Lok Sabha Elections 2024 - The Sakala

ନିର୍ବାଚନର ଅନ୍ତିମ ପର୍ଯ୍ୟାୟ: ୫୭ ସଂସଦୀୟ କ୍ଷେତ୍ରରେ ଚାଲିଛି ମତଦାନ
ନୂଆଦିଲ୍ଲୀ: ଗଣତନ୍ତ୍ରର ବଡ଼ ପର୍ବ ଶେଷ ହେବାକୁ ବସିଛି। ଆଜି ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ (ସପ୍ତମ) ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ୧ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନରେ ଭୋଟରମାନେ ମତଦାନ କରୁଛନ୍ତି।

ଏଥିରେ ଉତ୍ତର ପ୍ରଦେଶର ୧୩ , ପଞ୍ଜାବର ୧୩, ବିହାରର ୮, ପଶ୍ଚିମବଙ୍ଗର ୯, କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ର ୧, ହିମାଚଳ ପ୍ରଦେଶର ୪, ଓଡ଼ିଶାର ୬, ଝାଡ଼ଖଣ୍ଡର ୩ ଲୋକସଭା ଆସନ ସାମିଲ ରହିଛି। ଏହି ୫୭ ଲୋକସଭା ଆସନରେ ପଞ୍ଜାବର ୩୨୮, ଉତ୍ତର ପ୍ରଦେଶର ୧୪୪, ବିହାରର ୧୩୪, ଓଡ଼ିଶାର ୬୬, ଝାଡ଼ଖଣ୍ଡର ୫୨, ହିମାଚଳ ପ୍ରଦେଶର ୩୭ ଓ ଚଣ୍ଡିଗଡ଼ର ୪- ଏହିଭଳି ମୋଟ ୯୦୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(ବାରାଣସୀ) ଏବଂ କଂଗ୍ରେସର ଅଜୟ ରାୟ, ମଣ୍ଡିରୁ କଙ୍ଗନା ରାଣାୱତ ଏବଂ କଂଗ୍ରେସର ବିକ୍ରମାଦିତ୍ୟ ସିଂହ, ଗୋରଖପୁରରୁ ରବି କିଷନ ଏବଂ କାଜଲ ନିଷାଦ (ସମାଜବାଦୀ ପାର୍ଟି), ହମିରପୁରରୁ ଅନୁରାଗ ଠାକୁର ଏବଂ ସତପାଲ ସିଂହ ରାଏଜାଦା(କଂଗ୍ରେସ), ଡାଏମଣ୍ଡ ହାର୍ବରରୁ ଟିଏମ୍‌ସିର ଅଭିଷେକ ବାନାର୍ଜୀ ଲଢୁଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୯୪ ଲୋକସଭା ଆସନରେ ଚାଲିଛି ମତଦାନ
ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମଙ୍ଗଳବାର ଆରମ୍ଭ ହୋଇଛି ମତଦାନ। ଏହି ପର୍ଯ୍ୟାୟରେ ୧୧ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୪ ଟି ଆସନ ପାଇଁ ମତଦାନ ହେଉଛି।

ନିର୍ବାଚନ ମୂଳ କାର୍ଯ୍ୟସୂଚୀ ଅନୁଯାୟୀ, ଏହି ପର୍ଯ୍ୟାୟରେ ୧୨ ରାଜ୍ୟର ୯୫ଟି ଆସନ ପାଇଁ ମତଦାନ ହେବାର ଥିଲା । କିନ୍ତୁ ସୁରତରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ହେବା ଦ୍ବାରା ଏଠାକାର ବିଜେପି ପ୍ରାର୍ଥୀ ନିଦ୍ବନ୍ଦରେ ନିର୍ବାଚିତ ହେବାରୁ ବାକି ୯୪ଟି ଆସନରେ ମତଦାନ ହେଉଛି। ସେହିପରି ଜମ୍ମୁ-କାଶ୍ମୀରରେ ପାଣିପାଗ ସ୍ଥିତି ଅନୁକୂଳ ନ ଥିବାରୁ ଅନନ୍ତନାଗ-ରାଜୋରୀ ଆସନ ପାଇଁ ମତଦାନ ଆସନ୍ତା ୨୫ରେ ଭୋଟ ଗ୍ରହଣ ହେବ । ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ବେତୁଲ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ପର୍ଯ୍ୟାୟରେ (ଏପ୍ରିଲ ୨୬)ହେବାକୁ ଥିବା ମତଦାନ ଆସନ୍ତାକାଲି ହେବ।

ତେବେ ଅନ୍ୟସବୁ ଆସନରେ ମୂଳ କାର୍ଯ୍ୟସୂଚୀ ଅନୁସାରେ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ଆସାମ (୪), ବିହାର (୫), ଛତିଶଗଡ (୭), ଗୋଆ (୨), ଗୁଜୁରାଟ (୨୬), କର୍ଣ୍ଣାଟକ (୧୪), ମଧ୍ୟପ୍ରଦେଶ ( ୮), ମହାରାଷ୍ଟ୍ର (୧୧), ଉତ୍ତରପ୍ରଦେଶ (୧୦), ପଶ୍ଚିମବଙ୍ଗ (୪) ଆସନ ସମେତ ଦାଦ୍ରା ଓ ନାଗର ହାଭେଲି ଏବଂ ଦାମନ ଓ ଡିୟୁର ଦୁଇ ଆସନ ପାଇଁ ମତଦାନ ହେଉଛି। ଏହି ପର୍ଯ୍ୟାୟରେ ଗୁଜରାଟର ସମସ୍ତ ଲୋକସଭା କ୍ଷେତ୍ର ପାଇଁ ମତଦାନ ଶେଷ ହେଉଥିଲା ବେଳେ ଦେଶରେ ୨୬୩ ଲୋକସଭା କ୍ଷେତ୍ରରେ ଶେଷ ହେବ।

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ, ୧୨ରାଜ୍ୟର ୯୪ଟି ଆସନରେ ହେବ ଭୋଟ୍ ଗ୍ରହଣ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଚାର ଜାରି ରହିଛି। ଅନ୍ୟପକ୍ଷରେ ମଙ୍ଗଳବାର ୧୨ଟି ରାଜ୍ୟର ୯୪ଟି ଲୋକସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୧୦୨ ଟି ଆସନ ଏବଂ ଦ୍ୱିତୀୟ ପର୍ୟ୍ୟାୟରେ ୮୮ ଟି ଆସନ ପାଇଁ ମତଦାନ ହୋଇଥିଲା । ତୃତୀୟ ପର୍ଯ୍ୟାୟ ପରେ ଦେଶର ୨୮୪ ଟି ଆସନ ମଧ୍ୟରୁ ଅଧାରୁ ଅଧିକ ଆସନରେ ମତଦାନ ଶେଷ ହୋଇଯିବ । ଏହି ୯୪ ଆସନ ମଧ୍ୟରୁ ଗୁଜରାଟର ୨୫ଟି, କର୍ଣ୍ଣାଟକର ୧୪ଟି ଓ ମହାରାଷ୍ଟ୍ରର ୧୧ଟି ଆସନରେ ମତଦାନ ହେବ।

ଲୋକସଭା ନିର୍ବାଚନ: ବାରଣାସୀରୁ ମୋଦୀ, ଗାନ୍ଧୀନଗରରୁ ଶାହା ଓ ଲକ୍ଷ୍ନୌରୁ ଲଢ଼ିବେ ରାଜନାଥ !
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୫୫ ପ୍ରାର୍ଥୀଙ୍କ ତାଲିକା ଚୂଡ଼ାନ୍ତ କରିଛି ବିଜେପି । ଖୁବ୍‌ ଶୀଘ୍ର ଏ ସଂକ୍ରାନ୍ତରେ ଘୋଷଣା କରାଯିବ । ଗତକାଲି ରାତି ପ୍ରାୟ ୧୧ଟାରୁ ସାଢେ଼ ୩ଟା ପର୍ଯ୍ୟନ୍ତ ଦୀର୍ଘ ୪ ଘଣ୍ଟାରୁ ଊଦ୍ଧ୍ୱର୍କାଳ ବୈଠକ ପରେ ଦଳ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୃହମନ୍ତ୍ରୀ ଅମିତ୍‌ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୃହମନ୍ତ୍ରୀ ଅମିତ୍‌ ଶାହା ଗାନ୍ଧୀନଗର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲକ୍ଷେ୍ନø, ସ୍ମୃତି ଇରାନୀ ଆମେଥିରୁ ଓ ଭୂପେନ୍ଦ୍ର ଯାଦବ ଭିବାନୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଗୁନା-ଶିବପୁରୀ ବା ଗ୍ୱାଲିୟରରୁ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ଭୋପାଳ ବା ବିଦିଶାରୁ ଦଳ ପ୍ରାର୍ଥୀ କରିବ। ସର୍ବାନନ୍ଦ ସୋନୱାଲ ଦିବ୍ରୁଗଡ଼, ରବୀନ୍ଦ୍ର ରୈନା ରାଜୌରୀ-ଅନନ୍ତନାଗ, ମନୋଜ ତିୱାରୀ ଉତ୍ତରପୂର୍ବ ଦିଲ୍ଲୀ ଆସନ, ପରବେଶ ବର୍ମା ପଶ୍ଚିମ ଦିଲ୍ଲୀରୁ ପ୍ରାର୍ଥୀ ହେବେ। ଓଡ଼ିଶାର ଚୂଡ଼ାନ୍ତ ହୋଇଥିବା ଦୁଇ ଆସନ ମଧ୍ୟରୁ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୁରୀରୁ ସମ୍ବିତ୍‌ ପାତ୍ରଙ୍କ ନାମ ଥିବା ସୂଚନା ମିଳିଛି।

ବୈଠକରେ ବିଭିନ୍ନ ରାଜ୍ୟରେ ବିଜେପିର ବିଭିନ୍ନ ସହଯୋଗୀ ଦଳକୁ ଆସନ ବଣ୍ଟନ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଛି। ଉତ୍ତରପ୍ରଦେଶର ୮୦ ଲୋକସଭା ଆସନ ମଧ୍ୟରୁ ବିଜେପି ୭୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଏବଂ ସହଯୋଗୀ ଦଳଗୁଡ଼ିକୁ ୬ଟି ଆସନ ପ୍ରଦାନ କରିବ। ବିହାରରେ ଜେଡିୟୁ ସହ ଆସନ ବୁଝାମଣା ବୈଠକ ପରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ। ତେବେ ବିଜେପି କେବେ ବି ବିଜୟୀ ହୋଇ ନ ଥିବା ୪ ଲୋକସଭା ଆସନ ସହ ମୋଟ ୧୦ଟି ଆସନ ସହ ୨୨ଟି ଆସନ ଜେଡିୟୁ, ଲୋକ ଜନଶକ୍ତି ପାର୍ଟି (ପାଶ୍ୱାନ) ଓ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)କୁ ଦେବାକୁ ଆପାତତଃ ନିଷ୍ପତ୍ତି ହୋଇଛି । ଝାଡ଼ଖଣ୍ଡରେ ଦଳ ୧୪ ଲୋକସଭା ଆସନ ମଧ୍ୟରୁ ଗୋଟିଏ ସହଯୋଗୀ ଏଜେଏସ୍‌ୟୁକୁ ପ୍ରଦାନ କରିବ ଓ ଅବଶିଷ୍ଟ ୧୩ଟି ଆସନରେ ପ୍ରାର୍ଥୀ ଦେବ। ପଞ୍ଜାବରେ ଅକାଳି ଦଳ ସହ ମେଣ୍ଟ ଚର୍ଚ୍ଚା ଅବ୍ୟାହତ ଥିବାରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ନାହିଁ। ତେବେ ପଟିଆଲା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପତ୍ନୀ ପରନିତ୍‌ କୌରଙ୍କୁ ଦଳ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି। ସେ ବିଜେପିରେ ଯୋଗଦେବା ପରେ ଏ ସଂକ୍ରାନ୍ତରେ ଘୋଷଣା ହେବ। ସେହିପରି ଚଣ୍ଡୀଗଡ଼ ଲୋକସଭା ଆସନରୁ ଅଭିନେତ୍ରୀ କିରଣ ଖେରଙ୍କ ବଦଳରେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ ବା ସିନେତାରକା କଙ୍ଗନା ରଣାୱତଙ୍କୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ଆସାମର ୧୪ ଲୋକସଭା ଆସନ ମଧ୍ୟରୁ ୧୧ଟିରେ ବିଜେପି ପ୍ରତିଦ୍ୱନ୍ଦ୍ୱିତା କରିବ। ଅବଶିଷ୍ଟ ୩ଟି ଆସନ ୟୁନାଇଟେଡ୍‌ ପିପୁଲ୍ସ ପାର୍ଟି ଲିବରାଲ (ୟୁପିପିଏଲ୍‌) ଓ ଆସାମ ଗଣ ପରିଷଦ (ଏଜିପି)କୁ ଛାଡ଼ିବ। ଏଜିପି ଗୋଟିଏ ଓ ୟୁପିପିଏଲ୍‌ ୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ଅପରପକ୍ଷରେ ତେଲଙ୍ଗାନା, ଆନ୍ଧ୍ର ଓ ତାମିଲନାଡ଼ୁ ନେଇ ବୈଠକରେ ଦୀର୍ଘ ବିଚାରମବିମର୍ଷ ହୋଇଛି। ତାମିଲନାଡ଼ୁରେ ପୁନର୍ବାର ଏଆଇଡିଏମ୍‌କେ ସହ ମେଣ୍ଟ କରିବାକୁ ବିଜେପି ଚାହୁଁଛି, ମାତ୍ର ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ହୋଇପାରି ନ ଥିବାରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ନାହିଁ। ସେହିପରି ଆନ୍ଧ୍ରରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଓ ପୱନ କଲ୍ୟାଣଙ୍କ ଜନସେନା ସହ ମଧ୍ୟ ଆସନ ବୁଝାମଣା ହୋଇ ପାରିନାହିଁ। ବୁଝାମଣା ହୋଇ ନ ପାରିଲେ ଦଳ ଆନ୍ଧ୍ରପ୍ରଦେଶର ସବୁ ଆସନରେ ଏକାକୀ ପ୍ରାର୍ଥୀ ଦେବ। ସେହିପରି ତେଲଙ୍ଗାନାରେ ଦଳ ଏକାକୀ ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।