧ୍ୟ ଦେବତା ବାବା ଶ୍ରୀ କଖାରୁଆ ବୈଦନାଥଙ୍କ ମନ୍ଦିରରେ ଭୋର ୪ଟାରେ ଉଠିବ ମହାଦୀପ
ବାରିପଦା: ଉତ୍ତର ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମାଣତ୍ରୀର ଆରାଧ୍ୟ ଦେବତା ବାବା ଶ୍ରୀ କଖାରୁଆ ବୈଦନାଥଙ୍କ ମନ୍ଦିରରେ ଶିବରାତ୍ରି ପାଳନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଭକ୍ତମାନେ କିପରି ଦିଅଁ ଦର୍ଶନ, ପୂଜା, ଦଣ୍ଡବତ ପଡ଼ିବା ଓ ଦୀପ ଜାଳିବା ଶାନ୍ତି ଶୃଙ୍ଖଳାର ସହିତ କରିପାରିବେ ସେଥି ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶୃଙ୍ଖଳିତ ଭାବରେ ପୂଜା ଓ ଦିଅଁ ଦର୍ଶନ ବ୍ୟବସ୍ଥା କରାଯାଇଛି ।

ମନ୍ଦିରର ନୀତିନିର୍ଘଣ୍ଟ ସମ୍ପର୍କରେ ପରିଚ୍ଛା ପ୍ରଦୀପ ପଣ୍ଡାଙ୍କ ସୂଚନା ଅନୁଯାୟୀ ଶୁକ୍ରବାର ଭୋର ୪ଟାରେ ଦିଅଁଙ୍କ ପହଡ଼ ଭଙ୍ଗା ପରେ ଚଳିତଥର ନୂତନ ଭାବରେ ମନ୍ଦିର ପରିସରରେ ଏକବିଶାଳ ଘିଅ ଦୀପ ପ୍ରଜ୍ଜଳନ ପରେ କଖାରୁଆ ବୈଦନାଥ ମହଦେବଙ୍କର ପାଲିଙ୍କି ଶୋଭାଯାତ୍ରା ଗ୍ରାମ ଓ ବଜାର ପରିକ୍ରମା କରିବ । ୪ଟା ୩୦ମିନିଟରେ ବାଲ୍ୟ ଭୋଗଲାଗି ଓ ସାଧାରଣ ଦର୍ଶନ, ସାଧାରଣ ପୂଜାଲାଗି ୫ଟାରୁ ଚାଲୁ ରହିବ । ଅପରାହ୍ଣ ୩ଟାରେ ପର୍ବାଣୀର ବିଶେଷ ଭୋଗଲାଗି ସାଙ୍ଗକୁ ସନ୍ଧ୍ୟାରେ ଆଳତୀ, ରାତି ୧୧ଟାରେ ସାଧାରଣ ଦର୍ଶନ ବନ୍ଦ ସାଙ୍ଗକୁ ସରକାରୀ ଖଟଣୀ ଓ ବିଶେଷ ପୂଜା ଆରମ୍ଭ ହୋଇ ରାତି ୧୨ଟାରୁ ୨ଟା ପର୍ଯ୍ୟନ୍ତ ସହସ୍ର କୁମ୍ଭାଭିଷେକ, ୨ଟାରେ ଶତଫଳ ଅର୍ପଣ, ୩ଟାରେ ଶୃଙ୍ଗାରବେଶ ସଜାଣୀ, ୩ଟାରୁ ୪ଟା ରେ ନଗର କୀର୍ତ୍ତନ ସାଙ୍ଗକୁ ଭୋର ୪ଟା ପରେ ମହାଦୀପ ଉଠିବ । ଶନିବାର ଭୋର ୫ଟାରୁ ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ମହାଦେବଙ୍କ ସୁନାବେଶ ଦର୍ଶନ ଚାଲୁ ରହିବ । ବ୍ରତୀ ମାନେ ନିଶୁଳ୍କ ଦୀପ ଜାଳିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଧର୍ମଜାଗରଣ ସମିତି ପକ୍ଷରୁ ୨୪ଘଣ୍ଟା ନିରବଚ୍ଛିନ୍ନ ‘ଓଁ ନମଃ ଶିବାୟ’ ଜପ ପୂର୍ବବର୍ଷ ଭଳି ଆୟୋଜିତ ହେବ ।

୮ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଦୁଇଟି ବଡ ଯାତ୍ରାପାର୍ଟି ନାଟକ ପରିବେଷଣ କରିବ ବୋଲି ଜଣାପଡ଼ିଛି । ମେଳାରେ ଜୁଆ, ମଦକାରବାର ଓ ଅସାମାଜିକ କାର୍ଯ୍ୟାକଳାପ ରୋକାଯିବା ପାଇଁ ଜଣେ ମାଜିଷ୍ଟ୍ରେଟ ଓ ଡିଏସପିଙ୍କ ସହିତ ୨ପ୍ଲାଟୁନ ପୁଲିସ ଫୋର୍ସ ଓ ଅଫିସର ମୁତୟନ କରାଯାଇଛି । ମେଳା ପାଇଁ ଏକ ଅସ୍ଥାୟୀ ଫାଣ୍ଡି ସ୍ଥାପନ କରାଯାଇଛି ବୋଲି ବେତନଟୀ ଏସଡ଼ିପିଓ ସୁର୍ଦଶନ ଦାଶ କହିଛନ୍ତି । ପୁଲିସ୍‍ ପକ୍ଷରୁ ଶାନ୍ତିଶୃଙ୍ଖଳା ବ୍ୟବସ୍ଥା ଗ୍ରହଣ କରାଯିବାକୁ ଥିବା ବେଳେ ଭିଡ଼କୁ ନିୟନ୍ତ୍ରଣ ପାଇଁ ବୈଶିଙ୍ଗା-ବଡ଼ସାହି ରାସ୍ତାର ମାଣତ୍ରୀ ଇନ୍ଦିରା ଛକ ଓ ବୈଶିଙ୍ଗା-ଉଦଳା ରାସ୍ତାର ଚମ୍ପାଲାଞ୍ଜି ଛକପାଖରୁ ମେଳାକୁ ଯାନବାହାନ ନିଷେଧ କରାଯାଇଛି । ସେହିପରି ବଡ଼ସାହି ଅଗ୍ନିଶମ ବାହିନୀ ପକ୍ଷରୁ ଏକ ଦଳ ମୁତୟନ ହୋଇଛନ୍ତି । ତତସହିତ ପଞ୍ଚାୟତ, ସ୍ୱାସ୍ଥ୍ୟବିଭାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସାହାଯ୍ୟ/ସୂଚନା କେନ୍ଦ୍ର ଖୋଲାଯାଇଛି । ମେଳା ପଟ୍ଟାଦାର ଅଶ୍ୱନୀ ବେହେରାଙ୍କ ସୂଚନା ଅନୁଯାୟୀ ଚଳିତ ମେଳାରେ ସ୍ଥାନ ଆବଣ୍ଟନର ସୁବ୍ୟବସ୍ଥା ପାଇଁ ରେକର୍ଡ଼ ସଂଖ୍ୟକ ସର୍ବାଧିକ ୧୧୬୧ଟି ଦୋକାନୀ ସେମାନଙ୍କର ପସରା ମେଲାଇଛନ୍ତି । ତତସହିତ ଉଠା ଓ ବୁଲା ଦୋକାନୀ ବିକ୍ରୟ ସାମଗ୍ରୀ ସହିତ ମେଳାକୁ ଆସୁଛନ୍ତି ବୋଲି କହିଛନ୍ତି ।