Shimilipal National Park - The Sakala

ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୧୦ରୁ ଖୋଲିବ ଶିମିଳିପାଳ
ବାରିପଦା: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟ ପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୋମବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଦୈନିକ ଚାରି ଚକିଆ ଯାନ କଳିଆଣି ତନଖି ଫାଟକ (ଯଶିପୁର) ପଟୁ ୩୫ ଗାଡି ଓ ପିଠାବଟା (ବାରିପଦା) ତନଖି ଫାଟକ ଦେଇ ୨୫ ଗାଡି ଜଙ୍ଗଲ ଭିତରକୁ ପ୍ରବେଶ କରିବ ବୋଲି ସ୍ଥିରୀକୃତ ହୋଇଛି। ସେହିପରି ଏଥର ତାଳବନ୍ଧ, ଜାମୁଆଣି ଓ ଗୁଡୁଗୁଡିଆ ସକାଳ ୫.୩୦ ଓ ଅପରାହ୍ନ ୩ଟା ରେ ନୂତନ ୩୫ଟି ଖୋଲା ଜିପ୍ ବା ସଫାରୀ ଗାଡିରେ ୫ଘଣ୍ଟା ଲେଖାଏଁ ବୁଲିବାର ମଜା ନେବେ ପର୍ଯ୍ୟଟକ ।ଉକ୍ତ ଦୁଇ ତନଖି ଫାଟକରେ ପ୍ରବେଶ ଅନୁମତି ପତ୍ର ସକାଳ ୬ ଟା ରୁ ୯ ଟା ପର୍ଯ୍ୟନ୍ତ ବୁକିଂ କାଉଣ୍ଟରରେ ଉପଲବ୍ଧ ରହିବ। ପ୍ରତି ପର୍ଯ୍ୟଟକଙ୍କ ପିଚ୍ଛା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଥିବା ବେଳେ, ମାର୍ଗଦର୍ଶିକା ଅନୁପାଳନ ସହିତ ଅଭୟାରଣ୍ୟକୁ ସ୍ୱଚ୍ଛ ରଖିବା ପାଇଁ ପର୍ଯ୍ୟଟକ ମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ଆଦି ପର୍ଯ୍ୟଟକମାନେ ନେବା ଉପରେ କଟକଣା ଜାରି କରାଯାଇଛି। ଶିମିଳିପାଳରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକ ମାନେ (www.ecotourism.com) ୱେବସାଇଟରେ ଅଗ୍ରୀମ ବୁକିଂ କରି ପାରିବେ।

ପ୍ରକାଶ ଥାଉ କି, ପ୍ରତି ବର୍ଷ ବର୍ଷାଋତୁ ଯୋଗୁଁ ଜୁନ ମାସ ୧୫ ତାରିଖରେ ଶିମିଳିପାଳ ବନ୍ଦ ହୋଇଥାଏ ଏବଂ ନଭେମ୍ବର ପହିଲାରେ ଖୋଲିଥାଏ। ତେବେ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଗତ ବର୍ଷ ଅକ୍ଟୋବର ୧୪ରୁ ଖୋଲିଥିଲା । ସେହିପରି ଚଳିତ ବର୍ଷ ୧୦ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲୁଛି। ଉକ୍ତ ଜୈବମଣ୍ଡଳରେ ପ୍ରାଣୀ, ପକ୍ଷୀ ଓ ସରୀସୃପଙ୍କ ପାଇଁ ଆବଶ୍ୟକୀୟ ବାତାବରଣ, ସନ୍ତୁଳିତ ପରିବେଶ, ଭୌଗଳିକ ସ୍ଥିତିର ଭିନ୍ନତାରେ ପର୍ଯ୍ୟାପ୍ତ ସବୁଜିମା ବୃକ୍ଷରାଜି ରହିଛି। ଯେଉଁଥିପାଇଁ ଏହା ଭାରତର ବାଘ, ଏସୀୟ ହାତୀ ଓ ଗୟଳ ପରି ତିନି ପ୍ରଜାତି ପ୍ରାଣୀର ବୃହତ୍ତ ବାସସ୍ଥଳୀ ହୋଇପାରିଛି। ଏଥିସହିତ ଏହି ଜୈବମଣ୍ଡଳରେ ହଜାରେ ପ୍ରଜାତିର ସପୁଷ୍ପକ ଉଦ୍ଭଦ ସହିତ ୧୦୪ ପ୍ରଜାତିର ଅର୍କିଡ୍ ଓ ବରେହିପାଣି, ଯୋରନ୍ଦା,ଉସକି, ଦେବକୁଣ୍ଡ, ସୀତାକୁଣ୍ଡ ଆଦି ଜଳପ୍ରପାତ ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ। ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଚଳିତ ବର୍ଷ ଦୁଃସାହାସିକ କ୍ରୀଡା, ଜଙ୍ଗଲ ସଫାରୀ ଓ ମାଉଣ୍ଟେନ୍‌‌ ସାଇକେଲିଂ ଭଳି କିଛି ନୂଆ ଧରଣର କ୍ରୀଡାକୁ ସାମିଲ କରିଛନ୍ତି। ତାଛଡା ଶିମିଳିପାଳ ଭିତରେ ଥିବା ବିଭିନ୍ନ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ନେଚର ଗେମିଙ୍ଗର ସୁବିଧା କରାଯାଇଛି। ପର୍ଯ୍ୟଟକ ମାନେ ପ୍ରତି ଗାଡ଼ିରେ ଜଣେ ବିଭାଗୀୟ ଗାଇଡଙ୍କୁ ନିୟମ ଅନୁଯାୟୀ ସାଙ୍ଗରେ ନେବାକୁ ପଡ଼ିବ। ସେହିପରି ବୁଲାବୁଲି ସାରି ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ, ୪ଟା ପୂର୍ବରୁ ଚହଲା ଏବଂ ୫ଟା ବେଳକୁ ପ୍ରସ୍ଥାନ ଗେଟ ବାହାରକୁ ଆସିବାକୁ ନିର୍ଦ୍ଦେଶ ରହିଛି। କୌଣସି କାରଣବଶତଃ ଅଭୟାରଣ୍ୟ ମଧ୍ୟରେ ଗାଡ଼ି ଖରାପ ହେଲେ ପର୍ଯ୍ୟଟକ ମାନଙ୍କୁ ବାରିପଦା ଓ ଯଶିପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ଅଗ୍ରୀମ ୪ହଜାର ଟଙ୍କା ଜମା ଦେବାକୁ ନିୟମ ରହିଛି। ରାତ୍ରି ରହଣି ପାଇଁ କୋର ଏରିଆର ଜାମୁଆଣି, କୁମାରୀ, ରାମତୀର୍ଥ, ଗୁଡ଼ଗୁଡ଼ିଆ, ବରେହିପାଣି ଆଦି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ କୁଆଁରୀ ଗାଁ ନିକଟରେ ବାଉଁଶ କୁଟୀର ବ୍ୟବସ୍ଥା ମଧ୍ୟ କରାଯାଇଛି। ରାତ୍ର ରହଣି ପାଇଁ ପର୍ଯ୍ୟଟକ ମାନେ ୱେବସାଇଟରେ ଅଗ୍ରୀମ ସଂରକ୍ଷଣ କରିବାକୁ ପଡ଼ିବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି। ସୁରକ୍ଷିତ ଭାବେ ପର୍ଯ୍ୟଟକ ଜଙ୍ଗଲ ପରିବେଶରେ କିପରି ଜଙ୍ଗଲୀ ବନ୍ୟଜନ୍ତୁଙ୍କ ଚଳ ପ୍ରଚଳକୁ ପାଖରୁ ନିରେଖୁ ଦେଖିପାରିବେ ସେଥିପାଇଁ ସତନ୍ତ୍ର ରୁଟ୍ ପ୍ରସ୍ତୁତ କରାଯାଇଛି। ବିଶେଷକରି ଯୁବପିଢ଼ି ଓ ଛୋଟ ପିଲାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଦୁଃସାହାସିକ କ୍ରୀଡାକୁ ଏଥିରେ ସାମିଲ କରାଯାଇଛି। ଶିମିଳିପାଳ ବୁଲିବାକୁ ପର୍ଯ୍ୟଟକଙ୍କ ପାଇଁ ମିନିବସ୍‌ର ମଧ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହା ସହିତ ଅଭୟାରଣ୍ୟ ମଧ୍ୟରେ ସ୍ଵତନ୍ତ୍ର ଖାଦ୍ୟର ବ୍ୟବସ୍ଥା ଥିଲା। ଯାହା ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ଚଳିତ ବର୍ଷ ପ୍ରକୃତିପ୍ରେମୀଙ୍କୁ କେତେ ଆକୃଷ୍ଟ କରୁଛି ତାହା ଦେଖିବାକୁ ବାକି ରହିଛି।

ଶିମିଳିପାଳରୁ ୯ଶିକାରୀ ଗିରଫ, ସମ୍ବରମାଂସ ସହିତ ୯ ଦେଶୀବନ୍ଧୁକ ଜବତ
ବାରିପଦା: ଶିମିଳିପାଳ ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ ପଶିଥିବା ୯ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି । ଏହା ସହିତ ସେମାନଙ୍କ ପାଖରୁ ସମ୍ବର ମାଂସ ଓ ୯ଟି ଦେଶୀବନ୍ଧୁକ ଜବତ କରାଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ ସଂରକ୍ଷକ ଡ ପ୍ରକାଶ ଚାନ୍ଦ ଗୋଗିନେନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନାରୁ ପ୍ରକାଶ ଯେ, ଶୁକ୍ରବାର ରାତିରେ ଶିମିଳିପାଳର ଜେନାବିଲ ରେଞ୍ଜ ଅଞ୍ଚଳରେ ଉଦଳା ଥାନାର ପାଟଶାଣୀପୁର ଓ କୁଣ୍ଡାବାଇ ପଞ୍ଚାୟତର ଉପରତଳଡିହା, ଜାମଡିହା, ଖାଳିଡିହି ଆଦି ଶିମିଳିପାଳ ସଂଲଗ୍ନ ଗ୍ରାମର ୪୦ରୁ ଉର୍ଦ୍ଧ୍ବ ଶିକାରୀ ବହୁ ସଂଖ୍ୟକ ବନ୍ଧୁକ ସହିତ ଏକସଙ୍ଗେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଅଖଣ୍ଡ ଶିକାର ଉଦ୍ଦେଶ୍ୟରେ ପଶିଥିଲେ । ତେବେ ଖବର ପାଇ ଡୁକୁରା ଓ ପୋଡାଡିହା ରେଞ୍ଜର କର୍ମଚାରୀ ସ୍ବତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ ସହିତ ମିଳିତ ଭାବେ ଚଢାଉ କରିଥିଲେ । ୯ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୯ଟି ଦେଶୀବନ୍ଧୁକ ଓ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରି ବନବିଭାଗ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ ପାଇଁ ପଚରାଉଚରା ଜାରି ରଖିଛନ୍ତି । ଖସିପଳାଇଥିବା ଅନ୍ୟ ଶିକାରୀମାନଙ୍କୁ ଗିରଫ ପାଇଁ ତନାଘନା ଜାରିରହିଛି ।

ଖୋଲା କାର୍‌ରେ ଶିମିଳିପାଳର ମଜା ନେବେ ପର୍ଯ୍ୟଟକ; ସ୍ଥାନୀୟ ଚାଳକଙ୍କୁ ମିଳିବ ନିଯୁକ୍ତି, ବୃଦ୍ଧି ପାଇବ ପର୍ଯ୍ୟଟନ ଶିଳ୍ପ
ବାରିପଦା: ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଏବଂ ଏହାକୁ ପର୍ଯ୍ୟଟକଙ୍କ ଲାଗି ଅନୁକୂଳ କରିବା ଲାଗି ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହି ପଦକ୍ଷେପ ମଧ୍ୟରେ ଖୁବ୍‌ଶୀଘ୍ର ୩୫ଟି ଅତ୍ୟାଧୁନିକ କାର୍‌ ଯୋଡ଼ି ହେବାକୁ ଯାଉଛି। ଅଭୟାରଣ୍ୟ ଭିତରର ଘଞ୍ଚ, ଦୁର୍ଗମ ରାସ୍ତାକୁ ଅତି ସହଜରେ ଅତିକ୍ରମ କରିବାର କ୍ଷମତା ଥିବା ଏହି କାର୍‌ଗୁଡ଼ିକ ଖୁବ୍‌ଶୀଘ୍ର ପର୍ଯ୍ୟଟକଙ୍କୁ ସେବା ଯୋଗାଇଦେବ। ଛାତ ନଥିବା ଏହି ଖୋଲା କାର୍‌‌‌ରେ ବସି ପର୍ଯ୍ୟଟକମାନେ ଅଭୟାରଣ୍ୟର ପ୍ରାକୃତିକ ଶୋଭାରାଜି ଏବଂ ବନ୍ୟପ୍ରାଣୀଙ୍କୁ ଦେଖିବାର ଏକ ନିଆରା ଅନୁଭୂତି ସାଉଁଟି‌ବେ। ଚଳନ୍ତା ଗାଡ଼ିରୁ ଅନାୟାସରେ ଅଭୟାରଣ୍ୟର ଫଟୋ ଓ ଭିଡିଓ ମଧ୍ୟ ଉତ୍ତୋଳନ କରିପାରିବେ। ଏ ସଂପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଡଃ ପ୍ରକାଶଚାନ୍ଦ ଗୋଗନେନୀ ସୂଚନା ଦେଇଛନ୍ତି।

ଡଃ ଗୋଗନେନୀଙ୍କ ସୂଚନାନୁଯାୟୀ, ସ୍ୱତନ୍ତ୍ର ଭାବେ ନିର୍ମିତ ଖୋଲା (ଜିମି) ଗାଡ଼ିରେ ପର୍ଯ୍ୟଟକଙ୍କ ପାଇଁ ୩ ଘଣ୍ଟିଆ ଭ୍ରମଣ ବ୍ୟବସ୍ଥା କାର୍ଯ୍ୟକାରୀ ଖୁବ୍‌ଶୀଘ୍ର ହେବାକୁ ଯାଉଛି। ଏବେ ଗାଡ଼ିଗୁଡ଼ିକର ମୋଡିଫିକେସନ୍‌ କାର୍ଯ୍ୟ ଚାଲିଛି। ସମ୍ଭବତଃ ମେ’ ମାସରୁ ଏହା କାର୍ଯ୍ୟକାରୀ ହେବ। ଏହି ସମସ୍ତ ଗାଡ଼ି ବାରିପଦାର ପିଠାବଟା (ଲୁଲୁଙ୍ଗ) ପ୍ରବେଶ ଫାଟକ ପଟୁ ଚାଲିବ। ଏଥିରେ ସ୍ଥାନୀୟ ଅଭିଜ୍ଞ ଚାଳକଙ୍କୁ ନିଯୁକ୍ତି ଦିଆଯିବ। ସକାଳେ ୩ ଘଣ୍ଟା ଓ ଅପରାହ୍ଣରେ ୩ ଘଣ୍ଟା; ଦିନକୁ ଦୁଇଥର ଗାଡ଼ିଗୁଡ଼ିକ ଅଭୟାରଣ୍ୟର ଘଞ୍ଚ ରାସ୍ତାରେ ଯିବ। ଫଳରେ ଅପରୂପ ଶୋଭାରାଜିର ଦୃଶ୍ୟ ସହ ବନ୍ୟପ୍ରାଣୀ ଦେଖିବାକୁ ପର୍ଯ୍ୟଟକ ସୁଯୋଗ ପାଇବେ। ଏହାଦ୍ବାରା ବାରିପଦା ସହରରୁ ଲୁଲୁଙ୍ଗ ପର୍ଯ୍ୟନ୍ତ ହୋଟେଲ, ରିସୋର୍ଟ ଓ ପର୍ଯ୍ୟଟକଙ୍କ ସହ ଜଡ଼ିତ ଅନ୍ୟାନ୍ୟ ବ୍ୟବସାୟ ମଧ୍ୟ ବୃଦ୍ଧି ପାଇବ। ସ୍ଥାନୀୟ ଅଞ୍ଚଳର ଜନସାଧାରଣ ମଧ୍ୟ ଉପକୃତ ହେବେ। ୩୫ଟି ଗାଡ଼ି ପ୍ରଚଳନ ପରେ ଘଞ୍ଚ ଜଙ୍ଗଲ ରାସ୍ତାକୁ ଘରୋଇ ଗାଡ଼ି ପ୍ରବେଶ ଉପରେ କଟକଣା ରହିବ। କେବଳ ଜଳପ୍ରପାତ ଭ୍ରମଣ ପାଇଁ ଘରୋଇ ଗାଡ଼ିକୁ ଅନୁମତି ଦିଆଯିବ। ତାହା ପୁଣି ସମ୍ଭବତଃ ଯଶିପୁରର କାଳିଆଣି ଫାଟକ ପଟୁ ଅନୁମତି ମିଳିବ। ଏ ସମ୍ୱନ୍ଧରେ ଆଲୋଚନା ଜାରି ରହିଛି ବୋଲି ଶ୍ରୀ ଗୋଗନେନୀ କହିଛନ୍ତି।

ବାରିପଦାର ମଞ୍ଚାବନ୍ଧାରେ ବିଶ୍ୱର ସର୍ବପ୍ରଥମ କଳାବାଘ ସଫାରୀ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ଶେଷସୁଦ୍ଧା ନିର୍ମାଣ ଲକ୍ଷ୍ୟ ରହିଛି। ଏଣୁ ଖୋଲା ଗାଡ଼ିରେ ବାଘସଫାରୀ ଓ ଶିମିଳିପାଳ ପରିଭ୍ରମଣ ପାଇଁ ଆସନ୍ତା ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁଡ଼ଗୁଡ଼ିଆ ଭିତରକୁ ପର୍ଯ୍ୟଟକଙ୍କୁ ଅନୁମତି ମିଳିଥିବା ବେଳେ ବାଙ୍ଗିରିପୋଷିର ତାଳବନ୍ଧରୁ ଚହଲା ପର୍ଯ୍ୟନ୍ତ ରାସ୍ତା ଖୋଲିବା ବିଚାରାଧୀନ ଅଛି ବୋଲି ସେ ସୂଚନା ଦେଇଛନ୍ତି। ଗୋଟିଏପଟେ ‘୫-ଟି’ ଉପକ୍ରମରେ ଦେବକୁଣ୍ଡ, ଭୀମକୁଣ୍ଡ ଓ ରାମତୀର୍ଥର ବିକାଶ ଓ ଅନ୍ୟପଟେ ବାଘସଫାରୀ ଓ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଦ୍ବାରା ଶିମିଳିପାଳର ପର୍ଯ୍ୟଟନ ଶିଳ୍ପ ସମୃଦ୍ଧ ହେବ ଏବଂ ଏହା ମୟୂରଭଞ୍ଜର ଆର୍ଥିକ ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କୁହାଯାଉଛି।