Sunflower Farming - The Sakala

ସୂର୍ଯ୍ୟମୁଖୀ ଚାଷ କରି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ବୁଢ଼ାଦାନୀ ଗ୍ରାମର ୩ ମହିଳା ମମତା, ନିବେଦିତା ଓ ହେମାମାଳିନୀ
କନ୍ଧମାଳ(ସଞ୍ଜୟ ପାତ୍ର): ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଡାଲି, ଚାଉଳ, ତେଲ, ଲୁଣ ସବୁର ଦର ଆକାଶଛୁଆଁ। ସେହିଭଳି ଚାଷୀଙ୍କ ଦୁଃଖ ମଧ୍ୟ ସମାନ। ପନିପରିବା ଚାଷ କରି ଯାହା ରୋଜଗାର କରୁଛନ୍ତି ତାହା ତେଲ ଲୁଣ କିଣି ସରିଯାଉଛି। ତେଣୁ ଖାଇବା ତେଲ ପାଇଁ ସୂର୍ଯ୍ୟମୁଖୀ ଚାଷ ଆପଣେଇଛନ୍ତି ୩ ମହିଳା। ଆଉ ବର୍ତ୍ତମାନ ସୂର୍ଯ୍ୟମୁଖୀ ଚାଷରେ ସଫଳ ମଧ୍ୟ ହୋଇଛନ୍ତି।

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁୁଲବାଣୀ ବ୍ଲକ ବୁଢ଼ାଦାନୀ ଗ୍ରାମର ୩ ମହିଳା ମମତା କହଁର, ନିବେଦିତା କହଁର ଓ ହେମାମାଳିନୀ ଦେହୁରୀ ବର୍ତ୍ତମାନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏହି ୩ ମହିଳା ନିଜର ଦେଢ଼ ଏକର ଜାଗାରେ ପ୍ରଥମ କରି ସୂର୍ଯ୍ୟମୁଖୀ ଚାଷ କରି ସଫଳ ହୋଇଛନ୍ତି। ସରକାରୀ ସୁବିଧା ମିଳୁ କି ନ ମିଳୁ କ୍ଷେତରେ ସୁନା ଫଳାଉଛନ୍ତି ଏବଂ ସ୍ୱାବଲମ୍ବୀ ହେଉଛନ୍ତି। ଏପରି କରି ଦେଖାଇଛନ୍ତି କନ୍ଧମାଳ ଜିଲ୍ଲାର ୩ ମହିଳା ଚାଷୀ। ବିନା ସରକାରୀ ସହାୟତାରେ ନିଜ ନିଜ କ୍ଷେତରେ ସୂର୍ଯ୍ୟମୁଖୀ ଚାଷ କରି ସଫଳ ହୋଇଛନ୍ତି। ବିନା ଅଭିଜ୍ଞତା, ବିନା ପରାମର୍ଶ ଏବଂ ବିନା ସରକାରୀ ସହାୟତାରେ ମହିଳାମାନେ ନିଜ ବୁଦ୍ଧି ଜ୍ଞାନ ପ୍ରୟୋଗ କରି ସୂର୍ଯ୍ୟମୁଖୀ ଚାଷ କରିଛନ୍ତି।

ବର୍ଷା ଦିନ ପରେ ପରେ ଜମିରେ ସୂର୍ଯ୍ୟମୁଖୀ ବିହନ ବୁଣିଥିଲେ। ତାପରେ ଗଛର ଆବଶ୍ୟକ ଯତ୍ନ ନେବା ସହିତ ସାର ଖତ ଦେଇଥିଲେ। ଫଳସ୍ୱରୂପ ବର୍ତ୍ତମାନ ସୂର୍ଯ୍ୟମୁଖୀ ଗଛ ବହୁତ ଭଲ ଭାବେ ବଢ଼ିବା ସହିତ ଗଛରେ ଭଲ ଫୁଲ ହୋଇଛି। ଆଗକୁ ଫୁଲ ସମ୍ପୂର୍ଣ୍ଣ ପାକଳ ହେଲେ ତାକୁ ତୋଳି ଭଲ ଭାବେ ଶୁଖାଇବେ ଏବଂ ତେଲ ପେଡ଼ାରେ ପେଡ଼ିବେ। ଯାହା ତେଲ ବାହାରିବ ସେଥିରୁ କିଛି ନିଜ ଘରେ ବ୍ୟବହାର କରିବେ ଏବଂ ବଳକା ତେଲକୁ ବିକ୍ରି କରିବେ ବୋଲି କହିଛନ୍ତି।

ବଣ ପାହାଡ଼ ଘେରା କନ୍ଧମାଳ ଜିଲ୍ଲାର ଚାଷୀ ସାଧାରଣତଃ ଚାଷ କାର୍ଯ୍ୟ ପାଇଁ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି। ଜିଲ୍ଲାର ଅର୍ଦ୍ଧାଧିକ ଢିପ ଜମି ସହିତ ଜମିକୁ ଜଳସେଚନର ସୁବିଧା ନାହିଁ। ଏଭଳି ସ୍ଥଳେ ଏଠିକାର ଚାଷୀ ବର୍ଷା ଦିନେ ଧାନ ଫସଲ କଲା ପରେ ଜମିକୁ ଖାଲି ରଖିଥାନ୍ତି। ଯାହାର ପାଣି ସୁବିଧା ଅଛି ସେମାନେ କିଛି କିଛି ପନିପରିବା ଚାଷ କରିଥାନ୍ତି। କିନ୍ତୁ ସୂର୍ଯ୍ୟମୁଖୀ ଚାଷ ପାଇଁ ବିଶେଷ ପାଣିର ଆବଶ୍ୟକତା ନାହିଁ। ବର୍ଷା ଦିନ ପରେ ପରେ ଯଦି ଓଦାଳିଆ ମାଟିରେ ସୂର୍ଯ୍ୟମୁଖୀ ବିହନ ବୁଣି ଦିଆଯାଏ, ତେବେ ଦୁଇ ମାସ ମଧ୍ୟରେ ଗଛ ଭଲ ବଢ଼ିବା ସହିତ ଜାନୁଆରୀ ମାସରେ ଗଛରେ ଫୁଲ ଆସିଯାଏ ଏବଂ ଫେବୃଆରୀ ମାସରେ ଅମଳ ହୋଇଯାଏ। ସେହିଭଳି ବର୍ତ୍ତମାନ ଫୁଲର ଅମଳ ସମୟ ପ୍ରାୟତଃ ପାଖେଇ ଆସିଛି। ଏହି ମହିଳା ଚାଷୀଙ୍କ ଏହା ପ୍ରଥମ ଚାଷ ହୋଇଥିବାରୁ ସେମାନେ ଫୁଲରୁ କେତେ ତେଲ ବାହାରିବ ତାହା ଜାଣିନାହାନ୍ତି। କିନ୍ତୁ ଭଲ ତେଲ ବାହାରିବ ବୋଲି ଆଶା ରଖିଛନ୍ତି ଏବଂ ଆଗକୁ ସଠିକ ସମୟରେ ସରକାରୀ ସହାୟତା ମିଳିଲେ ଆହୁରି ଅଧିକ ଅଞ୍ଚଳରେ ସୂର୍ଯ୍ୟମୁଖୀ ଚାଷ କରିବେ ବୋଲି କହିଛନ୍ତି। ଏହି ୩ ମହିଳାଙ୍କ ସଫଳ ସୂର୍ଯ୍ୟମୁଖୀ ଚାଷ ଦେଖି ବୁଢ଼ାଦାନୀ ଗ୍ରାମର ଏବଂ ଆଖପାଖ ଗ୍ରାମର ଚାଷୀମାନେ ସୂର୍ଯ୍ୟମୁଖୀ ଚାଷ କରିବା ପାଇଁ ମନ ବଳେଇଲେଣି। ତେଣୁ କୃଷି ବିଭାଗ ଏବଂ ସରକାର ଯଦି ଗ୍ରାମଗୁଡ଼ିକରେ ପହଞ୍ଚିି ଚାଷୀଙ୍କୁ ସୂର୍ଯ୍ୟମୁଖୀ ଚାଷ ସମ୍ବନ୍ଧୀୟ ଜ୍ଞାନ କୌଶଳ ଏବଂ ସହାୟତା ପ୍ରଦାନ କରନ୍ତି ତେବେ ଏହି ଅଞ୍ଚଳରେ ବହୁଳ ଭାବରେ ଭଲ ସୂର୍ଯ୍ୟମୁଖୀ ଚାଷ ହୋଇପାରିବ ବୋଲି କୁହାଯାଉଛି।