kumbha mela - The Sakala

ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭମେଳା, ୩୪ବର୍ଷ ହେବ ଛିଡ଼ା ହୋଇଛନ୍ତି ଷ୍ଟାଣ୍ଡିଂ ବାବା
ଭୁବନେଶ୍ୱର: ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା। ଏଥିପାଇଁ ଚଳଚଞ୍ଚଳ ଖଣ୍ଡଗିରି ପାହାଡ଼ ପାଦଦେଶ। ଏଠି ଶହଶହ ସାଧୁସନ୍ଥଙ୍କ ସମାଗମ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ଲୋକଙ୍କ ପ୍ରବଳ ଭିଡ଼ ମଧ୍ୟ ହୋଇଛି। ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥମାନେ ନିଜ ନିଜ ଆସ୍ଥାନରେ ହୋମଯଜ୍ଞ ଆରମ୍ଭ କରିଦେଇଛନ୍ତି। ମନ୍ତ୍ରୋଚ୍ଚାରଣରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି। ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗାରେ ସାଧୁସନ୍ଥ ବୁଡ଼ ପକାଇ ଯଜ୍ଞସ୍ଥଳକୁ ଫେରିଛନ୍ତି। ଏଠାରେ ପ୍ରଭୁ ଅନନ୍ତ କେଶରୀ ଦେବଙ୍କ ଯାତ୍ରା ଅନୁଷ୍ଠିତ ହୋଇଛି। ମେଳାରେ ସାଧୁସନ୍ଥଙ୍କ ତପସ୍ୟା ଦେଖିବା ସହ ମୀନାବଜାର ଓ ଖାଦ୍ୟ ଷ୍ଟଲ୍‌‌ରେ ମଧ୍ୟ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି। ପରମ୍ପରା ଅନୁସାରେ, ଆଜି ସନ୍ଧ୍ୟାରେ ଦିଅଁ ସୁସଜ୍ଜିତ ବିମାନରେ ବିରାଜମାନ କରିବାପରେ ଗ୍ରାମ ପରିକ୍ରମା କରିଥିଲେ। ଏହି ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୁଜାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏଥିପାଇଁ ମା’ ବାରଭୁଜା ଉଦୟଗିରି ପାହାଡ଼ରେ ଥିବା ରାଣୀହଂସପୁରକୁ ଯାତ୍ରା କରିଥିଲେ। ଖଣ୍ଡଗିରି ଥାନା ଛକଠାରୁ ବରମୁଣ୍ଡା ଆଡ଼କୁ ଯାଇ ଖାରବେଳ ହୋଟେଲ୍‌‌ ନିକଟରେ ଜାତୀୟ ରାଜପଥ ଅତିକ୍ରମ କରିଥିଲେ। ବାଜା, ବାଣ, ରୋଷଣୀରେ ଶୋଭାଯାତ୍ରା କରି ପ୍ରଭୁ ଅନନ୍ତ କେଶରୀ ଗ୍ରାମ ପରିକ୍ରମା କରି ରାଣୀହଂସପୁର ଯାଇ ରାତିରେ ନାଗା ମଠକୁ ଫେରିଥିଲେ। ପରେ ମାଘ ସ୍ନାନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଭୁ ରାଣୀହଂସପୁରରେ ବିଜେ କରିବା ପରେ ସାଧୁସନ୍ଥମାନେ ସ୍ନାନ ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ କରିଥିଲେ। ମା’ ବାରଭୁଜାଙ୍କ ଖଣ୍ଡ ଖିରି ଖାଇଥିଲେ। ଏହାପରେ ଅଗ୍ନିସ୍ଥାପନ କରି ଦିନ ୧୨ଟା ପରେ ହୋମଯଜ୍ଞ ଆରମ୍ଭ ହୋଇଥିଲା। ଏହାସହ ଅଖଣ୍ଡ ଧୁନି, ନାମ ଯଜ୍ଞ, ଗୀତାଜ୍ଞାନ ଯଜ୍ଞ ଆହୁତି, ନାମ ସଂକୀର୍ତ୍ତନ, ଆତ୍ମନାରାୟଣ ସେବା ଅନୁଷ୍ଠିତ ହୋଇଥିଲା। ମା’ ବାରଭୁଜା ପୂଜା କମିଟି ପକ୍ଷରୁ ୯ଦିନ ଯାକ ରାମଚରିତ ମାନସ ପାରାୟଣ କରାଯିବ। ତେବେ ଏହି ସ୍ଥାନରେ ରାଧାକୁଣ୍ଡ, ଶ୍ୟାମ କୁଣ୍ଡ ଓ ଲଳିତ କୁଣ୍ଡ ରହିଛି।

୩୪ବର୍ଷ ହେବ ଛିଡ଼ା ହୋଇଛନ୍ତି ଷ୍ଟାଣ୍ଡିଂ ବାବା

ଦୀର୍ଘ ୩୪ବର୍ଷରୁ ଊର୍ଦ୍ଧ୍ବ ହେବ ଛିଡ଼ା ହୋଇ ତପସ୍ୟା କରୁଛନ୍ତି। ଷ୍ଟାଣ୍ଡିଂ ବାବା ଭାବେ ପରିଚିତ କାଶୀ ହରିଦ୍ୱାରରୁ ଆସିଥିବା ବାବା ମହନ୍ତ ନାଗା ଚନ୍ଦନ ଗିରି। ପ୍ରତିବର୍ଷ ଖଣ୍ଡଗିରି ମେଳାରେ ଷ୍ଟାଣ୍ଡିଂ ବାବାଙ୍କ ନିକଟରେ ପ୍ରବଳ ଗହଳି ଦେଖିବାକୁ ମିଳେ। ତାଙ୍କ କହିବା ଅନୁସାରେ, ଦେଶ କଲ୍ୟାଣ ତଥା ଲୋକ କଲ୍ୟାଣ ପାଇଁ ଏଭଳି ତପସ୍ୟାରତ। ସଂସାରରୁ ମୋହ ମାୟାଠାରୁ ଦୂରରେ ରହିଛନ୍ତି। ସେ ତଳେ ନବସି କେବଳ ଠିଆ ହୋଇ ରହୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ଛିଡ଼ାହୋଇ ଦଣ୍ଡ ଭାରା ଦେଇ ଶୋଇଥାନ୍ତି। ସେ ସର୍ବଦା ଗଛ ତଳେ ଠିଆ ହୋଇ ତପସ୍ୟା କରନ୍ତି। ଏହି ଆସନକୁ ଯୋଗାସନର ‘ବୃକ୍ଷାସନ’ ବୋଲି କୁହାଯାଏ। ତେବେ ଷ୍ଟାଣ୍ଡିଂ ବାବାଙ୍କୁ ଦେଖିବା ସହ ତାଙ୍କଠାରୁ ଆଶୀର୍ବାଦ ନେବା ପାଇଁ ଅନେକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ପୋଷାକ ବିହୀନ ଫୌଜୀ ବାବା

ବାବାଙ୍କ ମୁଣ୍ଡରେ ଗୋଲେଇ ଟୋପି, ତା’ ସାଙ୍ଗକୁ କଳା ଚଷମା। ଦେହସାରା କେବଳ ବିଭୂତିର ଲେପ। ହେଲେ ଶରୀରରେ ନାହିଁ କପଡ଼ା। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ଖଣ୍ଡଗିରି ପାଦଦେଶରେ ଆରମ୍ଭ ହୋଇଥିବା କୁମ୍ଭମେଳାରେ ଏଭଳି ଜଣେ ବାବାଙ୍କୁ ଦେଖିବାକୁ ମିଳିଛି। ଉଲଗ୍ନ ଅବସ୍ଥାରେ ତପସ୍ୟା ରତ ଥିବା ଏହି ବାବା ହେଉଛନ୍ତି ଫୌଜି ବାବା ଶ୍ରୀ ଦିଗମ୍ବର ନାରାୟଣ ଗିରି ଫୌଜି ନେଗାଜି ମହାରାଜ। ତାଙ୍କ କହିବା ଅନୁସାରେ, ସେ ଦେଶ ସେବାରେ ନିୟୋଜିତ ହୋଇଥିଲେ। ଦେଶମାତୃକାର ରକ୍ଷା କରିବା ପାଇଁ ସିପାହୀ ଭାବେ ଆର୍ମିରେ ଯୋଗ ଦେଇଥିଲେ। ୫ବର୍ଷ ଚାକିରି କରିବା ପରେ ଦେଶ ସେବାର ତରିକାକୁ ସେ ବଦଳାଇଥିଲେ। ଫୌଜି ପୋଷାକ ପରିବର୍ତ୍ତେ ବିଭୂତିର ଲେପକୁ ସେ ପୋଷାକ ଭାବେ ପରିଧାନ କରି ବିଶ୍ୱଶାନ୍ତି ପାଇଁ ତପସ୍ୟା ଆରମ୍ଭ କରିଥିଲେ।

ଦିନକ ପରେ ଦୁଲୁକିବ ଯାତ୍ରା ମଞ୍ଚ

ଶୁକ୍ରବାରଠାରୁ ଖଣ୍ଡଗିରି ମେଳା ଆରମ୍ଭ ହୋଇଥିବାବେଳେ ରବିବାର ଠାରୁ ଆରମ୍ଭ ହେବ ଯାତ୍ରା ମହାକୁମ୍ଭ। ନାଟକ ପରିବେଷଣ ହେବାକୁ ଥିବାରୁ ଖଣ୍ଡଗିରି ବେଶ ଉତ୍ସବମୁଖର ହୋଇଉଠିଛି। ମୋଟ ୬ଟି ପେଣ୍ଡାଲରେ ନାଟକ ପରିବେଷଣକୁ ଅନୁମତି ମିଳିଥିବାବେଳେ ୧୨ଟି ଅପେରା ପାର୍ଟି ସାମିଲ ହେବେ। ୧୮ ତାରିଖଠାରୁ ୫ଟି ପେଣ୍ଡାଲରେ ନାଟକ ପରିବେଷଣ ହେବ ଓ ୨୪ ତାରିଖରୁ ଆଉ ଗୋଟିଏ ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ। ରବିବାର ଠାରୁ ଯାତ୍ରା ହେବାକୁ ଥିବା ୫ଟି ପେଣ୍ଡାଲରେ ଟେଣ୍ଟ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ଅନୁମତି ପାଇଥିବା ବ୍ୟବସାୟୀମାନେ ମଧ୍ୟ ଦୋକାନ କାମରେ ଲାଗି ଗଲେଣି। ଏଥିସହିତ ମୀନା ବଜାର ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଶନିବାର ଥିବାରୁ ପ୍ରବଳ ଭିଡ଼ ହେବାର ଆଶଙ୍କା କରାଯାଉଛି। ହଜାର ହଜାର ଲୋକଙ୍କ ଆଗମନକୁ ଆଖି ଆଗରେ ରଖି କମିସନରେଟ୍‌‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଖଣ୍ଡଗିରି କୁମ୍ଭ ମେଳା ଓ ଯାତ୍ରା ପାଇଁ ମୋଟ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଭିଡକୁ ଦୃଷ୍ଟିରେ ରଖି ଖଣ୍ଡଗିରି ଓ ଉଦୟଗିରି ମଝି ରାସ୍ତାରେ ଦୁଇ ଓ ଚାରି ଚକିଆ ଗାଡ଼ି ଯିବାଆସିବାକୁ ବାରଣ କରାଯାଇଛି। ସେହି ଅଞ୍ଚଳରେ ରହୁଥିବା ଲୋକଙ୍କୁ ଯିବାଆସିବା କରିବା ନିମନ୍ତେ ପାସ୍‌‌ ବ୍ୟବସ୍ଥା କରାଯାଇଛି। ପକେଟ୍‌‌ ମାର ଓ ଚୋରି ରୋକିବାକୁ ୧୦ଜଣ ସାଧା ପୋଷାକଧାରୀ ପୁଲିସ ନିୟୋଜିତ କରାଯାଇଛି। ରାତ୍ରି ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି। ଏଥିସହିତ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍‌‌ ରୁମ୍‌‌ ମଧ୍ୟ କରାଯାଇଛି। ଅନ୍ୟପଟେ ଅଗ୍ନିଶମ ବାହିନୀ ପକ୍ଷରୁ ଦମକଳ ଗାଡ଼ି ଓ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଆଜିଠାରୁ ଖଣ୍ଡଗିରି କୁମ୍ଭମେଳା; ଭିଡ଼ ଜମାଇଲେଣି ରାଜ୍ୟ ବାହାରର ସାଧୁସନ୍ଥ
ଭୁବନେଶ୍ୱର: ଖଣ୍ଡଗିରି ଉଦୟଗିରି ପାଦଦେଶରେ ଆଜିଠାରୁ ଆରମ୍ଭ ହେବ ପ୍ରସିଦ୍ଧ ମାଘ ମେଳା। ମାଘ ସପ୍ତମୀଠାରୁ ଆରମ୍ଭ ହେବାକୁ ଥିବା ଏହି ମେଳା ୨୪ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରସିଦ୍ଧ କୁମ୍ଭମେଳା ପାଇଁ ସାରା ଦେଶରୁ ଖଣ୍ଡଗିରିକୁ ସାଧୁସନ୍ଥମାନଙ୍କ ସୁଅ ଛୁଟିଛି। ବିଶ୍ୱଶାନ୍ତି ମହାଯଜ୍ଞ ଲାଗି ସାଧୁସନ୍ଥମାନଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଯଜ୍ଞ ଲାଗି କୁଣ୍ଡ ମଧ୍ୟ ପ୍ରସ୍ତୁତ ସରିଲାଣି। ଆଜି ଭୋରରୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ଲାଗି ସାଧୁସନ୍ଥମାନେ ଗୁରୁବାରଠାରୁ ଅର୍କକ୍ଷେତ୍ର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରୁ କୁମ୍ଭରେ ଜଳ ଆଣି ଆସିବା ପରେ ଖଣ୍ଡଗିରି ପାଦଦେଶରେ ଧୁନି ସ୍ଥାପନ କରାଯାଇ ଯଜ୍ଞ ସହିତ ଆରମ୍ଭ ହେବ ଖଣ୍ଡଗିରି ମାଘ ମେଳା। ମହାମେଘବାହାନ ଐର ଖାରବେଳଙ୍କ ସମୟରୁ ଜୈନ ସନ୍ଥମାନେ ଖଣ୍ଡଗିରିକୁ ଆସି ସାଧନା କରୁଛନ୍ତି। ସାରା ଦେଶରୁ ସାଧୁସନ୍ଥମାନେ ଆସି ଖଣ୍ଡଗିରିରେ ଭିଡ଼ ଜମାଇଲେଣି।

ହଜାର ହଜାର ବର୍ଷ ତଳୁ ବହୁ ସାଧୁସନ୍ଥମାନେ ଖଣ୍ଡଗିରିକୁ ଆସି ମା’ ବାରଭୁଜାଙ୍କ ପୀଠରେ ତପସ୍ୟା ଓ ସାଧନା କରୁଛନ୍ତି। ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱଶାନ୍ତି ପାଇଁ ସାଧୁସନ୍ଥମାନେ ଅଖଣ୍ଡ ଧ୍ୱନି, ନାମ ଯଜ୍ଞ, ଗୀତା ଜ୍ଞାନ ଯଜ୍ଞ ଆହୁତି, ନାମ ସଂକୀର୍ତ୍ତନ ସହିତ ୯ଦିନ ଧରି ଯଜ୍ଞ କରିବେ। ଉତ୍ତର ଭାରତର ନାଗାନ୍ଦୀ, ବେଦାନ୍ତି, ରାମାନନ୍ଦୀ ଓ କୃଷ୍ଣାନ୍ଦୀ ଆଦି ସନ୍ଥମାନେ ଆସି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ସାଧୁସନ୍ଥମାନେ ଅର୍କକ୍ଷେତ୍ର କୋଣାର୍କରେ ଥିବା ଚନ୍ଦ୍ରଭାଗାରେ ବୁଡ଼ପକାଇ କୁମ୍ଭରେ ଜଳ ଆଣିବେ। ଏଠାକୁ ଆସି ‘ଖଣ୍ଡଖିରି’ ଖାଇସାରି କୁମ୍ଭମେଳା ପାଇଁ ଧୁନି ସ୍ଥାପନ କରିବେ। ଏଥିପାଇଁ ପ୍ରାୟ ୫ଶହରୁ ଅଧିକ ସାଧୁସନ୍ଥ ଆସିଛନ୍ତି। ମା’ ବାରଭୁଜାଙ୍କ ସାଧନା ସାଙ୍ଗକୁ ଶିବଶକ୍ତି, ଗାୟତ୍ରୀଙ୍କ ସାଧନା କରିବାପାଇଁ ଯଜ୍ଞକୁଣ୍ଡ ତିଆରି ଚାଲିଛି। ଆସନ୍ତାକାଲି ଠାରୁ ଖଣ୍ଡଗିରିର ଅଧିଷ୍ଠାତ୍ରୀ ମା’ ବାରଭୁଜାଙ୍କ ପୀଠରେ ଅଖଣ୍ଡ ଦ୍ୱୀପ ଲଗାଯିବ। ଏଥିସହିତ ଶ୍ରୀହନୁମାନଙ୍କ ନିକଟରେ ରାମଚରିତ ମାନସ ଓ ହନୁମାନ ଚାଳିଶା କରାଯିବ।

ସେହିପରି ଆସନ୍ତାକାଲି ରାତିରେ ଲଳିତା କୁଣ୍ଡରେ ପ୍ରଭୁ ଅନନ୍ତ କେଶରୀଙ୍କ ଚାପ ଖେଳ ଅନୁଷ୍ଠିତ ହେବ। ପ୍ରସିଦ୍ଧ ଖଣ୍ଡଗିରି ମେଳା ପାଇଁ ଓଡ଼ିଶା ସମେତ କାଶୀ, ବାରଣାସୀ, ମଥୁରା, ହରିଦ୍ୱାର ଓ ଝାନ୍ସୀ ଆଦିରୁ ନାଗା ବାବାଙ୍କ ସୁଅ ଛୁଟିଲାଣି। ଏପଟେ ପାହାଡ଼ ପାଦଦେଶରେ ଯଜ୍ଞ ଅନୁଷ୍ଠିତ ହେବାକୁ ଥିବାବେଳେ ସେପଟେ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଭିନ୍ନ ବ୍ୟବସାୟୀମାନେ ପସରା ମେଳାଉଥିବା ବେଳେ ମୀନାବଜାର ମଧ୍ୟ ପ୍ରସ୍ତୁତ ହେଲାଣି। ଖଣ୍ଡଗିରି ଓ ଉଦୟଗିରି ପାହାଡ଼ଠାରୁ ଟ୍ରାଫିକ୍‌‌ ଛକ ପର୍ଯ୍ୟନ୍ତ ବିଭିନ୍ନ ଦୋକାନୀମାନେ ପସରା ମେଲାଇଲେଣି। ଖାଇବାଠାରୁ ଆରମ୍ଭ କରି ଘର ସଜ୍ଜା ଓ ଗୃହୋପକରଣ ସାମଗ୍ରୀ ପର୍ଯ୍ୟନ୍ତ ସବୁ ଦୋକାନ ଲାଗିଲାଣି। ସେହିଭଳି କୁଲା ବାଉଁସିଆ ଠାରୁ ଆରମ୍ଭ କରି ପଥର ଓ ପିତ୍ତଳ ସାମଗ୍ରୀ ଦୋକାନୀମାନେ ମଧ୍ୟ ଧୀରେ ଧୀରେ ଭିଡ଼ ଜମାଉଛନ୍ତି। କେତେକ ଦୋକାନ ଖୋଲିଥିବାବେଳେ ଆଉ କିଛି ବ୍ୟବସାୟୀ ଆସନ୍ତାକାଲିଠାରୁ ଦୋକାନ ଖୋଲିବେ।

ବାଜିଲା ବିଗୁଲ୍‌: ୧୬ରୁ କୁମ୍ଭ ମେଳା, ୧୮ରୁ ଆରମ୍ଭ ହେବ ଯାତ୍ରା ମହାସମର
ଭୁବନେଶ୍ୱର: ଆସନ୍ତା ମାସ ୧୬ ତାରିଖରୁ ଖଣ୍ଡଗିରି କୁମ୍ଭ ମେଳା ଆରମ୍ଭ ହେଉଥିବା ବେଳେ ୧୮ ତାରିଖରୁ ଆରମ୍ଭ ହେବ ଯାତ୍ରା ମହାସମର। ଖଣ୍ଡଗିରି ଯାତ୍ରା ମହାସମରରେ ଓଡ଼ିଶାର ୭ଟି ଯାତ୍ରା କମିଟି ମାଧ୍ୟମରେ ଓଡ଼ିଶାର ୧୩ଟି ବଛା ବଛା ଅପେରା ପାର୍ଟି ଅଂଶଗ୍ରହଣ କରିବେ। ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ (ଆଇଗିଣିଆ-ଡୁମୁଡୁମା) ମଞ୍ଚରେ ୩ଟି ଯାତ୍ରା ପାର୍ଟି ନାଟକ ପରିବେଷଣ କରିବେ । ୧୮ ରୁ ୨୦ ତାରିଖ ଯାଏଁ ସାଇ ସମ୍ରାଟ, ୨୧ ରୁ ୨୪ ତାରିଖ ଯାଏଁ ଅଶୋକ ସମ୍ରାଟ ଓ ୨୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ତୁଳସୀ ଗଣନାଟ୍ୟ ନାଟକ ପରିବେଷଣ କରିବେ । ସାଇ ସମ୍ରାଟ ‘ଦେବଦାସୀ’, ଅଶୋକ ସମ୍ରାଟ ‘ରକ୍ତ ସମ୍ପର୍କ’, ତୁଳସୀ ଗଣନାଟ୍ୟ ‘ଅଧ ରାତିର ସାଥୀ’ ଓ ‘ସିନ୍ଦୁର ହଜିଗଲା ଶୁଭ ରାତିରେ’ ନାଟକକୁ ନେଇ ମଇଦାନକୁ ଓହ୍ଲାଇବ। ସନାତନ ସେବା ସମିତି (ଖଣ୍ଡଗିରି-ଘାଟିକିଆ) ମଞ୍ଚରେ ୧୮ ରୁ ୨୩ ତାରିଖ ପର୍ଯ୍ୟନ୍ତ କୋଣାର୍କ ଗଣନାଟ୍ୟ ‘ସେଇ ଗୋଟିଏ ଭୁଲ୍ ପାଇଁ’ ଓ ୨୪ ରୁ ୨୯ ତାରିଖ ସୂର୍ଯ୍ୟ ମନ୍ଦିର ‘ତୁ ରାଜା ଝିଅ ମୁଁ ରିକ୍ସା ବାଲା’ ନାଟକ ପରିବେଷଣ କରିବେ । ସେହିପରି ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ (ଖଣ୍ଡଗିରି-ଜାଗମରା) ମଞ୍ଚରେ ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ ୧୮ ରୁ ୨୨ ତାରିଖ ଯାଏଁ ଓ ଶିବାନୀ ଗଣନାଟ୍ୟ ୨୩ ରୁ ୨୯ ତାରିଖ ଯାଏଁ ଯାତ୍ରା ପରିବେଷଣ କରିବେ। କଳିଙ୍ଗ ‘କାନ୍ଦେନାରେ ବାଇଆ ମନ’ ଓ ଶିବାନୀ ‘ଗାନ୍ଧୀ ଭୂମିକାରେ କହ୍ନେଇ ଦାସ’ ନାଟକକୁ ନେଇ ମଇଦାନକୁ ଓହ୍ଲାଇବେ। ମା ମଙ୍ଗଳା ଯୁବ ପରିଷଦ ମଞ୍ଚରେ ୧୮ ରୁ ୨୩ ତାରିଖ ପର୍ଯ୍ୟନ୍ତ ଦୁର୍ଗା ମନ୍ଦିର ‘କାନ୍ଦେନାରେ ଲୁହ ସରିଯିବ’ ଓ ୨୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ୱର୍ଣ୍ଣ ମହଲ ‘କେତେ ଦୁଃଖ ଦବୁ ଦେ…ରେ କାଳିଆ’ ନାଟକ ଦର୍ଶକଙ୍କୁ ଭେଟିଦେବେ। ଜୟଦୁର୍ଗା ସାଂସ୍କୃତିକ ପରିଷଦ ମଞ୍ଚରେ ୧୮ ରୁ ୨୩ ତାରିଖ ଗୌରୀ ଗଣନାଟ୍ୟ ଓ ୨୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ୱପ୍ନ ମହଲ ଯାତ୍ରା ପରିବେଷଣ କରିବେ। ସେହିପରି ସାଇ ନୀଳାଦ୍ରି ଯାତ୍ରା କମିଟି ମାଧ୍ୟମରେ ‘ରଙ୍ଗ ମହଲ’ ଖଣ୍ଡଗିରି ଯାତ୍ରା ମହାସମରରେ ପାଦ ଦେବ। ‘ଜହ୍ନରେ ତୋଳୁଛି ଘର’ ଓ ମୁଁ ‘ଗୋଟିଏ ଝିଅର ବାପା’ ନାଟକକୁ ନେଇ ବିଶ୍ୱ ରଙ୍ଗ ମହଲ ମଇଦାନକୁ ଓହ୍ଲାଇବ ।‌ ସେହିଭଳି ନୀଳକଣ୍ଠେଶ୍ବର ଯାତ୍ରା କମିଟି (ବରମୁଣ୍ଡା) ମଞ୍ଚରେ ମଧ୍ୟ ଚଳିତ ବର୍ଷ ନାଟକ ପରିବେଷଣ ହେବ।

୩ ଦିନ ଦୁଲୁକିବ ଖଣ୍ଡଗିରି ପାଦଦେଶ

ସବୁଥର ଭଳି ଏବର୍ଷ ମଧ୍ୟ କୁମ୍ଭ ମେଳା ଓ ଯାତ୍ରା ସାଙ୍ଗକୁ ମହୋତ୍ସବର ମଜା ନେବେ ଦର୍ଶକ । ଖଣ୍ଡଗିରି ପାହାଡ଼ ପାଦଦେଶରେ ଅନୁଷ୍ଠିତ ହେବ ଖଣ୍ଡଗିରି-ଉଦୟଗିରି ମହୋତ୍ସବ। ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ‘କଲ୍ୟାଣ’ର ମିଳିତ ଆନୁକୂଲ୍ୟରେ ମହୋତ୍ସବ ଅନୁଷ୍ଠିତ ହେବ। ଖଣ୍ଡଗିରି-ଉଦୟଗିରି ମହୋତ୍ସବ ୩ ଦିନ ଧରି ଚାଲିବ । ମହୋତ୍ସବ ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

୨୦ରୁ ସମ୍ପୂର୍ଣ୍ଣ ଖୋଲିବ କସ୍‌ମୋପଲିସ୍‌ ଫ୍ଲାଏଓଭର

ଖଣ୍ଡଗିରି କୁମ୍ଭମେଳାକୁ ଦୃଷ୍ଟିରେ ରଖି କସମୋପଲିସ ଫ୍ଲାଏଓଭରର ଗୋଟିଏ ପାର୍ଶ୍ବ ରାସ୍ତା ଖୋଲିଥିବା ବେଳେ ଆଉ ଗୋଟିଏ ପଟ ନିର୍ମାଣ କାମ ଚାଲିଛି। ତେବେ ଆସନ୍ତା ମାସ ୧୫ ତାରିଖ ସୁଦ୍ଧା କସମୋପଲିସ ଫ୍ଲାଏଓଭରର ଦୁଇ ପାର୍ଶ୍ବ ରାସ୍ତା ଖୋଲାଯିବ ବୋଲି ବିଏମସିର ପ୍ରସ୍ତୁତି ବୈଠକରେ କହିଛନ୍ତି ଟ୍ରାଫିକ ଏସିପି ଜୟନ୍ତ କୁମାର ଦୋରା। ଖଣ୍ଡଗିରି ଫ୍ଲାଏଓଭର କାର୍ଯ୍ୟକ୍ଷମ ହେବାପରେ କସ୍‌ମୋପଲିସ ଛକ ନିକଟରେ ଥିବା କଟ୍‌କୁ ବନ୍ଦ କରାଯିବାରୁ ଡୁମୁଡୁମା, ସରକନ୍ତରା, ରଘୁନାଥ ନଗର ଆଦି ଆଖପାଖ ଅଞ୍ଚଳର ଲୋକେ ଭୁବନେଶ୍ୱର ଯିବାକୁ ହେଲେ ଶନି ମନ୍ଦିର ଫ୍ଲାଏଓଭର ଠାରୁ ବୁଲିକି ଆସିବାକୁ ପଡୁଥିଲା। ଏନେଇ ଭୁବନେଶ୍ୱର ଟ୍ରାଫିକ ପୁଲିସ ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଫ୍ଲାଏଓଭର ନିର୍ମାଣ କରୁଥିବା ଠିକା ସଂସ୍ଥା ସହିତ ଆଲୋଚନା କରାଯାଇଥିଲା। ଆସନ୍ତା ମାସ ୧୫ ତାରିଖ ଦିନ କସମୋପଲିସ ଫ୍ଲାଏଓଭର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି।

ତୁଳସୀର ପୁଣି ‘ଅଧ ରାତିର ସାଥୀ’

ଗତବର୍ଷ ଖଣ୍ଡଗିରି ଯାତ୍ରା ମହାସମରରେ ଚହଳ ପକାଇଥିବା ତୁଳସୀ ଗଣନାଟ୍ୟ ଚଳିତ ଥର ପୁଣି ମଇଦାନକୁ ଓହ୍ଲାଇବ । ଗତ ଥରର ବହୁଚର୍ଚ୍ଚିତ ନାଟକ ‘ଅଧ ରାତିର ସାଥୀ’ ପୁଣି ଦର୍ଶକଙ୍କୁ ଭେଟିଦେବ। ଗତବର୍ଷ ୪ ଦିନ ପାଇଁ ତୁଳସୀ ଗଣନାଟ୍ୟ ଯାତ୍ରା ପରିବେଷଣ କରିଥିଲା। ପ୍ରଥମ ଦୁଇ ଦିନ ଗୋଟିଏ ଲେଖାଟି ସୋ କରିଥିଲା। ଏହି କାହାଣୀରେ ପୀୟୂଷଙ୍କ ଅଭିନୟ ଦର୍ଶକଙ୍କୁ ଅତି ମାତ୍ରାରେ ପ୍ରଭାବିତ କରିଥିଲା । ଫଳରେ ବାକି ଦୁଇ ଦିନ ଦୁଇଟି ଲେଖାଏଁ ସୋ କରିଥିଲା। ୪ ଦିନରେ ୬ ଥର ସେହି ନାଟକ ପରିବେଷଣ କରିଥିଲା। ଚଳିତ ଥର ମଧ୍ୟ ସେହି ନାଟକ ପରିବେଷଣ କରି ଦର୍ଶକୀୟ ଆଦୃତି ଲାଭ କରିବ ବୋଲି ଅନୁଷ୍ଠାନ ଆଶା ରଖିଛି ।

ସିସିଟିଭି ଜଗିବ ଖଣ୍ଡଗିରି

ଖଣ୍ଡଗିରି କୁମ୍ଭ ମେଳା ଓ ଯାତ୍ରା ଅବସରରେ ଜନ ସମାଗମକୁ ଆଖି ଆଗରେ ରଖି କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ। ୭ ପ୍ଲାଟୁନ ପୁଲିସ ଫୋର୍ସ ସାଙ୍ଗକୁ ୨୦ରୁ ଅଧିକ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ। ଏଥିସହିତ ସାଦା ପୋଷାକଧାରୀ ପୁଲିସ ଓ ମହିଳା ପୁଲିସ ମଧ୍ୟ ମୁତୟନ କରାଯିବ। ସେମାନେ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ରେ ପଇଁତରା ମାରିବେ। ମେଳା ସହିତ ଯାତ୍ରା ଉପରେ ନଜର ରଖିବାକୁ ପ୍ରବେଶ ପ୍ରସ୍ଥାନ ଦ୍ୱାର ସମେତ ଗୁରୁତ୍ୱପୂର୍ଣ୍ଣ ଯାଗାରେ ୪୦ଟି ସିସିଟିଭି କ୍ୟାମେରା ଖଞ୍ଜା ଯିବ। କଣ୍ଟ୍ରୋଲ ରୁମରୁ ହିଁ ସବୁ ସିସିଟିଭି କ୍ୟାମେରା ଉପରେ ନଜର ରଖାଯିବ। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସାଙ୍ଗେ ସାଙ୍ଗେ ପୁଲିସ ନଜରକୁ ଆସିବ ଓ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ । ଯାତ୍ରା ମହାକୁମ୍ଭକୁ ଦୃଷ୍ଟିରେ ରଖି ଫେବୃଆରୀ ୧୬ ତାରିଖରୁ ୨୯ ତାରିଖ ଯାଏଁ ଖଣ୍ଡଗିରିରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି । କେବଳ ମେଳା ଭିତରେ ନୁହଁ ଖଣ୍ଡଗିରି ଛକ, ଦୁଇ ପଟର ସର୍ଭିସ ରାସ୍ତା ଓ ଜାତୀୟ ରାଜପଥରେ ମଧ୍ୟ ଭିଡ଼ ପରିଲକ୍ଷିତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ୨୦ଜଣ ଟ୍ରାଫିକ କନେଷ୍ଟବଳଙ୍କଙ୍କ ସମେତ ୨ ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବ। ଏହିସବୁ କାମକୁ ଟ୍ରାଫିକ୍‌ ଏସିପି ତଦାରଖ କରିବେ ବୋଲି ଟ୍ରାଫିକ୍‌ ଡିସିପି ପ୍ରାଣକୃଷ୍ଣ ରାଉତ ଏନେଇ ସୂଚନା ଦେଇଛନ୍ତି।

ମେଳା ପରିସର ହେବ ନୋ ପ୍ଲାଷ୍ଟିକ୍‌‌ ଜୋନ୍‌‌

କୁମ୍ଭମେଳା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌‌ସି)ପକ୍ଷରୁ ସୋମବାର ବିଏମ୍‌‌ସି ମୁଖ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ମଞ୍ଜୁୁଲତା କହଁର, କମିସନର୍‌‌ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିସନର ପ୍ରୀୟବ୍ରତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ, ଲାଇନ ଡିପାର୍ଟମେଣ୍ଟର ପ୍ରତିନିଧି, ଟିମ୍‌‌ ବିଏମ୍‌‌ସି ଉପସ୍ଥିତ ଥିଲେ।ଚଳିତ ବର୍ଷ ଖଣ୍ଡଗିରି ମାଘମେଳାରେ ଜନସାଧାରଣଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ଅସ୍ଥାୟୀ ବିଦ୍ୟୁତ୍‌‌ ଯୋଗାଣ ଓ ଆଲୋକୀକରଣ, ପରିମଳ ବ୍ୟବସ୍ଥା, ପୁରାତନ ପାଇଖନାଗୁଡ଼ିକୁ ସଫା କରିବା ସହ ନୂତନ ଅସ୍ଥାୟୀ ପାଇଖାନା ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଚଳ ନଳକୂପଗୁଡ଼ିକୁ ମରାମତି ପାଇଁ କୁହାଯାଇଛି। ଏକ ଅନ୍ତଃବିଭାଗୀୟ କମିଟି ଗଠନ କରାଯାଇ ମେଳା ପାଇଁ ସ୍କେଚ୍‌‌ ମ୍ୟାପ୍‌‌ ପ୍ରସ୍ତୁତ କରିବା ସହ ବ୍ୟବସାୟୀମାନଙ୍କୁ ଅସ୍ଥାୟୀ ଦୋକାନ ପାଇଁ ସ୍ୱତନ୍ତ୍ର ଷ୍ଟଲ ସାଇଜ୍‌‌ ନିର୍ଦ୍ଧାରଣ କରାଯିବ ବୋଲି କହିଛନ୍ତି କମିସନର ଶ୍ରୀ କୁଲାଙ୍ଗେ। ମେଳାରେ ଅଗ୍ନି ନିର୍ବାପକ ପାଇଁ ଦମକଳ ମହଜୁଦ୍‌‌ ରଖିବାକୁ କୁହାଯାଇଛି। ଅନୁରୋଧକ୍ରମେ ପ୍ରଭୁ ଅନନ୍ତ କିଶୋରଙ୍କ ଯାତ୍ରା ପାଇଁ ଅଧିକ ଆର୍ଥିକ ଅନୁଦାନ, ରାଣୀ ହଂସପୁର, ଗୁପ୍ତ ଗଙ୍ଗା, ଆକାଶ ଗଙ୍ଗା ଇତ୍ୟାଦି ସ୍ଥାନକୁ ସଫେଇ କରିବା ସହ ଆଲୋକୀକରଣ କରିବା, ଜାଗମରାରୁ ଘାଟିକିଆ ରାସ୍ତା ଯାଏଁ ସ୍ୱତନ୍ତ୍ର ଆଲୋକ ସଜ୍ଜାକୁ ଗୁରୁତ୍ୱ ଦିଆଯିବ। ଖଣ୍ଡଗିରି-ଉଦୟଗିରି ମଧ୍ୟରେଥିବା ରାସ୍ତାକୁ ଖୋଲିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ମେଳାରେ ‘ନୋ ପ୍ଲାଷ୍ଟିକ୍‌‌ ଜୋନ୍‌‌’ ହେବ ଓ ପ୍ରତ୍ୟେକ ଦୋକାନୀ ଓଦା ଶୁଖିଲା ବର୍ଜ୍ୟ ପାଇଁ ଦୁଇଟି ଲେଖାଏଁ ଡଷ୍ଟବିନ ରଖିବେ। ଦୈନିକ ସକାଳୁ ଏବଂ ସନ୍ଧ୍ୟାରେ ମେଳାସ୍ଥଳରୁ ବର୍ଜ୍ୟ ଉଠାଇବା ପାଇଁ କୁହାଯାଇଛି। ଖଣ୍ଡଗିରି ଛକରୁ ଜୟଦେବ ବାଟିକା ଛକ ପର୍ଯ୍ୟନ୍ତ ଯଦି କିଛି ଜବରଦଖଲ ରହିଛି, ତାହାକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତାଗୁଡ଼ିକର ମରାମତି କରିବା ସହ ମେଳା ପଡ଼ିଆକୁ ସମାନ କରାଯିବ। ରାସ୍ତାରେ ଥିବା ପଟ୍‌‌ହୋଲ୍‌‌କୁ ତୁରନ୍ତ ଠିକ୍‌‌ କରିବାକୁ ନେଇ ଆଲୋଚନା ହୋଇଥିଲା। ସେହିଭଳି ରାସ୍ତାକଡ଼ରେ ବିକ୍ରି କରୁଥିବା ଖାଦ୍ୟ ଦୋକାନରୁ ଖାଦ୍ୟର ମାନ ପରୀକ୍ଷା କରିବା ସହ ନିୟମିତ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

‘ପ୍ରସାଦ’ ବାଣ୍ଟିବା ଭଳି କରୋନା ବାଣ୍ଟିବେ କୁମ୍ଭମେଳା ତୀର୍ଥଯାତ୍ରୀ- ମୁମ୍ବାଇ ମେୟର
ମୁମ୍ବାଇ: ଦେଶରେ ଏବେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଉତ୍ତରାଖଣ୍ଡର ହରିଦ୍ୱାରରେ ଚାଲିଥିବା କୁମ୍ଭମେଳା । ଏହି କୁମ୍ଭମେଳାରେ ଶତାଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ କରୋନା ସଂକ୍ରମିତ ହୋଇଛନ୍ତି। ସକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଗାଇଡଲାଇନ ଜାରି କରିଥିଲେ ମଧ୍ୟ କୁମ୍ଭମେଳାକୁ ଏପର୍ଯ୍ଯନ୍ତ ବନ୍ଦ କରାଯାଇନାହିଁ। କୁମ୍ଭମେଳାରେ ଭିଡ଼ ଜମୁଥିବାରୁ ମୁମ୍ବାଇ ମେୟର ଏହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି। କୁମ୍ଭମେଳା ତୀର୍ଥଯାତ୍ରୀ ପ୍ରସାଦ ବାଣ୍ଟିବା ଭଳି କରୋନା ବାଣ୍ଟିଦେବେ ବୋଲି ମୁମ୍ବାଇ ମେୟର କିଶୋର ପେଡନେକର କହିଛନ୍ତି ।

#WATCH | “Those returning from Kumbh Mela to their respective states will distribute Corona as ‘prasad’,” says Mumbai Mayor Kishori Pednekar pic.twitter.com/P9UBVBv1mN

— ANI (@ANI) April 17, 2021

ସେ କହିଛନ୍ତି ଯେ, ଯେଉଁମାନେ କୁମ୍ଭମେଳାରୁ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି ସେମାନେ କରୋନାକୁ ‘ପ୍ରସାଦ’ ଭାବରେ ବଣ୍ଟନ କରିବେ। ଏହି ସମସ୍ତ ଲୋକଙ୍କୁ ନିଜ ନିଜ ଖର୍ଚ୍ଚରେ ନିଜ ନିଜ ରାଜ୍ୟରେ କ୍ବାରେଣ୍ଟାଇନ କରାଯିବା ଉଚିତ୍। ମୁମ୍ବାଇରେ ମଧ୍ୟ, ଆମେ ସେମାନଙ୍କୁ ଫେରିବା ପରେ କ୍ବାରେଣ୍ଟାଇନ କରିବାକୁ ଚିନ୍ତା କରୁଛୁ। ମୁମ୍ବାଇବାସୀ କରୋନା କଟକଣା ପାଳନ କରୁଛନ୍ତି। କିଛି ଅମାନିଆ ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି ବୋଲି ମୁମ୍ବାଇ ମେୟର କିଶୋର ପେଡନେକର କହିଛନ୍ତି।

ଅନ୍ଯପକ୍ଷରେ କୁମ୍ଭମେଳାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଛନ୍ତି। ଏଥିସହ  ଆଚାର୍ଯ୍ଯ ମହାମଣ୍ଡଳେଶ୍ୱର ପୂଜ୍ୟ ସ୍ୱାମୀ ଅବଧେସାନନ୍ଦ ଗିରିଙ୍କ ସହ ଫୋନରେ କଥା ହୋଇଛନ୍ତି । ସମସ୍ତ ସନ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପ୍ରଶାସନକୁ ସହଯୋଗ କରୁଥିବାରୁ ଧନ୍ୟବାଦ ଦେଇଛନ୍ତି ।

ଏଥିସହ ଏବେ ୨ଟି ଶାହି ସ୍ନାନ ସରି ଯାଇଥିବାରୁ କରୋନା ସଂକ୍ରମଣ ମାମଲାକୁ ଦେଖି କୁମ୍ଭସ୍ନାନକୁ ପ୍ରତୀକାତ୍ମକ ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହାଦ୍ୱାରା କରୋନା ବିରୋଧୀ ଲଢ଼େଇକୁ ଏକ ଶକ୍ତି ମିଳିବ ବୋଲି ଟ୍ୱିଟ୍ କରିଛନ୍ତି ମୋଦି।

मैंने प्रार्थना की है कि दो शाही स्नान हो चुके हैं और अब कुंभ को कोरोना के संकट के चलते प्रतीकात्मक ही रखा जाए। इससे इस संकट से लड़ाई को एक ताकत मिलेगी। @AvdheshanandG

— Narendra Modi (@narendramodi) April 17, 2021