Matrimony Site - The Sakala
ସାବଧାନ ! ବିବାହ ୱେବସାଇଟ୍‌ରେ ବି ଠକେଇ: ଡାକ୍ତର ପରିଚୟ ଦେଇ ଅସଲି ଡାକ୍ତରାଣୀଙ୍କୁ ଚୂନା ଲଗାଇଲେ
ଭୁବନେଶ୍ୱର: ରାଜଧାନୀରେ ପୁଣି ନକଲି ଡାକ୍ତର ଚିହ୍ନଟ। ନକଲି ଡାକ୍ତରଙ୍କ ମାୟାରେ ହଟହଟା ହେଲେ ଅସଲି ଡାକ୍ତରାଣୀ। ଯାହା ଫଳରେ ଅସଲି ଡାକ୍ତରାଣୀଙ୍କୁ ଚୁନା ଲଗାଇଦେଲେ ନକଲି ଡାକ୍ତର। ଡାକ୍ତରାଣୀଙ୍କ ଠାରୁ ୧.୩ ଲକ୍ଷ ଠକି ନେଲେ। ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଠକେଇ ଅଭିଯୋଗରେ ନକଲି ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନକଲି ଡାକ୍ତର ଜଣଙ୍କ ହେଲେ ସରୋଜ ମିଶ୍ର ଓରଫ ଭବାନୀ ସିଦ୍ଧାର୍ଥ ଶଙ୍କର। ତାଙ୍କ ବୟସ ୩୨। ତାଙ୍କ ଘର ଅନୁଗୋଳ ଜିଲ୍ଲା କଲାରୀରେ ଅଞ୍ଚଳରେ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ପେଶାରେ ଜଣେ ଡାକ୍ତର। ସେ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜରେ ମେଡିକାଲ ଅଫିସର ଭାବରେ କାର୍ଯ୍ୟରତ। ବାହାଘର ପାଇଁ ସେ ଏକ ବିବାହ ୱେବସାଇଟ୍‌ରେ ନିଜକୁ ପଞ୍ଜୀକୃତ କରିଥିଲେ। ଏହି ମାଧ୍ୟମରେ ୨୦୨୫ ମସିହା ଡିସେମ୍ୱର ୯ ତାରିଖରେ ଅଭିଯୁକ୍ତଙ୍କ ସ୍ପଂସ୍ପର୍ଶରେ ଆସିଥିଲେ। ଅଭିଯୁକ୍ତ ନିଜକୁ ଅଭିଜିତ ମିଶ୍ର ଭାବରେ ମିଥ୍ୟା ପରିଚୟ ଦେଇ ନିଜକୁ ପୁନେରେ କାର୍ଯ୍ୟରତ ଡାକ୍ତର ବୋଲି ଦାବି କରିଥିଲେ। ପିତାଙ୍କ ନାମ ସରୋଜ ମିଶ୍ର ବୋଲି କହିଥିଲେ। ଅଭିଯୋଗକାରିଣୀଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ତାଙ୍କ ପରିଚୟ, ବୃତ୍ତି ଏବଂ ବିବାହ ଉଦ୍ଦେଶ୍ୟ ବିଷୟରେ ଏକ ମିଥ୍ୟା ବିଶ୍ୱାସ ସୃଷ୍ଟି କରିଥିଲେ। ଏହି ପ୍ରକାରର ପ୍ରଲୋଭନ ଏବଂ ଭୁଲ୍‌ ଉପସ୍ଥାପନା ଉପରେ ଆଧାର କରି, ଅଭିଯୁକ୍ତ ମୋବାଇଲ୍‌ କଲ୍‌ ଏବଂ ହ୍ୱାଟ୍ସଆପ୍‌ ମେସେଜ୍‌ ମାଧ୍ୟମରେ ଅଭିଯୋଗକାରିଣୀଙ୍କ ସହିତ ନିରନ୍ତର ଯୋଗାଯୋଗ ସ୍ଥାପନ କରିଥିଲେ। ଡିସେମ୍ୱର ୧୫ ତାରିଖରେ ଅଭିଯୁକ୍ତ ତାଙ୍କ ବନ୍ଧୁଙ୍କ ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ଜରୁରୀ ଖର୍ଚ୍ଚ ବାହାନାରେ ଅଭିଯୋଗକାରିଣୀଙ୍କ ଠାରୁ ୧.୫ ଲକ୍ଷ ଟଙ୍କା ଦାବି କରିଥିଲେ। ତାଙ୍କର ମିଥ୍ୟା ପ୍ରତିଶ୍ରୁତିକୁ ବିଶ୍ୱାସ କରି ଅଭିଯୋଗକାରିଣୀ ୧୬ ତାରିଖ ଦିନ ଅଭିଯୁକ୍ତକୁ ଫୋନ ପେ ମାଧ୍ୟମରେ ତିନୋଟି କିସ୍ତିରେ ୯୦ ହଜାର, ୧୦ ହଜାର ଟଙ୍କା ଏବଂ ୩୦ ହଜାର ଟଙ୍କା ମୋଟ ୧ ଲକ୍ଷ ୩୦ ହଜାର ଟଙ୍କା ସ୍ଥାନାନ୍ତର କରିଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ଅଭିଯୋଗକାରୀ ଜାନୁଆରୀ ମାସରେ ଟଙ୍କା ଫେରସ୍ତ ଦାବି କରିଥିଲେ। ଅଭିଯୁକ୍ତ ତାଙ୍କ ଫୋନ୍‌ ଏଡାଇ ଯାଇଥିଲେ। ତାଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲେ। ହତ୍ୟା ଧମକ ମଧ୍ୟ ଦେଇଥିଲେ।
ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ ଯିଏ ମିଥ୍ୟା ପରିଚୟ ଦେଇ ବିଭିନ୍ନ ବିବାହ ପ୍ଲାଟଫର୍ମରେ ନିଜକୁ ଡାକ୍ତର କିମ୍ୱା ଅନ୍ୟ ପ୍ରତିଷ୍ଠିତ ବୃତ୍ତିଗତ ଭାବରେ ପରିଚୟ ଦେଇ ସମ୍ଭାବ୍ୟ କନ୍ୟା ଏବଂ ସେମାନଙ୍କ ପରିବାରର ବିଶ୍ୱାସ ହାସଲ କରନ୍ତି। ପରେ ଟଙ୍କା ପ୍ରଲୋଭନ ଦେଖାଇ ଯୋଗାଯୋଗ ନମ୍ୱର ବନ୍ଦ କରି ସେମାନଙ୍କୁ ଠକନ୍ତି। ଏକ ଚଢଉ ଜରିଆରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତାଙ୍କ ହେପାଜତରୁ ଗୋଟିଏ ମୋବାଇଲ ଫୋନ ଓ ଛଅ ହଜାର ସାତସହ ଟଙ୍କା ଜବତ କରାଯାଇଥିଲା। ପଚରାଉଚରା ସମୟରେ ସେ ଅପରାଧରେ ତାଙ୍କର ସମ୍ପୃକ୍ତି ସ୍ୱୀକାର କରିଥିଲେ। ସିସିଟିଏନଏସ ଯାଞ୍ଚରୁ ତାଙ୍କ ନାମରେ ପୂର୍ବରୁ ଛତ୍ରପୁର ଥାନାରେ ସମାନ ପ୍ରକାରର ଏକ ମାମଲା ରହିଥିବା ଜଣାପଡ଼ିଛି। ବାରମ୍ୱାର ପୁଲିସର ସଚେତନତାମୂଳକ ବାର୍ତ୍ତା ସତ୍ତ୍ୱେ ଲୋକେ ଜାଲ୍‌ ୱେବସାଇଟ୍‌ରେ ଆସୁଥିବା ମିଥ୍ୟା ବିଜ୍ଞାପନ ଉପରେ ଭରସା କରୁଛନ୍ତି। ଏପରିକି ବାରମ୍ୱାର ବୈବାହିକ ୱେବସାଇଟ୍‌ରେ ବିବାହର ନାଁରେ ଠକେଇର ଶିକାର ହେଉଥିଲେ ମଧ୍ୟ ସଚେତନ ହେଉନାହାନ୍ତି। ବାରମ୍ୱାର ବିବାହ ୱେବସାଇଟ୍‌ରେ ବିବାହର ନାଁରେ ଠକେଇର ଶିକାର ହେଉଥିଲେ ମଧ୍ୟ ସଚେତନ ହେଉନାହାନ୍ତି।
ଭୁବନେଶ୍ୱର(ଅନୁରାଧା): କୁହାଯାଏ, ବିବାହ ସ୍ୱର୍ଗରେ ହିଁ ସ୍ଥିର ହୋଇସାରିଥାଏ। ଅର୍ଥାତ୍ ଜନ୍ମ ପୂର୍ବରୁ କିଏ କାହାର ବର ଆଉ କନ୍ୟା, ତାହା ଆଗରୁ ନିର୍ଦ୍ଧାରିତ ଥାଏ। କିନ୍ତୁ ପ୍ରାପ୍ତବୟସ୍କ ହେବା ପରେ ପୁଅ, ଝିଅଙ୍କ ପାଇଁ ପରିବାର ଲୋକେ ଉପଯୁକ୍ତ ପାତ୍ରପାତ୍ରୀ ଖୋଜିବାରେ ଲାଗିଯାନ୍ତି। କିଛି ପରିଚିତ, ବନ୍ଧୁବର୍ଗଙ୍କଠାରୁ ପ୍ରସ୍ତାବ କ୍ରମେ ବିବାହ ସ୍ଥିର କରନ୍ତି ତ ଆଉ କିଛି ଘଟସୂତ୍ରକାରୀ ବା ମଧ୍ୟସ୍ଥିର ସାହାଯ୍ୟ ନେଇଥାନ୍ତି। ଆମ ସମାଜରେ ବହୁଦିନ ଧରି ବିବାହ କ୍ଷେତ୍ରରେ ଏହି ଧାରା ଚାଲିଆସିଥିଲା। ବର୍ତ୍ତମାନ ଆଧୁନିକ ମଣିଷ ମ୍ୟାଟ୍ରିମୋନିଆଲ ମାଧ୍ୟମରେ ବିବାହ ପାଇଁ ପାତ୍ରପାତ୍ରୀ ଖୋଜୁଛି । ଘଟସୂତ୍ରକାରୀ ପାଲଟିଛି ମ୍ୟାଟ୍ରିମୋନିଆଲ । ଏହି ସାଇଟ୍‌ରେ କେମିତି ପ୍ରୋଫାଇଲ୍‌ ଖୋଲିବେ, କିଭଳି ଏହାର ସଦୁପଯୋଗ କରିବେ, ଏଥିପାଇଁ ଖର୍ଚ୍ଚ କେତେ ହୁଏ, ସାଇବର ଠକଙ୍କଠାରୁ କିପରି ସୁରକ୍ଷିତ ରହିପାରିବେ – ତାହାକୁ ନେଇ ଆମର ସ୍ୱତନ୍ତ୍ର ଆଲେଖ୍ୟ।
‘ନ୍ୟୁୟର୍କ ଟାଇମ୍‌’ର ତଥ୍ୟ ଅନୁସାରେ, ଭାରତରେ ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ବ ମ୍ୟାଟ୍ରିମୋନି ୱେବ୍‌ ସାଇଟ୍‌ ରହିଛି। ତନ୍ମଧ୍ୟରୁ ସାଦି, ଭାରତ ମ୍ୟାଟ୍ରିମୋନି, ଜୀବନସାଥୀ, ଲଭ୍‌ ବିବାହ, ଇଲାଇଟ୍‌ ମ୍ୟାଟ୍ରିମୋନି ଆଦି ଅନ୍ୟତମ । ସ୍ଥାନୀୟ ଭାଷା ଅନୁସାରେ ମେଟ୍ରିମୋନି ସାଇଟ୍‌ର ସୁବିଧା ରହିଥାଏ। ଆମ ରାଜ୍ୟରେ ଓଡ଼ିଆ ମ୍ୟାଟ୍ରିମୋନି, ମ୍ୟାରେଜ୍‌ ଦୁନିଆ, ଡାଏଲ ଅର୍ବାନ, ବିବାହ ଲଗ୍ନ ଆଦି ସାଇଟ୍‌ ରହିଛି। ଏହି ସାଇଟ୍‌ରେ ଯୁବପିଢ଼ି ପ୍ରୋଫାଇଲ୍‌ ଖୋଲି କମ୍ ସମୟରେ ନିଜ ପସନ୍ଦ ଅନୁଯାୟୀ ଜୀବନ ସାଥୀ ଖୋଜି ପାଇପାରୁଛନ୍ତି।
‘ସାଦି’ରୁ ପାଇଛି ଜୀବନସାଥୀ
‘ସାଦି ଡଟ୍ କମ୍’ ମ୍ୟାଟ୍ରିମୋନିଆଲରେ ସେ ଜୀବନ ସାଥୀଟିଏ ଖୋଜୁଥିଲେ। ମହିଳା କାଟାଗୋରୀରେ ବ୍ୟକ୍ତିଗତ ତଥ୍ୟ ଦେବା ସହ ସେଥିରେ ସେ ଜଣେ ତୃତୀୟଲିଙ୍ଗୀ ବୋଲି ଉଲ୍ଲେଖ କରିଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ଥିବା ଟିଜି ସେଲ୍‌ରେ ସମୀକ୍ଷା କାର୍ଯ୍ୟରତ। ପ୍ରୋଫାଇଲ ଖୋଲିବାର ମାତ୍ର ୬ ମାସ ପରେ ଆଇଟି ସେକ୍ଟରର କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ସେ ପସନ୍ଦ ଆସିଥିଲା। ସମୀକ୍ଷା ତାଙ୍କ ପ୍ରୋଫାଇଲ୍‌କୁ ଚେକ୍‌ କରି ଲାଇକ୍ କରିବା ପରେ ଉଭୟଙ୍କ ସମ୍ପର୍କ ଆଗକୁ ବଢ଼ିଲା। ଗୁରୁଜନଙ୍କ ଉପସ୍ଥିତିରେ ଉଭୟଙ୍କ କଥାବାର୍ତ୍ତା ଆଉ ତା’ପରେ ପରସ୍ପରର ଜୀବନସାଥୀ ପାଲଟିଥିଲେ।
ଜାତି ଓ ବୃତ୍ତିକୁ ଗୁରୁତ୍ବ
ସମସ୍ତ ମେଟ୍ରିମୋନିରେ ନିର୍ଦ୍ଦିଷ୍ଟ ଜାତି ଓ ବୃତ୍ତିଗତ ସାଇଟ୍‌ର ସୁବିଧା ରଖିଛନ୍ତି। ବ୍ରାହ୍ମଣ, ଖଣ୍ଡାୟତ, କରଣ ଆଦି ଶତାଧିକ ଜାତି ପାଇଁ ସ୍ବତନ୍ତ୍ର ମ୍ୟାଟ୍ରିମୋନି ରହିଛି । ସେହିପରି ଛାଡ଼ପତ୍ର ପାଇଥିବା ବ୍ୟକ୍ତି କିମ୍ବା ବିଧବା ମହିଳାଙ୍କୁ ଦ୍ୱିତୀୟ ବିବାହ ପାଇଁ ମ୍ୟାଟ୍ରିମୋନିର ସ୍ୱତନ୍ତ୍ର ସୁବିଧା ରହିଛି। ପେସାଗତ ମ୍ୟାଟ୍ରିମୋନି ସାଇଟ୍‌ରେ ସଫ୍ଟୱେର ଇଞ୍ଜିନିୟର, ସେନାବାହିନୀ ଓ ଡାକ୍ତରଙ୍କୁ ଅଧିକ ଖୋଜାଯାଉଥିବା ପରାମର୍ଶଦାତା କୁହନ୍ତି।
କେମିତି କରିବେ ପଞ୍ଜୀକରଣ: ପ୍ରଥମେ ଗୁଗଲ୍ ପ୍ଲେ ଷ୍ଟୋର୍‌କୁ ଯାଇ ପଞ୍ଜୀକୃତ ମେଟ୍ରିମୋନି ଆପ୍ ଡାଉନ୍ ଲୋଡ କରନ୍ତୁ। ଆପ୍ ଡାଉନ୍ ଲୋଡ୍ ପରେ ପ୍ରଥମେ ବିନା ଦେୟରେ ଜଣେ ବ୍ୟକ୍ତି ନିଜର ନାଁ, ଫୋନ୍ ନମ୍ବର, କାହା ପାଇଁ ପ୍ରୋଫାଇଲ୍ ଖୋଲିବାକୁ ଚାହୁଁଛନ୍ତି, ତାହା ଉଲ୍ଲେଖ କରି ପଞ୍ଜୀକରଣ କରିପାରିବେ । ଏହାପରେ ସଦସ୍ୟତା ପାଇଁ ମ୍ୟାଟ୍ରିମୋନିରେ କିଛି ଟଙ୍କା ପୈଠ କରାଯାଏ। ନିଜର ବ୍ୟକ୍ତିଗତ ତଥ୍ୟ ସହ ସେ ଖୋଜୁଥିବା ଜୀବନସାଥୀଙ୍କ ରଙ୍ଗ, ଉଚ୍ଚତା, ଶିକ୍ଷାଗତ ଯୋଗ୍ୟତା, ଜାତି, ବୃତ୍ତି, ଗୁଣ, ସ୍ଥାନ, ପାରିବାରିକ ଚଳଣି, ରୁଚି ଆଦି ତଥ୍ୟ ବିଷୟରେ ଉଲ୍ଲେଖ କରିଥାନ୍ତି।
ସ୍ବତନ୍ତ୍ର ପ୍ୟାକେଜ୍‌: ମେମ୍ବରସିପ୍ ଦୁଇ ପ୍ରକାରର ଥାଏ । ଗୋଟେ ସେଲ୍ଫ୍ ସର୍ଭିସ ଓ ଅନ୍ୟଟି ଆସିଷ୍ଟେଡ୍‌ ସର୍ଭିସ୍। ତିନିମାସ, ୬ମାସ ଏବଂ ୧୨ ମାସ ପାଇଁ କିଛି ଟଙ୍କା ପୈଠ କରି ସାଇଟ୍‌ ତରଫରୁ ଥିବା ନିୟମ ଅନୁସାରେ ସୀମିତ ପ୍ରସ୍ତାବ ସହ ଯୋଗାଯୋଗ ପାଇଁ ଅନୁମତି ଦିଆଯାଏ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଯଦି ବିବାହ ସ୍ଥିର ହୋଇପାରୁନି, ପୁନର୍ବାର ରିନ୍ୟୁ କରିବାକୁ ପଡ଼ିଥାଏ। ମ୍ୟାଟ୍ରିମୋନି ସଂସ୍ଥା ପକ୍ଷରୁ ମଧ୍ୟ ସେମାନଙ୍କୁ କିଛି ପ୍ରତିଶତ ରିହାତି ପ୍ରଦାନ କରାଯାଏ।
ସାଇକଲ୍‌ରେ ବୁଲି ବୁଲି ମଧ୍ୟସ୍ଥି କାମ
ବୟସ ୫୮ ବର୍ଷ। ୧୯୯୩ ବର୍ଷରୁ ସେ ମଧ୍ୟସ୍ଥ କାମ ଆରମ୍ଭ କରିଥିଲେ। ତାଙ୍କ ଜୀବନରେ ସେ ୧୦୦ରୁ ଅଧିକ ବିବାହ କରାଇଛନ୍ତି। ସେତେବେଳେ ମ୍ୟାଟ୍ରିମୋନି ନ ଥିଲା। ବଜାରରେ ସେ ଦୋକାନ କରିଥିଲେ। ବିବାହ ପ୍ରସ୍ତାବ ଖୋଜି ଖୋଜି ଲୋକ ହଇରାଣ ହେଉଥିବା ଦେଖି ଲୋକଙ୍କୁ ସାହାଯ୍ୟ କରିବା ଆଳରେ ମଧ୍ୟସ୍ଥ କାମ ଆରମ୍ଭ କରିଥିଲେ କଟକ ଜିଲ୍ଲା, ସାଲେପୁର ବ୍ଲକ୍‌ର ଶିଶୁଆ ପଞ୍ଚାୟତ, ବାହରପଡ଼ା ଗାଁର ବ୍ରଜକିଶୋର ପୃଷ୍ଟି। ପ୍ରଥମ ବିବାହ କରାଇବା ପରେ ତାଙ୍କ ବେକରେ ଖଣ୍ଡେ ଗାମୁଛା ପକାଯାଇଥିଲା। ଏଥିରେ ସେ ଏତେ ଖୁସି ଯାଇଥିଲେ, ଏହାପରେ ସେ ଭୁବନେଶ୍ୱରରୁ ଯାଜପୁର, ପୁରୀରୁ କେନ୍ଦ୍ରାପଡ଼ା, ବଲାଙ୍ଗୀର, ସମ୍ବଲପୁର, ରେଢ଼ାଖୋଲ ଆଦି ବହୁ ଦୂରଦୂରାନ୍ତ ଯାଏଁ ଅନେକଙ୍କ ବିବାହ କରାଇଛନ୍ତି। ଧୋତି, ଗଞ୍ଜି, ଶାଢ଼ି କିମ୍ବା ମାତ୍ର ୩୦୦ଟଙ୍କା ଦେଲେ ବିବାହ ପାଇଁ ପିଲା ଖୋଜୁଥିଲେ। ଏଥିପାଇଁ ସାହାରା ଥିଲା ତାଙ୍କର ଖଣ୍ଡେ ସାଇକଲ। ସାଇକଲ ଧରି ସେ ସାଲେପୁରରୁ ଢ଼େଙ୍କାନାଳ, ଯାଜପୁର, ଅନୁଗୁଳ ଯାଇଛନ୍ତି। ବର୍ତ୍ତମାନ ମ୍ୟାଟ୍ରିମୋନି ପାଇଁ ସେ ଯେମିତି ଅଲୋଡ଼ା ହୋଇପଡ଼ିଛନ୍ତି। ତଥାପି ଆଜି ତାଙ୍କ ପାଖେ ଝିଅ ଓ ପୁଅଙ୍କର ୩୦୦୦ ରୁ ଅଧିକ ବାୟୋଡାଟା ରହିଛି।
ମ୍ୟାଟ୍ରିମୋନିର ଚାହିଦା ବୃଦ୍ଧି: ବର୍ତ୍ତମାନ ଲୋକଙ୍କ ପାଖେ କମ୍ ସମୟ। ତେଣୁ ଥରକରେ ଟଙ୍କା ପୈଠ କରି ଗୋଟିଏ ସମୟରେ ଏକାଧିକ ପୁଅ ଝିଅଙ୍କ ସଂପର୍କରେ ଜାଣିପାରିବା ଏବେ ସହଜ ହୋଇଛି। ଏହା ଦ୍ୱାରା ସମାଜରେ ବିବାହ ଖୋଜିବା କିମ୍ବା ବୟସ ଗଡ଼ିବା, ବାହାଘର ଭାଙ୍ଗିବାକୁ ନେଇ କାହାର ଟାହିଟାପରା ଶୁଣିବାକୁ ପଡ଼େନି। ଏହା ଗୋପନୀୟ ହୋଇଥିବାରୁ ଏହାକୁ ଅଧିକ ଲୋକ ପସନ୍ଦ କରୁଛନ୍ତି।
କିଛି ସତର୍କତା: ପ୍ରୋଫାଇଲ୍‌କୁ ଚେକ୍ କରି ମନରେ ଉଙ୍କିମାରୁଥିବା ପ୍ରଶ୍ନ ତାଙ୍କୁ ପଚାରି ପାରିବେ। କଥାବାର୍ତ୍ତା ଭିତରେ ଯଦି କୌଣସି ପ୍ରକାର ସନ୍ଦେହ ସୃଷ୍ଟି ହେଉଛି, ତୁରନ୍ତ ତାଙ୍କୁ ବ୍ଲକ୍‌ କରିଦିଅନ୍ତୁ। ଏଥିପାଇଁ ଗୁରୁଜନଙ୍କୁ ସମ୍ପୃକ୍ତ କରିବା ଜରୁରୀ। ସାକ୍ଷାତ କରିବାକୁ ଜନଗହଳି ସ୍ଥାନରେ ଭେଟନ୍ତୁ। ଉକ୍ତ ବ୍ୟକ୍ତିଙ୍କ ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଭଲଭାବେ ତଥ୍ୟ ସଂଗ୍ରହ କରନ୍ତୁ।
ଡିଜିଟାଲ୍‌ ମଧ୍ୟସ୍ଥି: ପୁଅଝିଅଙ୍କ ଠିକଣା ସହ ଫଟୋ ରଖି ମଧ୍ୟସ୍ଥିମାନେ ଆଉ ଘର ଘର ବୁଲୁ ନାହାନ୍ତି। ଏବେ ଅଫିସ୍ ଖୋଲି ସେଠାରେ ବେପାର ଜମେଇଲେଣି। ମ୍ୟାଟ୍ରିମୋନି ସାଇଟ୍‌କୁ ଭରସା କଲେ ବି ଅଧିକାଂଶ ଜଣେ ଭଦ୍ରଲୋକଙ୍କୁ ମଝିରେ ରଖିବାକୁ ଚାହୁଁଥିବାରୁ ମଧ୍ୟସ୍ଥି ଏବେ ଡିଜିଟାଲ ମଧ୍ୟସ୍ଥ ପାଲଟିଯାଇଛନ୍ତି। ଏମିତିବି ସନ୍ତାନଙ୍କ ପାଇଁ ପାତ୍ରପାତ୍ରୀ ଖୋଜିବାକୁ ଏବେ ବି ମଧ୍ୟସ୍ଥିଙ୍କ ଉପରେ ନିର୍ଭରଶୀଳ।
‘ପରାମର୍ଶଦାତାଙ୍କ ସହଯୋଗ ଜରୁରୀ
କମ୍ ସମୟରେ ସୁଲଭ ମୂଲ୍ୟରେ ମ୍ୟାଟ୍ରିମୋନିରେ ଯେଉଁମାନେ ମେମ୍ବରସିପ୍ ହେବାକୁ ଚାହାଁନ୍ତି, ସେମାନେ ନିଜେ କିମ୍ବା ନିଜର ପିତାମାତା, ସମ୍ପର୍କୀୟଙ୍କ ସହ ମ୍ୟାଟ୍ରିମୋନି ଅଫିସ୍‌କୁ ଆସିଥାନ୍ତି। ଆମଠାରୁ ପୂରା ପ୍ୟାକେଜ, ବିବରଣୀ, ସୁବିଧା ଅସୁବିଧା ଆଦି ବିଷୟରେ ବୁଝି ମେମ୍ବରସିପ୍ ହୁଅନ୍ତି। ତେଣୁ ବିବାହ ଧାର୍ଯ୍ୟ ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତି ସହ ଏତେ କ୍ଲୋଜ୍ ହେବା ତଥା ବ୍ୟକ୍ତିଗତ ଦେଖା ନ କରି ପିତାମାତାଙ୍କ ଉପସ୍ଥିତିରେ ପରସ୍ପର କଥା ଆଗକୁ ବଢ଼ାଇବା ଆବଶ୍ୟକ । ଯଦି କୌଣସି ସମସ୍ୟା ଥାଏ, ମେଟ୍ରିମୋନି ପରାମର୍ଶଦାତାଙ୍କ ସହ ଯୋଗାଯୋଗ କରିପାରିବେ।
ଲିଜାଲିନ୍‌ ପାତ୍ର
ବିବାହ ଲଗ୍ନ, ଭୁବନେଶ୍ୱର
ଠକଙ୍କ ସ୍କାନରରେ ମ୍ୟାଟ୍ରିମୋନି ସାଇଟ୍‌
ସୁନ୍ଦର ଯୁବକ ଓ ଯୁବତୀଙ୍କ ଫଟୋ ଲଗାଇ ମ୍ୟାଟ୍ରିମୋନି ସାଇଟ୍‌ରେ ଆଇଡି ଖୋଲିବା ସହ ଏହାକୁ ଅସ୍ତ୍ର କରି ଠକେଇ କରିବା କିଛି ନୂଆ ନୁହେଁ। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଏହାକୁ ନେଇ ଅନେକ ଅଭିଯୋଗ ରହିଛି। ଠକମାନେ ଲୋକଙ୍କ ଦୁର୍ବଳତାକୁ ଶୋଷଣ କରନ୍ତି। ଏହାଦ୍ବାରା ଆର୍ଥିକ କ୍ଷତି, ଭାବନାତ୍ମକ ସଂକଟ ହୋଇଥାଏ। ବିଭିନ୍ନ ମାଟ୍ରିମୋନି ସାଇଟ୍‌‌ରେ ଆଇଡି ବା ଆକାଉଣ୍ଟ ଖୋଲିବା ଉପରେ କୌଣସି ମାର୍ଗଦର୍ଶିକା ନ ଥିବାରୁ ସାଇବର ଠକ ଠକେଇ ଜାଲ ବିଛାଇ ସଫଳ ହୋଇଥାନ୍ତି । ବିଧବା, ବିବାହ ବିଚ୍ଛେଦ, ଅଧିକ ବୟସର ଝିଅ ଓ ମହିଳାଙ୍କୁ ସେମାନେ ଅଧିକ ଟାର୍ଗେଟ୍‌ କରନ୍ତି । ମାଟ୍ରିମୋନି ସାଇଟ୍‌‌ରେ ଜୀବନ ସାଥୀ ଖୋଜିବା ବେଳେ ସତର୍କତା ଅବଲମ୍ବନ କରିବା ଜରୁରି । ନିଜର ବ୍ୟକ୍ତିଗତ ଗୋପନୀୟତାକୁ ସଙ୍ଗେ ସଙ୍ଗେ ପ୍ରକାଶ କରନ୍ତୁ ନାହିଁ। ସମ୍ପୃକ୍ତ ବ୍ୟକ୍ତିଙ୍କ କୌଣସି କଥାରେ ପ୍ରଲୋଭିତ ହୁଅନ୍ତୁ ନାହିଁ। ପ୍ରୋଫାଇଲ୍ ମ୍ୟାଚ୍ ପରେ ପ୍ରଥମେ ପରିବାରର ଗୁରୁଜନଙ୍କ ସହ ପରିଚିତ ହୁଅନ୍ତୁ । ସଠିକ୍ ତଥ୍ୟ ନ ମିଳିବା ଯାଏଁ ନିଜର କୌଣସି ବ୍ୟକ୍ତିଗତ ତଥ୍ୟ ଦେବା ସହ ଚାଟ୍ କିମ୍ବା କଲ୍ କରନ୍ତୁନି। ଟଙ୍କା ଦେଣନେଣ କିମ୍ବା ବ୍ୟାଙ୍କ ଆକାଉଣ୍ଟ ସଂପର୍କିତ ତଥ୍ୟ କେବେ ମଧ୍ୟ ସେୟାର୍‌ କରନ୍ତୁ ନାହିଁ । ଯଦି କେବେ ଠକେଇର ଶିକାର ହୁଅନ୍ତି, ନିକଟସ୍ଥ ସାଇବର ଥାନାରେ ଅଭିଯୋଗ ସହ ଜାତୀୟ ସାଇବର ଅପରାଧର (ଗୃହ ବିଭାଗ)ହେଲ୍ପଲାଇନ ନମ୍ବର ୧୯୩୦ ରେ ମଧ୍ୟ କରିପାରିବେ।
ଆକାଶ ମିଶ୍ର, ସାଇବର୍ ଏକ୍ସପର୍ଟ
ପୁଅଝିଅଙ୍କ ପାଇଁ ବାପାମା’ କରନ୍ତି ଯୋଗାଯୋଗ
ଅଧିକାଂଶ ପିତାମାତା ନିଜର ପୁଅ ଝିଅଙ୍କ ପାଇଁ ଅଫିସ୍‌କୁ ଆସିଥାନ୍ତି। ଏଠାରୁ ସମସ୍ତ ବିଷୟରେ ଭଲଭାବେ ବୁଝି ମେମ୍ବରସିପ୍‌ ହୁଅନ୍ତି। ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଭେରିଫାଏଡ୍‌ ପ୍ରୋଫାଇଲ୍‌ ଦେଖି ବିବାହ ପ୍ରସ୍ତାବ ଖୋଜିବାକୁ ପରାମର୍ଶ ଦେଉ। କାହାର ପ୍ରୋଫାଇଲ୍‌ରେ ସମସ୍ୟା ଥିଲେ, ସେମାନଙ୍କ ସମସ୍ୟା ସମାଧାନ କରୁ। ଏହାକୁ ଧ୍ୟାନ ଦେଲେ ଓଡ଼ିଆ ମାଟ୍ରିମୋନି ଦୀର୍ଘ ୨୪ ବର୍ଷ ହେବ ଲୋକଙ୍କ ଭରସାଯୋଗ୍ୟ ହୋଇପାରିଛି । ପିତାମାତାଙ୍କ ଜଣାତରେ ଜୀବନସାଥି ବାଛିବା ନିହାତି ଜରୁରି।
ପୂଜା ମୁଦୁଲି, ଓଡ଼ିଆ ମେଟ୍ରିମୋନି
ସହକର୍ମୀରୁ ସହଧର୍ମିଣୀ
କଟକ ଚୌଦ୍ବାରରେ ମୋର ଘର। ଦିଲ୍ଲୀରେ ଚାକିରି କରୁଥିବାରୁ ବାହା ହେବାକୁ ଚାହୁଁନଥିଲି। କିନ୍ତୁ ମୋ ବାପା ମ୍ୟାଟ୍ରିମୋନିରେ ମୋ ବିବାହ ଏକ ପାଇଁ ଆକାଉଣ୍ଟ ଖୋଲିଥିଲେ। ସେପେଟେ ସାନ ଶ୍ବଶୁର, ଦିଲ୍ଲୀରେ ରହୁଥିବାରୁ ସେ ମଧ୍ୟ ମୋ ସ୍ବାମୀଙ୍କ ପାଇଁ ଆକାଉଣ୍ଟ ଖୋଲିଥିଲେ। ଉଭୟ ପକ୍ଷ ଗୁରୁଜନ ଆମ ଦୁହିଁଙ୍କ ବିବାହ ପ୍ରସ୍ତାବ ପାଇଁ କଥା ପକାଇଲେ। ଯେତେବେଳେ ଘରକୁ ଚିତ୍ତରଞ୍ଜନ ମୋତେ ଦେଖିବାକୁ ଆସିଲେ, ସେତେବେଳେ ଆମେ ଗୋଟିଏ ଅଫିସ୍‌ରେ କାମ କରୁଥିବା ଜାଣିଲି। ୨୦୧୩ ମସିହାରେ ଆମେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲୁ। ତେଣୁ ସର୍ବଦା ପଞ୍ଜୀକୃତ ଓ ବିଶ୍ୱାସଯୁକ୍ତ ସାଇଟ୍‌ ଚୟନ କରିବା ଭଲ।
ଦେବଶ୍ରୀ ବିଶ୍ବାଳ, ଭୁବନେଶ୍ବର
ଭରସା ହରାଉଛି ମାଟ୍ରିମୋନି ସାଇଟ୍‌‌: ଜୀବନ ସାଥୀ ଖୋଜି ଫସୁଛନ୍ତି ଯୁବଗୋଷ୍ଠୀ
ଭୁବନେଶ୍ୱର:ବାପା ଓ ମା’ଙ୍କ ବଡ଼ ଚିନ୍ତା ନିଜ ପିଲା ଲାଗି ଉପଯୁକ୍ତ ବରପାତ୍ର କିମ୍ବା କନ୍ୟାପାତ୍ରୀ ଖୋଜିବା। ନିଜର ମନ ପସନ୍ଦର ସାଥୀ ଖୋଜିବା ଲାଗି ନୂଆ ପ୍ଲାଟ୍‌‌ଫର୍ମ ପାଲଟିଛି ମାଟ୍ରିମୋନି। ସେଥିରେ ଝିଅ କିମ୍ବା ପୁଅ ନିଜ ମନ ପସନ୍ଦର ଉପଯୁକ୍ତ ଜୀବନ ସାଥୀ ଖୋଜୁଛନ୍ତି। କିନ୍ତୁ ଏହି ମାଟ୍ରିମୋନି ସାଇଟ୍‌‌ ଏବେ ଠକଙ୍କ ଠକେଇର ନୂଆଧାରା ଭାବେ ଗଣନା କରିଗଲାଣି। ବିବାହ ଋତୁ ଚାଲିଥିବାରୁ ମାଟ୍ରିମୋନି ସାଇଟ୍‌‌ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ବିଶେଷକରି ଉଚ୍ଚଶିକ୍ଷିତ ଓ ଯୁବପିଢ଼ି ମାଟ୍ରିମୋନି ସାଇଟ୍‌‌ ମନ ପସନ୍ଦର ଜୀବନ ସାଥୀ ଖୋଜି ବିବାହ କରିବା ଲାଗି ମନସ୍ଥ କରୁଛନ୍ତି। ବହୁଳ ମାତ୍ରରେ ମାଟ୍ରିମୋନି ସାଇଟ୍‌‌ ବ୍ୟବହାର ହେଉଥିବାରୁ ଠକ ଏହାକୁ ନିଜ ସ୍କାନରକୁ ଆଣିଛନ୍ତି। ମାଟ୍ରିମୋନି ସାଇଟ୍‌‌ରେ ପଞ୍ଜୀକରଣ କରିବା ପରେ ଫଟୋ ଓ ସମସ୍ତ ତଥ୍ୟ ଦେଉଛନ୍ତି। ଏଥିରେ କିଛି ମାନଦଣ୍ଡ ନ ଥିବାରୁ ଠକଙ୍କ ଲୋଲୁପଦୃଷ୍ଟି ଏବେ ମାଟ୍ରିମୋନି ସାଇଟ୍‌‌ରେ ପଡ଼ିଛି। ଦୀର୍ଘଦିନ ମାଟ୍ରିମୋନି ସାଇଟ୍‌‌ରେ ବାର୍ତ୍ତାଳପ ହେବା ପରେ ବିବାହ ଲାଗି ମନସ୍ଥ କରାଯାଉଛି। ସେଥିରେ ଫଟୋ ସହ ଗୁରୁତ୍ୱପୂର୍ଣ୍ଣ ସମସ୍ତ ତଥ୍ୟ ଦିଆଯାଉଛି। ମାତ୍ର କିଛି ବ୍ୟକ୍ତିବିଶେଷ ମାଟ୍ରିମୋନି ସାଇଟ୍‌‌ରେ ଠକେଇ କରିବାରେ ଲାଗି ପଡ଼ିଛନ୍ତି।
ରାଜଧାନୀରେ ମାଟ୍ରିମୋନି ସାଇଟ୍‌‌ରେ ଠକେଇ ଘଟଣା ବଢ଼଼ିଛି। କେଉଁଠି ପ୍ରତାରଣାର ଅଭିଯୋଗ ତ ଆଉ କେଉଁଠି ଠକେଇ ଅଭିଯୋଗ ରହିଛି। ନକଲି ଫଟୋ, ଠିକଣା ଓ ଅଧିକ ଟଙ୍କା ରୋଜଗାର ଦର୍ଶାଇ ଇଚ୍ଛୁକ ପ୍ରାର୍ଥୀ ସହ କଥାବାର୍ତ୍ତା କରୁଛନ୍ତି। ଠକେଇ ଜାଲରେ ଫସାଇବା ପରେ ଗୋପନୀୟ ତଥ୍ୟ ନେଇ ଟଙ୍କା ଚଳୁ କରୁଛନ୍ତି। ଫଳରେ ମାଟ୍ରିମୋନି ସାଇଟ୍‌‌ରେ ଜୀବନ ସାଥୀ ଖୋଜି ବିବାହ କରିବା ଅଧାରେ ଅଟକି ଯାଉଛି। ସାଇବର୍‌‌ ଥାନା ଠାରୁ କ୍ରାଇମ୍‌‌ବ୍ରାଞ୍ଚରେ ଏସମ୍ପର୍କୀତ ମାମଲା ଗଦାଗଦା। ବିଭିନ୍ନ ମାଟ୍ରିମୋନି ସାଇଟ୍‌‌ ଖୋଲିବା ଉପରେ ମାର୍ଗଦର୍ଶିକା ନ ଥିବାରୁ ଠକ ଠକେଇ ଜାଲ ବିଛାଇ ସଫଳ ହେଉଥିବା ଅନେକ ଉଦାହରଣ ରହିଛି। ସେପଟେ ମାଟ୍ରିମୋନି ସାଇଟ୍‌‌ରେ ଜୀବନ ସାଥୀ ଖୋଜିବା ବେଳେ ପୁଲିସ ସତର୍କ କରିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ଅତୀତ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରନ୍ତୁ। ନିଜର ବ୍ୟକ୍ତିଗତ ଗୋପନୀୟତାକୁ ସଙ୍ଗେ ସଙ୍ଗେ ପ୍ରକାଶ କରନ୍ତୁ ନାହିଁ। ସମ୍ପୃକ୍ତ ବ୍ୟକ୍ତିଙ୍କ କୌଣସି କଥାରେ ପ୍ରଲୋଭିତ ହୁଅନ୍ତୁ ନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
କେତେକ ଘଟଣାବଳୀ
-ମାଟ୍ରିମୋନି ସାଇଟ୍‌‌ରେ ନିଜକୁ ନୌବାହିନୀର ଅଧିକାରୀର ପରିଚୟ ଦେଇ ଯୁବତୀଙ୍କୁ ପ୍ରତାରଣା ସହ ଠକେଇ କରିଥିବା ଯୁବକ ସୌମ୍ୟରଞ୍ଜନ ମିଶ୍ରକୁ ଗିରଫ କରାଯାଇଥିଲା। ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବାର ଧମକ ଦେଇ ଫସିଥିଲା ସୌମ୍ୟରଞ୍ଜନ।
-ମାଟ୍ରିମୋନି ସାଇଟ୍‌‌ରେ ସ୍ତ୍ରୀ ନାମରେ ମିଛ ଆକାଉଣ୍ଟ ଖୋଲି ଠକେଇ କରୁଥିବା ଅଭିଯୁକ୍ତ ନୃସିଂହ ବିଶ୍ୱାଳ। ଅନ୍‌‌ଲାଇନରୁ ସୁନ୍ଦରୀ ଯୁବତୀଙ୍କ ଫଟୋ ଆଣି ନିଜ ଆକାଉଣ୍ଟରେ ପୋଷ୍ଟ କରି ଜାଲ ବୁଣିଥିଲା। ଭୁବନେଶ୍ୱରରେ ରହୁଥିବା ଯୁବ ଇଞ୍ଜିନିୟର ମାନସ ରଞ୍ଜନ ପଣ୍ଡା ନିଜ ପାଇଁ କନିଅାଁ ଖୋଜୁଥିବା ବେଳେ ୩ ଲକ୍ଷ ଠଙ୍କା ଠକେଇର ଶିକାର ହୋଇଥିଲେ।
-ନିଜ ଇଞ୍ଜିନିୟର ଓ ଡାକ୍ତର ପରିଚୟ ଦେଇ ମାଟ୍ରିମୋନି ସାଇଟ୍‌‌କୁ ମିଛ ପ୍ରଲୋଭନ ଦେଖାଇ ଠକେଇ କରୁଥିବା ସମୀରକୁ ଗିରଫ କରାଯାଇଥିଲା। ସେ ମାଟ୍ରିମୋନି ସାଇଟ୍‌‌ରେ ୪ରୁ୫ଜଣଙ୍କୁ ଠକେଇ କରିଥିଲା।
-ମାଟ୍ରିମୋନି ସାଇଟ୍‌‌ରେ ଝିଅ ଖୋଜୁଖୋଜୁ ବିଦେଶିନୀ ହାବୁଡ଼ରେ ପଡ଼ିଥିଲେ ଆଇଟି ପ୍ରଫେସନାଲ ରାମଚନ୍ଦ୍ର ମହାପାତ୍ର। ବାଲେଶ୍ୱର ହୋଇଥିବା ମାୟାବିନୀ ସୁନ୍ଦରୀ କାଲିଫର୍ଣ୍ଣିଆର ଏମ୍‌‌ବିବିଏସ୍‌‌ ଡାକ୍ତର ଥିବା ପ୍ରିୟା ଗୁପ୍ତା ପରିଚୟ ଦେଇ ୨୪ ଲକ୍ଷ ଟଙ୍କା ଲୁଟି ନେଇଥିଲା।
-ମାଟ୍ରିମୋନିରେ ନିଜ ମନ ପସନ୍ଦର ଝିଅ ଖୋଜି ଫସିଥିଲେ ବିଟେକ୍‌‌ ଛାତ୍ର କିଶନ କୁମାର ବେହେରା। ଦିଲ୍ଲୀ ବିମାନ ବନ୍ଦରରେ ଫସି ଯାଇଥିବା କହି କିଶନଙ୍କ ଠାରୁ ୩ଲକ୍ଷ ୬୦ହଜାର ଟଙ୍କା ଲୁଟି ନେଇଥିଲା ସାଇବର୍‌‌ ଠକ।
-ବର ଖୋଜି ଠକେଇ ଶିକାର ହୋଇଥିଲେ ସୁଭଦ୍ରା ପରିଦର୍ଶନୀ। ସଫ୍ଟୱେର ଇଞ୍ଜିନିୟର ଥିବା ବିକାଶ ରାଉତରାୟର ପରିଚୟ ଦେଇ ୧ ଲକ୍ଷ ୫୨ହଜାର ଟଙ୍କା ଠକି ନେଇଯାଇଥିଲା।
-ମାଟ୍ରିମୋନି ସାଇଟ୍‌‌ରେ ପ୍ରଥମେ ବନ୍ଧୁତା ପରେ ପ୍ରେମ। ଯୁବତୀଙ୍କ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା ଓ ଠକେଇ କରିଥିଲେ। ଏହି ମାମଲାରେ ବିଶ୍ୱଜିତ ସାମନ୍ତରାୟକୁ ଗିରଫ କରିଥିଲା ପୁଲିସ।
-ପଲ୍ଲୀଠୁ ଦିଲ୍ଲୀ ଯାଏଁ ଚର୍ଚ୍ଚାରେ ରହିଥିବା ୧୮ ପତ୍ନୀଙ୍କ ସ୍ୱାମୀ ନକଲି ଡାକ୍ତର ରମେଶ ମାଟ୍ରିମୋନିରେ ସାଇଟ୍‌‌ରେ ଜାଲ ବିଛାଇ କୋଟି କୋଟି ଟଙ୍କା ଠକେଇ କରିଥିଲା।