Indian Won by 434 runs - The Sakala

ରାଜକୋଟ ଟେଷ୍ଟରେ ଭାରତର ଦମଦାର ବିଜୟ, ଇଂଲଣ୍ଡକୁ ୪୩୪ ରନରେ ପରାସ୍ତ କଲା ରୋହିତ ବାହିନୀ
ରାଜକୋଟ: ରାଜକୋଟରେ ରୋହିତ ବାହିନୀର ବଡ ବିଜୟ । ଇଂଲଣ୍ଡକୁ ୪୩୪ ରନରେ ପରାସ୍ତ କଲା ଟିମ ଇଣ୍ଡିଆ । ତୃତୀୟ ଟେଷ୍ଟରେ ଭାରତ ଦେଇଥିବା ୫୫୭ ରନର ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଇଂଲଣ୍ଡ ୧୨୨ ରନରେ ଅଲ୍ ଆଉଟ୍ ହୋଇଯାଇଛି। ଫଳରେ ତୃତୀୟ ଟେଷ୍ଟରେ ୪୩୪ ରନର ବିଶାଳ ବ୍ୟବଧାନରେ ବିଜୟୀ ହୋଇଛି ଭାରତ । ତୃତୀୟ ଟେଷ୍ଟ ଜିତି ୫ ଟିକିଆ ସିରିଜରେ ଭାରତ ୨-୧ ରେ ଆଗୁଆ ରହିଛି ।

ତୃତୀୟ ଟେଷ୍ଟର ଦ୍ଵିତୀୟ ଇଂନିଙ୍ଗସରେ ଭାରତୀୟ ବୋଲରଙ୍କ ଆଗରେ ଇଂଲିଶ ଟିମର କୌଣସି ବ୍ୟାଟର୍ ତିଷ୍ଟି ପାରି ନ ଥିଲେ । ପ୍ରଥମ ଇନିଂସରେ ଭାରତ ୪୪୫ ରନ କରିଥିବାବେଳେ ଇଂଲଣ୍ଡ ୩୧୯ ରନ କରିଥିଲା । ତେବେ ଭାରତ ନିଜର ୨ୟ ଇନିଂସରେ ୪୩୦ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଫଳରେ ଇଂଲଣ୍ଡ ଆଗରେ ୫୫୭ ରନର ବିଶାଳ ଲକ୍ଷ୍ୟ ରହିଥିଲା । ଏହି ବିଶାଳ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଂଲଣ୍ଡ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ମାତ୍ର ୧୨୨ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଜାଡେଜା ୫ ଓ୍ବିକେଟ ଅକ୍ତିଆର କରିଛନ୍ତି । କୁଲଦୀପ ଯାଦବ ୨ଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ ଅଶ୍ବିନୀ ଏବଂ ବୁମରା ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଛନ୍ତି । ଇଂଲଣ୍ଡ ପକ୍ଷରୁ ମାର୍କ ହୁଡ୍ ସର୍ବାଧକ ୩୩ ରନ ସଂଗ୍ରହ କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ଇଂଲଣ୍ଡର ୬ଜଣ ଖେଳାଳି ଦୁଇ ଅଙ୍କ ଛୁଇଁପାରିନାହାନ୍ତି ।