Indravati River - The Sakala

ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୨ ମାଓବାଦୀ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ
ଛତିଶଗଡ଼: ଛତିଶଗଡ଼ର ବିଜାପୁରରେ ମାଓ ଦମନ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଏକ ବଡ଼ ସଫଳତା। ଗୁରୁବାର ସକାଳେ ଇନ୍ଦ୍ରାବତୀ ନଦୀ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇଜଣ ମାଓବାଦୀ ନିହତ ହୋଇଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା।

ଗୁଇନ୍ଦା ସୂଚନା ଆଧାରରେ ଏକ ମିଳିତ ସୁରକ୍ଷା ଟିମ୍ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ଲୁଚି ରହିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଅତର୍କିତ ଗୁଳି ଚାଳନା କରିଥିଲେ। ଯବାନମାନେ ଏହାର ଦୃଢ଼ ଜବାବ ଦେବା ଫଳରେ ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଧରି ଗୁଳିବିନିମୟ ହୋଇଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ଟଳି ପଡିଥିଲେ।

ବିଜାପୁର ଏସପି ଡକ୍ଟର ଜିତେନ୍ଦ୍ର ଯାଦବ କହିଛନ୍ତି ଯେ, ଗୁଳିବିନିମୟ ଶେଷ ହେବା ପରେ ଘଟଣାସ୍ଥଳରେ ତଲାସି ଅଭିଯାନ କରାଯାଇଥିଲା। ସେଠାରୁ ମାଓବାଦୀଙ୍କ ପୋଷାକ ପିନ୍ଧିଥିବା ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରୁ ଗୋଟିଏ ଏସଏଲଆର (SLR) ରାଇଫଲ, ଗୋଟିଏ ଇନସାସ (INSAS) ରାଇଫଲ ଏବଂ ଗୋଟିଏ ୧୨-ବୋର ରାଇଫଲ ସମେତ ବିପୁଳ ପରିମାଣର ବିସ୍ଫୋରକ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି।

ବସ୍ତର ରେଞ୍ଜ ଆଇଜି ସୁନ୍ଦରରାଜ ପି ସୂଚନା ଦେଇଛନ୍ତି ଯେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଏବେ ମଧ୍ୟ ଜାରି ରହିଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଜାନୁଆରୀ ୩ ତାରିଖରେ ବସ୍ତର ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଦୁଇଟି ପୃଥକ ଏନକାଉଣ୍ଟରରେ ୧୪ ଜଣ ମାଓବାଦୀଙ୍କୁ ନିହତ କରିବାରେ ସଫଳ ହୋଇଥିଲେ।

କଳାହାଣ୍ଡିର ଜୀବନରେଖା ପାଲଟିଛି ଇନ୍ଦ୍ରାବତୀ ନଦୀ, ଏହାର ପ୍ରତିଟି ଜଳବିନ୍ଦୁ କଳାହାଣ୍ଡିକୁ କରିଛି ସମୃଦ୍ଧ
କଳାହାଣ୍ଡି( ସ୍ବାଧୀନ ପାତ୍ର): ପ୍ରତିଟି ଉତ୍କର୍ଷତା ପଛରେ ଥାଏ ଉପଲବ୍ଧ ସମ୍ବଳ ଓ ସମ୍ପଦର ଭୂମିକା। ସେମିତି ଏକ ଅକ୍ଷୟ ସମ୍ବଳ ହେଉଛି ନଦୀ। ଏହି କ୍ରମରେ ସଂସ୍କୃତିସମ୍ପନ୍ନ ଜିଲ୍ଲା କଳାହାଣ୍ଡିର ଜୀବନରେଖା ପାଲଟିଛି ଇନ୍ଦ୍ରାବତୀ ନଦୀ। କଳାହାଣ୍ଡି ଦୀର୍ଘ ସମୟ ଧରି ମରୁଡ଼ି ଓ ଅନଟନ ଦ୍ୱାରା ପ୍ରଭାବିତ ହେଉଥିବା ବେଳେ ଆଜି ସତେ ଯେମିତି ଇନ୍ଦ୍ରାବତୀ ସୁଖର ସବୁଜ ଚାଦର ବିଛେଇ ଦେଇଛି। ଏହାର ପ୍ରତିଟି ଜଳବିନ୍ଦୁ କଳାହାଣ୍ଡିକୁ ସମୃଦ୍ଧ କରିଛି। ପ୍ରତିଟି କଳାହାଣ୍ଡିଆଙ୍କ ଦେହରେ ଇନ୍ଦ୍ରାବତୀର ପାଣି ରକ୍ତ ହୋଇ ବହୁଛି। ଇନ୍ଦ୍ରାବତୀ ଏବେ ପାଲଟିଛି କଳାହାଣ୍ଡିଆଙ୍କ ଭାଗ୍ୟଜ୍ୟୋତି।

ଐତିହାସିକ ପୃଷ୍ଠଭୂମି

ଇନ୍ଦ୍ରାବତୀ ନଦୀକୁ ବହୁମୁଖୀ ପ୍ରକଳ୍ପ ଭାବେ ବ୍ୟବହାର କରିବା ପାଇଁ ଆରମ୍ଭ ହୋଇଥିବା ଉଦ୍ୟମ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଫଳବତୀ ହୋଇଥିଲା। ଫଳରେ କେବଳ ଜିଲ୍ଲାର ଭାଗ୍ୟ ବଦଳିଥିଲା ତା’ ନୁହେଁ, ସମଗ୍ର କଳାହାଣ୍ଡି ଜିଲ୍ଲାର ଟାଙ୍ଗରା ଭୂଇଁରେ ବି କଅଁଳି  ଉଠିଥିଲା ଜୀବନ। ଫୁଟିଥିଲା ଲକ୍ଷେ ମୁହଁରେ ହସ। ବର୍ତ୍ତମାନ ଦୃଷ୍ଟିଗୋଚର ହେଉଥିବା ୭୧ ମିଟର ଉଚ୍ଚ ଏବଂ ୨୬୩୦ ବର୍ଗ କିଲୋମିଟର ଆୟତନ ବ୍ୟାପ୍ତ ୪୩ କିଲୋମିଟର ଲମ୍ବ ଓ ୯ କିଲୋମିଟର ଓସାର ବିଶିଷ୍ଟ ଜଳଭଣ୍ଡାର ଯାହା ୪ଟି ଡ୍ୟାମ୍‌ ଓ ୮ଟି ଡାଇକ୍‌ ଦ୍ୱାରା ପରିଚାଳିତ। ଏଥିରେ ଗୋଟିଏ ମୁଖ୍ୟ କେନାଲ, ୩ଟି ଡିଷ୍ଟ୍ରିବୁଟରୀ, ୩୦ଟି ମାଇନର୍‌ କେନାଲ, ୧୫୧ଟି ସବ୍‌-ମାଇନର୍‌ କେନାଲ ରହିଛି। ମୁଖ୍ୟ କେନାଲ ୮୭.୭୦୬ କିଲୋମିଟର, ଡିଷ୍ଟ୍ରିବୁଟରୀ ୨୮. ୩୦୫ କିଲୋମିଟର,  ମାଇନର୍‌ କେନାଲ ୧୨୩.୦୮୫ କିଲୋମିଟର, ସବ ମାଇନର୍‌ କେନାଲ ୨୨୯.୫୦୮ କିଲୋମିଟର ରହିଛି। ତାହାର ଇତିହାସ ମଧ୍ୟ ଏକ ସୁଦୀର୍ଘ ଯାତ୍ରା। ବହୁମୁଖୀ ପ୍ରକଳ୍ପ ହିସାବରେ ଏଥିରେ ଉଠା ଜଳସେଚନ ପ୍ରକଳ୍ପକୁ ଯେତେ ଗୁରୁତ୍ୱ ଦିଆଯାଇଥିଲା, ଠିକ ସେମିତି ଜଳବିଦ୍ୟୁତ ଉତ୍ପାଦନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଥିଲା। ୧୯୫୬ ମସିହାରେ ଏହାର ସର୍ବେକ୍ଷଣ ଆରମ୍ଭ ହୋଇଥିଲା। ଯାହା ୧୯୭୮ରେ ଅନୁମୋଦିତ ହୋଇଥିଲା ଏବଂ ଏହାକୁ ରାଜ୍ୟ ସରକାର ୧୯୭୯ରେ ଗୃହୀତ କରିଥିଲେ। ୨୦୮.୧୫କୋଟିର ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୧୯୭୮ ମସିହା ଏପ୍ରିଲ ୪ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜି ଦେଶାଇଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଥିଲା।

ଉତ୍ପତ୍ତି ଓ କିମ୍ବଦନ୍ତୀ

ଜିଲ୍ଲାର ପ୍ରବଳ ଥଣ୍ଡା ଅନୁଭୂତ ବଣପାହାଡ଼ ଆଚ୍ଛାଦିତ ଭୂମି ଥୁଆମୂଳ ରାମପୁର ବ୍ଲକର ମରୁଡ଼ିଗୁଡ଼ାଠାରୁ ଇନ୍ଦ୍ରାବତୀର ଉତ୍ପତ୍ତି। ଗାଁ ମୁଣ୍ଡର ଏକ ଆମ୍ବଗଛ ମୂଳରୁ କେଉଁ ଆଦିମ କାଳରୁ ଏହା ଚିରସ୍ରୋତା ଭାବେ ବହିଚାଲିଛି। ଗଛମୂଳରୁ ତିନି ଧାର ହୋଇ ପାଣି ବାହାରିବା ପରେ ଏହା ଆଗକୁ ଆଗକୁ ବଢ଼ିଛି। ଆରମ୍ଭ ବେଳକୁ ପାଣିଧାର ସରୁ ଥିବା ବେଳେ ପଚାଶ ହାତ ଆଗକୁ ଗଲା ପରେ ଏହା ବଡ଼ ଆକାର ଧାରଣ କରିଛି। ଏହା କଳାହାଣ୍ଡିରୁ ନବରଙ୍ଗପୁର ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଛି।

କିମ୍ବଦନ୍ତୀ କୁହେ, ପୂର୍ବେ ଥୁଆମୂଳ ଏକ ଆକର୍ଷଣୀୟ ସ୍ଥାନ ଥିଲା। ଚମ୍ପା ଓ ଚନ୍ଦନ ବଣର ମହମହ ବାସ୍ନାରେ ବିମୋହିତ କରୁଥିଲା। ଦିନେ ସ୍ୱର୍ଗରୁ ଇନ୍ଦ୍ର ଓ ଇନ୍ଦ୍ରାଣୀ ଏଠିକି ବିଚରଣ କରିବାକୁ ଆସିଥିଲେ। ସେମାନେ ବୁଲୁବୁଲୁ ମରୁଡ଼ିଗୁଡ଼ାରେ ପହଞ୍ଚିଲେ। ସେଠାରେ କିଛିଦିନ ଧରି ରହିବା ଭିତରେ ଜାଗାଟି ଇନ୍ଦ୍ରାଣୀଙ୍କୁ ବହୁତ ଭଲ ଲାଗିଲା। ଇନ୍ଦ୍ର ଦେଖିଲେ ଯେ ଇନ୍ଦ୍ରାଣୀ ଆଉ ସ୍ୱର୍ଗକୁ ଯିବାକୁ ମନବଳଉ ନାହାନ୍ତି। ତେଣୁ ସେ କୌଶଳକରି ଦେବୀଙ୍କଠୁ ବିଦାୟ ନେଇ ଅବିଭକ୍ତ କଳାହାଣ୍ଡିର ସୁନବେଡ଼ା ଅଭୟାରଣ୍ୟ ଆଡ଼କୁ ଚାଲିଗଲେ। ଦିନ ପରେ ଦିନ ଗଡ଼ି ଚାଲିଲା। କିନ୍ତୁ ଇନ୍ଦ୍ର ଆଉ ଫେରିଲେ ନାହିଁ। ଇଆଡ଼େ ଦେବୀ ଥୁଆମୂଳ ଛାଡ଼ିବାକୁ ନାରାଜ। ଫଳରେ ଇନ୍ଦ୍ରାଣୀ, ଇନ୍ଦ୍ରଙ୍କୁ ଝୁରିଝୁରି ନଦୀ ହୋଇ ବହିବାକୁ ଲାଗିଲେ। ମାତ୍ର ଇନ୍ଦ୍ରଙ୍କ ପତ୍ତା ସୁଦ୍ଧା ପାଇଲେ ନାହିଁ। ତେଣୁ ଇନ୍ଦ୍ରାବତୀ ନାମ ଧାରଣକରି ଏଯାବତ ଇନ୍ଦ୍ରାବତୀ ନଦୀ ବହିଚାଲିଛି। ସେପଟେ ଇନ୍ଦ୍ର ନୂଆପଡ଼ାର କୋମନା ଓ ଖରିଆର ଅଞ୍ଚଳ ମଝିରେ ଉଦନ୍ତୀ ନାମକ ଝିଅକୁ ବିବାହ ହୋଇ ଇନ୍ଦ୍ରନଦୀ ଭାବେ ରହିଗଲେ। ଏବେ ମଧ୍ୟ ଦେଖିବାକୁ ମିଳୁଛି ଯେ ନୂଆପଡ଼ା ଜିଲ୍ଲାରେ ଉଦନ୍ତୀ ଓ ଇନ୍ଦ୍ରନଦୀ ରହିଛି। ତେବେ ଇନ୍ଦ୍ରାବତୀକୁ ନେଇ ଅନେକ ଲୋକକଥା, ଲୋକଗୀତ ଓ ଜନଶ୍ରୁତି ଶୁଣିବାକୁ ମିଳେ।

ଶସ୍ୟଶ୍ୟାମଳା କଳାହାଣ୍ଡି

କଳାହାଣ୍ଡି ଜିଲ୍ଲାରେ ଜଳସେଚନର ସୁବିଧା ପାଇଁ ବାମ ଓ ଡାହାଣ କେନାଲ କାମ କରୁଛି। ଖରିଫ ଚାଷ ସମୟରେ ୧,୨୯,୦୯୭ହେକ୍ଟର ଏଚ୍‌ୱାଇଭି ଧାନ, ୧୫,୧୦୬ହେକ୍ଟର ହାଇବ୍ରିଡ଼ ଧାନ, ଦେଶୀ ଧାନ ୨୧୨ ହେକ୍ଟର ଏବଂ ରବି ଫସଲର ଟାର୍ଗେଟ ରହିଥିବା ୩୮,୦୦୦ହେକ୍ଟର ଜମିରୁ ୩୯,୧୬୯ଜମିକୁ ଜଳସେଚିତ କରାଯାଇପାରିଛି। ସେହିପରି ସମୁଦାୟ ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼ ଓ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ୧,୧୭,୦୩୫ ହେକ୍ଟର ଜମି ଜଳସେଚନର ସୁବିଧା ପାଇବା ସହ ଧାନ ଉତ୍ପାଦନରେ ଜିଲ୍ଲା ଆଜି ରାଜ୍ୟରେ ସର୍ବାଗ୍ରେ ରହିବାକୁ ଯାଉଛି। ଜିଲ୍ଲା ଯୋଗାଣ ବିଭାଗର ରିପୋର୍ଟ ଅନୁଯାୟୀ ୨୦୨୩-୨୪ରେ ଖରିଫ ଓ ରବି ଧାନ ଉତ୍ପାଦନ ୮୧,୨୦,୦୦୦କ୍ୱିଣ୍ଟାଲରୁ ଅଧିକ ହେଉଥିବା ବେଳେ ଠିକ୍‌ ୧୦ ବର୍ଷ ପୂର୍ବେ ୨୦୧୫-୧୬ରେ ୩୮,୦୦୦ କ୍ୱିଣ୍ଟାଲ୍‌ରେ ସୀମିତ ରହିଥିଲା। ୨୦୧୫-୧୬ରେ ୫୪୦ କୋଟି ଧାନ କ୍ରୟ କରାଯାଉଥିବା ବେଳେ ବର୍ତ୍ତମାନ ୧,୭୦୦ କୋଟିରୁ ଅଧିକ ଧାନ କ୍ରୟ କରାଯାଉଛି। ଆଜି ଇନ୍ଦ୍ରାବତୀ କଳାହାଣ୍ଡି ଜିଲ୍ଲାରେ ତା’ର ସୁନାର ଫସଲ ଫଳେଇବା ସହ ଗତ ଦଶବର୍ଷକୁ ଅନୁଧ୍ୟାନ କଲେ ୫୧,୭୦୪ରୁ ଚାଷୀ ସଂଖ୍ୟା ୧,୧୧,୨୧୭ରେ ପହଞ୍ଚିଛି।

ମୁଖୀଗୁଡ଼ାଠାରେ ଜଳବିଦ୍ୟୁତ୍‌

ଜଳଭଣ୍ଡାର କାମ ସହିତ ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୮୫କିଲୋମିଟର ଦୂରରେ ଅବସ୍ଥିତ ମୁଖୀଗୁଡ଼ା ଠାରେ ଜଳବିଦ୍ୟୁତ ଉତ୍ପାଦନ ପାଇଁ ପାୱାର୍‌ ହାଉସ୍‌ ପ୍ରତିଷ୍ଠା କରାଯାଇଥିଲା। ଜଳସେଚନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନ୍ରତିଷ୍ଠା କରାଯାଇଥÒବା ଏହି ଟାୱାର୍‌ହାଉସ୍‌ରୁ ବାର୍ଷିକ ୬୦୦ ମେଗାୱାଟର୍‌ ବିଦ୍ୟୁତ୍‌ ଉତ୍ପାଦନ ହୋଇ ରାଜ୍ୟର ବିଦ୍ୟୁତ୍‌ ସେବା କ୍ଷେତ୍ରରେ ଏକ ମେରୁଦଣ୍ଡ ପାଲଟିଛି। ଅନ୍ୟପକ୍ଷେ ୧୯୬୨ ମିଲି ୟୁନିଟ୍‌ କ୍ଷମତା ଥିବା ବେଳେ ୧୫୦୫ ମିଲି ୟୁନିଟ୍‌ ଜଳବିଦ୍ୟୁତ ଉତ୍ପାଦ ହେଉଛି।  ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୪୨ ମିଟର ରହିଛି।

ଇନ୍ଦ୍ରାବତୀ ପ୍ରକଳ୍ପ : ଲେଫ୍ଟ, ଲିଫ୍ଟ ଓ ରାଇଟ୍ କେନାଲ

ଦକ୍ଷିଣ ମୁଖ୍ୟ କେନାଲ ଶୂନ୍ୟରୁ ୪୧,୧୦୦ କିଲୋମିଟର ପର୍ଯ୍ୟନ୍ତ କଙ୍କ୍ରିଟ୍ ଲାଇନିଙ୍ଗ୍ ଓ ପୁନରୁଦ୍ଧାର ହେବା ଯୋଗୁଁ ୫୦ ଘନଫୁଟ୍‌ ଜଳ ସୁରୁଖୁରୁରେ ଜୟପାଟଣା, କଲମପୁର ଓ ଜୁନାଗଡ଼ ବ୍ଲକ୍‌ ଅଧୀନରେ ଥିବା ଚାଷଜମିକୁ ଜଳଯୋଗାଣ ହୋଇପାରୁଛି। ଏହା ଯୋଗୁଁ ଇନ୍ଦ୍ରାବତୀ ଦକ୍ଷିଣ କେନାଲର ସେଚାଞ୍ଚଳରେ ୧୩ ହଜାର ଚାଷୀ ଉପକୃତ ହୋଇପାରୁଛନ୍ତି।

ଇନ୍ଦ୍ରାବତୀ ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ହେବା ଯୋଗୁଁ ଅଣ ଜଳସେଚିତ ଅଞ୍ଚଳ ଏବଂ ଦୁର୍ଭିକ୍ଷପ୍ରବଣ ଅଞ୍ଚଳରେ ୨୯,୨୪୮ ହେକ୍ଟର ଜମିରେ ଜଳସେଚିତ ହୋଇପାରୁଛି। ଏହି ପ୍ରକଳ୍ପରେ ଥିବା ୪୩ କିଲୋମିଟର ଲାଇନିଙ୍ଗ୍ କେନାଲ ଯୋଗୁଁ ଜୟପାଟଣା, କୋକସରା, ଧର୍ମଗଡ଼ ଏବଂ ଜୁନାଗଡ଼ ବ୍ଲକ୍‌ର ୮୮ଟି ଗ୍ରାମର ଚାଷୀ ଉପକୃତ ହୋଇପାରୁଛନ୍ତି।

ପୁନଶ୍ଚ ଉଠା ଜଳସେଚନ କେନାଲରୁ ଉଛଲା ଗ୍ରାମ ପାଖରେ ଏକ ଲିପ୍ଟ ପମ୍ପ ହାଉସ୍ ବସାଯାଇ ବାମ କେନାଲର ବାମ ପାର୍ଶ୍ଵରେ ଥିବା ୧୦୦୦ ହେକ୍ଟର ଅଞ୍ଚଳ ଜଳସେଚିତ ହୋଇପାରୁଛି। ଏହା ଦ୍ଵାରା ୫ଟି ଗ୍ରାମର ଚାଷୀ ଉପକୃତ ହୋଇପାରୁଛନ୍ତି।

ଇନ୍ଦ୍ରାବତୀ ପ୍ରକଳ୍ପ ଅଧୀନସ୍ଥ ସମୁଦାୟ ୨୬୭ଟି ପାଣି ପଞ୍ଚାୟତ ସହାୟତାରେ ୪୪୨ ଟି ଗ୍ରାମକୁ ଜଳସେଚିତ କରାଯାଇ ପାରୁଛି।

୨୦୨୩- ୨୪ ଆର୍ଥିକବର୍ଷର ଜଳସେଚନ ସ୍ଥିତି

ଦକ୍ଷିଣ କେନାଲରେ – ୩୪,୦୭୦ ହେକ୍ଟର

ବାମ କେନାଲରେ – ୫୯,୩୦୮ ହେକ୍ଟର

ଲିଫ୍ଟ କେନାଲରେ – ୨୫,୨୭୪ ହେକ୍ଟର

ଜଳସେଚିତ ହୋଇପାରୁଛି ମୋଟ୍‌ ୧,୧୮,୬୬୨ ହେକ୍ଟର

ଇନ୍ଦ୍ରାବତୀ ଦକ୍ଷିଣ କେନାଲ ମରାମତି କାର୍ଯ୍ୟ ଗତ ଦୁଇବର୍ଷ ଧରି ଚାଲିବା ଫଳରେ ଜଳଯୋଗାଣ ବନ୍ଦ ଥିଲା। ମରାମତି ନିତାନ୍ତ ଜରୁରୀ ଥିଲା କାରଣ କେନାଲ ହୁଡ଼ାସବୁ ମାଟିରେ ତିଆରି ହୋଇଥିଲା ତେଣୁ ଦୁର୍ବଳ ଥିଲା ଜଳ ପ୍ରବାହକୁ ସହ୍ୟ କରି ନ ପାରି ସ୍ଥାନେ ସ୍ଥାନେ ଭୁଶୁଡ଼ି ପଡୁଥିଲା ଫଳରେ ଜଳସେଚନରେ ବ୍ୟାଘାତ ସୃଷ୍ଟି ହେଉଥିଲା। ପୁନଶ୍ଚ ମରାମତି ହୋଇ ଜଳଯୋଗାଣ ହେବାକୁ କିଛି ଦିନ ଲାଗିଯାଉଥିଲା। ଶହ ଶହ ଏକର ଚାଷ ଜମିରେ ପାଣି ମାଡ଼ିଯାଇ ଫସଲ ନଷ୍ଟ ହେଉଥିଲା। ଅନେକ ଚାଷ ଜମି ମାଟି ପୋତି ହୋଇ ନଷ୍ଟ ହେଉଥିଲା। କେନାଲ ଭିତର ମଧ୍ୟ ମାଟି ପୋତିହୋଇ ଜଳ ପ୍ରବାହ ବାଧାପ୍ରାପ୍ତ ହେଉଥିଲା। କିନ୍ତୁ ମରାମତି କାର୍ଯ୍ୟ ହେବା ଦ୍ବାରା କେନାଲ ହୁଡ଼ା, ଚଟାଣ ସିମେଣ୍ଟ କଂକ୍ରିଟ ହେଲା। ବର୍ତ୍ତମାନ ହୁଡ଼ା ଭାଙ୍ଗିବାର ଭୟ ରହିବ ନାହିଁ। ଆମେ ଉଚିତ ସମୟରେ ଯଥେଷ୍ଟ ପରିମାଣରେ ପାଣି ପାଇ ପାରୁଛୁ।

କଳାହାଣ୍ଡିଆଙ୍କ ଆତ୍ମା

ଇନ୍ଦ୍ରାବତୀ କେବଳ ଯେ ଜିଲ୍ଲାର ବିଦ୍ୟୁତ୍‌ ଉତ୍ପାଦନ ବା ଜଳସେଚନ ସହ ଜଡ଼ିତ ନୁହଁ, ବରଂ ଏହା ସୁନ୍ଦର ମନୋରମ ପର୍ଯ୍ୟଟନସ୍ଥଳୀ ଭାବେ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଛି। ଏଥିରେ ଥିବା ନୌବିହାର ବ୍ୟବସ୍ଥା ସମସ୍ତଙ୍କୁ ଆକର୍ଷିତ କରିଛି। କହିବାକୁ ଗଲେ କଳାହାଣ୍ଡିର ଗଙ୍ଗା- ଇନ୍ଦ୍ରାବତୀ ଏବେ କଳାହାଣ୍ଡିଆଙ୍କ ଆତ୍ମା ପାଲଟିଛି।

‘ଶସ୍ୟଶ୍ୟାମଳା ଦେଖି ଖୁସି ଲାଗୁଛି’

ଇନ୍ଦ୍ରାବତୀ କଥା କହିଲେ, ପୂର୍ବତନ ସାଂସଦ ପ୍ରତାପ କେଶରୀ ଦେଓ ଏବଂ ପୂର୍ବତନ କୋକସରା ବିଧାୟକ ତଥା କୃଷିମନ୍ତ୍ରୀ ରାସବିହାରୀ ବେହେରାଙ୍କ ଅବଦାନକୁ ସ୍ୱୀକାର କରିବାକୁ ପଡ଼ିବ। ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, କଳାହାଣ୍ଡି ଏକ ନଦୀବହୁଳ ଜିଲ୍ଲା ହୋଇଥିଲେ ସୁଦ୍ଧା ବର୍ଷା ଅଭାବଜନିତ ସମସ୍ୟା ଅତ୍ୟନ୍ତ ଉତ୍କଟ ରୂପ ଧାରଣ କରିଥିଲା। ରାଜ୍ୟ କୃଷିମନ୍ତ୍ରୀ ଭାବେ ଶ୍ରୀ ବେହେରା ବିଧାନସଭାରେ କଳାହାଣ୍ଡିର  ବିକଳଚିତ୍ରକୁ ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ  ଇନ୍ଦ୍ରାବତୀକୁ ଦୃଷ୍ଟିରେ ରଖି ପ୍ରତାପ କେଶରୀ ଦେଓ ଏବଂ ଶ୍ରୀ ବେହେରା ନିଜେ ଲୋକସଭାରେ କଳାହାଣ୍ଡିକୁ ନେଇ ଷ୍ଟାର ପ୍ରଶ୍ନ କରିଥିଲେ। କଳାହାଣ୍ଡିରେ ଚାଷୀମାନେ ସାର ବ୍ୟବହାର ପ୍ରତି ସୁଯୋଗ ପାଉ ନ ଥିଲେ। ଚାଷ ପାଇଁ ପାଣିର ବ୍ୟବସ୍ଥା ଓ ସାର ଉପଯୋଗ ନେଇ ଚେଷ୍ଟା ଚଳାଇଥିଲେ। ଧୀରେ ଧୀରେ ଇନ୍ଦ୍ରାବତୀର ଜଳରାଶିରେ କଳାହାଣ୍ଡି  ମରୁଡ଼ିର ଚିତ୍କାର ମିଳେଇ ଯାଇଥିଲା ଓ ସାର ବ୍ୟବହାର ଆଜି ଏପରି କରାଯାଉଛି, ଯାହାକି ଓଡ଼ିଶାରେ ସାର ବ୍ୟବହାରରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି ପାରିଛି। ସେ ଯାହା ହେଉ, ଅପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ପରିକଳ୍ପନା ଦିଗରେ ମୋର ନିଜର ସାମାନ୍ୟତମ ଭୂମିକା ନିଭାଇଥିବା ଯୋଗୁଁ ଆଜିର ଶସ୍ୟଶ୍ୟାମଳ ମୋତେ ଅତ୍ୟନ୍ତ ଖୁସୀ ଦେଇଛି ବୋଲି ଶ୍ରୀ ବେହେରା କହିଛନ୍ତି।

ରାସବିହାରୀ ବେହେରା

ପୂର୍ବତନ କୋକସରା ବିଧାୟକ ତଥା କୃଷିମନ୍ତ୍ରୀ

‘ପର୍ଯ୍ୟଟନ ଉପଯୋଗୀ କରାଯାଇପାରିବ’

କଳାହାଣ୍ଡି ବିକାଶର ମାନଚିତ୍ରରେ ଇନ୍ଦ୍ରାବତୀ ଜଳ ଯୋଜନା ଏକ ସମୃଦ୍ଧିର ପ୍ରତୀକ। ଇନ୍ଦ୍ରାବତୀ କଳାହାଣ୍ଡିର ଜୀବନରେଖା। ଏହି ନଦୀ ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ୍‌ର ମରଡ଼ିଗୁଡ଼ା ଗ୍ରାମରୁ ଉତ୍ପତ୍ତି ଲାଭକରି ଦକ୍ଷିଣ ଦିଗକୁ ପ୍ରବାହିତ ହୋଇ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ପୋଡାଗଡ଼, ମୁରାନ, କପୁର ଏବଂ ଇନ୍ଦ୍ରାବତୀ ନଦୀର ସମ୍ମିଶ୍ରଣରେ ୧୧୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଏକ ବିରାଟ ଜଳ ଭଣ୍ଡାର ସୃଷ୍ଟି କରିଛି। ଫଳରେ କଳାହାଣ୍ଡି ଜିଲ୍ଲାର ୧ ଲକ୍ଷ ୩୦ ହଜାର ହେକ୍ଟର ଜମିରେ ଜଳସେଚନ ହେବା ସଙ୍ଗେ ସଙ୍ଗେ ୬୦୦ ୟୁନିଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରି ଜିଲ୍ଲାର କୃଷି ଓ ଶକ୍ତି କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିପାରିଛି। ଜଳଭଣ୍ଡାରର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରୁଛି। ଏହାର ପରିସରରେ ବସବାସ କରୁଥିବା ଅଧିବାସୀଙ୍କ ଜୀବନଯାତ୍ରା ଓ ଆଦିମ ଜନଜାତିଙ୍କ ଜୀବନ ଶୈଳୀ, କୃଷି ଓ ଗୋପାଳନ ପରମ୍ପରା, ଯାନିଯାତ୍ରା ବହୁ ଭାବରେ ଏଠାକାର ସାମାଜିକ ସଂସ୍କୃତିର ପ୍ରଦର୍ଶନ କରିଥାଏ। ଇନ୍ଦ୍ରାବତୀ ନଦୀର ଉର୍ବର ଉପତ୍ୟକାରେ ରହିଥିବା ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ପ୍ରତ୍ନତାତ୍ତ୍ୱିକ ବିଭବ ଏକ ପ୍ରାଚୀନ ସଭ୍ୟତାର ରୂପରେଖ ସମ୍ପର୍କରେ ସୂଚନା ଦେଇଥାଏ । ଇନ୍ଦ୍ରାବତୀ ଜଳ ଯୋଜନାର ସମ୍ପର୍କ କେବଳ ବିଦ୍ୟୁତ ଓ ଜଳସେଚନରେ ସୀମିତ ନ ରହି ଏହା ଏକ ପର୍ଯ୍ୟଟନ, ମତ୍ସ୍ୟଚାଷ, ନୌଚାଳନା ତଥା ଗୋପାଳନ କ୍ଷେତ୍ରରେ ମଧ୍ୟ ନୂତନ ଉଦ୍ୟମିତାର ବିଭବ ସୃଷ୍ଟି କରିପାରିଛି। ଆଜି ବି ପର୍ଯ୍ୟଟକ ଏହାର ସଂଦର୍ଶନ ପାଇଁ ବହୁ ଦୂରରୁ ଏଠାକୁ ଛୁଟି ଆସନ୍ତି । ମୁଖିଗୁଡ଼ା କେନାଲଗୁଡ଼ିକର କୋଟି କୋଟି ଟଙ୍କା ବିନିମୟରେ ରୂପାନ୍ତରିତ ହେବାପରେ ଚାଷୀଙ୍କ ମୁହଁରେ ହସ ଫୁଟିଛି। ଇନ୍ଦ୍ରାବତୀର ପ୍ରାକୃତିକ ବୈଭବକୁ ଦ୍ବିଗୁଣିତ କରିବା ପାଇଁ ପର୍ଯ୍ୟଟନ ଉପଯୋଗୀ ବ୍ୟବସ୍ଥା ସହିତ ଏହି ପ୍ରକଳ୍ପ ପରିସରସ୍ଥ ଅଞ୍ଚଳବାସୀଙ୍କ ନିମ୍ନତମ ଆବଶ୍ୟକତାକୁ ଯଦି ଦୃଷ୍ଟି ଦିଆଯାଏ, ତେବେ ଆମେ ଇନ୍ଦ୍ରାବତୀ ପ୍ରକଳ୍ପର ବହୁମୁଖୀ ଉନ୍ନୟନର ରୂପରେଖକୁ ଜନସମ୍ମୁଖରେ ଉପସ୍ଥାପିତ କରିପାରିବା।

ସତ୍ୟନାରାୟଣ ମୁଣ୍ଡଛିନା

ବିଶିଷ୍ଟ ସାହିତ୍ୟିକ ତଥା ସଂସ୍କୃତି ଗବେଷକ

‘କଳାହାଣ୍ଡିର ଅର୍ଥନୈତିକ ଅଭିବୃଦ୍ଧି ହୋଇଛି’

ଲୋକମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ସହିତ ଜୟପାଟଣା ବ୍ଲକ୍‌ର ବାନେରଠାରେ ୨୨୦/୧୩୨/୩୩ ଗ୍ରୀଡ୍‌ର ଲୋକାର୍ପଣ ହୋଇଯାଇଛି। ୧୨୦ଟି ଗ୍ରାମର ୩୦ ହଜାର ପରିବାରଙ୍କୁ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇଛି। ସେ ସମ୍ପର୍କରେ ତତ୍କାଳୀନ ଶକ୍ତି ମନ୍ତ୍ରୀ ତଥା ବର୍ତ୍ତମାନର ଜୁନାଗଡ଼ ବିଧାୟକ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି, ଇନ୍ଦ୍ରାବତୀ ପ୍ରକଳ୍ପ ଶିଳାନ୍ୟାସର ୪୩ ବର୍ଷ ଓ ଶକ୍ତି ଉତ୍ପାଦନର ୨୦ ବର୍ଷ ପରେ କଳାହାଣ୍ଡିରେ ଶତାଧିକ ପରିବାରଙ୍କୁ ବିଦ୍ୟୁତ ସେବା ଉପଲବ୍ଧ ହୋଇଛି। ନିକଟ ଅତୀତରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଥିଲେ ଯେ, ଏହି ୩ଟି ଶକ୍ତି ପ୍ରକଳ୍ପ ଦ୍ୱାରା କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା ଓ କଲମପୁର ଅଞ୍ଚଳବାସୀ ଉପକୃତ ହେବେ। ଲୋକମାନଙ୍କୁ ଉନ୍ନତମାନର ବିଶ୍ୱାସନୀୟ ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା ମିଳିଛି। ଆଜି ପୂର୍ବାପେକ୍ଷା ପାୱାରକଟ୍ ସମସ୍ୟା ଆଉ ନାହିଁ କହିଲେ ଚଳେ। ଯାହା ଦ୍ୱାରା ଚାଷୀ, ମହିଳା ଓ ଛାତ୍ରଛାତ୍ରୀମାନେ ବେଶ୍ ଉପକୃତ ହେଉଛନ୍ତି। ଏବେ କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା ଓ କଲମପୁର ବ୍ଲକର ୧୨୦ ଟି ଗ୍ରାମର ୩୦ ହଜାର ବିଦ୍ୟୁତ ଗ୍ରାହକ ସିଧାସଳଖ ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପରୁ ବିଜୁଳି ପାଉଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାଦ୍ଵାରା କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରୋଜେକ୍ଟ ଦ୍ବାରା ଯେଉଁ ବିଦ୍ୟୁତ୍ ଶକ୍ତି ବାହାରକୁ ଯାଉଥିଲା, ତାହା ଏବେ କଳାହାଣ୍ଡି ଜିଲ୍ଲାରେ ଉପଲବ୍ଧ ହେଉଛି। ଉତ୍ପନ୍ନ ବିଦ୍ୟୁତ ଶକ୍ତିକୁ ବ୍ୟବହାର କରାଯିବା ସହିତ କୃଷି, ଜଳସେଚନ ଓ ଆନୁଷଙ୍ଗିକ କ୍ଷେତ୍ରରେ କଳାହାଣ୍ଡିର ଅର୍ଥନୈତିକ ଅଭିବୃଦ୍ଧି ଦ୍ବାରା କଳାହାଣ୍ଡି ଆଉ ଏକ ପାଦ ଆଗକୁ ବଢ଼ିଛି। କେବଳ ସେତିକି ନୁହେଁ ଆଗାମୀ ଦିନରେ ଅନ୍ୟ ବ୍ଲକକୁ ସମ୍ପ୍ରସାରଣ କରାଯାଇ ୪୭ କିମି ଦୀର୍ଘ ଆଉ ଏକ ୧୩୨ କେଭି ଡବଲ୍ ସାକେଟ୍ ଲାଇନ୍ ଜୁନାଗଡ଼କୁ ସମ୍ପ୍ରସାରଣ କରାଯିବ। କଳାହାଣ୍ଡିର ସାମୂହିକ ବିକାଶ ଉପରେ ସବୁବେଳେ ରାଜ୍ୟ ସରକାର ଅହରହ ଉଦ୍ୟମ କରୁଛନ୍ତି। ଏହା ଦ୍ୱାରା ଜିଲ୍ଲାର ଜଳସେଚନ ଆହୁରି ଅଧିକ ବିକଶିତ ହେବା ସହିତ ୩୩ କେଭିର ବିଦ୍ୟୁତ ସଂଯୋଗର ୨ଟି ମେଗା ଲିଫ୍ଟ ପଏଣ୍ଟକୁ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇପାରିବ।

କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର

ବିଧାୟକ, ଜୁନାଗଡ଼