Shreyas Iyer’s - The Sakala

ମହଙ୍ଗା ପଡ଼ିଲା ରଣଜୀ ନ ଖେଳିବା, BCCI ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍ ପଡ଼ିଲେ ଆୟର ଓ ଇଶାନ
ନୂଆଦିଲ୍ଲୀ : BCCI ପକ୍ଷରୁ ଘୋଷଣା ହେଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା । ବାଦ୍ ପଡ଼ିଲେ ଶ୍ରେୟସ ଆୟାର ଏବଂ ଇଶାନ କିଶାନ । ତେବେ ବହୁ ଯୁବ ଖେଳାଳି ବିଭିନ୍ନ ଗ୍ରେଡରେ ସାମିଲ ହୋଇଛନ୍ତି। ବୁଧବାର ବିସିଆଇ ପକ୍ଷରୁ ଏହି ବାର୍ଷିକ ଚୁକ୍ତିନାମା ଘୋଷଣା କରାଯାଇଛି । ରଣଜୀ ଖେଳିବା ପାଇଁ ଶ୍ରେୟସ ଆୟର ଏବଂ ଇଶାନ କିଷନଙ୍କୁ କୁହାଯାଇଥିବା ସତ୍ତ୍ବେ ଉଭୟ ଖେଳିନଥିବାରୁ ଏମାନଙ୍କୁ ଏକପ୍ରକାର ଏପରି ଦଣ୍ଡ ଦିଆଯାଇଛି । ନିୟମିତ ଦଳରେ ସାମିଲ ହୋଇ ଭାରତୀୟ ଟିମରେ ଖେଳୁଥିବା ଜୟସ୍ବାଲଙ୍କୁ ଗ୍ରେଡରେ ସାମିଲ କରାଯାଇଛି । ଆନ୍ତର୍ଜାତୀୟ ଖେଳୁଥିବା ଖେଳାଳିଙ୍କୁ BCCI ପକ୍ଷରୁ ୪ଟି ଗ୍ରେଡରେ ସାମିଲ କରାଯାଇଛି । ଏହି ଗ୍ରେଡ ହିସାବରେ ଦରମା ମଧ୍ୟ ମିଳିଛି । A+, A,B ଏବଂ C ଗ୍ରେଡରେ ରହିଛନ୍ତି । A+ ଖେଳାଳି ବାର୍ଷିକ ୭ କୋଟି, A ଗ୍ରେଡ ଖେଳାଳି ୫ କୋଟି, B ଗ୍ରେଡ ଖେଳାଳି ୩ କୋଟି ଏବଂ C ଗ୍ରେଡ ଖେଳାଳିମାନେ ବର୍ଷକୁ ୧ କୋଟି ଟଙ୍କା ପାଇଥାନ୍ତି ।

A+ ଗ୍ରେଡରେ ରହିଥିବା ଖେଳାଳି ତିନୋଟି ଯାକ ଫର୍ମାଟରେ ଖେଳିଥାନ୍ତି । ତେବେ ଏହି ତାଲିକାରେ ରହିଛନ୍ତି ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଏବଂ ଜଶପ୍ରିତ୍ ବୁମରା । A ଗ୍ରେଡରେ ୬ ଜଣ ଖେଳାଳି ରହିଛନ୍ତି । ଏମାନେ ହେଲେ କେ.ଏଲ. ରାହୁଲ, ମହମ୍ମଦ ସିରାଜ, ଶୁଭମନ ଗିଲ, ରବିଚନ୍ଦ୍ରନ ଅଶ୍ବିନୀ, ମହମ୍ମଦ ସାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା । ରାହୁଲ,ସିରାଜ ଏବଂ ଗିଲଙ୍କୁ ପ୍ରମୋସନ ମିଳି ଏହି ଗ୍ରେଡରେ ସାମିଲ କରାଯାଇଛି ।

B ଗ୍ରେଡରେ ୫ଜଣ ଖେଳାଳି ରହିଛନ୍ତି ଏମାନେ ହେଲେ ଋଷଭ ପନ୍ଥ, ଅକ୍ଷର ପଟେଲ, ସୂର୍ଯ୍ୟ କୁମାର ଯାଦବ, କୁଲଦୀପ ଯାଦବ ଏବଂ ଜଶସ୍ବୀ ଜୟସ୍ବାଲ । ଜୟସ୍ବାଲ ପ୍ରଥମଥର ପାଇଁ ଏବଂ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ ହୋଇଛନ୍ତି ।