Alekh Mahima - The Sakala

ଆଧ୍ୟାତ୍ମିକ ଚେତନାର ଉତ୍କର୍ଷ ପୀଠ ସିଦ୍ଧବାବା ରତ୍ନମଣି ଅଲେଖ ମହିମା ଆଶ୍ରମ
ଭବାନୀପାଟଣା(ସ୍ୱାଧୀନ ପାତ୍ର): ଧରିତ୍ରୀକୁ ଯାହା ଧରି ରଖିଥାଏ, ତାହାକୁ ଧର୍ମ ବୋଲି ଅନେକ ବିବେଚନା କରନ୍ତି। ତେବେ ଧର୍ମ ଯାହା ହେଉନା କାହିଁକି ମଣିଷକୁ ସତ୍‌ମାର୍ଗରେ ପରିଚାଳିତ କରିବା ତାର ମୁଖ୍ୟ ଉଦ୍ଦେଶ୍ୟ। ସେହିପରି ଓଡ଼ିଶାରେ ବହୁଜନ ଆଦୃତ ଏକ ପ୍ରସିଦ୍ଧ ଧର୍ମୀୟ ଭାବନା ଓ ଆଧ୍ୟାତ୍ମିକ ଚେତନା ହେଉଛି ଅଲେଖ ମହିମା ଧର୍ମ। ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରେ ଏହା ଗ୍ରହଣୀୟ ହୋଇଥିଲେ ହେଁ ପଶ୍ଚିମ ଓଡ଼ିଶାରେ ଅନେକ ଲୋକ ଦୀକ୍ଷିତ ହୋଇଛନ୍ତି।

ପ୍ରାୟ ସ୍ଥାନରେ ଅଲେଖ ଧର୍ମାବଲମ୍ୱୀ ରହୁଥିବା ବେଳେ ଭବାନୀପାଟଣା ସହରର ଗୋଦାମପଡ଼ାରେ ରହିଥିବା ସିଦ୍ଧବାବା ରତ୍ନମଣି ଅଲେଖ ମହିମା ଆଶ୍ରମ ଏକ ପୁରାତନ ଅଲେଖ ମହିମା ପୀଠ। ପ୍ରାୟ ୧୫୦ ବର୍ଷ ତଳେ ରାଜକୀୟ ଶାସନ ସମୟରେ ଏହା ସ୍ଥାପିତ ହୋଇଥିଲା। ମହାରାଜ ପ୍ରତାପକେଶରୀ ଦେଓଙ୍କ ଜେଜେମା ତଥା ମହାରାଣୀ ରାମଚନ୍ଦ୍ର ପ୍ରିୟା ଦେବୀଙ୍କ ସୌଜନ୍ୟରୁ ଏହି ଜାଗାଟି ପ୍ରଦତ୍ତ ହୋଇଥିଲା। ମହାରାଣୀ ପୁତ୍ରର ସୁସ୍ଥତା କାମନା କରି ଅଲେଖ ବାବାଙ୍କ ଦ୍ୱାରା ଆରୋଗ୍ୟ ଲାଭ କରିଥିବା ହେତୁ ସେ ମହିମା ଧର୍ମଧାରୀଙ୍କୁ ଏଠାରେ ରହିବା ପାଇଁ ସୁବିଧା ଯୋଗାଇ ଦେଇଥିଲେ। ସେବେଠୁ କିଛି ମହିମା ଧର୍ମାବଲମ୍ୱୀ ଏଠାରେ ରହିଆସୁଥିଲେ। ଅନେକ ସମୟରେ ବାବାମାନେ ଭ୍ରମଣରେ ଚାଲିଯାଉଥିବାରୁ ଭଗ୍ନ ଅବସ୍ଥାରେ ଆଶ୍ରମଟି ରହିଥିଲା। ସେତେବେଳେ ଏହା ଝାଟିମାଟିରେ ତିଆରି ହୋଇଥିଲା। ସମୟକ୍ରମେ ସିଦ୍ଧବାବା ରତ୍ନମଣି ଓଡ଼ିଶାର ବିଭିନ୍ନ ସ୍ଥାନ ପରିଭ୍ରମଣ କରିସାରିଲା ପରେ ଏଠାରେ ସ୍ଥାୟୀ ଭାବେ ରହିବାର ଯୋଜନା କରିଥିଲେ। ବାବାଙ୍କ ସହ ତାଙ୍କର ଅନୁଗାମୀ ଓ ଶିଷ୍ୟମାନେ ମଧ୍ୟ କ୍ରମେ ତାଙ୍କ ସହ ରହିବାକୁ ଲାଗିଲେ। ଏଠାରେ ଅଲେଖ ଦର୍ଶନ ସହ ଜ୍ଞାନର ଅଲୋଚନା ଚାଲିଲା। ପ୍ରାରମ୍ଭିକ ଭାବେ ଏହା ୨୦ଏକର ପରିମିତ ଜାଗା ଥିଲା। କାଳକ୍ରମେ ଏହା ବର୍ତ୍ତମାନ ବିଭିନ୍ନ କାରଣରୁ ଗୋଟିଏ ଏକରରୁ କମ ଜାଗା ବିଶିଷ୍ଟ ହୋଇଯାଇଛି।

ଏହି ସ୍ଥାନଟି ୧୯୮୫ ମସିହାବେଳକୁ ଅମରିବଣ ପରିପୂର୍ଣ୍ଣ ଥିଲା। ସେହି ସମୟରେ ସିଦ୍ଧବାବା ରତ୍ନମଣିଙ୍କ ସୁଯୋଗ୍ୟ ଉତ୍ତରାଧିକାରୀ ତଥା ବାବା ଭଗବାନ ଦାସ ଯୋରନ୍ଦାରେ ଦୀର୍ଘଦିନ ରହିବା ପରେ ଏହି ଆଶ୍ରମକୁ ଆସିଥିଲେ। ଗୁରୁଙ୍କ ଆଜ୍ଞାରେ ଗୁରୁଙ୍କ ପାଖେ ପାଖେ ରହିବାକୁ ମନସ୍ଥ କରିଥିଲେ। ସ୍ଥାନୀୟ ବାସିନ୍ଦା ନକୁଳ ମାଝୀ ଆଶ୍ରମର ଦୁରାବସ୍ଥା ଦେଖି ଦୁଇଟି କୁଡ଼ିଆ ନିର୍ମାଣ କରିଦେଇଥିଲେ, ଯିଏ କି ଜଣେ ଅଲେଖ ଧର୍ମର ସାଧକ ଥିଲେ। ୧୯୮୭ ମସିହାରେ ଅସୁସ୍ଥତା କାରଣରୁ ରତ୍ନମଣି ବାବାଙ୍କ ଦେହାନ୍ତ ପରେ ବାବା ଭଗବାନ ଦାସ ଆଶ୍ରମର ଦାୟିତ୍ୱ ନେଇଥିଲେ। ବାଲ୍ୟକାଳରୁ ବୈରାଗୀ ସାଜିଥିବା ବାବା ଭଗବାନ ବଲାଙ୍ଗୀରର ଯୋଗୀମୁଣ୍ଡାରେ ଜନ୍ମଗ୍ରହଣ କରିଥିଲେ। ଅଲେଖ ପ୍ରଭୁଙ୍କ କୃପାରୁ ସେ ଜନ୍ମ ହୋଇଥିବା ବେଳେ ୧୨ବର୍ଷ ବୟସରୁ ଅଲେଖ ମହିମା ଧର୍ମରେ ଦୀକ୍ଷିତ ହୋଇଥିଲେ। ପ୍ରାରମ୍ଭିକ ଭାବେ ବୈରାଗୀ ହୋଇ ଗୁରୁ ରତ୍ନମଣି ବାବାଙ୍କ ମାର୍ଗଦର୍ଶନରେ ସେ ଅନ୍ୟମାନଙ୍କୁ ମଧ୍ୟ ଦୀକ୍ଷିତ କରିଆସୁଛନ୍ତି। ଗୁରୁ ଆଜ୍ଞା-“ଗ୍ରାମକୁ ରାତିଏ, ଘରକୁ ମୁଠିଏ, ଆଜ୍ଞା ପାଳିଥିବ, ପିଣ୍ଡେ ପ୍ରାଣ ଥିବା ଯାଏଁ, ରହିବାକୁ ଭଙ୍ଗାଘର ଚାଟଶାଳ, ଅସମୟେ ବୃକ୍ଷମୂଳକୁ ଆଧାର କରି ସେ ନିଜର ଧର୍ମୀୟ ଜୀବନ ଅତିବାହିତ କରିଆସୁଛନ୍ତି। ଗୁରୁ ରତ୍ନମଣି ବାବାଙ୍କ ଦେହତ୍ୟାଗ ପରେ ଆଶ୍ରମର ଉନ୍ନତି ପାଇଁ ସେ ବିଶେଷ ଉଦ୍ୟମ କରିଥିଲେ। ଭବାନୀପାଟଣା ପୁରୁଣାପଡ଼ାର ଘାସିରାମ ପ୍ରଧାନଙ୍କ ସହାୟତାରେ ମଣ୍ଡପ ନିର୍ମାଣ ସହ ଅନ୍ୟ ଗୃହ ମଧ୍ୟ ନିର୍ମିତ ହୋଇଥିଲା। ସେହିପରି ତତ୍କାଳୀନ ଭବାନୀପାଟଣା ବିଧାୟକ ଭକ୍ତଚରଣ ଦାସଙ୍କ ସହଯୋଗରେ ଦୁଇଟି ମନ୍ଦିର ଓ ବର୍ତ୍ତମାନ ଦୃଷ୍ଟିଗୋଚର ହେଉଥିବା ପୁରୁଣାଘର ନିର୍ମିତ ହୋଇଥିଲା। ବାବା ଭଗବାନ ଦାସ ଅହୋରାତ୍ର ଆଶ୍ରମର ଉନ୍ନତି ଦିଗରେ ମନୋନିବେଶ କରିଥିଲେ। ବର୍ତ୍ତମାନ ସେ ୭୬ବର୍ଷ ବୟସରେ ଉପନୀତ। ଅନେକ ବ୍ୟକ୍ତି, ଦାତା ତଥା ଶୁଭେଚ୍ଛୁଙ୍କ ସହଯୋଗରେ ଆଶ୍ରମର ଅନେକ ଉନ୍ନତି ସମ୍ଭବପର ହୋଇପାରିଛି। ସେହିପରି ଭବାନୀପାଟଣା ବିଧାୟକ ପ୍ରଦୀପ ନାଏକ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଅନେକ ସାଧକ, ବୈରାଗୀ ଓ ଦୀକ୍ଷିତ ବ୍ୟକ୍ତି ଏଠାରେ ରହୁଥିବା ବେଳେ ବିକାଶର ଆବଶ୍ୟକତା ରହିଛି।