ECI - The Sakala

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି
ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିଶନ । ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନଙ୍କ ଚିଠି । ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ । ମହାରାଷ୍ଟ୍ରର ୭, ତାମିଲନାଡୁ ଓ ବିହାରର ୬, ପଶ୍ଚିମବଙ୍ଗର ୫ଟି ଆସନ ଖାଲି ହେବ । ସେହିପରି ଆସାମର ୩, ତେଲଙ୍ଗାନା, ଛତିଶଗଡ଼ ଓ ହରିୟାଣାର ୨ଟି ଆସନ, ଓଡ଼ିଶାର ୪ଟି ଓ ହିମାଚଳ ପ୍ରଦେଶର ଗୋଟିଏ ଆସନ ଖାଲି ହେବାର ଅଛି । ଆସନ୍ତା ଏପ୍ରିଲ ୨ ତାରିଖରେ ସରୁଛି ଓଡ଼ିଶାର ୪ ସାଂସଦଙ୍କ କାର୍ଯ୍ୟକାଳ । ଉପରୋକ୍ତ ଖାଲି ପଦବୀ ପୂରଣ କରିବା ପାଇଁ, ଉପଯୁକ୍ତ ସମୟରେ ସମ୍ପୃକ୍ତ ରାଜ୍ୟରୁ ରାଜ୍ୟ ପରିଷଦ ପାଇଁ ଦ୍ବିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ସେଥିପାଇଁ ସଜବାଜ ହୁଅନ୍ତୁ ବୋଲି କମିଶନ କହିଛନ୍ତି ।

ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଇଛି ରାଜ୍ୟସଭା ନିର୍ବାଚନ । ସେଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛନ୍ତି ନିର୍ବାଚନ କମିଶନ । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ଚିଠି ଲେଖି ପ୍ରସ୍ତୁତି ଆରମ୍ଭ କରିବାକୁ ଜାତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଚିଠିରେ ଉଲ୍ଲେଖ ରହିଛି କି ବିଭିନ୍ନ ରାଜ୍ୟସଭା ନିର୍ବାଚନ ନିମନ୍ତେ RO, ARO ନିଯୁକ୍ତି ପାଇଁ ପ୍ରସ୍ତାବ, ମତଦାନ ପ୍ଲାନ ଏବଂ ଭୋଟ ବାକ୍ସର ପ୍ରକାରକୁ ପ୍ରସ୍ତୁତ କରିବା ନିମନ୍ତେ ।

ଆଜି ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ: ଅପରାହ୍ଣ ୪ଟାରେ ପ୍ରେସମିଟ୍
ନୂଆଦିଲ୍ଲୀ: ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ଆଜି ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ଭାରତର ନିର୍ବାଚନ କମିଶନ (ECI)। ଆଜି ଅପରାହ୍ଣ ୪ଟାରେ ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ (ପ୍ରେସମିଟ୍) ଆୟୋଜନ କରାଯାଇଛି।

ବିହାର ନିର୍ବାଚନ ସହ ଓଡ଼ିଶାର ଉପନିର୍ବାଚନ ତାରିଖ ବି ହୋଇପାରେ ଘୋଷଣା

ମୁଖ୍ୟତଃ, ବିହାର ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଏହା ସହିତ ଓଡ଼ିଶାର ନୂଆପଡ଼ା ସମେତ ବିଭିନ୍ନ ରାଜ୍ୟର ଅନ୍ୟାନ୍ୟ ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନର ତାରିଖ ମଧ୍ୟ ଆଜି ଘୋଷଣା ହୋଇପାରେ।

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଗତ ଦୁଇ ଦିନ ଧରି ନିର୍ବାଚନ କମିଶନ ପକ୍ଷରୁ ବିହାରର ନିର୍ବାଚନ ସ୍ଥିତି ସମୀକ୍ଷା କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନ ପାଇଁ ୧୭ଟି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି।

ନିର୍ବାଚନକୁ ସୁରୁଖୁରୁରେ ଓ ସୁରକ୍ଷିତ ଭାବେ ଶେଷ କରିବା ପାଇଁ ଏହି ନୂଆ ବ୍ୟବସ୍ଥାଗୁଡ଼ିକ କରାଯାଇଛି:

ଭୋଟର ସଂଖ୍ୟା ସୀମିତ: ଗୋଟିଏ ପୋଲିଂ ଷ୍ଟେସନରେ ସର୍ବାଧିକ ୧୨୦୦ ଭୋଟର ଭୋଟ୍ ଦେବାର ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ଅଧିକ ଭିଡ଼ ଏବଂ ଲମ୍ବା ଲାଇନ୍ ଏଡ଼ାଯାଇ ପାରିବ।

ମୋବାଇଲ ଫୋନ୍ ନିଷେଧ: ଭୋଟ୍ ଗ୍ରହଣ କେନ୍ଦ୍ର ନିକଟରେ ମୋବାଇଲ୍ ଫୋନ୍ ଜମା କରିବାର ବ୍ୟବସ୍ଥା କରାଯିବ।

ଇଭିଏମ୍‌ରେ ପରିବର୍ତ୍ତନ: ନୂଆ ବ୍ୟବସ୍ଥା ଅନୁସାରେ, ବାଲଟ୍ ପେପର ଇନସର୍ଟ କରିବା ପରେ ସିରିୟଲ୍ ନମ୍ବର ବଡ଼ ଆକାରରେ ଦେଖାଯିବ।

ରଙ୍ଗୀନ ଫଟୋ: ପ୍ରାର୍ଥୀଙ୍କ ଫଟୋ ରଙ୍ଗିନ ଆକାରରେ ଇଭିଏମ୍‌ରେ ଦିଶିବ।

ଯଦି କୌଣସି ରାଜନୈତିକ ଦଳ ନିର୍ବାଚନ ତାଲିକାରେ କୌଣସି ନାମ ବାଦ୍ ପଡ଼ିଥିବା ଆଶଙ୍କା କରନ୍ତି, ତେବେ ସେମାନେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି। ବିହାରରେ ଏହି ସମୀକ୍ଷାରେ ୯୦ ହଜାର ବିଏଲ୍‌ଓ (BLO) ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

କମିଶନଙ୍କ ସମୀକ୍ଷା ବୈଠକରେ ଜ୍ଞାନେଶ କୁମାରଙ୍କ ସହ ଅନ୍ୟ ଦୁଇ କମିଶନର ସୁଖବୀର ସିଂ ସାନ୍ଧୁ ଓ ବିବେକ ଯୋଶୀ ଉପସ୍ଥିତ ଥିଲେ।

ଜ୍ଞାନେଶ କୁମାର ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର, କେନ୍ଦ୍ର ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
ନୂଆଦିଲ୍ଲୀ: ଜ୍ଞାନେଶ କୁମାର ହେବେ ଭାରତର ନୂଆ ମୁଖ୍ୟ ନିର୍ବାଚନ କମିସନର । କେନ୍ଦ୍ର ଆଇନ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ତାଙ୍କର ନିଯୁକ୍ତି ସଂପର୍କରେ ସୂଚନା ଦିଆଯାଇଛି । ନୂଆ ଆଇନ ଅନୁସାରେ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତ ହେବାରେ ଜ୍ଞାନେଶ କୁମାର ହେଉଛନ୍ତି ପ୍ରଥମ । ତାଙ୍କୁ ରାଜୀବ କୁମାରଙ୍କ ସ୍ଥାନରେ ନିଯୁକ୍ତି ମିଳିଛି । ୨୬ ଜାନୁଆରୀ ୨୦୨୯ ପର୍ଯ୍ୟନ୍ତ ଜ୍ଞାନେଶ କୁମାର ଏହି ପଦବୀର ରହିବେ ।

ଏହା ସହିତ ୧୯୮୯ ବ୍ୟାଚ୍‌ର ହରିଆଣା କ୍ୟାଡର୍ ଆଇଏସ୍ ଅଫିସର ବିବେକ ଯୋଶୀଙ୍କୁ ନୂଆ ନିର୍ବାଚନ କମିସନର ଭାବେ ନିଯୁକ୍ତ କରାଯାଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ବାଚନ କମିସନ ନିଯୁକ୍ତି କମିଟି ବୈଠକରେ ଏମାନଙ୍କ ନାମର ସୁପାରିସ ରାଷ୍ଟ୍ରପତିଙ୍କୁ କରାଯାଇଥିଲା । ଏହି ନିଯୁକ୍ତି କମିଟିରେ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ଅଛନ୍ତି ।

କେରଳ କ୍ୟାଡର (୧୯୮୮ ବ୍ୟାଚ୍‌)ର ଏହି ପୂର୍ବତନ ଆଇଏଏସ ଅଧିକାରୀ ପୂର୍ବରୁ ସଂସଦୀୟ ବ୍ୟାପାର ସଚିବ ଭାବେ କାର୍ଯ୍ୟଭାର ତୁଲାଇଥିଲେ। ସେ ସମବାୟ ବିଭାଗର ସଚିବ ଥିବାବେଳେ ଅବସର ଗ୍ରହଣ କରିଥିଲେ । ଗତବର୍ଷ ମାର୍ଚ୍ଚ ମାସରେ ତାଙ୍କୁ ନିର୍ବାଚନ କମିସନର ନିଯୁକ୍ତ କରାଯାଇଥିଲା । ଚଳିତ ବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ୨୦୨୬ରେ ତାମିଲନାଡ଼ୁ ଏବଂ ପଶ୍ଚିମ ବଙ୍ଗ ନିର୍ବାଚନ ହେବ । ୨୦୨୯ରେ କାର୍ଯ୍ୟକାଳ ସରିବାର କିଛି ଦିନ ପୂର୍ବରୁ ସେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କର ସୁପାରିସ କ୍ରମେ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିସନର ଏବଂ ନିର୍ବାଚନ କମିସନରଙ୍କୁ ନିଯୁକ୍ତ କରୁଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହି ପରମ୍ପରାକୁ ହଟାଇ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛ କରିବା ଲାଗି ତିନି ଜଣିଆ କମିଟି କରିବା ଲାଗି ମତ ଦେଇଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଏବଂ ବିରୋଧୀ ଦଳର ନେତାଙ୍କ ସହିିତ ସୁପ୍ରିମକୋର୍ଟର ପ୍ରଧାନମନ୍ତ୍ରୀ ବିଚାରପତିଙ୍କୁ ରଖିବା ଲାଗି କୁହାଯାଇଥିଲା । କିନ୍ତୁ ସରକାର ନୂଆ ଆଇନ ଆଣି କମିଟିରେ ପ୍ରଧାନ ବିଚାରପତିଙ୍କ ସ୍ଥାନରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ସଭ୍ୟ କରିଥିଲେ । ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଛି ଏବଂ ସର୍ବାଚ୍ଚ ଅଦାଲତ ଏହାର ଶୁଣାଣି କରିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଏବେ ନୂଆ ମୁଖ୍ୟ ନିର୍ବାଚନ କମିସନରଙ୍କୁ ନିଯୁକ୍ତି ନଦେଇ କୋର୍ଟ ଆଦେଶକୁ ଅପେକ୍ଷା କରିବା ଲାଗି ଆଜିର ବୈଠକରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମତ ରଖିଥିଲେ ।

ମୋଦୀ ଓ ରାହୁଲଙ୍କ ଦ୍ବାରା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ; ବିଜେପି, କଂଗ୍ରେସକୁ ନିର୍ବାଚନ ଆୟୋଗଙ୍କ ନୋଟିସ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଗାନ୍ଧୀଙ୍କ ଦ୍ବାରା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ନିର୍ବାଚନ କମିଶନ ଗୁରୁବାର ବିଜେପି ଓ କଂଗ୍ରେସ ସଭାପତିଙ୍କୁ ନୋଟିସ ଜାରି କରିଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ଠାରୁ ଜବାବ ମାଗିଛନ୍ତି ଇସି । ଏପ୍ରିଲ ୨୯ ଦିନ ୧୧ ସୁଦ୍ଧା ଏହି ଜବାବ ରଖିବାକୁ ପଡ଼ିବ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଇସିଙ୍କ ପକ୍ଷରୁ ନୋଟିସ୍ ପଠାଯାଇଛି ।

ଉଭୟ କଂଗ୍ରେସ ଏବଂ ବିଜେପି ପରସ୍ପରର ନେତାମାନଙ୍କ ବିରୋଧରେ ନିର୍ବାଚନ ପ୍ରଚାର ସମୟରେ ଘୃଣା ଭାଷଣ ଦେବା ଓ ଧର୍ମ, ଜାତି, ସମ୍ପ୍ରଦାୟ ଏବଂ ଭାଷା ଆଧାରରେ ସମାଜକୁ ବିଭାଜନ କରୁଥିବା ଅଭିଯୋଗ କରିଥିଲେ। ଉଭୟ ଦଳ ଏନେଇ ପରସ୍ପର ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲେ ।

ନିକଟରେ ରାଜସ୍ଥାନର ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୃଣା ଭାଷଣ ଦେଇଥିବା ଅଭିଯୋଗ କରି କମିଶନଙ୍କ ନିକଟରେ ଫେରାଦ ହୋଇଥିଲା କଂଗ୍ରେସ। ଅନ୍ୟପକ୍ଷରେ ବିଜେପି ଅଭିଯୋଗ କରିଥିଲା ଯେ ରାହୁଲ ଗାନ୍ଧୀ ଦେଶରେ ଗରିବଙ୍କ ସଂଖ୍ୟା ବଢ଼ିଛି ବୋଲି ମିଛ ଦାବି କରୁଛନ୍ତି।

ସି-ଭିଜିଲ୍‌ ଆପ୍‌ ଜରିଆରେ ଆସିଛି ୭୯ ହଜାରରୁ ଉର୍ଦ୍ଧ୍ବ ଅଭିଯୋଗ, ୯୯ ପ୍ରତିଶତର ହୋଇଛି ସମାଧାନ: ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ: ସି-ଭିଜିଲ୍‌ ଆପ୍‌ ଜରିଆରେ ନିର୍ବାଚନ ପ୍ରକ୍ରିୟା ଉପରେ ନିର୍ବାଚନ ଆୟୋଗ ତୀକ୍ଷ୍ଣ ନଜର ରଖିଛନ୍ତି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ରେକର୍ଡିଂ, ରିପୋର୍ଟିଂ ଏବଂ ସମାଧାନ ପାଇଁ ଏହି ଆପ୍‍ କାର୍ଯ୍ୟ କରୁଛି । ଏହି ଆପ୍‌ ଜରିଆରେ ଫଟୋ, ଭିଡିଓ ଇତ୍ୟାଦି ଉଠାଇ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କରେ ଅନଲାଇନ୍‌ ଅଭିଯୋଗ କରାଯାଇପାରିବ।

ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଲୋକସଭା ନିର୍ବାଚନ ଘୋଷଣା ହେବା ପରଠାରୁ ଏହି ଆପ୍ ମାଧ୍ୟମରେ ୭୯ ହଜାରରୁ ଅଧିକ ଅଭିଯୋଗ ଆସିଛି। ୯୯ ପ୍ରତିଶତରୁ ଅଧିକ ଅଭିଯୋଗର ସମାଧାନ ହୋଇଛି ବୋଲି ଆୟୋଗ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୮୯ ପ୍ରତିଶତ ୧୦୦ ମିନିଟ ମଧ୍ୟରେ ସମାଧାନ ହୋଇଛି।

ବେଆଇନ ବ୍ୟାନର ହୋର୍ଡିଂ ସମ୍ପର୍କରେ ୫୮,୫୦୦ ଅଭିଯୋଗ ହୋଇଥିବାବେଳେ ଆୟ ବଣ୍ଟନ, ଉପହାର ଏବଂ ମଦ ବଣ୍ଟନ ସମ୍ପର୍କରେ ୧୪୦୦ ଅଭିଯୋଗ ରହିଛି ବୋଲି ଆୟୋଗ କହିଛନ୍ତି। ଅଭିଯୋଗ ଅନୁଯାୟୀ ତିନି ପ୍ରତିଶତ ସମ୍ପତ୍ତି ନଷ୍ଟ ବିଷୟରେ ଥିଲା। ଗାଳି ଗୁଲଜ କରିବାର ୫୩୫ଟି ଅଭିଯୋଗ ମଧ୍ୟରୁ ୫୨୯ଟି ସମାଧାନ ହୋଇଛି। ନିଷିଦ୍ଧ ଅବଧି ପରେ ପ୍ରଚାର ସହିତ ଏକ ହଜାର ଅଭିଯୋଗ ସମ୍ବନ୍ଧୀୟ ଥିଲା।

ସୂଚନା ଥାଉକି, ମାର୍ଚ୍ଚ ୧୬ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଘୋଷଣା କରାଯାଇଥିଲା ଏବଂ ଏପ୍ରିଲ ୧୯ରୁ ଭୋଟିଂ ଆରମ୍ଭ ହେବ। ଯାହାର ଫଳାଫଳ ଜୁନ୍ ୪ରେ ପ୍ରକାଶ ପାଇବ।

ବାଜିଲା ନିର୍ବାଚନ ବିଗୁଲ: ଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା । ତାରିଖ ଘୋଷଣା କରୁଛନ୍ତି ଭାରତୀୟ ନିର୍ବାଚନ କମିଶନ। ଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍।ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେଉଛି । ପ୍ରତ୍ୟେକ ନିର୍ବାଚନ ଏକ ନୂଆ ପରୀକ୍ଷା ବୋଲି ଭାରତୀୟ ନିର୍ବାଚନ କମିସନ ରାଜୀବ କୁମାର କହିଛନ୍ତି। ଫେକ୍‌‌ ଖବର ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଦେଶରେ ମୋଟ ୯୭ କୋଟି ପଂଜୀକୃତ ଭୋଟର ରହିଛନ୍ତି । ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍‌ ବ୍ୟବସ୍ଥା କରାଯାଇଛି।  ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତ ଦେଢ଼ କୋଟି ପୋଲିଂ ଅଫିସର ନିୟୋଜିତ ହେବେ। ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତ ରହିଛି ୫୫ ଲକ୍ଷ ଇଭିଏମ୍‌ ।

ପ୍ରଥମ ଥର ପାଇଁ ଭୋଟ ଦେବେ ୧କୋଟି ୮୨ଲକ୍ଷ ନୂଆ ଭୋଟର । ୧୮ରୁ ୨୯ ବର୍ଷ ବର୍ଗର ଭୋଟର ସଂଖ୍ୟା ୨୧ କୋଟି । ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ । ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୨ ଲକ୍ଷ ୧୮ ହଜାର ରହିଛି। ୮୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ଗ୍ରହଣ କରାଯାଇଛି। ଘରେ ରହି ଭୋଟ୍ ଦେଇପାରିବେ ବୟସ୍କ ଭୋଟର । ଘରେ ଫର୍ମ ପହଞ୍ଚାଇ ଦିଆଯିବ, ପରେ ସଂଗ୍ରହ କରାଯିବ ।

ଅପରାଧିକ ମାମଲା ଥିଲେ ପ୍ରାର୍ଥୀ ବିଜ୍ଞାପନ ଜରିଆରେ ଜଣାଇବେ ।ଖବର କାଗଜ, ଟିଭିରେ ୩ ଥର ନିଜ ଅପରାଧ ବିବରଣୀ ଦେବେ । ରାଜନୈତିକ ଦଳ ବି ଏନେଇ ବିସ୍ତୃତ ସୂଚନା ପ୍ରଦାନ କରିବେ। କାହିଁକି ଏଭଳି ପ୍ରାର୍ଥୀଙ୍କୁ ଟିକେଟ ଦେଲେ, କାରଣ ଦର୍ଶାଇବେ ।

ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ତାରିଖ
ନୂଆଦିଲ୍ଲୀ: ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ତାରିଖ। ଲୋକସଭା ଓ କିଛି ରାଜ୍ୟର ବିଧାନସଭା ତାରିଖ ଘୋଷଣା ହେବ। ଆସନ୍ତାକାଲି ଅପରାହ୍ଣ ୩ଟାରେ ଏନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ରଖିବେ ଇସିଆଇ।  ଯେଉଁଥିରେ ଲୋକସଭା ନିର୍ବାଚନ ୨୦୨୪  କେତେ ପର୍ଯ୍ୟାୟରେ ଏବଂ କେତେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ତାହା ସ୍ପଷ୍ଟ କରାଯିବ।  ଏ ନେଇ ନର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି।

Press Conference by Election Commission to announce schedule for #GeneralElections2024 & some State Assemblies will be held at 3 pm tomorrow ie Saturday, 16th March. It will livestreamed on social media platforms of the ECI pic.twitter.com/1vlWZsLRzt

— Spokesperson ECI (@SpokespersonECI) March 15, 2024

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାତୋଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ସେହିପରି ଓଡ଼ିଶା, ସିକ୍କିମ, ଅରୁଣାଚଳ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ ।

ବର୍ତ୍ତମାନର ଲୋକସଭାର କାର୍ଯ୍ୟକାଳ ଜୁନ୍ ୧୬ରେ ଶେଷ ହେବ।  ଗତ ଥର ମାର୍ଚ୍ଚ ୧୦ରେ ଲୋକସଭା ନିର୍ବାଚନ ଘୋଷଣା କରାଯାଇଥିଲା ଏବଂ ଏପ୍ରିଲ ୧୧ରୁ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ନିର୍ବାଚନ ବିଜ୍ଞପ୍ତି ଫେକ୍, ସ୍ପଷ୍ଟ କଲା ECI
ନୂଆଦିଲ୍ଲୀ: ପାଖେଇ ଆସୁଛି ସାଧାରଣ ନିର୍ବାଚନ – ୨୦୨୪। ଜନତାଙ୍କ ଠାରୁ ଆରମ୍ଭ କରି ନେତାମାନଙ୍କ ମନରେ ରହିଛି ଉତ୍ସାହ।  ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ରହିଛନ୍ତି ସମସ୍ତ ରାଜନୈତିକ ଦଳ। ବର୍ତ୍ତମାନ ସୁଦ୍ଧା କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକଶାଇ ପାଇନାହିଁ। ହେଲେ ଏହାରି ମଧ୍ୟରେ ଗତ କିଛିଦିନ ହେବ ସୋସିଆଲ ମିଡିଆରେ ନିର୍ବାଚନ ତାରିଖକୁ ନେଇ ଏକ ବିଜ୍ଞପ୍ତି ଘୁରି ବୁଲିଛି। ଏହି ବିଜ୍ଞପ୍ତି ଅନୁଯାୟୀ, ୧୨ ମାର୍ଚ୍ଚରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି, ପ୍ରାର୍ଥିପତ୍ର ଦାଖଲ ତାରିଖ ୧୮ ମାର୍ଚ୍ଚ ରହିଥିଲା। ସେହିପରି ଭୋଟଦାନ ତାରିଖ ୧୯ ଏପ୍ରିଲ ରହିଥିବାବେଳେ ଭୋଟ ଗଣତି ୨୨ ମେ’ ରହିିଥିଲା। ହେଲେ ଏହି ବିଜ୍ଞପ୍ତିଟି ସମ୍ପୂର୍ଣ୍ଣ ଫେକ୍ ବୋଲି ଆଜି ଇସିଆଇ ସୋସିଆଲ ମିଡିଆ ‘ଏକ୍ସ’ ରେ ଜଣାଇଛି। ଏହିପରି ଫେକ୍ ବିଜ୍ଞପ୍ତିରୁ ଦୂରେଇ ରହିବାକୁ ଇସିଆଇ ପକ୍ଷରୁ କୁହାଯାଇଛି।

A fake message is being shared on Whats app regarding schedule for #LokSabhaElections2024#FactCheck: The message is #Fake. No dates have been announced so far by #ECI.

Election Schedule is announced by the Commission through a press conference. #VerifyBeforeYouAmplify pic.twitter.com/KYFcBmaozE

— Election Commission of India (@ECISVEEP) February 24, 2024

ସାଧାରଣ ନିର୍ବାଚନ ପଇଁ ECIର ସମୀକ୍ଷା: କଳା ଟଙ୍କା ଓ ମଦର ବ୍ୟବହାର ରୋକିବାକୁ ଗୁରୁତ୍ବ
ଭୁବନେଶ୍ବର: ତିନିଦିନିଆ ଓଡିଶା ଗସ୍ତରେ ଆସି ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଇସିଆଇ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନିର୍ବାଚନ ସମୟରେ କଳା ଟଙ୍କା ଏବଂ ମଦର ବ୍ୟବହାର ରୋକିବାକୁ ଗୁରୁତ୍ବ ଦେଇଛନ୍ତି ନିର୍ବାଚନ କମିଶନ। ଆୟକର ବିଭାଗ ଓ ଅବକାରୀ ବିଭାଗ ସହ ନିର୍ବାଚନ ଆୟୋଗ ବୈଠକ କରିଛନ୍ତି ।

ବିଏସଫ ଅଧିକାରୀ, ରିଜର୍ଭ ବ୍ୟାଙ୍କ ଅଧିକାରୀ, ପୋଷ୍ଟାଲ ଅଧିକାରୀ, ବିମାନ ବନ୍ଦର ନିର୍ଦ୍ଦେଶକ, ପିସିସିଏଫଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଅଛନ୍ତି । ଏହା ପରେ ଆଉ ଏକ ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୁଲିସ ଡିଜିଙ୍କ ଭଳି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ରାଜୀବ କୁମାର।

ଗତକାଲି ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ମୁଖ୍ୟ ନିର୍ବାଚନ କମିଶନର ଆଲୋଚନା କରିଥିଲେ। ସେପଟେ EVM, ବୁଥ୍ ସ୍ତରରେ ପ୍ରସ୍ତୁତି ଆଦିର ବି ସମୀକ୍ଷା କରିବେ ଇସିଆଇ ।