mi - The Sakala
ମୁମ୍ବଇ,: ଚଳିତ ଆଇପିଏଲ୍‌-୧୮ରେ ମୁମ୍ବାଇ ଇଣ୍ଡିଆନ୍ସ ଓପନିଂ ମ୍ୟାଚରେ ୪ ୱିକେଟ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ନିକଟରୁ ପରାସ୍ତ ହୋଇଛି। ମୁମ୍ବାଇ ପରାସ୍ତ ହୋଇଥିଲେ ମଧ୍ୟ ଏହି ମ୍ୟାଚ୍‌ ଜରିଆରେ ଆଇପିଏଲ୍‌ରେ ପାଦ ଥାପିଥିବା ଯୁବ ବାମହାତୀ ରିଷ୍ଟ ସ୍ପିନର ବିଘ୍ନେଶ ପୁଥୁରଙ୍କ ଲାଗି ଏହା ବେଶ୍‌ ସ୍ମରଣୀୟ ହୋଇରହିଛି। ସେ ତାଙ୍କ ୪ ଓଭର ସ୍ପେଲରେ ୮ ହାରରେ ୩୨ ରନ ବ୍ୟୟ କରି ୩ଟି ମୂଲ୍ୟବାନ ୱିକେଟ୍‌ ଅକ୍ତିଆର କରିଥିଲେ। ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକୱାଡ (୫୩ ରନ)ଙ୍କୁ ଆଉଟ୍‌ କରି ବିଘ୍ନେଶ ତାଙ୍କ ପ୍ରଥମ ଆଇପିଏଲ୍‌ ୱିକେଟ୍‌ ସଫଳତା ପାଇଥିଲେ। ଏହାପରେ ସେ ଦୀପକ ହୁଦା (୩ ରନ) ଓ ଶିଭମ ଦୁବେ (୯ ରନ)ଙ୍କ ଭଳି ଆଉ ୨ଟି ମୂଲ୍ୟବାନ ୱିକେଟ ନେଇ ପଦାର୍ପଣକୁ ସ୍ମରଣୀୟ କରିଥିଲେ। ବିଘ୍ନେଶ ‘ଇମ୍ପାକ୍ଟ ପ୍ଲେୟାର’ ଭାବେ ରୋହିତ ଶର୍ମାଙ୍କ ସ୍ଥାନରେ ଆସି ଏହି ପ୍ରଭାବୀ ବୋଲିଂ ପ୍ରଦର୍ଶନ କରିଥିଲେ। ତେବେ ବିଶେଷ ପରିଚିତ ହାସଲ କରି ନ ଥିବା ଏହି ଖେଳାଳିଙ୍କ ସ୍ପିନ ବୋଲିଂ କ୍ରିକେଟ୍‌ପ୍ରେମୀଙ୍କୁ ବେଶ୍‌ ଆକର୍ଷିତ କରିଛି।
ଖେଳାଳି ନିଲାମୀରେ ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ୩୦ ଲକ୍ଷ ଟଙ୍କାରେ କେରଳର ପୁଥୁରଙ୍କୁ ଦଳରେ ସାମିଲ କରିଥିଲା। ସବୁଠୁ ଉଲ୍ଲେଖନୀୟ କଥା ହେଉଛି ୨୪ ବର୍ଷୀୟ ପୁଥୁର ଆଇପିଏଲ୍‌ ପଦାର୍ପଣ କରିବା ପର୍ଯ୍ୟନ୍ତ ଘରୋଇ କ୍ରିକେଟ୍‌ରେ ଗୋଟିଏ ହେଲେ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ନ ଥିଲା। ସେ ପ୍ରଥମଶ୍ରେଣୀ, ଲିଷ୍ଟ-ଏ କିମ୍ବା ଟି-୨୦ ଫର୍ମାଟ୍‌ରେ ବିସିସିଆଇର କୌଣସି ମ୍ୟାଚ୍‌ ଖେଳିନାହାନ୍ତି। ତେବେ କେରଳ ଟି-୨୦ ଲିଗ୍‌ରେ ସେ କେତୋଟି ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ତାଙ୍କ ବାମହାତୀ ରିଷ୍ଟ ସ୍ପିନ ବୋଲିଂ ମୁମ୍ବାଇ ଇଣ୍ଡିଆନ୍ସର ଚୟନ କମିଟିକୁ ପ୍ରଭାବିତ କରିଥିଲା। ଯେଉଁଥି ପାଇଁ ସେମାନେ ପୁଥୁରଙ୍କୁ ଟ୍ରାଏଲ୍ସକୁ ଡାକି ନିଲାମୀରେ କ୍ରୟ କରିଥିଲେ।
ଖବର ଅନୁଯାୟୀ, ବିଘ୍ନେଙ୍କ ବାପା ହେଉଛନ୍ତି ଜଣେ ସାମାନ୍ୟ ଅଟୋ ଡ୍ରାଇଭର । କେରଳର ମଲପପୁରମରୁ ଆସୁଥିବା ଏହି ଖେଳାଳି, ପ୍ରଥମ ଥର ପାଇଁ ଆଇପିଏଲରେ ଡେବ୍ୟୁ କରିଛନ୍ତି । ଏହା ପୂର୍ବରୁ ସେ କେରଳ ପାଇଁ ଘରୋଇ କ୍ରିକେଟ୍ ବି ଖେଳିନାହାଁନ୍ତି, ଏମିତି କି ସିନିୟର ଟିମରେ ତାଙ୍କ ଜାଗା ମଧ୍ୟ ନାହିଁ । ହେଲେ ତାହାରି ଭିତରେ କିନ୍ତୁ, ମୁମ୍ବାଇ ଟିମର ମ୍ୟାନେଜମେଣ୍ଟ ତାଙ୍କୁ କେରଳ କ୍ରିକେଟ୍ ଲିଗରୁ ଦେଖି, ଟିମକୁ ଆଣିବା ସହିତ ଏବେ ଆଇପିଏଲରେ ଦେଇଛି ଖେଳିବାର ସୁଯୋଗ । ଏଥର ଆଇପିଏଲ ଅକ୍ସନରେ ଦଳ ବିଗ୍ନେଶ ପୁଥୁରଙ୍କୁ ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କା ଦେଇ କିଣିଥିଲା । ଆଉ ଏହା ପୂର୍ବରୁ ସାଉଥ୍ ଆଫ୍ରିକା ଟି-୨୦ ଲିଗରେ ସେ ଥିଲେ ମୁମ୍ବାଇର ନେଟ୍ ସ୍ପିନର । ଯେଉଁ କାରଣରୁ ଆଜି ସେ ଆଇପିଏଲ୍ ଭଳି ଟୁର୍ଣ୍ଣାମେଣ୍ଟରେ ଚମକିବା ଆରମ୍ଭ କରିଛନ୍ତି ।
ମୁମ୍ବାଇ ଇଣ୍ଡିଆନ୍‌ସ ପକ୍ଷରୁ ମାର୍କ ବାଉଚରଙ୍କୁ ମୁଖ୍ୟ ପ୍ରଶିକ୍ଷକ (କୋଚ୍‌) ଭାବେ ନିଯୁକ୍ତି
ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍‌ସ ପକ୍ଷରୁ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟ୍ ଖେଳାଳି ତଥା ରେକର୍ଡଧାରୀ ୱିକେଟ ରକ୍ଷକ ମାର୍କ ବାଉଚରଙ୍କୁ ମୁଖ୍ୟ ପ୍ରଶିକ୍ଷକ (କୋଟ୍‌) ଭାବେ ନିଯୁକ୍ତ କରାଯାଇଛି । ତାଙ୍କ କାର୍ଯ୍ୟକାଳ ଆଇପିଏଲ୍ ୨୦୨୩ରୁ ଆରମ୍ଭ ହେବ ।
ଜଣେ ୱିକେଟ୍ ରକ୍ଷକ, ବ୍ୟାଟ୍‌ସମ୍ୟାନ୍ ଭାବେ ମାର୍କ ବାଉଚରଙ୍କ ଏକ ଲମ୍ବା ଓ ଗୌରବମୟ କ୍ୟାରିୟର ରହିଥିଲା ଓ ଜଣେ ୱିକେଟ ରକ୍ଷକ ଭାବେ ଟେଷ୍ଟରେ ସର୍ବାଧିକ ଆଉଟ୍ କରାଇବାର ରେକର୍ଡ ତାଙ୍କ ନାମରେ ରହିଛି । ଖେଳାଳି ଭାବେ ଅବସର ଗହଣ କରିବା ପରେ ଦକ୍ଷିଣ ଆଫ୍ରିକାର ଏକ ଶୀର୍ଷ ସ୍ତରର କ୍ରିକେଟ୍ ଫ୍ରାଞ୍ଚାଇଜି ଟାଇଟାନ୍ସର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ ଓ ତାଙ୍କ ଅଧୀନରେ ଟାଇଟାନ୍ସ ୫ଟି ଘରୋଇ ଟାଇଟଲ ବିଜୟୀ ହୋଇଛି । ୨୦୧୯ରେ କ୍ରିକେଟ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କ ବାଉଚରଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା ଯେଉଁଠାରେ ତାଙ୍କ ଅଧୀନରେ ଦକ୍ଷିଣ ଆଫ୍ରିକା ଦଳ ୧୧ ଟେଷ୍ଟ, ୧୨ ଏକଦିବସୀୟ ଓ ୨୩ଟି ଟି-୨୦ ମ୍ୟାଚ୍‌ରେ ବିଜୟୀ ହୋଇଛି ।
ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଏମ୍ ଅମ୍ବାନି କହିଛନ୍ତି ଯେ, ‘ମାର୍କ ବାଉଚରଙ୍କୁ ମୁମ୍ବାଇ ଇଣ୍ଡିଆନ୍‌ସକୁ ସ୍ୱାଗତ କରିବା ଆମ ପାଇଁ ଖୁସିର ବିଷୟ । ପଡ଼ିଆ ଭିତରେ ଓ ବାହାରେ ଜଣେ କୋଚ୍ ଭାବରେ ପ୍ରମାଣିତ ଦକ୍ଷତା ବଳରେ ନିଜ ଟିମ୍‌କୁ ଏକାଧିକ ବିଜୟ ଦିଗରେ ମାର୍ଗଦର୍ଶନ କରିଥିବା ମାର୍କ ଏମ୍‌ଆଇରେ ଉଲ୍ଲେଖନୀୟ ଯୋଗଦାନ କରିବେ ଓ ଏହାର ପରମ୍ପରାକୁ ଆଗକୁ ବଢ଼ାଇବେ ।
ମୁମ୍ବାଇ ଇଣ୍ଡିଆନ୍‌ସର ମୁଖ୍ୟ କୋଚ୍  ମାର୍କ ବାଉଚର କହିଛନ୍ତି ଯେ, ‘ଏମ୍‌ଆଇର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହେବା ସମ୍ମାନର ବିଷୟ । ଏକ ଫ୍ରାଂଚାଇଜି ଭାବେ ସେମାନଙ୍କ ଇତିହାସ ଓ ସଫଳତା ସେମାନଙ୍କୁ ସ୍ପଷ୍ଟ ଭାବେ କ୍ରୀଡ଼ା ଦୁନିଆରେ ଅନ୍ୟତମ ସଫଳ ସ୍ପୋର୍ଟସ୍ ଫ୍ରାଂଚାଇଜିରେ ପରିଣତ କରିଛି । ଶ୍ରେଷ୍ଠ ନେତୃତ୍ୱ ଓ ଖେଳାଳିଙ୍କ ସହ ଏହା ହେଉଛି ଏକ ଦୃଢ଼ ୟୁନିଟ୍ । ଏହି ଚମତ୍କାର ୟୁନିଟ୍‌ରେ ଯୋଗଦାନ କରି ସମୃଦ୍ଧ କରିବାକୁ କରିବାକୁ ମୁଁ ଚାହିଁରହିଛି ।’
ଭାରତୀୟଙ୍କୁ ପସନ୍ଦ କିନ୍ତୁ ଚାଇନିଜ୍‌ଙ୍କୁ ପସନ୍ଦ ନୁହେଁ ଚାଇନା ଫୋନ୍‌
ନୂଆଦିଲ୍ଲୀ : ଭାରତରେ ଚାଇନା ନିର୍ମିତ ସ୍ମାର୍ଟଫୋନ୍ ବେଶ ଲୋକପ୍ରିୟ। ଜିଆଓମି, ଓପୋ, ରିଅଲ୍‌ମି ଏବଂ ଭିଭୋ ହେଉଛି ଭାରତରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଶ୍ରେଷ୍ଠ ସ୍ମାର୍ଟଫୋନ୍‌। କିନ୍ତୁ ସବୁଠାରୁ କୌତୂହଳର ବିଷୟ ହେଉଛି ଯେଉଁ ଦେଶରେ ଏହି ସ୍ମାର୍ଟଫୋନ୍‌ ବ୍ରାଣ୍ଡଗୁଡ଼ିକ ପ୍ରସ୍ତୁତ କରାଯାଉଛି ସେଠାକାର ଲୋକେ ଏହି ସବୁ ବ୍ରାଣ୍ଡ୍‌କୁ ପସନ୍ଦ କରୁନାହାନ୍ତିଁ। ଅର୍ଥାତ୍‌ ଚାଇନାର ଲୋକେ ଉପରୋକ୍ତ ବ୍ରାଣ୍ଡ୍‌ଗୁଡିକର ସ୍ମାର୍ଟଫୋନ୍‌ କିଣିବାକୁ ପସନ୍ଦ କରନ୍ତିନାହିଁ। ଏହା ପରିବର୍ତ୍ତେ ସେମାନେ ଆଇଫୋନ୍ ୧୩ ସିରିଜ୍ ବ୍ୟବହାର କରିବାକୁ ପାଗଳ ପ୍ରାୟ। ତେଣୁ ଚାଇନାରେ ଆପଲ୍ ହେଉଛି ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ।
ଅକ୍ଟୋବର ୨୦୨୧ର ରିପୋର୍ଟ ଅନୁଯାୟୀ, ଓପୋକୁ ପଛରେ ଛାଡି ଆପଲ୍ ଚାଇନାରେ ଟପ୍ ସ୍ମାର୍ଟଫୋନ୍ ବ୍ରାଣ୍ଡରେ ପରିଣତ ହୋଇଛି। ଚାଇନାରେ ଆପଲ୍‌ ଆଇଫୋନ୍ ଅଧିକ ବ୍ୟବହାର କରୁଥିବା ସ୍ମାର୍ଟଫୋନ୍‌ ହୋଇଛି। ଅନୁସନ୍ଧାନକାରୀ ସଂସ୍ଥା କାଉଣ୍ଟର ପଏଣ୍ଟର ଏକ ରିପୋର୍ଟ ଅନୁଯାୟୀ, ଅକ୍ଟୋବରରେ ଆଇଫୋନ୍ ୧୩ ସିରିଜ୍ ସ୍ମାର୍ଟଫୋନରେ ପୂର୍ବ ମାସ ତୁଳନାରେ ୪୬ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏଥିସହିତ ଚାଇନାର ସର୍ବୋଚ୍ଚ ଟେକ୍ନୋଲୋଜି କମ୍ପାନୀ ହ୍ବେଇ, ଭିଭୋ, ଓପୋ ସେଠାକାର ଶ୍ରେଷ୍ଠ ସ୍ମାର୍ଟଫୋନ୍ ବ୍ରାଣ୍ଡ ହେବାରେ ପଛରେ ପଡିଯାଇଛନ୍ତି। ଚଳିତବର୍ଷ ମାର୍ଚ୍ଚରେ ଓପୋ ଚାଇନାର ସବୁଠୁ ବଡ ସ୍ମାର୍ଟଫୋନ୍ କମ୍ପାନୀ ଭାବରେ ଉଭା ହୋଇଥିଲା। କିନ୍ତୁ ମାର୍ଚ୍ଚ ୨୦୨୧ରେ ଭିଭୋ ଏଥିରେ ଆଗରେ ରହିବାରେ ସଫଳ ହୋଇଥିଲା। କିନ୍ତୁ ଅକ୍ଟୋବରରେ, ଆପଲ୍ ଏହି ସବୁ କମ୍ପାନୀକୁ ପଛରେ ଛାଡି ଚାଇନାର ଅଗ୍ରଣୀ ସ୍ମାର୍ଟଫୋନ୍ କମ୍ପାନୀ ହୋଇପାରିଛି। ଡିସେମ୍ବର ୨୦୧୫ ପରଠାରୁ ପ୍ରଥମ ଥର ପାଇଁ ଆପଲ୍‌ ଚାଇନାର ସ୍ମାର୍ଟଫୋନ୍ ବ୍ରାଣ୍ଡ ଭାବରେ ଉଭାହୋଇଛି।
ରିପୋର୍ଟ ଅନୁଯାୟୀ, ହ୍ବେଇ କିଛି ସମୟ ପାଇଁ ପ୍ରିମିୟମ ସ୍ମାର୍ଟଫୋନ୍ ବଜାରରୁ ବାହାରି ଯାଇଛି। ଗତ ୫ରୁ ୬ ମାସ ମଧ୍ୟରେ ହ୍ବେଇର ବଜାର ବୃହତ୍‌ ହ୍ରାସ ଘଟିଛି, ଯାହାର ସିଧାସଳଖ ଲାଭ ଆପଲ୍ ପାଇଛି। ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଅର୍ଥାତ୍ ତୃତୀୟ ତ୍ରୈମାସ ମଧ୍ୟରେ, ଜିଓମି ଭାରତରେ ସର୍ବାଧିକ ସଂଖ୍ୟକ ସ୍ମାର୍ଟଫୋନ୍ ବିକ୍ରି କରିଛି। ୧୨ ନିୟୁତ ସ୍ମାର୍ଟଫୋନ୍ ବିକ୍ରୟ ସହିତ ୨୦୨୧ର ତୃତୀୟ ତ୍ରୈମାସରେ ଜିଓମି ଆଗରେ ରହିଛି। ଆଇଡିସିର ଏକ ରିପୋର୍ଟ ଅନୁଯାୟୀ, ୨୦୨୧ର ତୃତୀୟ ତ୍ରୈମାସରେ ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ୧୨ ପ୍ରତିଶତ ହ୍ରାସ ଘଟିଛି। ଏହି ସମୟରେ ଭାରତକୁ ୪୮ ନିୟୁତ ସ୍ମାର୍ଟଫୋନ୍ ଆସିଥିଲା। ଯେତେବେଳେ କି ଗତ ବର୍ଷ ଅର୍ଥାତ୍‌ ୨୦୨୦ରେ ଭାରତରେ ୫.୪୨ କୋଟି ସ୍ମାର୍ଟଫୋନ୍ ବିକ୍ରି ହୋଇଥିଲା। ଏଥିରେ ଭିଭୋ ୯ କୋଟି ବିକ୍ରି ସହିତ ଆଗରେ ରହିଥିଲା। ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ଏହା ପ୍ରଥମ ଘଟଣା ଥିଲା ଯେତେବେଳେ କି ସ୍ମାର୍ଟଫୋନ୍‌ ବଜାରରେ ୧୨ ପ୍ରତିଶତ ହ୍ରାସ ଘଟିଥିଲା। ଏହା ପୂର୍ବରୁ କ୍ରମାଗତ ୪ଟି ତ୍ରୈମାସରେ ସ୍ମାର୍ଟଫୋନ୍‌ ବିକ୍ରିରେ କେବଳ ଅଭିବୃଦ୍ଧି ରେକର୍ଡ କରାଯାଇଥିଲା। ତେବେ ଚିପ୍‌ର ଅଭାବ ସ୍ମାର୍ଟଫୋନ୍‌ ବିକ୍ରିରେ ହ୍ରାସର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏହାର କାରଣ ଲକଡାଉନରେ ଚିପ୍ସର ଅଭାବ ବୋଲି ବିଶ୍ୱାସ କରାଯାଏ।
ଆଇପିଏଲ ୨୦୨୧: ହାଇଦ୍ରାବାଦକୁ ୧୫୧ ରନର ଟାର୍ଗେଟ ଦେଲା ମୁମ୍ବାଇ
ଚେନ୍ନାଇ: ଆଜିର ଆଇପିଏଲ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ  ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୫୦ ରନ କରିଛି। ହାଇଦ୍ରାବାଦକୁ ବିଜୟ ଲକ୍ଷ୍ଯ ପାଇଁ ୧୫୧ ରନର ଆବଶ୍ଯକତା ଅଛି।
ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ କ୍ୱିଣ୍ଟନ ଡି’କକ୍‌ ଓପନିଂ କରିଥିଲେ। ପ୍ରଥମରୁ ଆକ୍ରମଣାତ୍ମକ ବ୍ଯାଟିଂ ଦେଖିବାକୁ ମିଳିଥିଲା। ରୋହିତ ଶର୍ମା ୨୫ ବଲରେ ୩୨ ରନ କରି ଆଉଟ ହୋଇଥିବା ବେଳେ  ଡି’କକ୍‌ ୩୯ ବଲରେ ୪୦ କରି ଆଉଟ ହୋଇଥିଲେ। ଭଲ ଫର୍ମରେ ଥିବା ସୂର୍ଯ୍ଯକୁମାର ଯାଦବ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ। ଏହାପରେ ପାରିକୁ ଇଶାନ୍‌ କିଷନ ଓ କିରେନ ପୋଲାର୍ଡ଼ ସମ୍ଭାଳିଥିଲେ। ଉଭୟଙ୍କ ମଧ୍ଯରେ ଏକ ଭଲ ପାର୍ଟନର ସପ ଦେଖିବାକୁ ମଲିଥିଲା। ହେଲେ ଇଶାନ୍‌ କିଷନ ୧୨ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୭ରନ କରି ଆଉଟ ହୋଇଥିଲେ। କିରେନ ପୋଲାର୍ଡ଼ ୨୨ ବଲରେ ୩୫ ରନ୍ କରି ଅପରାଜିତ ରହିଥିଲେ।
ଅନ୍ଯପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ମୁଜିବରୁ ରହମାନ ଓ ବିଜୟ ଶଙ୍କର ୨ଟି ଲେଖାଏଁ ୱିକେଟ ନେଇଥିଲେ। ଖଲିଲ ଅହମ୍ମଦ ଗୋଟିଏ ୱିକେଟ ନେବାରେ ସକ୍ଷମ ହୋଇଥିଲେ।
ଚେନ୍ନାଇ : ଆଜିର ଆଇପିଏଲ ମୁକାବିଲାରେ  ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ପ୍ରଥମେ ଟସ୍‌ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ ନିଷ୍ପତ୍ତି ନେଇଛି । ପ୍ରଥମେ ବୋଲିଂ କରିବ ସନରାଇଜର୍ସ ହାଇଦ୍ରାବାଦ । ପୂର୍ବ ୨ଟି ମ୍ୟାଚ ହାଇଦ୍ରାବାଦ ପରାଜୟ ବରଣ କରିଥିଛି। ଆଜି ମ୍ଯାଚକୁ ଜିତିବା ଲକ୍ଷ୍ୟରେ ରହିଛି  ହାଇଦ୍ରାବାଦ।